East-Zone Inter-Univesity Kabaddi (Men) Tournament 2023-24 hosted by MSCB University

 







ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ପୂର୍ବ ଭାରତୀୟ ଆନ୍ତଃ-ବିଶ୍ୱବିଦ୍ୟାଳୟ ପୁରୁଷ କବାଡ଼ି ପ୍ରତିଯୋଗିତା ନମ୍ଭମ୍ବର ୧୫ ତାର୍ଖ ବୁଧବାର ଦିନ ଉଦ୍‌ଘାଟିତ ହୋଇଯାଇଛି । ଏହି ଉଦ୍‌ଘାଟନୀ ସମାରୋହରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଖେଳାଳୀମାନଙ୍କ ପ୍ୟାରେଡ୍‌ ଅଭିବାଦନ ଗ୍ରହଣ କରିଥିଲେ । ମୟୂରଭଞ୍ଜ ଜିଲ୍ଲା ପୋଲିସ୍‌ ଦ୍ୱାରା ବ୍ୟାଣ୍ଡ ପରିବେଷଣ କରାଯାଇଥିଲା । ନିଜ ଅଭିଭାଷଣରେ ପ୍ରଫେସର ତ୍ରିପାଠୀ ଦ୍ୱିତୀୟଥର ପାଇଁ ଏଭଳି ପ୍ରତିଯୋଗିତାର ଆୟୋଜନ ପାଇଁ ଗର୍ବ ଅନୁଭବ କରିବା ସହିତ ପୂର୍ବ ଭାରତରୁ ଯୋଗ ଦେଇଥିବା ସମସ୍ତ ଖେଳାଳୀ ଓ କ୍ରୀଡ଼ା ଅଧିକାରୀଙ୍କୁ ଏହି କ୍ରୀଡ଼ା ମହାକୁମ୍ଭରେ ଯୋଗଦାନ କରିଥିବା ହେତୁ ଧନ୍ୟବାଦ ଦେଇଥିଲେ । ନିଜ ବକ୍ତବ୍ୟରେ ପ୍ରଫେସର ତ୍ରିପାଠୀ ଶୃଙ୍ଖଳା ହିଁ ଖେଳାଳୀର ଭୁଷଣ ବୋଲି ମତପୋଷଣ କରିଥିଲେ । ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁ ଏହି ସମାରୋହରେ ଅଧ୍ୟକ୍ଷତା କରିଥିଲେ । ବିତ୍ତ ନିୟନ୍ତ୍ରକ ଶ୍ରୀ ଶୁକଦେବ ତରେଇ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।  କ୍ରୀଡ଼ା ପରିଷଦର ସଂପାଦକ ଡ. ପ୍ରଭଞ୍ଜନ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ । ସହଯୋଗୀ ପ୍ରଫେସର ଡ. ପୁଷ୍ପାଞ୍ଜଳି ପରିଡ଼ା ମଞ୍ଚ ପରିଚାଳନା କରିଥିଲେ ।

ପୂର୍ବ ଭାରତର ୫୬ଟି ବିଶ୍ୱବିଦ୍ୟାଳୟର ପ୍ରାୟ ୮୫୦ଟି ଖେଳାଳୀ ଓ ମ୍ୟାଚ୍‌ ଅଧିକାରୀ  ଏଥିରେ ଭାଗନେବେ । ଓଡ଼ିଶାରୁ ୧୨ଟି, ଛତିଶଗଡ଼ରୁ ୧୧ଟି, ପଶ୍ଚିମବଙ୍ଗରୁ ୮ଟି, ବିହାରରୁ ୮ଟି, ଉତ୍ତର ପ୍ରଦେଶରୁ ୭ଟି, ଝାଡ଼ଖଣ୍ଡରୁ ୫ଟି, ମଣିପୁରରୁ ୨ଟି ଓ ଆସାମରୁ ୩ଟି ବିଶ୍ୱବିଦ୍ୟାଳୟ ଏଥିରେ ଭାଗନେଉଛନ୍ତି । ଏଥିନିମନ୍ତେ ଟିମ୍‌ ଗୁଡ଼ିକୁ ମୋଟ ୪ଟି ଗୃପ୍‌ ରେ ବିଭକ୍ତ କରାଯାଇଛି । ଭାଗ ନେଉଥିବା ବିଶ୍ୱବିଦ୍ୟାଳୟ ଗୁଡ଼ିକ ହେଲା: ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ, ଫକୀର ମୋହନ ବିଶ୍ୱବିଦ୍ୟାଳୟ, ବର୍ଦ୍ଧମାନ ବିଶ୍ୱବିଦ୍ୟାଳୟ, ମଗଧ ବିଶ୍ୱବିଦ୍ୟାଳୟ, ନର୍ଥ ବେଙ୍ଗଲ ବିଶ୍ୱବିଦ୍ୟାଳୟ, ବି.ବି.ଏସ୍‌.ପୂର୍ବାଞ୍ଚଳ ବିଶ୍ୱବିଦ୍ୟାଳୟ, କିଟ୍‌ ବିଶ୍ୱବିଦ୍ୟାଳୟ, ଦୀନଦୟାଲ ଉପାଧ୍ୟାୟ ଗୋରଖପୁର ବିଶ୍ୱବିଦ୍ୟାଳୟ, ନ୍ୟାସନାଲ୍‌ ସ୍ପୋର୍ଟସ୍‌ ବିଶ୍ୱବିଦ୍ୟାଳୟ, ସନ୍ତ ଗହିରା ଗୁରୁ ବିଶ୍ୱବିଦ୍ୟାଳୟ ସରଗୁଜା, କଲିକତା ବିଶ୍ୱବିଦ୍ୟାଳୟ, ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ, ସମ୍ବଲପୁର ବିଶ୍ୱବିଦ୍ୟାଳୟ, ରାଞ୍ଚୀ ବିଶ୍ୱବିଦ୍ୟାଳୟ, ତେଜପୁର ବିଶ୍ୱବିଦ୍ୟାଳୟ ଆସାମ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ, ସୋଆ ବିଶ୍ୱବିଦ୍ୟାଳୟ, ଓ.ପି.ଜିନ୍ଦଲ୍‌ ବିଶ୍ୱବିଦ୍ୟାଳୟ, ମଣିପୁର ବିଶ୍ୱବିଦ୍ୟାଳୟ, ଶହୀଦ ମହେନ୍ଦ୍ର କୁମାର ବିଶ୍ୱବିଦ୍ୟାଳୟ, ଏଲ୍‌.ଏନ୍‌.ମିଥିଳା ବିଶ୍ୱବିଦ୍ୟାଳୟ, କଲ୍ୟାଣୀ ବିଶ୍ୱବିଦ୍ୟାଳୟ, ଏମ୍‌.ଜି. କାଶୀ ବିଦ୍ୟାପୀଠ, ବାରାଣସୀ, ହେମଚାନ୍ଦ ଯାଦବ ବିଶ୍ୱବିଦ୍ୟାଳୟ ଦୁର୍ଗ୍‌, ଗୁରୁ ଘାସିଦାସ ବିଶ୍ୱବିଦ୍ୟାଳୟ ବିଳାସପୁର, ଛତିଶଗଡ଼ ସ୍ୱାମୀ ବିବେକାନନ୍ଦ ଟେକ୍‌ନିକାଲ୍‌ ବିଶ୍ୱବିଦ୍ୟାଳୟ, ଡ. ସି.ଭି.ରମଣ ବିଶ୍ୱବିଦ୍ୟାଳୟ ବିଳାସପୁର, ପଣ୍ଡିତ ରବିଶଙ୍କର ଶୁକ୍ଲା ବିଶ୍ୱବିଦ୍ୟାଳୟ ଛତିଶଗଡ଼, ବିନୋଦ ବିହାରୀ ମାହ୍‌ତ କୋୟଲାଞ୍ଚଳ ବିଶ୍ୱବିଦ୍ୟାଳୟ ଧାନବାଦ, ବାବାସାହେବ ଭୀମରାଓ ଆମ୍ବେଦକର ବିହାର ବିଶ୍ୱବିଦ୍ୟାଳୟ, ଆଲିଆ ବିଶ୍ୱବିଦ୍ୟାଳୟ କଲିକତା, ସମ୍ପୂର୍ଣ୍ଣାନନ୍ଦ ସଂସ୍କୃତ ବିଶ୍ୱବିଦ୍ୟାଳୟ, ଉତ୍କଳ ବିଶ୍ୱବିଦ୍ୟାଳୟ, ଦିବ୍ରୁଗଡ଼ ବିଶ୍ୱବିଦ୍ୟାଳୟ, ଜନନାୟକ ଚନ୍ଦ୍ରଶେଖର ବିଶ୍ୱବିଦ୍ୟାଳୟ ବାଲିଆ, ଦକ୍ଷିଣ ବିହାର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ଓୟୁଏଟି ଭୁବନେଶ୍ୱର, ରେଭେନ୍‌ସା ବିଶ୍ୱବିଦ୍ୟାଳୟ, ମହାରାଜା ସୁହେଲ ଦେବ ରାଜ୍ୟ ବିଶ୍ୱବିଦ୍ୟାଳୟ ଆଜମଗଡ଼ ଉତ୍ତରପ୍ରଦେଶ, ସେଞ୍ଚୁରିୟନ ବିଶ୍ୱବିଦ୍ୟାଳୟ, ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ପୁରୀ, ଟି.ଏମ୍‌.ଭାଗଲପୁର ବିଶ୍ୱବିଦ୍ୟାଳୟ ବିହାର, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ, କଟନ ବିଶ୍ୱବିଦ୍ୟାଳୟ ଆସାମ, ପାଟଳିପୁତ୍ର ବିଶ୍ୱବିଦ୍ୟାଳୟ ପାଟନା, ପଶ୍ଚିମ ବଙ୍ଗ ରାଜ୍ୟ ବିଶ୍ୱବିଦ୍ୟାଳୟ, ଯାଦବପୁର ବିଶ୍ୱବିଦ୍ୟାଳୟ, ସିଦୋ କାହ୍ନୁ ମୁର୍ମୁ ବିଶ୍ୱବିଦ୍ୟାଳୟ, ଏମ୍‌.ଏ.ଟି.ଏସ୍‌ ବିଶ୍ୱବିଦ୍ୟାଳୟ, ପାଟଣା ବିଶ୍ୱବିଦ୍ୟାଳୟ, ଅଟଳ ବିହାରୀ ବାଜପେୟୀ ବିଶ୍ୱବିଦ୍ୟାଳୟ ବିଳାସପୁର, ଡ. ଶ୍ୟାମପ୍ରସାଦ ମୁଖାର୍ଜୀ ବିଶ୍ୱବିଦ୍ୟାଳୟ, ଆଡାମାସ ବିଶ୍ୱବିଦ୍ୟାଳୟ, ବିନୋବା ଭାବେ ବିଶ୍ୱବିଦ୍ୟାଳୟ. ରାଧା ଗୋବିନ୍ଦ ବିଶ୍ୱବିଦ୍ୟାଳୟ ଓ ଶହୀଦ ନନ୍ଦକୁମାର ପଟେଲ ବିଶ୍ୱବିଦ୍ୟାଳୟ ।

