National Seminar on 'Frontiers in Chemical Science' @MSCBU

 

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ରସାୟନ ବିଜ୍ଞାନ ବିଭାଗରେ ଏକ ଦୁଇ ଦିବସୀୟ ଜାତୀୟ ଆଲୋଚନାଚକ୍ର  ଅନୁଷ୍ଠିତ ହୋଇଯାଇଛି । 'ଫ୍ରଣ୍ଟିୟରସ୍‌ ଇନ୍‌ କେମିକାଲ୍‌ ସାଇନ୍ସ' ଶୀର୍ଷକ ଏହି ଆଲୋଚନାଚକ୍ରକୁ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଉଦ୍‌ଘାଟନ କରିବା ଅବସରରେ ନିଜ ବକ୍ତବ୍ୟରେ ଶିକ୍ଷକ ଓ ଗବେଷକ ମାନଙ୍କର ମାନସିକ ପରିବର୍ତ୍ତନ ଦ୍ୱାରା ନୂତନ ଗବେଷଣାକୁ ଆଗକୁ ନେବା ଉପରେ ପ୍ରାଧାନ୍ୟ ଦେଇଥିଲେ । ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆଇଜର ବ୍ରହ୍ମପୁରର ନିର୍ଦ୍ଦେଶକ ପ୍ରଫେସର ଅଶୋକ କୁମାର ଗାଙ୍ଗୁଲି ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ଛାତ୍ରଛାତ୍ରୀମାନଙ୍କ ସହିତ ମତ ବିନିମୟ କରି ନିଜକୁ ବିକଶିତ କରିବା ପାଇଁ ଆହ୍ୱାନ ଦେଇଥିଲେ । ମୁଖ୍ୟ ବକ୍ତା ଭାବେ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର ସେଣ୍ଟର ଫର୍‌ ନାନୋ ସାଇନ୍ସ ଆଣ୍ଡ୍‌ ନାନୋ ଟେକ୍ନୋଲଜିର ନିର୍ଦ୍ଦେଶକ ପ୍ରଫେସର କୁଳମଣି ପରିଡ଼ା ଯୋଗଦାନ କରି ଗବେଷଣାତ୍ମକ ରଚନାରେ ନିଜକୁ ବ୍ରତୀ କରିବାଦ୍ୱାରା ବୈଜ୍ଞାନିକ ଓ ଶିକ୍ଷକ ମାନେ ଜୀବନରେ ଶେଷ ସମୟ ପର୍ଯ୍ୟନ୍ତ ସୁସ୍ଥ ଓ ନିରାମୟ ରହିପାରିବେ ବୋଲି ମତବ୍ୟକ୍ତ କରିଥିଲେ । ଏହି ଆଲୋଚନାଚକ୍ରରେ ଓଡ଼ିଶାର ବୟୋଜ୍ୟେଷ୍ଠ ରସାୟନବିତ୍‌ ତଥା ମହାରାଜା ପୂର୍ଣ୍ଣଚନ୍ଦ୍ର ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟାପକ ତଥା ଆଇଆଇଟି ଖଡଗପୁରର ଅବସରପ୍ରାପ୍ତ ପ୍ରଫେସର ବଳରାମ ସାହୁଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହାର ଉତ୍ତରରେ ପ୍ରଫେସର ସାହୁ ଛାତ୍ର ଓ ଶିକ୍ଷକ ସମ୍ପର୍କ ଉପରେ ଗୁରୁତ୍ୱାରୋପ କରିବା ସଙ୍ଗେ ସଙ୍ଗେ ସମାଜରେ ଶୈକ୍ଷିକ ବାତାବରଣ ସୃଷ୍ଟି କରିବା ପାଇଁ ଆହ୍ୱାନ କରିଥିଲେ । ଆଲୋଚନାଚକ୍ରର ଆବାହକ ବିଭାଗୀୟ ପ୍ରଫେସର ପ୍ରମୋଦ କୁମାର ଶତପଥି ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ସହ-ଆବାହକ ବିଭାଗୀୟ ପ୍ରଫେସର ରାଜେଶ କୁମାର ସିଂହ ଆଲୋଚନାଚକ୍ରର ବିଷୟବସ୍ତୁ ଉପରେ ଆଲୋକପାତ କରିଥିଲେ । କାର୍ଯ୍ୟକାରୀ ସମ୍ପାଦକ ଡ. ଲିଙ୍ଗରାଜ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଉଦ୍‌ଯାପନୀ ସମାରୋହରେ ଉତ୍କଳ ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଫେସର ନିଗମାନନ୍ଦ ଦାସ ମୁଖ୍ୟ ଅତିଥି ଭାବେ ଏବଂ ଭିଏସ୍‌ଏସ୍‌ୟୁଟି ବୁର୍ଲାର ପ୍ରଫେସର ଏସ୍‌.କେ. ସ୍ୱାଇଁ, ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରଫେସର ଏସ୍‌.କେ. ବଡ଼ମାଳୀ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଏହି ଆଲୋଚନାଚକ୍ରରେ ଏଆଇସିଏସ୍‌ କୋଲକାତାର ପ୍ରଫେସର ଏନ୍‌. ପ୍ରଧାନ, ଏନ୍‌ଆଇଟି ରାଉରକେଲାର ପ୍ରଫେସର ଏନ୍‌. ପଣ୍ଡା, ଆଇଆଇଟି ହାଇଦରାବାଦର ପ୍ରଫେସର ଏସ୍‌. କେ. ମାର୍ଥା, ନାଇଜର ଭୁବନେଶ୍ୱରର ପ୍ରଫେସର ଜେ. ଏନ୍‌. ବେହେରା, ଆଇଆଇଟି ଭୁବନେଶ୍ୱରର ପ୍ରଫେସର ୟୁ. ପି. ଓଝା,  ଆଇଆଇଟି ଖଡଗପୁରର ପ୍ରଫେସର ଏ. ରାଜାକୁମାର, ପ୍ରଫେସର ଏନ୍‌.ଡି. ପ୍ରଦୀପ ସିଂହ, ସିଏସ୍‌ଆଇଆର ଏନ୍‌ଏମ୍‌ଏଲ୍‌ ଜାମସେଦପୁରର ଡ. ତ୍ରିଲୋଚନ ମିଶ୍ର, କେଇସି ଭୁବନେଶ୍ୱରର ଡ. ପି. ମହାପାତ୍ର, ଆଇଜର ବ୍ରହ୍ମପୁରର ଡ. ପ୍ରସେନଜିତ ଦା, ଡ. ଏ.ଏନ୍‌. ଦୋଡ୍ଡି, ସିଭି ରମଣ ଗ୍ଲୋବାଲ୍‌ ବିଶ୍ୱବିଦ୍ୟାଳୟର ଡ. ପି.କେ ମହାପାତ୍ର, ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ୱୟଂଶାସିତ ମହାବିଦ୍ୟାଳୟର ଡ. ସ୍ୱାଗତିକା ସାହୁ, ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଡ. ବି. ମହାନ୍ତି ପ୍ରମୁଖ ବତ୍କୃତା ପ୍ରଦାନ କରିଥିଲେ । ଆଲୋଚନାଚକ୍ରକୁ ସଫଳତା ସହ ପରିଚାଳନାରେ ଡ. ଅମର କୁମାର ଦୋରା, ଡ. ଆଶିଷ କୁମାର ଜେନା, ଡ. ଭବାନୀ ଶଙ୍କର ମହାନ୍ତ, ନୀଳିମା ତ୍ରିପାଥୀ, ରିକା ପଣ୍ଡା, ଗଣେଶ୍ୱର ମୁଖି, ସନ୍ଧ୍ୟାରାଣୀ ମିଶ୍ର, ଦେବାଶିଷ ଦାସ, ଚିନ୍ମୟ ଚିରସୁନ୍ଦର ବେହେରା, ସଂହିତା ସ୍ୱାଇଁ ଓ ଅନ୍ୟ ଛାତ୍ରଛାତ୍ରୀ ସହଯୋଗ କରିଥିଲେ । ପ୍ରଥମ ଦିବସର ସନ୍ଧ୍ୟାରେ ବିଭାଗୀୟ ଛାତ୍ରଛାତ୍ରୀଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

