Celebration of 1st World Meditation Day 2024 @MSCBU

 


ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟରେ ପ୍ରଥମ ବିଶ୍ଵ ଧ୍ୟାନ ଦିବସ ଆୟୋଜିତ ହୋଇଯାଇଛି ।  ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ମାର୍ଗଦର୍ଶନରେ ବିଶ୍ବବିଦ୍ୟାଳୟର ଯୋଗ ଓ ପ୍ରାକୃତିକ ଚିକିତ୍ସା ବିଭାଗ ଦ୍ବାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ସ୍ନାତକୋତ୍ତର  ପରିଷଦର ଅଧକ୍ଷ ପ୍ରଫେସର ହେମନ୍ତ କୁମାର ସାହୁ ଅଧ୍ୟକ୍ଷତା କରିଥିଲେ । ଯୋଗ ଓ ପ୍ରାକୃତିକ ବିଭାଗର ଅଧ୍ୟାପିକା ଡ. ସୁଜାତା ଜେନା ସମସ୍ତକୁ ସ୍ବାଗତ ଜଣାଇବା ସହ ଧ୍ୟାନ କରାଇ କାର୍ଯକ୍ରମକୁ ଆଗକୁ ନେଇଥିଲେ।   ଆଲୋଚନାର ବିଷୟ ଥିଲା ଧ୍ୟାନ ଦ୍ଵାରା  ମନକୁ ସ୍ଥିର କରି କିପରି ସୁସ୍ଥ ସମାଜ ଗଠନ କରିବା  ଈଶ୍ୱର ସହ ସର୍ବଦା ଜଡ଼ିତ ରହି ପାରିବ। ବହୁତ ପ୍ରକାର କୁ ଭାବନାକୁ ଛାଡ଼ି ଜଣେ ସୁସ୍ଥ ମାନବ ହୋଇପାରିବ ।  ତତ୍ ସହିତ କାୟିକ, ବାଚିକ ଓ ମାନସିକ ସ୍ତରରେ ସୃଦୃଢ଼ ରହିବା।  ପ୍ରତ୍ୟେକ ଦିନ ଯୋଗ, ଧ୍ୟାନ ଓ ସାତ୍ତ୍ୱିକ ଆହାର ମାନବକୁ ସୁସ୍ଥ, ଉଚ୍ଚ ସ୍ତରୀୟ ବିଚାର ଦିଗରେ ଆପଣାଇ ନେଇଥାଏ।  ପରିଶେଷରେ ଯୋଗ ବିଭାଗର ଅଧ୍ୟାପକ ସାଗର ମନ୍ତ୍ରୀ ଙ୍କ ଦ୍ଵାରା ଧନ୍ୟବାଦ ଅର୍ପଣ ସହିତ ଏହି କାର୍ଯ୍ୟକ୍ରମକୁ ଶେଷ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଶ୍ବବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ ।

No comments:

Post a Comment

Odia and English Debate Competition on Women's Reservation in India

Odia and English Debate Competition on Women's Reservation in India held on 13-04-2026 at 200-seated Convention Hall at Maharaja Sriram ...