ଇଷ୍ଟଜୋନ୍‌ ପାଇଁ ଉନ୍ନୀତ ହୋଇଥିବା ୪ଟି ବିଶ୍ୱବିଦ୍ୟାଳୟ ଯଥା ଆଡାମାସ ବିଶ୍ୱବିଦ୍ୟାଳୟ, ଜନନାୟକ ଚନ୍ଦ୍ରଶେଖର ବିଶ୍ୱବିଦ୍ୟାଳୟ ବାଲିଆ, ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ପୁରୀ ଓ ଭି.ବି.ଏସ୍‌.ପୂର୍ବାଞ୍ଚଳ ବିଶ୍ୱବିଦ୍ୟାଳୟଙ୍କ ମଧ୍ୟରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ପାଇଁ  ପ୍ରତିଦ୍ୱନ୍ଦିତା ହୋଇଥିଲା । ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ପୁରୀ ୪୧-୩୭ ରେ ଭି.ବି.ଏସ୍‌.ପୂର୍ବାଞ୍ଚଳ ବିଶ୍ୱବିଦ୍ୟାଳୟକୁ ପରାସ୍ତ କରି ଚମ୍ପିୟାନ୍‌ ଟ୍ରଫି ହାସଲ କରିଥିଲା । ଭି.ବି.ଏସ୍‌.ପୂର୍ବାଞ୍ଚଳ ବିଶ୍ୱବିଦ୍ୟାଳୟ ରନର୍ସ ଅପ୍‌ ଟ୍ରଫି ପାଇଥିଲା । ସେହିଭଳି ତୃତୀୟ ସ୍ଥାନ ପାଇଁ ଆଡାମାସ ବିଶ୍ୱବିଦ୍ୟାଳୟ ଓ ଜନନାୟକ ଚନ୍ଦ୍ରଶେଖର ବିଶ୍ୱବିଦ୍ୟାଳୟ ବାଲିଆ ମଧ୍ୟରେ ମ୍ୟାଚ୍‌ ହୋଇଥିଲା । ଏଥିରେ ଜନନାୟକ ଚନ୍ଦ୍ରଶେଖର ବିଶ୍ୱବିଦ୍ୟାଳୟ ବାଲିଆ ୩୬-୩୩ରେ ବିଜୟ ଲାଭ କରି ତୃତୀୟ ସ୍ଥାନ ପାଇଥିଲା ।

ଏହି କ୍ରୀଡ଼ାମହାକୁମ୍ଭର ଉଦ୍‌ଯାପନୀ ସମାରୋହ ନଭେମ୍ବର ୧୮ ତାରିଖ ଶନିବାର ଦିନ ଅନୁଷ୍ଠିତ ହୋଇଥିଲା । ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉଦ୍‌ଯାପନୀ ଉତ୍ସବରେ ଓଡ଼ିଶା ଉଚ୍ଚ ଶିକ୍ଷା ବିଭାଗର ଆଞ୍ଚଳିକ ନିର୍ଦ୍ଦେଶକ ଡ. ହେମନ୍ତ କୁମାର ଘଡ଼େଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । କ୍ରମାଗତ ଦ୍ୱିତୀୟଥର ପାଇଁ ବିଶ୍ୱବିଦ୍ୟାଳୟ ଏହି ପ୍ରତିଯୋଗିତା ସଫଳ ରୂପେ ଆୟୋଜନ କରିପାରିଥିବାରୁ ଡ. ଘଡ଼େଇ ନିଜ ବକ୍ତବ୍ୟରେ ସାଧୁବାଦ ଜ୍ଞାପନ କରିଥିଲେ । ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁ, କୁଳସଚିବ ଶ୍ରୀ ସହଦେବ ସମାଧିଆ ଓ ବିତ୍ତ ନିୟନ୍ତ୍ରକ ଶ୍ରୀ ଶୁକଦେବ ତରେଇ ଏହି ପ୍ରତିଯୋଗିତାର ସଫଳ ଆୟୋଜନ ପାଇଁ ବିଶ୍ୱବିଦ୍ୟାଳୟର ସମସ୍ତ କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ୪ଟି ବିଜୟୀ ଟିମ୍‌ଙ୍କୁ ଟ୍ରଫି ପ୍ରଦାନ କରା ଯାଇଥିଲା ଏବଂ ପରେ ଧ୍ୱଜା ଅବତରଣ ଓ ମଶାଲ ନିର୍ବାପନ କରାଯାଇଥିଲା  । କ୍ରୀଡ଼ା ପରିଷଦର ସମ୍ପାଦକ ଡ. ପ୍ରଭଞ୍ଜନ ମଲ୍ଲିକ ଧନ୍ୟବାଦ ଅର୍ପଣ କରିବା ସହ ଏହି ପ୍ରତିଯୋଗିତାର ସଫଳତା ନିମନ୍ତେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କୁ ତାଙ୍କର ଦୂରଦୃଷ୍ଟି ସମ୍ପନ୍ନ ଚିନ୍ତାଧାରା ତଥା ଏହାର ସମସ୍ତ ଯୋଜନା, ଆୟୋଜନର ଭିତ୍ତିଭୂମି ସୃଷ୍ଟି କରିଥିବାରୁ କୃତଜ୍ଞତା ଜ୍ଞାପନ କରିଥିଲେ । ସହଯୋଗୀ ପ୍ରଫେସର ଡ. ପୁଷ୍ପାଞ୍ଜଳି ପରିଡ଼ା ମଞ୍ଚ ପରିଚାଳନା କରିଥିଲେ ।

ଚାରିଦିନ ଧରି ଚାଲିଥିବା ଏହି ପ୍ରତିଯୋଗିତାରେ ବିଶ୍ୱବିଦ୍ୟାଳୟର କ୍ରୀଡ଼ା ପରିଷଦର କର୍ମକର୍ତ୍ତା ସଞ୍ଜୀବ କୁମାର ତନ୍ତୀ, ଉଜିତ କୁମାର ଦାସ,  ବିଶ୍ୱବିଦ୍ୟାଳୟ କ୍ରୀଡ଼ା ଶିକ୍ଷକ ଶ୍ରୀ ପ୍ରଦୀପ୍ତ ରଞ୍ଜନ ଦାସ, ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ୱୟଂଶାଶିତ ମହାବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ଶ୍ରୀ ସତ୍ୟନାରାୟଣ ବାରିକ, ସୀମାନ୍ତ ମହାବିଦ୍ୟାଳୟର ଶ୍ରୀ ଶ୍ରଦ୍ଧାନନ୍ଦ ସାହୁ, ବାରିପଦା ମହାବିଦ୍ୟାଳୟର ଶ୍ରୀ ତାପସ କୁମାର ସାମଲ ପ୍ରମୁଖ ଖେଳ ପରିଚାଳନାରେ ସହଯୋଗ କରିଥିଲେ । ଓଡ଼ିଶା କବାଡ଼ି ଆସୋସିଏସନର ଅଧ୍ୟକ୍ଷ ପଦ୍ମଚରଣ ପ୍ରଧାନଙ୍କ ସମେତ ଆସୋସିଏସନର ସମସ୍ତ ସଭ୍ୟ, ଖୋର୍ଦ୍ଧା ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀ ଅଜୟ କୁମାର ବେହେରା, ବଳଙ୍ଗା ମହାବିଦ୍ୟାଳୟର ଡ. ନୀଳକଣ୍ଠ ମିଶ୍ର, ମାଣିତିରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅସିତ କୁମାର ପାଲ ସମସ୍ତ ଖେଳକୁ ପରିଚାଳନା କରିବାରେ ସହଯୋଗ କରିଥିଲେ । ଏହି କ୍ରୀଡ଼ା ମହାକୁମ୍ଭର ସଫଳ ଆୟୋଜନରେ ବିଶ୍ୱବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ, ମୟୂରଭଞ୍ଜର ଜନସାଧାରଣ ସହଯୋଗ କରିଥିଲେ ।