National Conference on Recent Trends in Computing, Communication and Applications (RTCCA – 2025) @MSCBU


 ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ସ୍ନାତକୋତ୍ତର କମ୍ପ୍ୟୁଟର ପ୍ରୟୋଗ ବିଭାଗ ଦ୍ୱାରା ଆୟୋଜିତ ଏକ ଦୁଇ ଦିବସୀୟ ଜାତୀୟ ସମ୍ମିଳନୀ ଉଦ୍‌ଘାଟିତ ହୋଇଯାଇଛି । "ରିସେଣ୍ଟ୍‌ ଟ୍ରେଣ୍ଡ୍‌ସ୍‌ ଇନ୍‌ କମ୍ପ୍ୟୁଟିଙ୍ଗ୍‌, କମ୍ପ୍ୟୁନିକେସନ ଆଣ୍ଡ୍‌ ଆପ୍ଲିକେସନ୍‌ସ୍‌" ଶୀର୍ଷକ ଏହି ସମ୍ମିଳନୀକୁ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନିଜ ବକ୍ତବ୍ୟରେ କମ୍ପ୍ୟୁଟର ଗବେଷଣାକୁ ଶିଳ୍ପ, ସ୍ୱାସ୍ଥ୍ୟ, ଶିକ୍ଷା, ବ୍ୟବସାୟ ବ୍ୟତୀତ ସାମାଜିକ କ୍ଷେତ୍ରରେ ପ୍ରୟୋଗ କରିବାକୁ ଗବେଷକ ଓ ଛାତ୍ରଛାତ୍ରୀ ମାନଙ୍କୁ ଆହ୍ୱାନ କରିଥିଲେ ଏବଂ ବିଶ୍ୱବିଦ୍ୟାଳୟ ଦ୍ୱାରା ମହାବିଦ୍ୟାଳୟ ଓ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ କମ୍ପ୍ୟୁଟର ସଚେତନତା ପାଇଁ କାର୍ଯ୍ୟକ୍ରମ ମାନ ହାତକୁ ନେବାକୁ ପରାମର୍ଶ ଦେଇଥିଲେ । ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁଙ୍କ ପୌରୋହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟର କମ୍ପ୍ୟୁଟର ବିଭାଗ ମୁଖ୍ୟ ପ୍ରଫେସର ଉତ୍ପଳ ରାୟ 'କ୍ୱାଣ୍ଟମ୍‌ ଇନ୍‌ଫର୍‌ମେଟିକ୍‌ସ' ଶୀର୍ଷକ ବକ୍ତବ୍ୟରେ କ୍ୱାଣ୍ଟମ୍‌ କମ୍ପ୍ୟୁଟିଙ୍ଗ୍‌ ଉପରେ ନିଜର ଗବେଷଣା ସମ୍ପର୍କରେ ତଥ୍ୟ ରଖିଥିଲେ ଓ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଭାବ ବିନିମୟ କରିଥିଲେ । ଏନ୍‌ଭିଡ଼ିଆ ହାଇଦରାବାଦର ପ୍ରିନ୍ସ୍‌ପାଲ୍‌ ସଫ୍ଟୱେର୍‌ ଇଞ୍ଜିନିୟର ଅରୁଣ କୁମାର ତ୍ରିପାଠୀ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ 'କମ୍ପ୍ୟୁଟର ଆର୍କିଟେକ୍‌ଚର ଫର୍‌ ଅନ୍‌ ଡିଭାଇସ୍‌ ଏମ୍‌ଏଲ୍‌' ଶୀର୍ଷକ ବକ୍ତବ୍ୟରେ ଆଜିକାଲିର ସ୍ମାର୍ଟଫୋନ୍‌ରେ କିପରି ମେସିନ୍‌ ଲର୍ଣ୍ଣିଁ ହୋଇପାରୁଛି ସେହି ଧାରା ଉପରେ ନିଜର ଅଭିମତ ରଖିଥିଲେ । ସମ୍ମିଳନୀର ଆବାହକ ବିଭାଗୀୟ ମୁଖ୍ୟ ପ୍ରଫେସର ଏମ୍‌ ହିମବିନ୍ଦୁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ସହ-ଆବାହକ ସହକାରୀ ପ୍ରଫେସର ଡ. ପ୍ରଶାନ୍ତ କୁମାର ସ୍ୱାଇଁ ଅତିଥି ପରିଚୟ ପ୍ରଦାନ କରିଥିଲେ । ସମ୍ମିଳନୀର କାର୍ଯ୍ୟକାରୀ ସମ୍ପାଦକ ସହକାରୀ ପ୍ରଫେସର ଡ. ସ୍ୱରୂପାନନ୍ଦ ବିଷୟୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସମ୍ମିଳନୀରେ ନାଗାଲାଣ୍ଡ ବିଶ୍ୱବିଦ୍ୟାଳୟର ପ୍ରଫେସର ସୁଜାତା ଦାଶ, ଆଇଆଇଆଇଟି ଭୁବନେଶ୍ୱରର ଡ. ରାକେଶ ଚନ୍ଦ୍ର ବଳବନ୍ତରାୟ ଓ ଆଇଆଇଟି ଖଡଗପୁରର ମାଇଣ୍ଡ୍‌ଲ୍ୟାବ୍‌ ରିସର୍ଚ୍ଚ୍‌ର ପରାମର୍ଶଦାତା ଡ. ଆର୍ଚ୍ଚି ବାନାର୍ଜୀ ନିମନ୍ତ୍ରିତ ବକ୍ତା ରୂପେ ଓ ୧୦୦ ଜଣ ଗବେଷକ/ଗବେଷିକା ଓ ଛାତ୍ରଛାତ୍ରୀ ଯୋଗଦେଇ ନିଜର ଗବେଷଣା ଉପସ୍ଥାପନା କରୁଛନ୍ତି । କାର୍ଯ୍ୟକ୍ରମ ପରିଚାଳନାରେ ବିଭାଗର ଭାଗ୍ୟଶ୍ରୀ ପାତ୍ର, ଜ୍ୟୋତିକିଶୋର ମହାନ୍ତ, ମନୋଜ ମୁଖୀ ପ୍ରମୁଖ ସହଯୋଗ କରିଥିଲେ । ଉଦ୍‌ଘାଟନୀ ସମାରୋହରେ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ ।

International Conference on "Recent Trends in Biotechnology for a Better Tomorrow" @MSCBU

 


ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ସ୍ନାତକୋତ୍ତର ଜୈବପ୍ରଯୁକ୍ତି ବିଭାଗ ଦ୍ୱାରା ଆୟୋଜିତ ଏକ ଦୁଇ ଦିବସୀୟ ଆନ୍ତର୍ଜାତୀୟ ସମ୍ମିଳନୀ ଉଦ୍‌ଘାଟିତ ହୋଇଯାଇଛି । "ବାୟୋଟେକ୍ନୋଲଜି ଫର୍‌ ଏ ବେଟର୍‌ ଟୁମୋରୋ" ଶୀର୍ଷକ ଏହି ସମ୍ମିଳନୀକୁ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ମୁଖ୍ୟ ପୃଷ୍ଠପୋଷକ ଭାବେ ଯୋଗ ଦେଇ ନିଜ ବକ୍ତବ୍ୟରେ ବିଶ୍ୱସ୍ତରୀୟ ଆହ୍ୱାନ ଗୁଡ଼ିକର ମୁକାବିଲା ପାଇଁ ସ୍ଥାୟୀ ଜୈବପ୍ରଯୁକ୍ତିବିଦ୍ୟା ସମାଧାନ ଉପରେ ଗୁରୁତ୍ୱାରୋପ କରିବାକୁ ପରାମର୍ଶ ଦେଇଥିଲେ ଏବଂ ସାଂପ୍ରତିକ ସମସ୍ୟା ଗୁଡ଼ିକ ଉପରେ ଗବେଷଣା କରିବାକୁ ନବପିଢ଼ିର ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହିତ କରିଥିଲେ । ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁଙ୍କ ପୌରୋହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାମକୃଷ୍ଣ ମିଶନ ବିବେକାନନ୍ଦ ଶିକ୍ଷା ଏବଂ ଗବେଷଣା ପ୍ରତିଷ୍ଠାନର ଜଣେ ପ୍ରସିଦ୍ଧ ବୈଜ୍ଞାନିକ ପ୍ରଫେସର ନୃସିଂହ ଦେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜୈବପ୍ରଯୁକ୍ତିବିଦ୍ୟା ଗବେଷଣାରେ ଆନ୍ତଃଶାଖାଗତ ସହଯୋଗର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ନବସୃଜନକୁ ପ୍ରୋତ୍ସାହିତ କରିବା ପାଇଁ ବିଶ୍ୱବିଦ୍ୟାଳୟର ଏହି ପ୍ରୟାସକୁ ପ୍ରଶଂସା କରିଥିଲେ । ଓଡ଼ିଶା ସରକାରଙ୍କ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ବିଭାଗର ଉପନିର୍ଦ୍ଦେଶକ (ବୈଷୟିକ) ଡକ୍ଟର ଶଶିକାନ୍ତ ଦାଶ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ  ଓଡିଶାର ଜୈବପ୍ରଯୁକ୍ତି ଗବେଷଣାର ବିଭିନ୍ନ ପଦକ୍ଷେପଗୁଡ଼ିକୁ ସମର୍ଥନ କରିବାରେ ସରକାରଙ୍କ ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ଦୃଢ଼ ଶିଳ୍ପ-ଶିକ୍ଷା ସହଭାଗୀତା ପାଇଁ ଆହ୍ୱାନ କରିଥିଲେ । ସମ୍ମିଳନୀର ଆବାହକ ବିଭାଗୀୟ ମୁଖ୍ୟ ପ୍ରଫେସର ବିଶ୍ୱଜିତ ରଥ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ସମ୍ମିଳନୀର କାର୍ଯ୍ୟକାରୀ ସମ୍ପାଦକ ପ୍ରଫେସର ସୁକାନ୍ତ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସମ୍ମିଳନୀରେ ଥାଇଲାଣ୍ଡ୍‌ ବ୍ୟାଙ୍କକ୍‌ର ଏସିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲଜିର ପ୍ରଫେସର ଅଭିଷେକ ଦତ୍ତ ଓ ଦେଶ ବିଦେଶରେ ପ୍ରାୟ ୨୨ ଜଣ ନିମନ୍ତ୍ରିତ ବକ୍ତା ଗବେଷଣା ଉପସ୍ଥାପନା କରୁଛନ୍ତି । ଉଦ୍‌ଘାଟନୀ ସମାରୋହରେ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ ।

Nabonmesh - a unique talent competition for UG/PG Students @MSCBU

 

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ "ନବୋନ୍ମେଷ - ନବସୃଜନର ନୂତନ ଅଧ୍ୟାୟ" ନାମକ ଏକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଭାରତ ସରକାରଙ୍କ ପି.ଏମ୍‌ ଉଷା କାର୍ଯ୍ୟକ୍ରମ ଆନୁକୂଲ୍ୟରେ ବିଶ୍ୱବିଦ୍ୟାଳୟର ମିଡ଼ିଆ କ୍ଲବ୍‌ ଓ ରିସର୍ଚ୍ଚ୍‌ କ୍ଲବ୍‌ର ମିଳିତ ସହଯୋଗରେ ଦୁଇଦିନ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମରେ "ପୋଷ୍ଟର", "ରିଲ୍‌ସ୍‌" ଓ "ମଡେଲ/ପ୍ରୋଟୋଟାଇପ୍‌" ଆଦି ପ୍ରତିଯୋଗିତା ସ୍ନାତକ ଓ ସ୍ନାତକୋତ୍ତର ଭିନ୍ନ ଭିନ୍ନ ବର୍ଗରେ ଅନୁଷ୍ଠିତ ହୋଇଥିଲା । ପୋଷ୍ଟର ପ୍ରତିଯୋଗିତାରେ ସମୁଦାୟ ୪୯ ଜଣ, ରିଲ୍‌ସ୍‌ ପ୍ରତିଯୋଗିତାରେ ୧୩୩ ଜଣ ଓ ମଡେଲ/ପ୍ରୋଟୋଟାଇପ୍‌ ପ୍ରତିଯୋଗିତାରେ ୬୫ ଜଣ ଓଡ଼ିଶାର ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଭାଗ ନେଇଥିଲେ । ଏହାର ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁ ଅଧ୍ୟକ୍ଷତା କରିଥିଲେ ଏବଂ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃତୀ ଛାତ୍ରଛାତ୍ରୀଙ୍କୁ ମାନପତ୍ର ସହ କ୍ୟାଶ୍‌ ପୁରସ୍କାର ପ୍ରଦାନ କରିଥିଲେ  । ପ୍ରଫେସର ତ୍ରିପାଠୀ ନିଜ ବକ୍ତବ୍ୟରେ ବିଶ୍ୱବିଦ୍ୟାଳୟ ସ୍ୱଳ୍ପ ସମୟରେ ଏଭଳି ଏକ ଅଭିନବ ପ୍ରତିଯୋଗିତା ଆୟୋଜନ କରିଥିବାରୁ ଗର୍ବ ଅନୁଭବ କରିବା ସହ ସମସ୍ତ ପ୍ରତିଯୋଗୀଙ୍କୁ ଏଥିରେ ଭାଗନେଇଥିବାରୁ ସାଧୁବାଦ ଜଣାଇଥିଲେ । ପି.ଏମ୍‌ ଉଷାର ବିଶ୍ୱବିଦ୍ୟାଳୟର ନୋଡାଲ୍‌ ଅଧିକାରୀ ପ୍ରଫେସର ଇନ୍ଦ୍ରଜିତ ନାଏକ ଭାରତ ସରକାରଙ୍କ ପି.ଏମ୍‌ ଉଷା କାର୍ଯ୍ୟକ୍ରମ ବିଷୟରେ ବିବରଣୀ ଦେଇଥିଲେ । ମିଡ଼ିଆ କ୍ଲବ୍‌ର ସଂଯୋଜକ ଡ. ସ୍ୱରୂପାନନ୍ଦ ବିଷୟୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଏବଂ ରିସର୍ଚ୍ଚ୍‌ କ୍ଲବ୍‌ର ସଂଯୋଜିକା ଡ. କୁକୁ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏ ଅବସରରେ ନାଟ୍ୟଚେତନାର କଳାକାର ସୁଜାତା ପ୍ରିୟମ୍ବଦା ତାଙ୍କରି ଚିତାକର୍ଷକ ଲୋକପ୍ରିୟ ନାଟକ 'ରେବତୀ ଏବତୀ ସେବତୀ' ପରିବେଷଣ କରି ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ ।

