East-Zone Inter-University Mens' Volleyball Tournament - Day 2 Roundup

 



ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଚାଲିଥିବା ପୂର୍ବ ଭାରତୀୟ ଆନ୍ତଃ-ବିଶ୍ୱବିଦ୍ୟାଳୟ ପୁରୁଷ ଭଲିବଲ ପ୍ରତିଯୋଗିତାର ଦ୍ୱିତୀୟ ଦିବସରେ ଖେଳାଯାଇଥିବା ମ୍ୟାଚ ଗୁଡ଼ିକ ମଧ୍ୟରେ ସନ୍ଧ୍ୟା ୮:୦୦ଟା ସୁଦ୍ଧା କ-ବର୍ଗରେ ସିକିମ ମଣିପାଲ୍‌ ବିଶ୍ୱବିଦ୍ୟାଳୟ ଟି.ଏମ୍‌ ଭାଗଲପୁର ବିଶ୍ୱବିଦ୍ୟାଳୟ ବିପକ୍ଷରେ ଏବଂ ଯାଦବପୁର ବିଶ୍ୱବିଦ୍ୟାଳୟ ଛତିଶଗଡ଼ ସ୍ୱାମୀ ବିବେକାନନ୍ଦ ଟେକ୍‌ନିକାଲ୍‌ ବିଶ୍ୱବିଦ୍ୟାଳୟ ଭିଲାଇ ଛତିଶଗଡ଼ ବିପକ୍ଷରେ ୱାକ୍‌ ଓଭର ପାଇଥିବା ବେଳେ ମଣିପୁର  ବିଶ୍ୱବିଦ୍ୟାଳୟ ମୁଙ୍ଗେର ବିଶ୍ୱବିଦ୍ୟାଳୟ ବିହାରକୁ ଏବଂ କଲ୍ୟାଣୀ ବିଶ୍ୱବିଦ୍ୟାଳୟ ପଶ୍ଚିମବଙ୍ଗ ଭି.ବି.ଏସ୍‌.ପୂର୍ବାଞ୍ଚଳ ବିଶ୍ୱବିଦ୍ୟାଳୟ ଉତ୍ତର ପ୍ରଦେଶକୁ ପରାସ୍ତ କରିଥିଲା । ଖ-ବର୍ଗରେ ଏକ ଚିତାକର୍ଷକ ମ୍ୟାଚ୍‌ରେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ମଗଧ ବିଶ୍ୱବିଦ୍ୟାଳୟକୁ ପରାସ୍ତ କରିଥିଲା । ବାବାସାହେବ ଭୀମରାଓ ଆମ୍ବେଦକର ବିହାର ବିଶ୍ୱବିଦ୍ୟାଳୟ ମୁଜାଫରନଗର ବିହାର ତେଜୁପୁର ବିଶ୍ୱବିଦ୍ୟାଳୟ ଆସାମ ବିପକ୍ଷରେ ଏବଂ ସୋଆ ବିଶ୍ୱବିଦ୍ୟାଳୟ ଗୌହାଟି ବିଶ୍ୱବିଦ୍ୟାଳୟ ବିପକ୍ଷରେ ୱାକ୍‌ ଓଭର ପାଇଥିଲେ । ବି.ଏନ୍‌.ମଣ୍ଡଳ ବିଶ୍ୱବିଦ୍ୟାଳୟ ବିହାର ସୋଆ ବିଶ୍ୱବିଦ୍ୟାଳୟ ଓ ମ୍ୟାଟ୍‌ସ୍‌ ବିଶ୍ୱବିଦ୍ୟାଳୟକୁ ପରାସ୍ତ କରିଥିଲା । ଡ. ଶ୍ୟାମପ୍ରସାଦ ମୁଖାର୍ଜୀ ବିଶ୍ୱବିଦ୍ୟାଳୟ ରାଞ୍ଚି ଝାଡ଼ଖଣ୍ଡ ଓ.ପି.ଜିନ୍ଦଲ୍‌ ବିଶ୍ୱବିଦ୍ୟାଳୟ ଛତିଶଗଡ଼କୁ ପରାସ୍ତ କରିଥିଲା । ଗ-ବର୍ଗରେ  ରାଧା ଗୋବିନ୍ଦ ବିଶ୍ୱବିଦ୍ୟାଳୟ ଝାଡ଼ଖଣ୍ଡ ସରଳା ବିରଳା ବିଶ୍ୱବିଦ୍ୟାଳୟ ରାଞ୍ଚି ବିପକ୍ଷରେ ଏବଂ ପାଟଳିପୁତ୍ର ବିଶ୍ୱବିଦ୍ୟାଳୟ ତ୍ରିପୁରା ବିଶ୍ୱବିଦ୍ୟାଳୟ ପିପକ୍ଷରେ ୱାକ୍‌ ଓଭର ପାଇଥିଲା । ଜନନାୟକ ଚନ୍ଦ୍ରଶେଖର ବିଶ୍ୱବିଦ୍ୟାଳୟ ବାଲିଆ ଉତ୍ତରପ୍ରଦେଶ vs ଇକ୍‌ଫାଇ ବିଶ୍ୱବିଦ୍ୟାଳୟ ତ୍ରିପୁରାକୁ, କିସ୍‌ ବିଶ୍ୱବିଦ୍ୟାଳୟ ସିଆକମ ସ୍କିଲ୍‌ସ୍ ବିଶ୍ୱବିଦ୍ୟାଳୟ ପଶ୍ଚିମବଙ୍ଗକୁ ଏବଂ ନର୍ଥ ବେଙ୍ଗଲ୍‌ ବିଶ୍ୱବିଦ୍ୟାଳୟ କଲିକତା ଦକ୍ଷିଣ ବିହାର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ବିହାର କୁ ପରାସ୍ତ କରିଥିଲା । ଘ-ବର୍ଗରେ ମିଜୋରାମ ବିଶ୍ୱବିଦ୍ୟାଳୟ ଜୟ ପ୍ରକାଶ ବିଶ୍ୱବିଦ୍ୟାଳୟ ବିହାର ବିପକ୍ଷରେ ୱାକ୍‌ ଓଭର ପାଇଥିବା ବେଳେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ଉତ୍ତରପ୍ରଦେଶ ପଣ୍ଡିତ ରବିଶଙ୍କର ଶୁକ୍ଲା ବିଶ୍ୱବିଦ୍ୟାଳୟ ଛତିଶଗଡ଼କୁ, କଲିକତା ବିଶ୍ୱବିଦ୍ୟାଳୟ ଗୁରୁ ଘାସିଦାସ ବିଶ୍ୱବିଦ୍ୟାଳୟ ବିଳାସପୁର ଛତିଶଗଡ଼କୁ ଏବଂ ବିଶ୍ୱଭାରତୀ ସ୍ଫୋର୍ଟ୍ସ ବୋର୍ଡ୍‌ ବିଶ୍ୱଭାରତୀ ପଶ୍ଚିମବଙ୍ଗ ଶହୀଦ ମହେନ୍ଦ୍ର କର୍ମା ବିଶ୍ୱବିଦ୍ୟାଳୟ ବସ୍ତର ଛତିଶଗଡ଼କୁ ପରାସ୍ତ କରିଥିଲା ।