Workshop on "NEP: Roles and Responsibilities of HEIs"

 


ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ 'ନୂତନ ଶିକ୍ଷାନୀତି: ଉଚ୍ଚ ଶିକ୍ଷାନୁଷ୍ଠାନର ଭୂମିକା ଓ ଦାୟିତ୍ୱ' ଶୀର୍ଷକ ଏକ  କର୍ମଶାଳା ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି । ବିଶ୍ୱବିଦ୍ୟାଳୟର 'ମହାବିଦ୍ୟାଳୟ ଉନ୍ନୟନ ପରିଷଦ' ଦ୍ୱାରା ଆୟୋଜିତ ଓ ବିଶ୍ୱବ୍ୟାଙ୍କ ଦ୍ୱାରା ଉତ୍କର୍ଷତା ଏବଂ ସମାନତା ପାଇଁ ଓଡିଶା ଉଚ୍ଚ ଶିକ୍ଷା ଯୋଜନାର ଆନୁଷ୍ଠାନିକ ବିକାଶ କାର୍ଯ୍ୟକ୍ରମ ଦ୍ୱାରା ପ୍ରାୟୋଜିତ ଏହି କର୍ମଶାଳାରେ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ପୌରହିତ୍ୟ କରି ନିଜ ବକ୍ତବ୍ୟରେ ନୂତନ ଶିକ୍ଷାନୀତିର ଗୁଣାତ୍ମକ ଦିଗ ଉପରେ ଆଲୋଚନା କରିବା ସହିତ ଏହାର ପ୍ରୟୋଗାତ୍ମକ ଦିଗରେ ଆନୁସଙ୍ଗିକ ସମସ୍ୟା ଉପରେ ଆଲୋଚନା କରିଥିଲେ । ମୁଖ୍ୟ ଅତିଥିରୂପେ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ପ୍ରଫେସର ତଥା ଓଡ଼ିଶା ରାଜ୍ୟ ଉଚ୍ଚ ଶିକ୍ଷା ପରିଷଦର କାର୍ଯ୍ୟକାରୀ ସଦସ୍ୟ ପ୍ରଫେସର ସୁସ୍ମିତ ପ୍ରସାଦ ପାଣି ଯୋଗଦାନ କରି ନିଜସ୍ୱ ବକ୍ତବ୍ୟରେ ନୂତନ ଶିକ୍ଷାନୀତି ଦେଶ ଓ ଜାତି ପକ୍ଷରେ କିପତି ଅତୀବ ମଙ୍ଗଳସାଧନ କରିବ ତାହା ଉପରେ ଆଲୋକପାତ କରିଥିଲେ । ବିଦ୍ୟାର ଏକଦିଗଦର୍ଶିତା ଅପେକ୍ଷା ପାରସ୍ପରିକ ସାପେକ୍ଷ ଜ୍ଞାନ ଅର୍ଜନ ଉପରେ ଗୁରୁତ୍ୱ ଦେଇ ନୂତନ ଶିକ୍ଷାନୀତି ଜାତୀୟ ଚରିତ୍ରକୁ ଦକ୍ଷ ଓ ସ୍ୱାବଲମ୍ବୀ କରିପାରିବ ବୋଲି ସେ ଦୃଢ଼ମତ ପୋଷଣ କରିଥିଲେ । ଧରାବନ୍ଧା ଗତାନୁଗତିକ ଶିକ୍ଷାପଦ୍ଧତି ଅପେକ୍ଷା ଏକ ମୁକ୍ତ ଜ୍ଞାନଅର୍ଜନ ପଦ୍ଧତିର ବର୍ତ୍ତମାନର ପରିବର୍ତ୍ତିତ ପରିସ୍ଥିତିରେ ଯଥେଷ୍ଟ ଆବଶ୍ୟକତା ଅଛି ବୋଲି ସେ କହିଥିଲେ । ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁ ସମ୍ମାନୀୟ ଅତିଥି ରୂପେ ଯୋଗଦାନ କରି ଭାରତୀୟ ଶିକ୍ଷାଧାରାରେ ପ୍ରାଚୀନଠାରୁ ଆଧୁନିକ ପର୍ଯ୍ୟନ୍ତ ପରିବର୍ତ୍ତିତ ଧାରା ଉପରେ ନିଜସ୍ୱ ବକ୍ତବ୍ୟରେ ଆଲୋଚନା କରିଥିଲେ । ମହାବିଦ୍ୟାଳୟ ଉନ୍ନୟନ ପରିଷଦର ନିର୍ଦ୍ଦେଶିକା ପ୍ରଫେସର ସୁସ୍ମିତା କର ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ସମ୍ପାଦକ ତଥା ସହଯୋଗୀ ପ୍ରଫେସର ଡ. ଆଦିତ୍ୟ କୁମାର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି କର୍ମଶାଳାରେ ବିଶ୍ୱବିଦ୍ୟାଳୟରେ ଅନୁବନ୍ଧିତ ମୟୂରଭଞ୍ଜ ଜିଲ୍ଲାର ୫୨ଟି ମହାବିଦ୍ୟାଳୟର ଅଧ୍ୟକ୍ଷଗଣ ଓ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକାମାନେ ଯୋଗଦାନ କରିଥିଲେ ।

Closing Ceremony of Inter-college Male Kabaddi competition

 



ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ତିନିଦିନ ଧରି ଚାଲିଥିବା ଆନ୍ତଃ-ମହାବିଦ୍ୟାଳୟ ସ୍ତରୀୟ କବାଡ଼ି ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି । ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ତତ୍ତ୍ୱାବଧାନରେ ପରିଚାଳିତ ପୁରୁଷ ବିଭାଗ ପ୍ରତିଯୋଗିତାର ଅନ୍ତିମ ଦିବସରେ ବାରିପଦାସ୍ଥ ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ୱୟଂଶାସିତ ମହାବିଦ୍ୟାଳୟ ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ ମୟୂରଭଞ୍ଜ କଲେଜ ଅଫ୍‌ ଏକାଉଣ୍ଟେନ୍‌ସିକୁ ହରାଇ ଚାମ୍ପିୟନ ହୋଇଥିଲା । ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁ ଉଦ୍‌ଯାପନୀ ସମାରୋହରେ ଉପସ୍ଥିତ ରହି ବିଜେତା ଟିମ୍‌କୁ ସିଲ୍‌ଡ ପ୍ରଦାନ କରିଥିଲେ । ଏହି ପ୍ରତିଯୋଗିତାକୁ ସଫଳ କରିବାରେ ବିଶ୍ୱବିଦ୍ୟାଳୟ ଆଥ୍‌ଲେଟିକ୍‌ କ୍ଲବ୍‌ର ଉପସଭାପତି ଡ. ବିଶ୍ୱଜିତ ରଥ, କ୍ରୀଡ଼ା ଶିକ୍ଷକ ପ୍ରଦୀପ୍ତ ରଞ୍ଜନ ଦାସ, ବିଶ୍ୱବିଦ୍ୟାଳୟ କ୍ରୀଡ଼ା ସଂସଦର ସଂପାଦକ ଡ. ପ୍ରଭଞ୍ଜନ ମଲ୍ଲିକ, ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ୱୟଂଶାସିତ ମହାବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ସତ୍ୟନାରାୟଣ ବାରିକ ପ୍ରମୁଖ ସହଯୋଗ କରିଥିଲେ । ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଡ. ସୃଷ୍ଟିଧର ରାଉତ, ଡ. ନବୀନ କୁମାର ସାହୁ, ଅଧ୍ୟାପିକା ଡ. ମିନତୀ ମଲ୍ଲିକ, ଡ. କବିତା କୁମାରୀ ସାହୁ, ମୟୂରଭଞ୍ଜ କଲେଜ ଅଫ୍‌ ଏକାଉଣ୍ଟେନ୍‌ସିର ଅଧ୍ୟକ୍ଷ ପ୍ରଦୀପ କୁମାର ନାୟକ, କରଞ୍ଜିଆ ସ୍ୱୟଂଶାସିତ ମହାବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ବିଭୂତିଭୂଷଣ ମହାନ୍ତ ଏବଂ ବିଶ୍ୱବିଦ୍ୟାଳୟର ବହୁ ଅଣଶିକ୍ଷକ କର୍ମଚାରୀ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ ।