ପ୍ରତିଯୋଗିତାର ବିଚାରକ ମଣ୍ଡଳୀରେ ପୋଷ୍ଟର ପ୍ରତିଯୋଗିତାରେ ଫକୀରମୋହନ ବିଶ୍ୱବିଦ୍ୟାଳୟର ଚିତ୍ରକଳା ଶିକ୍ଷକ ନିତ୍ୟାନନ୍ଦ ସାହୁ, ମହାରାଜା ପୂର୍ଣ୍ଣଚନ୍ଦ୍ର ମହାବିଦ୍ୟାଳୟର ପ୍ରାଣୀବିଜ୍ଞାନ ବିଭାଗର ଅବସରପ୍ରାପ୍ତ ଫଟୋଗ୍ରାଫର ଚାରୁଚନ୍ଦ୍ର ଦାସ, ବାରିପଦାର ସୁନାମଧନ୍ୟ ଚିତ୍ରକାର ମାନସ ରଞ୍ଜନ ପତି ପ୍ରମୁଖ ରହି ଥିଲେ । ସେହିପରି ରିଲ୍‌ସ୍‌ ପ୍ରତିଯୋଗିତାରେ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରାଚୀନ ଭାରତୀୟ ଇତିହାସ, ସଂସ୍କୃତି ଏବଂ ପ୍ରତ୍ନତତ୍ତ୍ୱ ବିଭାଗର ଅବସରପ୍ରାପ୍ତ ପ୍ରଫେସର ସଞ୍ଜୟ ଆଚାର୍ଯ୍ୟ, ବାରିପଦାର ସୁନାମଧନ୍ୟ ୟୁଟ୍ୟୁବର୍‌ ସୋନିଆ ସାଉ, ମୟୂରଭଞ୍ଜ କ୍ରିଏଟର୍‌ସ୍‌ କନ୍‌ସୋର୍ଟିୟମ୍‌ର ପ୍ରତିଷ୍ଠାତା ଶ୍ରୀୟାଂଶୁ ପ୍ରଧାନ ପ୍ରମୁଖ ବିଚାରକ ଭାବେ ରହି ଥିଲେ । ମଡେଲ/ପ୍ରୋଟୋଟାଇପ୍‌ ପ୍ରତିଯୋଗିତାରେ ଫକୀରମୋହନ  ବିଶ୍ୱବିଦ୍ୟାଳୟର ପ୍ରଫେସର ବିଷ୍ଣୁ ପ୍ରସାଦ ଦାସ, ପ୍ରଫେସର ସୂର୍ଯ୍ୟେନ୍ଦୁ କୁମାର ଦେ, ପ୍ରଫେସର ପଙ୍କଜ ପାଢ଼ି, ଡ. ସନ୍ତୋଷ କୁମାର ଅଗ୍ରୱାଲ୍‌, ଡ. ପବିତ୍ରମୋହନ ନାୟକ, ଡ. ଗୀତାଞ୍ଜଳି ପଣ୍ଡା, ଡ. ଅଶାନ୍ତ ରଞ୍ଜନ ରାଉତରାୟ ପ୍ରମୁଖ ବିଚାରକ ମଣ୍ଡଳୀରେ ରହି ଥିଲେ । 

ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟ ସିଡିସିର ନିର୍ଦ୍ଦେଶିକା ପ୍ରଫେସର ସୁସ୍ମିତା କର, କୁଳସଚିବ ସୁମିତା ସିଂ, ବିତ୍ତ ନିୟନ୍ତ୍ରକ ଶୁକଦେବ ତରେଇ, ପରୀକ୍ଷା ନିୟନ୍ତ୍ରକ ଡ. ସୁବ୍ରତ କୁମାର ରଣା, ବିଶ୍ୱବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ଶେଷରେ ବିଶ୍ୱବିଦ୍ୟାଳୟରେ ଫଗୁ ଉତ୍ସବ ଅନୁଷ୍ଠିତ ହୋଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ ଉଲ୍ଲାସମୟ ବାତାବରଣ ସୃଷ୍ଟି କରିଥିଲା ।

National Conference on "Timeless Voices: Indian Indigenous Culture and Literature" @MSCBU

 

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଇଂରାଜୀ ଓ ସାନ୍ତାଳୀ ବିଭାଗ ଦ୍ୱାରା ଏକ ଦୁଇ ଦିବସୀୟ ଜାତୀୟ ଆଲୋଚନାଚକ୍ର ସଫଳତାର ସହିତ ଆୟୋଜିତ ହୋଇଯାଇଛି । "କାଳଜୟୀ ସ୍ୱର: ଭାରତୀୟ ଆଦିବାସୀ ସଂସ୍କୃତି ଏବଂ ସାହିତ୍ୟ" ଶୀର୍ଷକ ଏହି ଦୁଇ ଦିନିଆ ଜାତୀୟ ଆଲୋଚନାଚକ୍ରରେ ଉଦଘାଟନୀ ସମାରୋହରେ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ମୁଖ୍ୟ ପୃଷ୍ଠପୋଷକ ଭାବେ ଯୋଗ ଦେଇ ନିଜ ବକ୍ତବ୍ୟରେ ଆଦିବାସୀ ଜନଜାତିଙ୍କର ଦେଶଜ ସ୍ୱରର ବିଭିନ୍ନ ଦିଗ ଉପରେ ତାଙ୍କର ଆଲୋଚନା କରିଥିଲେ । ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁଙ୍କ ପୌରୋହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପଦ୍ମଶ୍ରୀ ଡ. ଦମୟନ୍ତୀ ବେଶ୍ରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନିଜ ବକ୍ତବ୍ୟରେ ଭାରତର ସାଂସ୍କୃତିକ ବିବିଧତା, ବିଶେଷକରି ଆଦିବାସୀ ସଂସ୍କୃତି ଉପରେ ତାଙ୍କର ମୂଲ୍ୟବାନ ଅନ୍ତର୍ଦୃଷ୍ଟି ପ୍ରଦାନ କରିଥିଲେ । ସମ୍ମାନିତ ଅତିଥି ବାବେ ବିଦ୍ୟାସାଗର ବିଶ୍ୱବିଦ୍ୟାଳୟର ଡକ୍ଟର ଖୁଦିରାମ ମୁର୍ମୁ ସାନ୍ତାଳୀ ଭାଷାର ସମୃଦ୍ଧି ଉପରେ ଆଲୋକପାତ କରିଥିଲେ । ବିଦ୍ୟାସାଗର ବିଶ୍ୱବିଦ୍ୟାଳୟର ଡକ୍ଟର ଦେବଦାସ ରାୟ ଭାରତ ଏବଂ ଏହାର ବିଭିନ୍ନ ସଂସ୍କୃତି ବିଷୟରେ ବର୍ଣ୍ଣନା କରିଥିଲେ । ସି.ଭି. ରମଣ ଗ୍ଲୋବାଲ୍ ବିଶ୍ୱବିଦ୍ୟାଳୟର ଡକ୍ଟର ମିନୁଶ୍ରୀ ପଟ୍ଟନାୟକ ଭାରତୀୟ ଆଦିବାସୀ ଲେଖାର ଉତ୍ପତ୍ତି ଉପରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଆଲୋଚନାଚକ୍ରର ଆବାହିକା ପ୍ରଫେସର କବିତା କୁମାରୀ ସାହୁ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ଏବଂ କାର୍ଯ୍ୟକାରୀ ସମ୍ପାଦକ ଡ. ଯତୀନ୍ଦ୍ରନାଥ ବେଶ୍ରା କାର୍ଯ୍ୟକ୍ରମର ବିଷୟବସ୍ତୁ ଉପରେ ଆଲୋଚନା କରିଥିଲେ । ଯୁଗ୍ମ କାର୍ଯ୍ୟକାରୀ ସମ୍ପାଦକ ଇଂରାଜୀ ବିଭାଗର ଅଧ୍ୟାପିକା ପ୍ରତୀକ୍ଷା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଯୁଗ୍ମ କାର୍ଯ୍ୟକାରୀ ସଚିବ ଇଂରାଜୀ ବିଭାଗର ଅଧ୍ୟାପିକା ଅଭିପ୍‌ସା ପଟ୍ଟନାୟକ, ପ୍ରୀତିଲଗ୍ନା ସନ୍ତୋଷୀ ମହାକୁଡ ଓ ସାନ୍ତାଳୀ ବିଭାଗର ଅଧ୍ୟାପକ ଦୁର୍ଗା ସୋରେନ, ପିଲଚୁଆନୁ ଠାକୁର ମୁର୍ମୁ ଏବଂ ଉଭୟ ବିଭାଗର ଛାତ୍ରଛାତ୍ରୀ ପରିଚାଳନାରେ  ସହଯୋଗ କରିଥିଲେ । ଏହି ଆଲୋଚନାଚକ୍ରରେ ରାଜ୍ୟ ଏବଂ ଦେଶର ବିଭିନ୍ନ ବିଶ୍ୱବିଦ୍ୟାଳୟ ଏବଂ କଲେଜରୁ ଉଭୟ ଭାଷାରେ ପ୍ରାୟ ୧୦୭ଟି ଲେଖା ଗ୍ରହଣ କରାଯାଇଛି । ଦ୍ୱିତୀୟ ଦିନରେ ଏକ ବିଦାୟ ଅଧିବେଶନ ସହିତ ଏହି ଜାତୀୟ ସମ୍ମିଳନୀ ସଫଳତାର ସହ ଶେଷ ହୋଇଥିଲା ।

