ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ମହାବିଦ୍ୟାଳୟଗୁଡ଼ିକ ପାଇଁ ଏକ ତିନିଦିନିଆ ନାକ ସଚେତନତା ଓ ମୂଲ୍ୟାଙ୍କନ କର୍ମଶାଳା ମଙ୍ଗଳବାର ଦିନ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ଦ୍ୱାରା ଉଦ୍ଘାଟିତ ହୋଇଯାଇଛି । ବିଶ୍ୱବିଦ୍ୟାଳୟର ମହାବିଦ୍ୟାଳୟ ବିକାଶ ପରିଷଦ ତରଫରୁ ଦ୍ୱାରା ଆୟୋଜିତ ଓ ବିଶ୍ୱବ୍ୟାଙ୍କ ଦ୍ୱାରା ଉତ୍କର୍ଷତା ଏବଂ ସମାନତା ପାଇଁ ଓଡିଶା ଉଚ୍ଚ ଶିକ୍ଷା ଯୋଜନାର ଆନୁଷ୍ଠାନିକ ବିକାଶ କାର୍ଯ୍ୟକ୍ରମ ଦ୍ୱାରା ପ୍ରାୟୋଜିତ ଏହି କର୍ମଶାଳାରେ ଓଡ଼ିଶା ରାଜ୍ୟ ଉଚ୍ଚ ଶିକ୍ଷା ପରିଷଦର କାର୍ଯ୍ୟକାରୀ ସଦସ୍ୟ ପ୍ରଫେସର ସୁସ୍ମିତ ପ୍ରସାଦ ପାଣି ମୁଖ୍ୟ ମୁଖ୍ୟ ଅତିଥିରୂପେ ଯୋଗଦାନ କରିଥିଲେ । ନିଜ ବକ୍ତବ୍ୟରେ କୁଳପତି ପ୍ରଫେସର ତ୍ରିପାଠୀ କହିଥିଲେ ଯେ ଛାତ୍ରସମାଜର ଭବିଷ୍ୟତ ପୀଢି ନିକଟରେ ଉତ୍ତରଦାୟୀ ହେବା ନିମନ୍ତେ କଲେଜ ଗୁଡ଼ିକ ନାକ୍ ମୂଳ୍ୟାଙ୍କନ ନିମନ୍ତେ ଆଗଭର ହେବାକୁ ପଡ଼ିବ । ଅଧ୍ୟକ୍ଷଙ୍କ ବଳିଷ୍ଠ ନେତୃତ୍ୱ, ଯୋଗ୍ୟ ବ୍ୟକ୍ତିଙ୍କୁ ଦାୟିତ୍ୱ ବଣ୍ଟନ, ନୀରିକ୍ଷଣ, କର୍ତ୍ତବ୍ୟ ନିର୍ବାହନ, ଉତ୍ତରଦାୟିତ୍ୱବୋଧ ଓ ସର୍ବୋପରି ଟିମ୍ୱାର୍କ ଉପରେ ଗୁରୁତ୍ୱାରୋପ କରିଥିଲେ । ସେହିଭଳି ମୁଖ୍ୟ ଅତିଥି ପ୍ରଫେସର ପାଣି ନିଜ ବକ୍ତବ୍ୟରେ ନାକ୍ର ଉତ୍ତମ ଗ୍ରେଡ୍ ହାସଲ ପାଇଁ କଲେଜର ୱେବ୍ସାଇଟ୍ର ପ୍ରମୁଖ ଭୂମିକା ରହିଛି ବୋଲି ମତପ୍ରକାଶ କରିବା ସହ ଅଧିକାଂଶ କଲେଜର ୱେବ୍ସାଇଟ୍ ନିମ୍ନମାନର ହୋଇଥିବା ନେଇ କ୍ଷୋଭ ପ୍ରକାଶ କରିଥିଲେ । ସେ କହିଥିଲେ ଯେ, କଲେଜର ବିଭିନ୍ନ କାର୍ଯ୍ୟକଳାପ ବିଷୟରେ ତଥ୍ୟ ଜିଓଟ୍ୟାଗ୍ ଫଟୋ ସହ ୱେବ୍ସାଇଟ୍ରେ ରହିବା ଜରୁରୀ ଯାହା କି ନାକ୍ର ମୂଲ୍ୟାଙ୍କନ ପ୍ରକ୍ରିୟାରେ ସହାୟକ ହୋଇଥାଏ । ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁ, ବିଶ୍ୱବିଦ୍ୟାଳୟର ଜୈବପ୍ରଯୁକ୍ତି ବିଦ୍ୟା ବିଭାଗର ପୂର୍ବତନ ପ୍ରଫେସର ହୃଦୟନାଥ ଥାଟୋଇ ଓ ଆଇକ୍ୟୁଏସି ନିର୍ଦ୍ଦେଶିକା ପ୍ରଫେସର ଏମ୍. ହିମବିନ୍ଦୁ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ । ବିଶ୍ୱବିଦ୍ୟାଳୟର ମହାବିଦ୍ୟାଳୟ ବିକାଶ ପରିଷଦର ନିର୍ଦ୍ଦେଶିକା ପ୍ରଫେସର ସୁସ୍ମିତା କର ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଆଇକ୍ୟୁଏସିର ଉପନିର୍ଦ୍ଦେଶକ ଡ. ପ୍ରିୟରଞ୍ଜନ ଦେବତା ଧନ୍ୟବାଦ ଅର୍ପଣ କରିଥିଲେ । ଆଗାମୀ ତିନିଦିନ ଧରି ହେବାକୁ ଥିବା ଏହି କର୍ମଶାଳାରେ ବିଶ୍ୱବିଦ୍ୟାଳୟର ବିଭିନ୍ନ ବିଭାଗର ଅଧ୍ୟାପକ ଅଧ୍ୟାପିକାମାନଙ୍କ ଦ୍ୱାରା ନାକ୍ର ବିଭିନ୍ନ ମାନଦଣ୍ଡ ଯଥା ପାଠ୍ୟକ୍ରମର ଦିଗ, ଶିକ୍ଷା ପ୍ରଦାନ ଓ ଗ୍ରହଣ, ମୂଲ୍ୟାୟନ, ଗବେଷଣା, ନବୀକରଣ ଓ ବିସ୍ତାର, ଭିତ୍ତିଭୂମି ଓ ଶିକ୍ଷା ଗ୍ରହଣ ସଂଶୋଧନ, ଛାତ୍ରଙ୍କ ସହଯୋଗ ଓ ପ୍ରଗତି, ପ୍ରଶାସନ, ନେତୃତ୍ୱ ଓ ପରିଚାଳନା, ଶୈକ୍ଷିକ ମୂଲ୍ୟବୋଧ, ସର୍ବୋତ୍ତମ ଅଭ୍ୟାସ ଆଦି ଉପରେ ତାଲିମ ଦିଆଯିବ । ଏହି କର୍ମଶାଳାରେ ବିଶ୍ୱବିଦ୍ୟାଳୟରେ ଅନୁବନ୍ଧିତ ବିଭିନ୍ନ ମହାବିଦ୍ୟାଳୟର ଅଧ୍ୟକ୍ଷଗଣ ଯୋଗଦାନ କରିଥିଲେ ।
Subscribe to:
Post Comments (Atom)
Mega Plantation Drive on Ban Mahotsav Week @MSCBU
ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଏନ୍ଏସ୍ଏସ୍ ବ୍ୟୁରୋ ଓ ଏନ୍ଏସ୍ଏସ୍ ପିଜି ୟୁନିଟ୍ ପକ୍ଷରୁ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ବାରିପଦାସ...
-
ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ବନ୍ୟପାଣୀ ସପ୍ତାହ ପାଳିତ ହୋଇଯାଇଛି । ବିଶ୍ୱବିଦ୍ୟାଳୟର ବନ୍ୟପ୍ରାଣୀ ଓ ଜୈବବିବିଧତା ସଂରକ୍ଷଣ ବିଭାଗ ଦ୍ୱାରା ଆ...
-
The 25th founding day of Maharaja Sri Ramchandra Bhanjadeo University was celebrated on July 13, 2022 in a grand ceremony at the Universit...
-
ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ବିଶ୍ୱବିଦ୍ୟାଳୟ ଗବେଷଣା ଓ ବିକାଶ ସେଲ ଓ ରିସର୍ଚ୍ଚ୍ କ୍ଲବ୍ର ମିଳିତ ଆନୁକୁଲ୍ୟରେ ଆୟୋଜିତ ଗବେଷଣାରତ ଛାତ୍ର...
No comments:
Post a Comment