University signs MoU with Nandi Foundation, Hyderabad

 


ହାଇଦ୍ରାବାଦସ୍ଥିତ ନନ୍ଦି ଫାଉଣ୍ଡେସନ ସହିତ ସ୍ଥାନୀୟ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ବିଶ୍ୱବିଦ୍ୟାଳୟ ସ୍ତରୀୟ ଛାତ୍ରୀ ଦକ୍ଷତା ବିକାଶ ନିଯୁକ୍ତି ଭିତ୍ତିକ ଏକ ଏମ୍‌ଓୟୁ ଆଜି ସ୍ୱାକ୍ଷରିତ ହୋଇଛି । ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଓ ନନ୍ଦି ଫାଉଣ୍ଡେସନର ପୂର୍ବାଞ୍ଚଳ କ୍ଷେତ୍ରୀୟ ପ୍ରମୁଖ ଦେବନାଥ ବରାଳଙ୍କ ଦ୍ୱାରା ଏହି ଏମ୍‌ଓୟୁ ସ୍ୱାକ୍ଷରିତ ହୋଇ ବିଶ୍ୱବିଦ୍ୟାଳୟର ପ୍ରଗତି ପଥରେ ଆଉ ଏକ ପାଦ ଆଗକୁ ନେଇଛି । ଏହାଦ୍ୱାରା ବିଶ୍ୱବିଦ୍ୟାଳୟ ଓ ଏହାର ଅନୁବନ୍ଧିତ ମହାବିଦ୍ୟାଳୟର ଛାତ୍ରୀମାନେ ଦକ୍ଷତା ନିଯୁକ୍ତି ଭିତ୍ତିକ ପ୍ରଶିକ୍ଷଣ ପାଇ ଜୀବନରେ ସ୍ୱାବଲମ୍ବୀ ହେବା ସହିତ ନିଜର ମହାନ୍‌ ଗୁଣର ବିକାଶ ପାଇଁ ଏକ ପରିବେଶ ସୃଷ୍ଟି ହେବ ବୋଲି କୁଳପତି ପ୍ରଫେସର ତ୍ରିପାଠୀ ମତବ୍ୟକ୍ତ କରିଛନ୍ତି । ଏହି ଏମ୍‌ଓୟୁ ସ୍ୱାକ୍ଷରିତ କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁ, ଆଇକ୍ୟୁଏସି ନିର୍ଦ୍ଦେଶିକା ପ୍ରଫେସର ଏମ୍‌ ହିମବିନ୍ଦୁ, କୁଳସଚିବ ସହଦେବ ସମାଧିଆ, ବିତ୍ତ ନିୟନ୍ତ୍ରକ ଶୁକଦେବ ତରାଇ ଓ ବିଶ୍ୱବିଦ୍ୟାଳୟର ବହୁ ଅଧ୍ୟାପକ ଅଧ୍ୟାପିକା ଉପସ୍ଥିତ ରହିଥିଲେ ।

Workshop on Techinal Document Writing using Latex and Good Ethical Practices in Research and Publication

 



ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟ ର କମ୍ପ୍ୟୁଟର ବିଜ୍ଞାନ ବିଭାଗ ଦ୍ବାରା ତା ୨/୧୧/୨୩ ଗୁରୁବାର ଦିନ ଟେକ୍ନିକଲ ଡକ୍ୟୁମେଣ୍ଟ ରାଇଟିଙ୍ଗ ୟୂଜିଂ ଲାଟେକ୍ସ ଓ ଗବେଷଣା ରେ ଗୁଡ୍ ଏଥିକଲ୍ ପ୍ରାକଟିସ ଶୀର୍ଷକ ଉପରେ କର୍ମଶାଳା ଅନୁଷ୍ଠିତ ହୋଇଥିଲା ।
ବିଶ୍ଵବିଦ୍ୟାଳୟ କୁଳପତି ପ୍ରଫେସର୍ ସନ୍ତୋଷ କୁମାର ତ୍ରିପାଠୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଉଦ୍ଘାଟନ କରି ଆଲୋଚନାଚକ୍ରର ପ୍ରାସଙ୍ଗିକତା ଉପରେ ଆଲୋକପାତ କରିଥିଲେ। ଏହା ସହ ଉପରୋକ୍ତ ବିଷୟଟି ଉପସ୍ଥିତ ଯୁବ ଗବେଷକ ଏବଂ ଅଧ୍ୟାପକ ଓ ଅଧ୍ୟାପିକା ମାନଙ୍କର ଗବେଷଣା ତଥା ନିବନ୍ଧ ପ୍ରକାଶନୀ ଲେଖିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଆଶା ପୋଷଣ କରିଥିଲେ। ତେଜପୁର ବିଶ୍ଵବିଦ୍ୟାଳୟ, ଆସାମ ର ମେକାନିକାଲ ଇଂଜିନିୟରିଂ ବିଭାଗର ମୁଖ୍ୟ ପ୍ରଫେସର ଦିଲୀପ ଦତ୍ତ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଲାଟେକ୍ସ ର ଉପାଦେୟତା ବିଷୟରେ ଅବଗତ କରାଇଥିଲେ। 

ବିଶ୍ବବିଦ୍ୟାଳୟ  ସ୍ନାତକୋତ୍ତର ପରିଷଦ ର ଅଧ୍ୟକ୍ଷ ପ୍ରଫେସର୍ ହେମନ୍ତ କୁମାର ସାହୁଙ୍କ ପୌରହିତ୍ୟରେ ଉପରୋକ୍ତ ସଭା ଅନୁଷ୍ଠିତ ହୋଇଥିଲା। ବିଶେଷ ଅତିଥି  ଭାବେ ଆଇକ୍ୟୁଏସି ନିର୍ଦ୍ଦେଶିକା ପ୍ରଫେସର ଏମ. ହିମାବିନ୍ଦୁ ଯୋଗ ଦେଇ ଲାଟେକ୍ସ ର ଉପକାରିତା ଉପରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମ ର ସଂଯୋଜକ ବିଭାଗୀୟ ସହକାରୀ ପ୍ରଫେସର ଡ. ଜନ୍ମେଞ୍ଜୟ ନାୟକ ମଞ୍ଚ ପରିଚାଳନା କରିଥିବା ବେଳେ ବିଭାଗୀୟ ସହକାରୀ ପ୍ରଫେସର ଡ. ପାର୍ଥସାରଥୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।  କାର୍ଯ୍ୟକ୍ରମ ପରିଚାଳନାରେ ବିଭାଗୀୟ ସହକାରୀ ପ୍ରଫେସର ଡ ଶର୍ମିଳା ସୁବୁଦ୍ଧି ଏବଂ ଡ ଶାନ୍ତିସ୍ଵରୂପ ବାସା ତଥା କମ୍ପ୍ୟୁଟର ବିଭାଗର ଛାତ୍ରଛାତ୍ରୀ ସହଯୋଗ  କରିଥିଲେ । ଏହି କାର୍ଯ୍ୟକ୍ରମରେ ରାଜ୍ୟ ତଥା ରାଜ୍ୟ ବାହାର ର ବିଭିନ୍ନ ବିଶ୍ବବିଦ୍ୟାଳୟର ୭୦ ରୁ ଉର୍ଦ୍ଧ୍ୱ ଗବେଷକ ଓ ଗବେଷିକା ମାନେ ଯୋଗଦାନ କରିଥିଲେ । 

 ଦୀର୍ଘ ତିନି ଦିନ ଧରି ଚାଲୁ ରହିଥିବା ଏହି କର୍ମଶାଳାରେ ପ୍ରତିଯୋଗୀ ମାନେ ପ୍ରତ୍ୟକ୍ଷ ଭାବରେ ପ୍ରଫେସର୍ ଦତ୍ତ ଙ୍କ ଠାରୁ ଶିକ୍ଷା ଗ୍ରହଣ କରିଥିଲେ । ଶେଷରେ ତା ୪/୧୧ ଦିନ ଉଦଯାପନୀ ଉତ୍ସବ ର ଆୟୋଜନ କରା ଯାଇଥିଲା। ଏହି ଅବସର ରେ ବିଶ୍ଵବିଦ୍ୟାଳୟ ର ଆଇ.ଡି.ପି ର ଟି.ଏନ୍.ଓ ଡ. ସୁକାନ୍ତ କୁମାର ନାୟକ କାର୍ଯ୍ୟକ୍ରମ ର ଉପକାରିତା ଉପରେ ଆଲୋଚନା  କରିଥିଲେ । କାର୍ଯ୍ୟକ୍ରମ ର ସଂଯୋଜକ ବିଭାଗୀୟ ସହକାରୀ ପ୍ରଫେସର ଡ. ଜନ୍ମେଞ୍ଜୟ ନାୟକ ମଞ୍ଚ ପରିଚାଳନା କରିଥିବା ସହ ଉପସ୍ଥିତ ଗବେଷକ ଓ ଗବେଷିକା, ବିଭାଗର ଅଧ୍ୟାପକ ଓ ଅଧ୍ୟାପିକା ଏବଂ ଛାତ୍ରଛାତ୍ରୀ ମାନଙ୍କୁ କାର୍ଯ୍ୟକ୍ରମ ରେ ସହଯୋଗ କରିଥିବା ରୁ ଧନ୍ୟବାଦ ଅର୍ପଣ କରିଥିଲେ।