Shastriya Odia Bhasa Divas celebration @MSCBU

 


ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ସାହିତ୍ୟ ଓ ସାଂସ୍କୃତିକ ପରିଷଦ ଦ୍ୱାରା ଦ୍ୱାଦଶ ଓଡ଼ିଆ ଶାସ୍ତ୍ରୀୟ ଭାଷା ଦିବସ ପାଳନ ସହିତ ପରିଷଦର ବାର୍ଷିକ ଉତ୍ସବ ବିଶ୍ୱବିଦ୍ୟାଳୟ ପରୀକ୍ଷା ସୌଧ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ଉତ୍ସବରେ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ଓଡ଼ିଆ ହିସାବରେ ଆମର ସ୍ୱାଭିମାନ ବୋଧ ଉପରେ ମନ୍ତବ୍ୟ ରଖିଥିଲେ । ଓଡ଼ିଆଙ୍କ ବାର ମାସରେ ତେର ପର୍ବ ଭଳି ବର୍ଷବ୍ୟାପୀ ସାହିତ୍ୟ ପରିଷଦ କିପରି ବିଭିନ୍ନ କାର୍ଯ୍ୟକ୍ରମ କରି ବିଶ୍ୱବିଦ୍ୟାଳୟରେ ଏକ ନିଆରା ସାହିତ୍ୟ ପରିବେଶ ସୃଷ୍ଟି କରିପାରିବ ସେ ସମ୍ବନ୍ଧରେ ଏକ ରୂପରେଖ ପ୍ରଦାନ କରିଥିଲେ । ମୁଖ୍ୟବକ୍ତା ଭାବେ ମୟୂରଭଞ୍ଜର ଉପଜିଲ୍ଲାପାଳ କବି ଡ. ଦୟାସିନ୍ଧୁ ପରିଡ଼ା କବିତାର ଭଙ୍ଗୀରେ ନିଜର ଓଜସ୍ୱିନୀ ବକ୍ତବ୍ୟ ରଖିଥିଲେ । ମା'ର ମମତା ଜଗତରେ କିପରି ମଣିଷକୁ ବଡ଼ କରିପାରେ ସେହି ପରିପ୍ରେକ୍ଷୀରେ ଓଡ଼ିଆ ଭାଷାର ମହତ୍ୱ ଉପରେ ଆଲୋକପାତ କରିଥିଲେ ।  ପରିଷଦର ସଭାପତି ପ୍ରଫେସର ବବ୍ରୁବାହନ ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିବା ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ପରିଷଦର ସଂପାଦକ ଡ. ବିଚିତ୍ରନାଥ ସାହୁ ବାର୍ଷିକ ବିବରଣୀ ପାଠ କରିଥିଲେ । ସହ-ସମ୍ପାଦକ ଡ. ଶିଶିର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ବିଶିଷ୍ଟ ସାହିତ୍ୟ ପ୍ରତିଭା ଗବେଷକ ଅନୁବାଦକ ଡ. ପ୍ରଣବ ରଞ୍ଜନ ଭୁୟାଁଙ୍କୁ ମାନପତ୍ର, ଉପଢୌକନ ଦେଇ କୁଳପତି ପ୍ରଫେସର ତ୍ରିପାଠୀ ପରିଷଦ ତରଫରୁ ସମ୍ବର୍ଦ୍ଧନା କରିଥିଲେ । ଡ. ଭୁୟାଁ ରାଧାନାଥଙ୍କ ଚିଲିକା, ଗଙ୍ଗାଧର ମେହେରଙ୍କ ତପସ୍ୱିନୀ ପରି କାବ୍ୟ ମାନଙ୍କୁ ଇଂରାଜୀରେ ଅନୁବାଦ କରି ବିଶ୍ୱ ଦରବାରେ ଓଡ଼ିଆ ଭାଷା ଓ ସାହିତ୍ୟରେ ମହତ୍ତ୍ୱକୁ ପହଞ୍ଚାଇ ପାରିଛନ୍ତି ବୋଲି ବକ୍ତାମାନେ ପ୍ରଶଂସା କରିଥିଲେ ।  ତାଙ୍କର ଅନୁବାଦିତ ପୁସ୍ତକ ମାନ ଆମେରିକା, ଇଂଲଣ୍ଡ, ରୁଷ୍‌ ଆଦି ୟୁରୋପୀୟ ଦେଶମାନଙ୍କରେ ଅତି ଆଦର ଲାଭ କରିଅଛି । ଏହି ବାର୍ଷିକ ଉତ୍ସବ ଉଦ୍ଦେଶ୍ୟରେ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଅନୁଷ୍ଠିତ ଓଡ଼ିଆ, ଇଂରାଜୀ, ସଂସ୍କୃତ, ସାନ୍ତାଳୀ ଭାଷାରେ ପ୍ରବନ୍ଧ ରଚନା, ଓଡ଼ିଆ ଓ ଇଂରାଜୀରେ ତର୍କ, ଓଡ଼ିଆ କବିତା, ଆଧୁନିକ ସଙ୍ଗୀତଗାନ ଓ ଅନୁବାଦ ଆଦି ପ୍ରତିଯୋଗିତାରେ ଏକତିରିଶ ଜଣ କୃତୀ ଛାତ୍ରଛାତ୍ରୀଙ୍କୁ ପରିଷଦ ଦ୍ୱାରା ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ପରିଷଦର ଉପ-ସଭାପତି ପ୍ରଫେସର ପୁଷ୍ପାଞ୍ଜଳି ପରିଡ଼ା, ସହ-ସଂପାଦକ ଡ. ସ୍ୱରୂପାନନ୍ଦ ବିଷୟୀ, ସ୍ନାତକୋତ୍ତର ଓଡ଼ିଆ ବିଭାଗର ଅଧ୍ୟାପକ ଶ୍ରୀ ରାଜକୁମାର ପାତ୍ର, ହୃଶୀକେଶ ମହାନ୍ତ, ଅଧ୍ୟାପିକା ଡ. ବିନ୍ଧେଶ୍ୱରୀ କଲିଆ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା । ଉତ୍ସବର ଦ୍ୱିତୀୟ ପର୍ଯ୍ୟାୟରେ ଛାତ୍ରଛାତ୍ରୀ ଓ ବିଭିନ୍ନ ସାହିତ୍ୟ ଅନୁଷ୍ଠାନର କବି ଓ ଲେଖକମାନଙ୍କ ଦ୍ୱାରା ଏକ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା ଏବଂ ଅଂଶଗ୍ରହଣକାରୀ ମାନଙ୍କୁ ପ୍ରଶଂସାପତ୍ର ପ୍ରଦାନ କରାଯାଇଥିଲା । କବିତା ପାଠୋତ୍ସବକୁ ସଂଯୁକ୍ତ ସ୍ନାତକ ଓ ସ୍ନାତକୋତ୍ତର ଶିକ୍ଷକ ଶିକ୍ଷା ପାଠ୍ୟକ୍ରମର ଅଧ୍ୟାପକ ଶ୍ରୀ ସ୍ନେହାଶିଷ ମହାନ୍ତି ସଂଯୋଜନା କରିଥିଲେ ଓ ଅତିଥି ଭାବରେ କବୟତ୍ରୀ ବିରଜା ଦେବୀ, କବି ଶଙ୍କର ଜେନା, ଓ ଅଶୋକ ପଲେଇ ପ୍ରମୁଖ ଯୋଗ ଦେଇଥିଲେ । ଶେଷରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୟୂରଭଞ୍ଜର ଅନେକ ସାହିତ୍ୟିକ, ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ ।

