ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ବିଶ୍ୱବିଦ୍ୟାଳୟର ଇନକ୍ୟୁବେସନ ସେଣ୍ଟର ତରଫରୁ ବିଶ୍ୱ ଉଦ୍ୟୋଗିକତା ଦିବସ ପାଳନ ହୋଇଯାଇଛି । ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିଜର ବକ୍ତବ୍ୟରେ ଏଭଳି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀମାନଙ୍କ ମନରେ ଉଦ୍ୟୋଗ ମନୋଭାବ ଆଣିବାରେ ସହାୟକ ହେବା ସହ ବିଶ୍ୱବିଦ୍ୟାଳୟରେ ନବସୃଜନର ପରିବେଶ ଏବଂ ନାରୀ ସଶକ୍ତିକରଣର ବାର୍ତ୍ତାବହ ହୋଇପାରିବ ବୋଲି ଦୃଢ଼ୋକ୍ତି କରିଥିଲେ । ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଉତ୍କଳ ବିଶ୍ୱବିଦ୍ୟାଳୟର ୟୁଇସିଏଚ୍ର ନିର୍ଦ୍ଦେଶକ ପ୍ରଫେସର ଅବିଦ ଅଲି ଖାନ "ଆଜିର ଯୁବପୀଢ଼ି ପାଇଁ କ୍ୟାରିୟର ବିକଳ୍ପ ଭାବରେ ଉଦ୍ୟୋଗିକତା" ବିଷୟରେ ସବିଶେଷ ଆଲୋଚନା କରିଥିଲେ ଓ ଭାରତବର୍ଷର ଉଦ୍ୟୋଗ ଦୃଶ୍ୟପଟ୍ଟରେ ରହିଥିବା ଅମାପ ସୁଯୋଗ ଓ ସମ୍ଭାବନାଗୁଡ଼ିକର ଦୃଷ୍ଟି ଆକର୍ଷଣ କରିଥିଲେ । ଷ୍ଟାର୍ଟଅପ୍ ଓଡିଶାରୁ ଶ୍ରୀ ଶିବାଙ୍କିତ ଦାସ "ଷ୍ଟାର୍ଟଅପ୍ ବିଷୟରେ ସବୁକିଛି" ଶୀର୍ଷକ ବିଷୟରେ ଆଲୋଚନା କରିଥିଲେ ଓ ଷ୍ଟାର୍ଟଅପ୍ ଇକୋସିଷ୍ଟମ ଉପରେ ଆଲୋକପାତ କରିଥିଲେ । ବିଶ୍ୱବିଦ୍ୟାଳୟର ଇନକ୍ୟୁବେସନ ସେଣ୍ଟରର ନିର୍ଦ୍ଦେଶିକା ପ୍ରଫେସର ଏମ୍ ହିମବିନ୍ଦୁ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଇନକ୍ୟୁବେସନ ସେଣ୍ଟରର ସିଇଓ ଇଂ ସୌମ୍ୟରଞ୍ଜନ ମିଶ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଅପରାହ୍ନରେ ମହିଳା ଉଦ୍ୟୋଗୀଙ୍କ ଉପରେ ଏକ ବିଶେଷ ଅଧିବେଶନ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଶ୍ୱବିଦ୍ୟାଳୟର ପ୍ରାଣୀ ବିଜ୍ଞାନ ବିଭାଗର ଅଧ୍ୟାପିକା ଡ. ଗାର୍ଗୀ ମହାନ୍ତି ଓ ତାଙ୍କ ଟିମ୍ର ଉଦ୍ୟୋଗୀ ହେବାର ଯାତ୍ରାର ଅନୁଭୂତି ପ୍ରକାଶ କରିଥିଲେ । ବିଶ୍ୱବିଦ୍ୟାଳୟର ପୂର୍ବତନ ଛାତ୍ରୀ ତଥା ଷ୍ଟାର୍ଟଅପ୍ ଓଡିଶା ଯାତ୍ରା ପୁରସ୍କାର ବିଜୟିନୀ କୁମାରୀ ସ୍ନେହା ନାୟକ ତାଙ୍କର ପ୍ରେରଣାଦାୟକ ଷ୍ଟାର୍ଟଅପ୍ ଗଠନର ଯାତ୍ରା ସମ୍ପର୍କରେ ନିଜର ଅନୁଭୂତି ପ୍ରକାଶ କରିଥିଲେ । ବାରିପଦା ଓରମାସ୍ ତରଫରୁ ଗୁହାଳଡିହି ପ୍ରଡ୍ୟୁସର୍ସ ଗୃପ୍ର ମହିଳା ଉଦ୍ୟୋଗୀ ଶ୍ରୀମତୀ ଜୟନ୍ତୀ ମହାନ୍ତ ନିଜର ସବାଇ ଶିଳ୍ପ ଉଦ୍ୟୋଗ ଓ ଶ୍ରୀମତୀ ଇଲୁରାଣୀ ନାୟକ ନିଜର ହସ୍ତଶିଳ୍ପ ଉଦ୍ୟୋଗ ପ୍ରତିଷ୍ଠାର ଅନୁଭୂତି ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର ବିଭିନ୍ନ ବିଭାଗର ଅଧ୍ୟାପକ ଅଧ୍ୟାପିକା ଏବଂ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ ।
Subscribe to:
Post Comments (Atom)
Mega Plantation Drive on Ban Mahotsav Week @MSCBU
ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଏନ୍ଏସ୍ଏସ୍ ବ୍ୟୁରୋ ଓ ଏନ୍ଏସ୍ଏସ୍ ପିଜି ୟୁନିଟ୍ ପକ୍ଷରୁ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ବାରିପଦାସ...
-
ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ବନ୍ୟପାଣୀ ସପ୍ତାହ ପାଳିତ ହୋଇଯାଇଛି । ବିଶ୍ୱବିଦ୍ୟାଳୟର ବନ୍ୟପ୍ରାଣୀ ଓ ଜୈବବିବିଧତା ସଂରକ୍ଷଣ ବିଭାଗ ଦ୍ୱାରା ଆ...
-
The 25th founding day of Maharaja Sri Ramchandra Bhanjadeo University was celebrated on July 13, 2022 in a grand ceremony at the Universit...
-
ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ବିଶ୍ୱବିଦ୍ୟାଳୟ ଗବେଷଣା ଓ ବିକାଶ ସେଲ ଓ ରିସର୍ଚ୍ଚ୍ କ୍ଲବ୍ର ମିଳିତ ଆନୁକୁଲ୍ୟରେ ଆୟୋଜିତ ଗବେଷଣାରତ ଛାତ୍ର...
No comments:
Post a Comment