Inaugural of Inter-college kabaddi @MSCBU

 


ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଆନ୍ତଃ-ମହାବିଦ୍ୟାଳୟ ସ୍ତରୀୟ କବାଡ଼ି ପ୍ରତିଯୋଗିତା ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ତତ୍ତ୍ୱାବଧାନରେ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁଙ୍କ ଦ୍ୱାରା ବୁଧବାର ଦିନ ଉଦ୍‌ଘାଟିତ ହୋଇଯାଇଛି । ଏହି ପ୍ରତିଯୋଗିତା ପୁରଷ ଓ ମହିଳା ବିଭାଗକୁ ନେଇ ନଭେମ୍ବର ୧ ତାରିଖ ଠାରୁ ୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏହି ପ୍ରତିଯୋଗିତାରେ ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ବିଭାଗ, ବିଶ୍ୱବିଦ୍ୟାଳୟ ଦ୍ୱାରା ଅନୁବନ୍ଧିତ ମହାବିଦ୍ୟାଳୟ ଗୁଡ଼ିକ ଯଥା ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ୱୟଂଶାସିତ ମହାବିଦ୍ୟାଳୟ, ବାରିପଦା ମହାବିଦ୍ୟାଳୟ, ଶ୍ରୀମା ମହିଳା ମହାବିଦ୍ୟାଳୟ, ସରକାରୀ ମହିଳା ମହାବିଦ୍ୟାଳୟ, ମୟୂରଭଞ୍ଜ କଲେଜ ଅଫ୍‌ ଏକାଉଣ୍ଟେନ୍‌ସି ଆଣ୍ଡ୍‌ ମ୍ୟାନେଜ୍‌ମେଣ୍ଟ, ରାଗଧାସ୍ଥ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ମହାବିଦ୍ୟାଳୟ, କେନ୍ଦୁଝରସ୍ଥ ଧରଣୀଧର ସ୍ୱୟଂଶାସିତ ମହାବିଦ୍ୟାଳୟ, ଉଦଳା ମହାବିଦ୍ୟାଳୟ, ଝାରପୋଖରିଆସ୍ଥ ସୀମାନ୍ତ ମହାବିଦ୍ୟାଳୟ, କରଞ୍ଜିଆ ସ୍ୱୟଂଶାସିତ ମହାବିଦ୍ୟାଳୟ, ସ୍ୱାମ୍‌ପାଟଣାସ୍ଥ ଆଞ୍ଚଳିକ ମହାବିଦ୍ୟାଳୟ, ହରିଚନ୍ଦନପୁରସ୍ଥ ବି.ବି. ମହାବିଦ୍ୟାଳୟ, ବେତନଟୀ ମହାବିଦ୍ୟାଳୟ, ତେଲକୋଇସ୍ଥ ଚାରିଗଡ଼ ମହାବିଦ୍ୟାଳୟ, ଖୁଣ୍ଟା ସ୍ନାତକ ମହାବିଦ୍ୟାଳୟ, ଉଦଳାସ୍ଥ ଇନ୍ଦିରାଗାନ୍ଧୀ ମହିଳା ମହାବିଦ୍ୟାଳୟ, ରରୁଆଁସ୍ଥ ଏ.ପି. ମହାବିଦ୍ୟାଳୟ, ନୁଦଡିହାସ୍ଥ ମେଧାସନ ମହାବିଦ୍ୟାଳୟ, ବାଙ୍ଗିରିପୋଷିସ୍ଥ ଲକ୍ଷ୍ମୀକାନ୍ତ ମହାବିଦ୍ୟାଳୟ, ଘଟଗାଁସ୍ଥ ତାରିଣୀ ଠାକୁରାଣୀ ମହାବିଦ୍ୟାଳୟ, ତୁରୁମୁଙ୍ଗାସ୍ଥ ଡି.ବି. ମହାବିଦ୍ୟାଳୟ, ରିମୁଳି ମହାବିଦ୍ୟାଳୟ, ପିପିଳିଆସ୍ଥ ଲକ୍ଷ୍ମୀନାରାୟଣ ମହାବିଦ୍ୟାଳୟ ଆଦିର ଛାତ୍ରଛାତ୍ରୀମାନେ ଭାଗନେବାର କାର୍ଯ୍ୟକ୍ରମ ରହିଛି । ଆଜି ଅନୁଷ୍ଠିତ ହୋଇଥିବା ଉଦ୍‌ଘାଟନୀ ମ୍ୟାଚ୍‌ରେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ବିଭାଗ ସ୍ୱାମ୍‌ପାଟଣା ଆଞ୍ଚଳିକ ମହାବିଦ୍ୟାଳୟକୁ ୬୬-୪୩ ରେ ପରାସ୍ତ କରିଥିଲା । ବିଶ୍ୱବିଦ୍ୟାଳୟ ଆଇକ୍ୟୁଏସି ନିର୍ଦ୍ଦେଶିକ ପ୍ରଫେସର ଏମ୍‌. ହିମବିନ୍ଦୁ ଉପସ୍ଥିତ ରହି ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ବିଶ୍ୱବିଦ୍ୟାଳୟ ଆଥ୍‌ଲେଟିକ୍‌ କ୍ଲବ୍‌ର ଉପସଭାପତି ସହଯୋଗୀ ପ୍ରଫେସର ଡ. ବିଶ୍ୱଜିତ ରଥ ପରିଚାଳନା କରୁଥିବାବେଳେ ବିଶ୍ୱବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ପ୍ରଦୀପ୍ତ ରଞ୍ଜନ ଦାସ ପର୍ଯ୍ୟାୟବାଚୀ କାର୍ଯ୍ୟକ୍ରମକୁ ପରିଚାଳନା କରୁଛନ୍ତି । 

Odisha Startup Yatra Bootcamp - 2023 @MSCBU

 