National Seminar on “Fostering Plant Science for Sustainable Development” @MSCBU

 


ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ବିଭାଗ ଦ୍ୱାରା ଏକ ଜାତୀୟ ଆଲୋଚନାଚକ୍ର ସଫଳତାର ସହିତ ଆୟୋଜିତ ହୋଇଯାଇଛି । "ଧାରଣକ୍ଷମ ବିକାଶ ଦିଗରେ ଉଦ୍ଭିଦ ବିଜ୍ଞାନକୁ ପ୍ରୋତ୍ସାହନ" ଶୀର୍ଷକ ଏହି ଦୁଇ ଦିନିଆ ଜାତୀୟ ଆଲୋଚନାଚକ୍ରର ଉଦଘାଟନୀ ସମାରୋହରେ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ମୁଖ୍ୟ ପୃଷ୍ଠପୋଷକ ଭାବେ ଯୋଗ ଦେଇ ନିଜ ବକ୍ତବ୍ୟରେ ଆମ୍ଭମାନଙ୍କ ଦ୍ୱାରା ପୃଥିବୀର ବ୍ୟାପକ ହନନଦ୍ୱାରା ଧାରଣକ୍ଷମ ବିକାଶ ବିଷୟ ଉପରେ ଆଲୋଚନା କରିବାର ଅଧିକାର ଆମେ ହରେଇସାରିଛୁ ବୋଲି କ୍ଷୋଭ ପ୍ରକାଶ କରିବା ସହ ବ୍ୟାପକ ବୃକ୍ଷରୋପଣ ହିଁ ଏହାର ଏକ ସର୍ବୋତ୍କୃଷ୍ଟ ସମାଧାନ ବୋଲି ମତପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ତଥା ଉଦ୍ଭିଦ ବିଜ୍ଞାନୀ ପ୍ରଫେସର ପ୍ରଦୀପ କୁମାର ଚାନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନିଜ ବକ୍ତବ୍ୟରେ ଉଦ୍ଭିଦ ବିଜ୍ଞାନର ବିଭିନ୍ନ ଆୟାମ ଉପରେ ଆଲୋକପାତ କରିବା ସହ ପୃଥିବୀର ବିଭିନ୍ନ ଆହ୍ୱାନର ମୁକାବିଲା କରିବାରେ ଉଦ୍ଭିଦ ବିଜ୍ଞାନର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ ।  ପଶ୍ଚିମବଙ୍ଗର ବିଦ୍ୟାସାଗର ବିଶ୍ୱବିଦ୍ୟାଳୟର ପ୍ରଫେସର ଏ.କେ. ମଣ୍ଡଳ ଧାରଣକ୍ଷମ ବିକାଶରେ ଆନ୍ତଃବିଭାଗୀୟ ଗବେଷଣାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ ।  ଭୁବନେଶ୍ୱରସ୍ଥିତ ସିଏସଆଇଆର – ଖଣିଜ ଏବଂ ବସ୍ତୁ ପ୍ରଯୁକ୍ତି ପ୍ରତିଷ୍ଠାନର ମୁଖ୍ୟ ବୈଜ୍ଞାନିକ ଡକ୍ଟର ନବୀନ କୁମାର ଧଳ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ନିଜ ବକ୍ତବ୍ୟରେ ଉଦ୍ଭିଦ ବିଜ୍ଞାନରେ ବିଭିନ୍ନ ଅଭିନବ ପଦ୍ଧତିର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁ ଆଲୋଚନାଚକ୍ରର ଆଭିମୁଖ୍ୟ ତଥା ଉଦ୍ଦେଶ୍ୟ ସମ୍ପର୍କରେ ବିବରଣୀ ଦେଇଥିଲେ । ଆଲୋଚନାଚକ୍ରର ଆବାହକ ତଥା ବିଭାଗୀୟ ମୁଖ୍ୟ ପ୍ରଫେସର କମଳ ଲୋଚନ ବାରିକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । କାର୍ଯ୍ୟକାରୀ ସମ୍ପାଦକ ତଥା ବିଭାଗୀୟ ସହକାରୀ ପ୍ରଫେସର ଡ. ସୁଦାମ ଚରଣ ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ ।  ଏହି ଆଲୋଚନାଚକ୍ରର ଯୁଗ୍ମ କାର୍ଯ୍ୟକାରୀ ସମ୍ପାଦିକା ବିଭାଗୀୟ ସହକାରୀ ପ୍ରଫେସର ଡ. ବିଷ୍ଣୁପ୍ରିୟା ହାଁସଦା ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ବିଭାଗୀୟ ଅଧ୍ୟାପିକା ନମିତା ମଣ୍ଡଳ ଓ ଅଧ୍ୟାପକ ସୁଧିର କୁମାର ବେହେରା ପ୍ରମୁଖ ଏହି କାର୍ଯକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏହି ଆଲୋଚନାଚକ୍ରରେ ରାଜ୍ୟ ତଥା ରାଜ୍ୟ ବାହାରର ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର ଗବେଷକ/ଗବେଷିକା ଯୋଗଦାନ କରିଛନ୍ତି । ଉଦ୍‌ଘାଟନୀ ସମାରୋହରେ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରଛାତ୍ରୀ ମାନେ ଯୋଗଦେଇଥିଲେ ।

International Womens' Day Celebration @MSCBU

 