ଆଜିର ପ୍ରତିଯୋଗିତାରେ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ, ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁ ଓ ଫକୀରମୋହନ ବିଶ୍ୱବିଦ୍ୟାଳୟର କ୍ରୀଡ଼ା ପରିଷଦ ନିର୍ଦ୍ଦେଶକ ଡ. ପବିତ୍ର ମୋହନ ନାୟକ ଉପସ୍ଥିତ ରହି ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ । ସମସ୍ତ ଖେଳକୁ ପ୍ରତିଯୋଗିତାର ପ୍ରୋଟେଷ୍ଟ୍‌ କମିଟିର ମୁଖ୍ୟ ତଥା ଆନ୍ତର୍ଜାତୀୟ ଭଲିବଲ ଖେଳାଳୀ ସୁଦର୍ଶନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶା ଭଲିବଲ୍‌ ଆସୋସିଏସନ୍‌ର ସ୍ୱୀକୃତିପ୍ରାପ୍ତ ବିଭିନ୍ନ କ୍ରୀଡ଼ା ଅଧିକାରୀ, ବିଶ୍ୱବିଦ୍ୟାଳୟର ଅନୁବନ୍ଧିତ ମହାବିଦ୍ୟାଳୟର କ୍ରୀଡା ଶିକ୍ଷକଗଣ ଓ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ଓ କର୍ମକର୍ତ୍ତାଗଣ ପ୍ରତିଯୋଗିତାର ପରିଚାଳନାରେ ସହଯୋଗ କରିଥିଲେ ।  ସନ୍ଧ୍ୟାରେ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

No comments:

Post a Comment

Odia and English Debate Competition on Women's Reservation in India

Odia and English Debate Competition on Women's Reservation in India held on 13-04-2026 at 200-seated Convention Hall at Maharaja Sriram ...