ଛାତ୍ର-ଛାତ୍ରୀଙ୍କ ମଧ୍ୟରେ ଔଦ୍ୟୋଗିକତା ତଥା ଷ୍ଟାର୍ଟ-ଅପ ସ୍ଥାପନରେ ସହଯୋଗ କରିବା ଲକ୍ଷ୍ୟ ନେଇ ଓଡିଶା ସରକାରଙ୍କ ଏମ.ଏସ.ଏମ.ଇ-ମନ୍ତ୍ରାଳୟ ଅଧିନସ୍ଥ ଷ୍ଟାର୍ଟଅପ ଓଡିଶା ଦ୍ୱାରା ସବୁ ବର୍ଷ ଭଳି ଏ ବର୍ଷ ମଧ୍ୟ ଓଡିଶା ଷ୍ଟାର୍ଟ-ଅପ ଯାତ୍ରା ଅଭିଯାନ ଗତ ସେପ୍ଟେମ୍ବର ମାସରୁ ଆରମ୍ଭ ହୋଇଛି । ଏହି କ୍ରମରେ ଗତ ୧୪ ତାରିଖ ଦିନ ସ୍ଥାନୀୟ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଏକ ଷ୍ଟାର୍ଟ-ଅପ୍ ବୁଟ୍-କ୍ୟାମ୍ପ୍ ଆଇ.ଆଇ.ଟି. ଭୁବନେଶ୍ବରର ତତ୍ୱାବଧାନ ତଥା ବିଶ୍ବବିଦ୍ୟାଳୟର ଇନକ୍ୟୁବେସନ ସେଣ୍ଟରର ସହଯୋଗିତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଷ୍ଟାର୍ଟ-ଅପ୍ ଓଡିଶା ତରଫରୁ ଡ. ମନୀଷା ଆଚାର୍ଯ୍ୟ ଓ ଆଇ.ଆଇ.ଟି. ଭୁବନେଶ୍ବର ତରଫରୁ ଶ୍ରୀମତୀ ପୁରବୀ ମିଶ୍ର ଏବଂ ଶ୍ରୀ ଶକ୍ତି ସ୍ଵରୂପ ପତି ଯୋଗ ଦେଇ ଛାତ୍ର-ଛାତ୍ରୀଙ୍କୁ ଷ୍ଟାର୍ଟ-ଅପ ସ୍ଥାପନ କରିବାର ଆବଶ୍ୟକତା ତଥା ସେଥିରେ ସମ୍ମୁଖୀନ ହେଉଥିବା ବିଭନ୍ନ ସମସ୍ୟା ଓ ତା'ର ସମାଧାନ ତଥା ଓଡିଶା ସରକାରଙ୍କ ଦ୍ଵାରା ଉପଲବ୍ଧ ବିଭିନ୍ନ ପ୍ରକାରର ଷ୍ଟାର୍ଟ-ଅପ୍ ସ୍କିମ ବିଷୟରେ ଛାତ୍ର-ଛାତ୍ରୀଙ୍କୁ ଅବଗତ କରେଇଥିଲେ । ବିଶ୍ୱବିଦ୍ୟାଳୟର ଇନକ୍ୟୁବେସନ ସେଣ୍ଟରର ନିର୍ଦ୍ଦେଶିକା ଡ. ଏମ. ହିମବିନ୍ଦୁ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତାପୂର୍ବକ ଅତିଥି ପରିଚୟ ପ୍ରଦାନ କରିଥିଲେ । ଇନକ୍ୟୁବେସନ ସେଣ୍ଟରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଇଂ ସୌମ୍ୟରଂଜନ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ପରିଶେଷରେ  ଇନକ୍ୟୁବେସନ ସେଣ୍ଟରର ଉପ-ନିର୍ଦ୍ଦେଶକ ଡ. ପ୍ରିୟ ରଞ୍ଜନ ଦେବତା ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବିଶ୍ବବିଦ୍ୟାଳୟ ତଥା ଅନ୍ୟାନ୍ୟ ମହାବିଦ୍ୟାଳୟ ମାନଙ୍କରୁ ପ୍ରାୟ ୧୨୦ ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରି ପ୍ରାୟ ୨୫ ଗୋଟି ଆଇଡ଼ିଆ ପ୍ରଦର୍ଶିତ କରିଥିଲେ । ଏହି ପ୍ରତିଯୋଗିତାରେ ବିଶ୍ୱବିଦ୍ୟାଳୟର ପ୍ରାଣୀବିଜ୍ଞାନ ବିଭାଗର ଗବେଷଣାରତ ଛାତ୍ର ଗୌତମ ସିଂ ତଥା ତାଙ୍କ ସହଯୋଗୀ କୁମାରୀ ସ୍ମତିରେଖା ମହାନ୍ତଙ୍କ ଦ୍ୱାରା ପ୍ରଦର୍ଶିତ "ଜୈବିକ ସାର" ପ୍ରଥମ ସ୍ଥାନ, ପ୍ରାଣୀବିଜ୍ଞାନ ବିଭାଗର ଛାତ୍ରୀ ରଶ୍ମି ରେଖା ରାଉତ ଓ ତାଙ୍କ ସହଯୋଗୀ ଶ୍ରୀମାନ ଜ୍ୟୋତି ଜୀବନ ଗିରିଙ୍କ ପ୍ରସ୍ତାବିତ "ଇ-ଶାଳ" ଦ୍ବିତୀୟ ସ୍ଥାନ ଅଧିକାର କରିଥିଲା । ବିଶ୍ବବିଦ୍ୟାଳୟର କମ୍ପ୍ୟୁଟର ବିଜ୍ଞାନ ବିଭାଗର କୁମାରୀ ଅମିଶା ଦାସ, ତାଙ୍କ ସହଯୋଗୀ କୁମାରୀ ସୁସ୍ମିତା ବସା, ସୁଶ୍ରୀ ସଂଗୀତା ତଥା ଶ୍ରୀମାନ ବିଭୂଙ୍କ ଦ୍ଵାରା ପ୍ରଦର୍ଶିତ "ସ୍ମାର୍ଟ ବିନ- କଲେକ୍ଟୋରେମେଟିକ" ତୃତୀୟ ସ୍ଥାନ ଅଧିକାର କରିଥିଲା ।  ଷ୍ଟାର୍ଟ-ଅପ୍ ଓଡିଶା ତରଫରୁ ସମସ୍ତ ବିଜୟୀ ଦଳଙ୍କୁ ଉପହାର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରକାଶ ଥାଉ କି ପୂର୍ବ ବର୍ଷ ତୁଳନାରେ ଏହି ବର୍ଷ ଏହି ପ୍ରତିଯୋଗିତାରେ ୬୦% ଅଧିକ ଆଇଡ଼ିଆ ପ୍ରଦର୍ଶିତ ହୋଇଅଛି । ଭୁବନେଶ୍ୱରରୁ ଆସିଥିବା ଷ୍ଟାର୍ଟ ଅପ ଉଦ୍ୟୋଗୀ ଶ୍ରୀ ହିତେଶ ପଶା  ଓ ବିଶ୍ଵବିଦ୍ୟାଳୟର ପ୍ରାକ୍ତନ ଛାତ୍ରୀ ତଥା ପୂର୍ବ ବର୍ଷର ଷ୍ଟାର୍ଟ-ଅପ୍ ଯାତ୍ରା ବିଜୟିନୀ କୁମାରୀ ସ୍ନେହା ନାୟକ ନିଜର ଔଦ୍ୟୋଗିକ ଅନୁଭୂତିକୁ ଏଥିରେ ବର୍ଣ୍ଣନା କରି ଉପସ୍ଥିତ ଛାତ୍ର-ଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । 

Wildlife Week Celebration @MSCBU

 

ବନ୍ୟପ୍ରାଣୀ ଓ ଜୈବ ବିବିଧତା ସଂରକ୍ଷଣ ସଚେତନତା ସପ୍ତାହ ଅବସରରେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟ ର ଲିଟେରାରୀ କ୍ଲବ୍ ସହଯୋଗିତା ରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ବିଶ୍ବବିଦ୍ୟାଳୟ ସମ୍ମଳନ କକ୍ଷ ରେ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁଙ୍କ ପୌରହିତ୍ୟରେ ଆୟୋଜିତ ଏହି ଆଲୋଚନା ଚକ୍ରରେ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ମୁଖ୍ୟ ଅତିଥୁ ରୂପେ ଯୋଗିଦାନ କରି ନିଜସ୍ବ ବକ୍ତବ୍ୟରେ ଶିମିଳିପଳ ଉପରେ ଅଧିକରୁ ଅଧିକ ଗବେଷଣା ହେବାର ଆବଶ୍ୟକତା ଅଛି ବୋଲି ମତ ରଖିଥିଲେ । ପ୍ରାକ୍ତନ ବନ୍ୟପ୍ରାଣୀ ତତ୍ୱାବଧାରକ ଭାନୁମିତ୍ର ଆଚାର୍ଯ୍ୟ ସମ୍ମାନିତ ଅତିଥ୍‌ ରୂପେ ଯୋଗଦାନ କରି ନିଜର ଅଭିଭାଷଣରେ ଛାତ୍ର ଛାତ୍ରୀ ମାନଙ୍କର ବନ୍ୟପ୍ରାଣୀ ମାନଙ୍କ ସମ୍ବନ୍ଧରେ କ୍ଷେତ୍ର ପରିଦର୍ଶନ ପୂର୍ବକ ବାସ୍ତବ ଜ୍ଞାନର ଆବଶ୍ୟକତା ଅଛି ବୋଲି କହିଥିଲେ । ବିଶ୍ବବିଦ୍ୟାଳୟ ଅନ୍ତର୍ନିହିତ ଗୁଣବତ୍ତା ପରିମାପ ବିଭାଗର ନିର୍ଦ୍ଦେଶିକା କମ୍ପ୍ୟୁଟର ପ୍ରାୟୋଗିକ ବିଭାଗ ପ୍ରଫେସର ଏମ. ହିମାବିନ୍ଦୁ ସ୍ବତନ୍ତ୍ର ଅତିଥ୍‌ ଭାବରେ ଯୋଗଦାନ କରି ପ୍ରାକୃତିକ ପରିବେଶକୁ ଆପଣାର କରି ବଞ୍ଚିବାର କୌଶଳ ଆମେ ଶିମିଳିପାଳର ଆଦିମ ଅଧ‌ିବାସୀମାନଙ୍କଠାରୁ ଶିକ୍ଷା କରିବାର ଅଛି ବୋଲି ବକ୍ତବ୍ୟ ରଖୁଥଲେ । ଏଥ‌ିରେ ଲିଟେରାରୀ କ୍ଲବ୍ ର ସଂଯୋଜିକ ବିଭାଗୀୟ ସହକାରୀ ପ୍ରଫେସର ଡକ୍ଟର ଶୁଭାନୀ ରଥ ମଞ୍ଚ ପରିଚାଳନା କରିବାବେଳେ ବିଭାଗୀୟ ଅନ୍ୟତମ ସହକାରୀ ପ୍ରଫେସର ଡକ୍ଟର ଦେବାଶିଷ ନାୟକ, ଡକ୍ଟର ଅଶୋକ କୁମାର ମଲ୍ଲିକ, ଡକ୍ଟର ରବୀନ୍ଦ୍ର କୁମାର ମିଶ୍ର ସହଯୋଗ କରିଥିଲେ । ବିଭାଗୀୟ ବରିଷ୍ଠ ସହକାରୀ ପ୍ରଫେସର ଡକ୍ଟର ସୃଷ୍ଟିଧର ରାଉତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଆଲୋଚନା ଚକ୍ରରେ ବିଶ୍ବବିଦ୍ୟାଳୟ ସମସ୍ତ ବିଭାଗର ବହୁ ଅଧ୍ୟାପକ ଓ ଅଧ୍ୟାପିକା ଯୋଗଦାନ କରିବା ସହିତ ଛାତ୍ର ଛାତ୍ରୀ ମାନେ ଯୋଗଦାନ କରିଥିଲେ ।