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟର ମହିଳା ସହାୟତା ସେଲ୍ ଓ ଜାତୀୟ ସେବା ଯୋଜନା ଆନୁକୁଲ୍ୟରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇ ଯାଇଛି। ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ମାଗଦର୍ଶନରେ ଏବଂ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଏହି ସଭାରେ ପୂର୍ବତନ ରାଜ୍ୟ ସୂଚନା କମିଶନର ଶ୍ରୀମତୀ ଶଶିପ୍ରଭା ବିନ୍ଧାଣୀ, ଉଚ୍ଚ ନ୍ୟାୟାଳୟର ଆଡଭୋକେଟ୍ ସୁଜାତା ଜେନା ଏବଂ  ସମଦୃଷ୍ଟି ର କାର୍ଯ୍ୟ ନିର୍ବାହୀ ସଂପାଦକ ଶ୍ରୀ ବିଘ୍ନେଶ୍ୱର ସାହୁ ଅତିଥି ଭାବେ ଯୋଗଦେଇ ସାଂପ୍ରତିକ ପରିସ୍ଥିତିରେ ନାରୀ  ମାନଙ୍କ ସ୍ଥିତି, ପ୍ରଗତି,ଗଣ ମାଧ୍ୟମରେ ସେମାନଙ୍କର ଯୋଗଦାନ ଓ ସେମାନଙ୍କର ଆଇନଗତ ଅଧିକାର ସଂପର୍କରେ ବିଶଦ ଆଲୋଚନା କରିଥିଲେ। ଅତିଥି ମାନେ ଛାତ୍ରଛାତ୍ରୀମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ।

ପ୍ରାରମ୍ଭରେ ଆବାହିକା ପ୍ରଫେସର ମିନତୀ ମଲ୍ଲିକ ଏପରି ସଭାର ଆବଶ୍ୟକତା ଓ ଚଳିତ ମହିଳା ଦିବସର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ସଭାପତି ପ୍ରଫେସର ହେମନ୍ତ କୁମାର ସାହୁ ତାଙ୍କ ବକ୍ତବ୍ୟରେ ଆମ ସମାଜରେ ନିଜର ଅନ୍ତର୍ନିହିତ ଗୁଣକୁ ଚିହ୍ନଟ କରି ନାରୀ କିପରି ସଫଳତା ହାସଲ କରିବ ଓ ସ୍ଵାଭିମାନ ଜୀବନ ଜୀଇଁବ ତା ଉପରେ ଗୁରୁତ୍ବ ଦେଇଥିଲେ।

ଏ ଅବସରରେ ଆୟୋଜିତ ଚିତ୍ରକଳା ପ୍ରତିଯୋଗୀତାରେ ଅଂଶଗ୍ରହଣ କରିଥିବା କୃତୀ  ଛାତ୍ରୀ ସୁଶ୍ରୀ ପଲ୍ଲବୀ ଦତ୍ତ, ବିଶ୍ଵରୂପା ରାଉତ ଓ ବିଦ୍ୟୁତ୍ ପ୍ରଭା ମହାନ୍ତଙ୍କୁ ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ସ୍ଥାନ ପାଇଁ ମାନପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା। ଉତ୍ସବରେ ଡ଼ ପ୍ରିୟଙ୍କା ଦାସ ଅତିଥି ମାନଙ୍କୁ ମଞ୍ଚ କୁ ଆବାହନ କରିଥିବା ସମୟରେ ପ୍ରଫେସର ଏମ୍ ହିମାବିନ୍ଦୁ ପରିଚୟ ପ୍ରଦାନ କରିଥିଲେ। ସଭାରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ବିଶ୍ଵବିଦ୍ୟାଳୟ ସଂଗୀତ ଗାନ କରାଯାଇଥିଲା।ଶେଷରେ ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରିଣୀ ଡ଼ ବିଷ୍ଣୁପ୍ରିୟା ହାଁସଦା ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Science Academies' Lecture Workshop on "Biotechnology: Impact on Biodiversity for Sustainable Development" @MSCBU

 

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ "ଜୈବପ୍ରଯୁକ୍ତିବିଦ୍ୟା: ଧାରଣକ୍ଷମ ବିକାଶ ପାଇଁ ଜୈବ ବିବିଧତା ଉପରେ ପ୍ରଭାବ" ବିଷୟ ଉପରେ ବିଜ୍ଞାନ ଏକାଡେମୀର ବକ୍ତୃତା କର୍ମଶାଳାର ଉଦଘାଟନୀ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଜୈବପ୍ରଯୁକ୍ତି ବିଭାଗ ଦ୍ୱାରା ଆୟୋଜିତ ଏହି କର୍ମଶାଳା ବାଙ୍ଗାଲୋରସ୍ଥିତ ଭାରତୀୟ ବିଜ୍ଞାନ ଏକାଡେମୀ, ନୂଆଦିଲ୍ଲୀସ୍ଥିତ ଭାରତୀୟ ଜାତୀୟ ବିଜ୍ଞାନ ଏକାଡେମୀ ଏବଂ ଆଲ୍ଲାହାବାଦସ୍ଥିତ ଜାତୀୟ ବିଜ୍ଞାନ ଏକାଡେମୀ ଦ୍ୱାରା ପ୍ରାୟୋଜିତ ହୋଇଥିଲା । ଉଦ୍‌ଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବିଶ୍ୱବିଦ୍ୟାଳୟ କୁଳପତି ସନ୍ତୋଷ କୁମାର ତ୍ରିପାଠୀ ତାଙ୍କ ଭାଷଣରେ ଜୈବବିବିଧତା ସଂରକ୍ଷଣରେ ଜୈବପ୍ରଯୁକ୍ତିର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଥିଲେ । ପ୍ରଫେସର ତ୍ରିପାଠୀ ପ୍ରଥମ ଥର ପାଇଁ ଏଭଳି ଏକ କର୍ମଶାଳା ଆୟୋଜନ ହୋଇଥିବାରୁ କରିବାକୁ ଖୁସି ପ୍ରକାଶ କରିଥିଲେ ଏବଂ ଭବିଷ୍ୟତରେ ବିଶ୍ୱବିଦ୍ୟାଳୟକୁ ଶିଖରରେ ପହଞ୍ଚାଇବା ପାଇଁ ଏଭଳି କର୍ମଶାଳା ଆୟୋଜନ ଉପରେ ଗୁରୁତ୍ୱାରୋପ କରିଥିଲେ । ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁ ଏହି କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରିଥିଲେ । ଆଇଆଇଟି ଖଡ଼ଗପୁରର ପ୍ରଫେସର ତଥା କର୍ମଶାଳାର ଆବାହକ ପ୍ର. ନିରୁପମା ମଲ୍ଲିକ ବକ୍ତୃତା କର୍ମଶାଳାର ବିଷୟବସ୍ତୁ ଉପରେ ଆଲୋଚନା କରିଥିଲେ ଏବଂ ଯୁବ ପିଢ଼ି ପାଇଁ ଏପରି କର୍ମଶାଳାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ଜୈବପ୍ରଯୁକ୍ତି ବିଭାଗର ମୁଖ୍ୟ ତଥା କାର୍ଯ୍ୟକ୍ରମର ସଂଯୋଜକ ପ୍ରଫେସର ବିଶ୍ୱଜିତ ରଥ ଅତିଥି ପରିଚୟ ତଥା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ କର୍ମଶାଳାର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ଭାରତୀୟ ଜାତୀୟ ବିଜ୍ଞାନ ଏକାଡେମୀର ସମ୍ମାନଜନକ ବୈଜ୍ଞାନିକ ପ୍ରଫେସର ଏମ୍. ସଞ୍ଜପ୍ପା, ଫକୀରମୋହନ ବିଶ୍ୱବିଦ୍ୟାଳୟର ପୂର୍ବତନ-କୁଳପତି ପ୍ରଫେସର ଶିବପ୍ରସାଦ ଅଧିକାରୀ, ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ ପ୍ରଫେସର ଜୈବପ୍ରଯୁକ୍ତି ଏବଂ ପ୍ରାଣୀ ବିଜ୍ଞାନ ବିଭାଗ ପ୍ରଫେସର ଜି.ବି.ଏନ୍. ଚୈନି ଏବଂ ନେହୁ ଶିଲଂର ଉଦ୍ଭିଦ ବିଜ୍ଞାନ ବିଭାଗର ପ୍ରଫେସର ଏସ୍.କେ. ବାରିକଙ୍କ ସମେତ ବିଶିଷ୍ଟ ବକ୍ତାମାନେ ବତ୍କୃତା ପ୍ରଦାନ କରିଥିଲେ । ବିଭାଗୀୟ ପ୍ରଫେସର ସୁକାନ୍ତ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କର୍ମଶାଳା ଅତ୍ୟାଧୁନିକ ଗବେଷଣା ଉପରେ ଜ୍ଞାନ ଆଦାନପ୍ରଦାନ ଏବଂ ଆଲୋଚନା ପାଇଁ ଏକ ଆକର୍ଷଣୀୟ କ୍ଷେତ୍ର ପ୍ରଦାନ କରିଥିଲା, ଯାହା କ୍ଷେତ୍ରର ଉନ୍ନତି ଉପରେ ବିଚାର ବିମର୍ଶ କରିବା ପାଇଁ ବିଶେଷଜ୍ଞ ଏବଂ ବିଦ୍ୱାନମାନଙ୍କୁ ଏକତ୍ର କରିଥିଲା । ଏହି କାର୍ଯ୍ୟକ୍ରମକୁ ଡକ୍ଟର ସନ୍ତୋଷ କୁମାର ସାହୁ, ଡକ୍ଟର ଗୁଣନିଧି ଧାଙ୍ଗଡ଼ାମାଝୀ, ଗୁରୁପ୍ରସାଦ ଦୋରା, ରଶ୍ମି ପ୍ରଧାନ ପ୍ରମୁଖ ସଂଯୋଜନା କରିଥିଲେ । ଏହି ଦୁଇ ଦିନିଆ କର୍ମଶାଳାରେ ପ୍ରାୟ ୨୦୦ ଜଣ ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ଛାତ୍ରଛାତ୍ରୀ, ଗବେଷକଗଣ ଓ ୮ଟି ଅନୁବନ୍ଧିତ କଲେଜର ସ୍ନାତକ ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ । ଉଦଘାଟନୀ ଅଧିବେଶନରେ ବିଶ୍ୱବିଦ୍ୟାଳୟର ଅଧ୍ୟାପକ, ଗବେଷଣା ବିଦ୍ୱାନ ଏବଂ ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ

