Closing ceremony of Five-Day National Workshop on Educational Research Methodology

 


ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟର ଶିକ୍ଷା ବିଭାଗ ଓ ସମନ୍ବିତ ସ୍ନାତକୋତ୍ତର ଶିକ୍ଷକ ଶିକ୍ଷା ବିଭାଗର ମିଳିତ ଆନୁକୂଲ୍ୟର ଅନୁଷ୍ଠିତ 'ଶୈକ୍ଷିକ ଗବେଷଣା ବ୍ୟବସ୍ଥା ଶାସ୍ତ୍ର' ଶୀର୍ଷକ ପଞ୍ଚ ଦିବସୀୟ ଜାତୀୟ କର୍ମଶାଳା ଉଦ‌ଯାପିତ ହୋଇଯାଇଛି । ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ମାର୍ଗଦର୍ଶନରେ ଆୟୋଜିତ ଏବଂ କର୍ମଶାଳାର ଆବାହିକା ପ୍ରଫେସର ମିନତି ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନୀ ସମାରୋହରେ ମୁଖ୍ୟଅତିଥି ଭାବେ ଫକୀରମୋହନ ବିଶ୍ଵବିଦ୍ୟାଳୟର ଶିକ୍ଷା ବିଭାଗର ମୁଖ୍ୟ ପ୍ରଫେସର ଅମୂଲ୍ୟ କୁମାର ଆଚାର୍ଯ୍ୟ ଯୋଗଦେଇ ଉତ୍ତମ ଗବେଷଣାର ଗୁଣାବଳୀ ଓ ଆବଶ୍ୟକ‌ତା ଉପରେ ଆଲୋକପାତ କରିଥିଲେ । କର୍ମଶାଳାର ସହ-ଆବାହକ ଡ଼ ଚକ୍ରଧର ନାୟକ କର୍ମଶାଳାର ସୁଦୂର ପ୍ରସାରୀ ପ୍ରବାହକୁ ନେଇ ଆଶାବାଦୀ ମତପୋଷଣ କରିଥିଲେ । କାର୍ଯ୍ୟକ୍ରମ ଶେଷରେ କର୍ମଶାଳାର କାର୍ଯ୍ୟକାରୀ ସମ୍ପାଦିକା ନିଶିବିଜିତା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଦୀର୍ଘ ପାଞ୍ଚ ଦିନ ଧରି ଅନୁଷ୍ଠିତ ହୋଇଥିବା ଏହି ଜାତୀୟ କର୍ମଶାଳାରେ ଭାରତର ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରୁ ତିନିଶହରୁ ଅଧିକ ଛାତ୍ରଛାତ୍ରୀ,ଅଧ୍ୟାପକ ଅଧ୍ୟାପିକା ଓ ଗବେଷଣା ବିଦ୍ୟାର୍ଥୀ ଯୋଗଦେଇ କର୍ମଶାଳାର ପ୍ରତିଟି ସତ୍ରରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ । ଏହି ପଞ୍ଚଦିବାସୀୟ ଜାତୀୟ କର୍ମଶାଳାରେ ପ୍ରଫେସର କାହ୍ନୁ ଚରଣ ସାହୁ, ପ୍ରଫେସର ସମ୍ବିତ ପାଢ଼ୀ, ପ୍ରଫେସର ସୁଦର୍ଶନ ମିଶ୍ର, ପ୍ରଫେସର ସଞ୍ଜୟ ଦେ, ପ୍ରଫେସର ଲଳିତ ମହାକୁଡ଼, ଡ଼. ଧନେଶ୍ୱର ବେହେରା, ଡ଼. ନିକୁଞ୍ଜ ସା, ଡ଼ ପ୍ରିୟରଞ୍ଜନ ଦାଶ, ଡ଼ ସରିଫ ଖାଁ ଭଳି ଭାରତର ବିଭିନ୍ନ ବିଶ୍ବବିଦ୍ୟାଳୟରୁ ୧୩ଜଣ ଦକ୍ଷ ଗବେଷଣା ବିଶେଷଜ୍ଞ ଯୋଗ ଦେଇ ଗବେଷଣା ସମ୍ବନ୍ଧୀୟ ପ୍ରତିଟି ଦିଗ ଓ ଗୁରୁତ୍ବ ଆଧାରରେ ନିଜର ଜ୍ଞାନ ଉପସ୍ଥାପନ କରିଥିଲେ, ଯାହାକି ଏହି ଜାତୀୟ କର୍ମଶାଳାର ଉଦ୍ଦେଶ୍ୟ ସାଧନ କରିବାରେ ସହାୟକ ହୋଇଥିଲା ।

No comments:

Post a Comment

Mega Plantation Drive on Ban Mahotsav Week @MSCBU

  ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଏନ୍‌ଏସ୍‌ଏସ୍‌ ବ୍ୟୁରୋ ଓ ଏନ୍‌ଏସ୍‌ଏସ୍‌ ପିଜି ୟୁନିଟ୍‌ ପକ୍ଷରୁ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ବାରିପଦାସ...