Closing ceremony of Five-Day National Workshop on Educational Research Methodology

 


ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟର ଶିକ୍ଷା ବିଭାଗ ଓ ସମନ୍ବିତ ସ୍ନାତକୋତ୍ତର ଶିକ୍ଷକ ଶିକ୍ଷା ବିଭାଗର ମିଳିତ ଆନୁକୂଲ୍ୟର ଅନୁଷ୍ଠିତ 'ଶୈକ୍ଷିକ ଗବେଷଣା ବ୍ୟବସ୍ଥା ଶାସ୍ତ୍ର' ଶୀର୍ଷକ ପଞ୍ଚ ଦିବସୀୟ ଜାତୀୟ କର୍ମଶାଳା ଉଦ‌ଯାପିତ ହୋଇଯାଇଛି । ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ମାର୍ଗଦର୍ଶନରେ ଆୟୋଜିତ ଏବଂ କର୍ମଶାଳାର ଆବାହିକା ପ୍ରଫେସର ମିନତି ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନୀ ସମାରୋହରେ ମୁଖ୍ୟଅତିଥି ଭାବେ ଫକୀରମୋହନ ବିଶ୍ଵବିଦ୍ୟାଳୟର ଶିକ୍ଷା ବିଭାଗର ମୁଖ୍ୟ ପ୍ରଫେସର ଅମୂଲ୍ୟ କୁମାର ଆଚାର୍ଯ୍ୟ ଯୋଗଦେଇ ଉତ୍ତମ ଗବେଷଣାର ଗୁଣାବଳୀ ଓ ଆବଶ୍ୟକ‌ତା ଉପରେ ଆଲୋକପାତ କରିଥିଲେ । କର୍ମଶାଳାର ସହ-ଆବାହକ ଡ଼ ଚକ୍ରଧର ନାୟକ କର୍ମଶାଳାର ସୁଦୂର ପ୍ରସାରୀ ପ୍ରବାହକୁ ନେଇ ଆଶାବାଦୀ ମତପୋଷଣ କରିଥିଲେ । କାର୍ଯ୍ୟକ୍ରମ ଶେଷରେ କର୍ମଶାଳାର କାର୍ଯ୍ୟକାରୀ ସମ୍ପାଦିକା ନିଶିବିଜିତା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଦୀର୍ଘ ପାଞ୍ଚ ଦିନ ଧରି ଅନୁଷ୍ଠିତ ହୋଇଥିବା ଏହି ଜାତୀୟ କର୍ମଶାଳାରେ ଭାରତର ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରୁ ତିନିଶହରୁ ଅଧିକ ଛାତ୍ରଛାତ୍ରୀ,ଅଧ୍ୟାପକ ଅଧ୍ୟାପିକା ଓ ଗବେଷଣା ବିଦ୍ୟାର୍ଥୀ ଯୋଗଦେଇ କର୍ମଶାଳାର ପ୍ରତିଟି ସତ୍ରରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ । ଏହି ପଞ୍ଚଦିବାସୀୟ ଜାତୀୟ କର୍ମଶାଳାରେ ପ୍ରଫେସର କାହ୍ନୁ ଚରଣ ସାହୁ, ପ୍ରଫେସର ସମ୍ବିତ ପାଢ଼ୀ, ପ୍ରଫେସର ସୁଦର୍ଶନ ମିଶ୍ର, ପ୍ରଫେସର ସଞ୍ଜୟ ଦେ, ପ୍ରଫେସର ଲଳିତ ମହାକୁଡ଼, ଡ଼. ଧନେଶ୍ୱର ବେହେରା, ଡ଼. ନିକୁଞ୍ଜ ସା, ଡ଼ ପ୍ରିୟରଞ୍ଜନ ଦାଶ, ଡ଼ ସରିଫ ଖାଁ ଭଳି ଭାରତର ବିଭିନ୍ନ ବିଶ୍ବବିଦ୍ୟାଳୟରୁ ୧୩ଜଣ ଦକ୍ଷ ଗବେଷଣା ବିଶେଷଜ୍ଞ ଯୋଗ ଦେଇ ଗବେଷଣା ସମ୍ବନ୍ଧୀୟ ପ୍ରତିଟି ଦିଗ ଓ ଗୁରୁତ୍ବ ଆଧାରରେ ନିଜର ଜ୍ଞାନ ଉପସ୍ଥାପନ କରିଥିଲେ, ଯାହାକି ଏହି ଜାତୀୟ କର୍ମଶାଳାର ଉଦ୍ଦେଶ୍ୟ ସାଧନ କରିବାରେ ସହାୟକ ହୋଇଥିଲା ।

International Yoga Day 2025 @MSCBU

  ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟର ଜାତୀୟ ସେବା ଯୋଜନା ଏବଂ ଯୋଗ ଓ ପ୍ରାକୃତିକ ଚିକିତ୍ସା ବିଭାଗର ମିଳିତ ସହଯୋଗରେ ଆନ୍ତର୍ଜାତୀୟ ଯୋଗଦିବସ ଅନୁଷ୍ଠ...