Workshop on Career Guidance and Job Opportunities

 




ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏକ କ୍ୟାରିୟର କାଉନ୍‌ସେଲିଂ କର୍ମଶାଳା ବୁଧବାର ଦିନ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଯାଇଛି । ବିଶ୍ୱବିଦ୍ୟାଳୟର କ୍ୟାରିୟର କାଉନ୍‌ସେଲିଂ ସେଲ୍‌ ଓ ପ୍ଲେସ୍‌ମେଣ୍ଟ୍‌ ସେଲ୍‌ର ମିଳିତ ଆନୁକୁଲ୍ୟରେ ଆୟୋଜିତ ଏହି ତ୍ରିଦିବସୀୟ କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କୁଳପତି ପ୍ରଫେସର ତ୍ରିପାଠୀ ନିଜ ବକ୍ତବ୍ୟରେ ଛାତ୍ରଛାତ୍ରୀମାନଙ୍କୁ ଭୟକୁ ଏକ ଆହ୍ୱାନ ରୂପେ ଗ୍ରହଣ କରି ନିପୁଣତା ଓ ଜ୍ଞାନକୁ ପାଥେୟ କରି ନିଜର କ୍ୟାରିୟର ଗଢ଼ିବାକୁ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ । ପୁଣି ଅନ୍ୟମାନଙ୍କ ଆଶା ଆକାଂକ୍ଷା ଦ୍ୱାରା ପ୍ରଭାବିତ ନ ହୋଇ ନିଜର ସ୍ୱପ୍ନକୁ ସାକାର କରିବା ପାଇଁ ସଙ୍କଳ୍ପବଦ୍ଧ ହେବା ପାଇଁ ସେ ଆହ୍ୱାନ କରିଥିଲେ । ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁ ଏହି କାର୍ଯ୍ୟକ୍ରମରେ ପୌରହିତ୍ୟ କରି ନିଜ ବକ୍ତବ୍ୟରେ ଛାତ୍ରଛାତ୍ରୀଙ୍କ କ୍ୟାରିୟର ଗଢ଼ିବାରେ ବିଶ୍ୱବିଦ୍ୟାଳୟର ପ୍ରତିବଦ୍ଧତା ସମ୍ପର୍କରେ ନିଜର ବକ୍ତବ୍ୟ ରଖିଥିଲେ । ସମ୍ମାନିତ ଅତିଥି ଭାବେ ଯୋଗଦେଇ ପଶ୍ଚିମବଙ୍ଗ ବାରାକପୁରର ସି.ଆଇ.ଏଫ୍‌.ଆର୍‌.ଇ ର ନିର୍ଦ୍ଦେଶକ ଡ. ବି.କେ. ଦାସ ଛାତ୍ରଛାତ୍ରୀମାନଙ୍କୁ କ୍ୟାରିଅର ଗଢ଼ିବା ସହିତ ନିଜ ପରିବାରକୁ ନ ଭୁଲି ଯିବାପାଇଁ ପରାମର୍ଶ ଦେଇଥିଲେ । ସ୍ୱତନ୍ତ୍ର ଅତିଥି ଭାବେ ଆଇକ୍ୟୁଏସି ନିର୍ଦ୍ଦେଶିକା ପ୍ରଫେସର ଏମ୍‌. ହିମବିନ୍ଦୁ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ନିଜର ଶକ୍ତି, ଦୁର୍ବଳତା, ସୁଯୋଗପ୍ରବଣତା ଓ ସାମ୍ନାକରୁଥିବା ଆହ୍ୱାନ୍‌ ଗୁଡ଼ିକ ଚିହ୍ନିବା ହିଁ ଏକ ସଫଳ କ୍ୟାରିୟର ଗଠନର ଲକ୍ଷଣ ବୋଲି କହିଥିଲେ । ବିଶ୍ୱବିଦ୍ୟାଳୟର କ୍ୟାରିୟର କାଉନ୍‌ସେଲିଂ ସେଲ୍‌ର ସଂଯୋଜକ ତଥା ଜୈବପ୍ରଯୁକ୍ତି ବିଦ୍ୟା ବିଭାଗର ସହଯୋଗୀ ପ୍ରଫେସର ଡ. ସୁକାନ୍ତ କୁମାର ନାୟକ ସ୍ୱାଗତ ଭାଷଣ ପ୍ରଦାନ କରି ଏହି ତିନିଦିନିଆ କର୍ମଶାଳାର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ବିଷୟରେ ଆଲୋକପାତ କରିଥିଲେ । ବିଶ୍ୱବିଦ୍ୟାଳୟ ପ୍ଲେସ୍‌ମେଣ୍ଟ୍‌ ସେଲ୍‌ର ସଂଯୋଜିକା ତଥା ଅର୍ଥନୀତି ବିଭାଗର ସହଯୋଗୀ ପ୍ରଫେସର ଡ. କବିତା କୁମାରୀ ସାହୁ ଅତିଥି ପରିଚୟ ଓ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମକୁ ଅର୍ଥନୀତି ବିଭାଗର ଅଧ୍ୟାପକ ଡ. ପ୍ରତାପ କୁମାର ଜେନା, କମ୍ପ୍ୟୁଟର ବିଜ୍ଞାନ ବିଭାଗର ଅଧ୍ୟାପକ ଡ. ଜନ୍ମେଞ୍ଜୟ ନାୟକ, ବ୍ୟବସାୟ ପ୍ରଶାସନ ବିଭାଗର ଅଧ୍ୟାପକ ଡ. ସୀତାରାମ ଦାସ ପ୍ରମୁଖ ପରିଚାଳନା କରିଥିଲେ । ଏହି କର୍ମଶାଳାରେ ବିଶ୍ୱବିଦ୍ୟାଳୟର ୩୦୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଭାଗନେଉଛନ୍ତି । ଆଗାମୀ ତିନିଦିନ ଧରି ଛାତ୍ରଛାତ୍ରୀମାନଙ୍କୁ ରାଜ୍ୟ ଓ ରାଜ୍ୟବାହାରର ବିଭିନ୍ନ ବିଶିଷ୍ଟ ବ୍ୟକ୍ତି ତଥା ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକାମାନେ ଛାତ୍ରଛାତ୍ରୀ ମାନଙ୍କୁ କ୍ୟାରିୟର ସମ୍ପର୍କିତ ପରାମର୍ଶ ଦେବା ସହ ଭାବ ବିନିମୟ କରିବେ ।

Three-day NSS Volunteers Empowerment Programme @MSCBU

 


ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ପରିସରରେ ଜାତୀୟ ସେବା ଯୋଜନା ବ୍ୟୁରୋ ଦ୍ଵାରା ଆୟୋଜିତ ଏବଂ ଓଡିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ଦ୍ଵାରା ପ୍ରାୟୋଜିତ ତିନିଦିନିଆ ଏନ୍. ଏସ୍. ଏସ୍ ଜନଜାତୀୟ ସ୍ଵେଚ୍ଛାସେବୀଙ୍କ ସଶକ୍ତିକରଣ ଶିବିର ଉଦଘାଟିତ ହୋଇଯାଇଛି । ଏହି ଉଦଘାଟନୀ ଉତ୍ସବ ସ୍ନାତ୍ତକୋତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଥିଲା ।ଏହି ଉଦଘାଟନୀ ସଭାରେ ମୁଖ୍ୟ ଅତିଥି ଭାବେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଯୋଗଦେଇ ଜଣେ ପ୍ରକୃତି, ପ୍ରବୃତ୍ତି, ଆଚରଣ, ଉଚ୍ଚାରଣ କୁ ମାର୍ଜିତ କରିବା ସହ ଜଣେ ଉତ୍ତମ ସ୍ବେଚ୍ଛାସେବୀ ହୋଇ ସମାଜ ଗଠନ ରେ ନିଜକୁ ସାମିଲ ହୋଇପାରିଲେ ଜୀବନର ସାର୍ଥକତା ଆସିଥାଏ ବୋଲି ମତବ୍ୟକ୍ତ କରିଥିଲେ । ସମ୍ମାନିତ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ରାଜ୍ୟ ସଭା ସାଂସଦ ବୀରଭଦ୍ର ସିଂ ଯୋଗଦେଇ ଦୃଢ଼ ଇଚ୍ଛା ଶକ୍ତି ଥିଲେ ଯେ କେହିବି ଶିଖରକୁ ଛୁଇଁ ପାରେ ଏବଂ ଆଜିର ଦିନରେ ବୃକ୍ଷର ଆବଶ୍ୟକତା ସହ ଜନଜାତି ମାନେ ନିଶା, ଅନ୍ଧ ବିଶ୍ବାସଠୁ ଦୁରେଇ ରହିବା ପାଇଁ ହେଲେ ଶିକ୍ଷାର ଆବଶ୍ୟକତା ବିଷୟରେ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଜାତୀୟ ସେବା ଯୋଜନା ବ୍ୟୁରୋ ସଂଯୋଜକ ଡ. ବସନ୍ତ କୁମାର ମହାନ୍ତ ତ୍ରିଦିବସୀୟ ଶିବିରର ଆଭିମୁଖ୍ୟ ସ୍ପଷ୍ଟ କରିବାସହ କାର୍ଯ୍ୟକ୍ରମ ସୂଚୀ ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ସଭାରେ ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଦିଲ୍ଲୀପ କୁମାର ପ୍ରମାଣିକ ଅତିଥି ପରିଚୟ ପ୍ରଦାନ କରିବା ସହ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ । ଉଦଘାଟନୀ ଉତ୍ସବ ଶେଷରେ ବିଶ୍ୱବିଦ୍ୟାଳୟର ଏନ୍ ଏସ୍ ଏସ୍ କାର୍ଯ୍ୟକ୍ରମ ଅଧିକାରୀ ଡ. ବିଷ୍ଣୁପ୍ରିୟା ହାଁସଦା ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ପ୍ରଥମ ଦିବସର ପ୍ରଥମ ବୈଷୟିକ ଅଧିବେଶନରେ ପ୍ରାକ୍ତନ ଅଧକ୍ଷ ଡ. ତରୁଣ କୁମାର ଓଝା ଜାତୀୟ ସେବା ଯୋଜନା ଉପରେ ମୌଳିକ ଧାରଣା ଦେବାସହ ସ୍ଵେଚ୍ଛାସେବୀଙ୍କ ସହ ଆଲୋଚନା ପର୍ଯ୍ୟାଲୋଚନା କରିଥିଲେ । ଉକ୍ତ ଅଧିବେଶନରେ ବିଶ୍ୱବିଦ୍ୟାଳୟର ପୂର୍ବତନ କାର୍ଯ୍ୟକ୍ରମ ସଂଯୋଜକ ଉଷା ସତପଥୀ ସ୍ଵେଚ୍ଛାସେବୀ ମାନଙ୍କୁ ଜୀବନ  କୌଶଳ ବିଷୟରେ ଆଲୋଚନା କରିଥିଲେ ।ଶେଷ ଅଧିବେଶନରେ ବିଶ୍ୱବିଦ୍ୟାଳୟର ପୂର୍ବତନ କାର୍ଯ୍ୟକ୍ରମ ଅଧିକାରୀ ଡ. ମୀନତି ମଲ୍ଲିକ ଯୋଗଦେଇ ଯୋଗା ଯୋଗ କୌଶଳର ଆବଶ୍ୟକତା ଉପରେ ପ୍ରଶିକ୍ଷଣ ଦେଇ ଏକ ଦଳଗତ ଆଲୋଚନାକୁ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ କୁଳସଚିବ ସହଦେବ ସମାଧିଆ, ବିତ୍ତାଧିକାରୀ ଶୁକଦେବ ତରାଇ, ପ୍ରାଧ୍ୟାପିକା ଏମ୍ ହିମାବିନ୍ଦୁ , ସୁସ୍ମିତା କର, ମୋନାଲି ଗୋସ୍ଵାମୀ, ପୁଷ୍ପାଞ୍ଜଳୀ ପରିଡା, କବିତା ସାହୁ, ପ୍ରିୟଙ୍କା ଦାସ ପ୍ରାଧ୍ୟାପକ  ଆଦିତ୍ୟ ପାତ୍ର, ଶୁଭେନ୍ଦୁ ସତପଥୀ, ଯତୀନ୍ଦ୍ର ବେଶ୍ରା ଉପସ୍ଥିତ ଥିଲେ । ତୃପ୍ତି ପାତ୍ର, ରିକା ପଣ୍ଡା କାର୍ଯ୍ୟକ୍ରମ ଅଧିକାରୀ ମାନଙ୍କ ମଧ୍ୟରେ ସୁନୀଲ ସାହୁ, ହରମୋହନ ମହାନ୍ତ, ମିତା ପାତ୍ର, ଆରତି ହୋ, ସୌଦାମିନି ସିଂ, ମଥୁରା ଆଲଦା ପ୍ରମୁଖ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର ଜନଜାତି ସ୍ଵେଚ୍ଛାସେବୀ ମାନେ ଅଂଶଗ୍ରହଣ କରିଛନ୍ତି।


Centenarian First Photo Journalist of Odisha Sri Purnachandra Bindhani honoured by MSCBU



ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଫଟୋଗ୍ରାଫି କ୍ଲବ୍‌ ଦ୍ୱାରା ଓଡ଼ିଶାର ସୁନାମଧନ୍ୟ ଶତାୟୁ ଫଟୋ ସାମ୍ବାଦିକ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ବିନ୍ଧାଣୀଙ୍କୁ ସମ୍ବର୍ଦ୍ଧନା ଦିଆଯାଇଅଛି । ବିଶ୍ୱବିଦ୍ୟାଳୟ ସମ୍ମେଳନ କକ୍ଷରେ ଗୁରୁବାର ଦିନ ଆୟୋଜିତ ଏକ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଶ୍ରୀଯୁକ୍ତ ବିନ୍ଧାଣୀଙ୍କୁ ମାନପତ୍ର ଓ ଉତ୍ତରୀୟ ସହ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ନିଜ ବକ୍ତବ୍ୟରେ ପ୍ରଫେସର ତ୍ରିପାଠୀ ଶ୍ରୀଯୁକ୍ତ ବିନ୍ଧାଣୀଙ୍କୁ ଏ ମାଟିର ଏକ ସୁଯୋଗ୍ୟ ସନ୍ତାନ, ଏକ ସଫଳ ଏବଂ ପରିପୂର୍ଣ୍ଣ ମଣିଷ ବୋଲି ବର୍ଣ୍ଣନା କରିବା ସହ ଆଧୁନିକ ଯୁଗର ବିଶ୍ୱକର୍ମା ବୋଲି ଆଖ୍ୟା ଦେଇଥିଲେ । ମୟୂରଭଞ୍ଜ ମାଟି ପ୍ରତିଭା ସୃଷ୍ଟି କରିପାରିବାର ମାଟି - ଶ୍ରୀଯୁକ୍ତ ବିନ୍ଧାଣୀ ତାର ଏକ ଜ୍ୱଳନ୍ତ ପ୍ରମାଣ ବୋଲି ସେ କହିଥିଲେ । ଆଗାମୀ ଦିନରେ ବିଶ୍ୱବିଦ୍ୟାଳୟର କେନ୍ଦ୍ରୀୟ ଗ୍ରନ୍ଥାଗାରରେ ଶ୍ରୀଯୁକ୍ତ ବିନ୍ଧାଣୀଙ୍କର ୧୦୦ଟି ଫଟୋ ସମ୍ବିଳିତ ଏକ ଗ୍ୟାଲେରୀ ତିଆରି କରାଯିବ ବୋଲି କୁଳପତି ଘୋଷଣା କରିଥିଲେ । ଶ୍ରୀଯୁକ୍ତ ବିନ୍ଧାଣୀ ନିଜ ବକ୍ତବ୍ୟରେ ମାତୃଶକ୍ତିର ବନ୍ଦନା କରିଥିଲେ । ଏହି ସଭାରେ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁ ପୌରହିତ୍ୟ କରି ଶ୍ରୀଯୁକ୍ତ ବିନ୍ଧାଣୀଙ୍କୁ ଏକ କାଳଜୟୀ ପୁରୁଷ ରୂପେ ଅଭିହିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉପସ୍ଥିତ ଥିବା ବାରିପଦାର ସିନେ ନିର୍ଦ୍ଦେଶକ ଶ୍ରୀ ଚିନ୍ମୟ ଦାସପଟ୍ଟନାୟକ, ଅଧିବକ୍ତା ଶ୍ରୀ ବିଭୁ ଦାସ, ମୟୂରଭଞ୍ଜ ସାହିତ୍ୟ ପରିଷଦର ସଭାପତି ଶ୍ରୀ ପଦ୍ମନାଭ ସାହୁ, ଭାଷ୍ୟକାର ଶ୍ରୀ ସମରେନ୍ଦ୍ର ବଶା, ଅବସରପ୍ରାପ୍ତ ପ୍ରାଧ୍ୟାପକ ଶ୍ରୀ ଶ୍ୟାମସୁନ୍ଦର ଦାସ, ମୟୂରଭଞ୍ଜ ସାହିତ୍ୟ ପରିଷଦର ପ୍ରାକ୍ତନ ସମ୍ପାଦକ ଶ୍ରୀ ଆଶୀଷ କୁମାର ବଶା ପ୍ରମୁଖ ନିଜ ବକ୍ତବ୍ୟରେ ଶ୍ରୀଯୁକ୍ତ ବିନ୍ଧାଣୀଙ୍କର ଜୀବନର ଅନେକ ଦିଗ ଉପରେ ଆଲୋକପାତ କରିଥିଲେ । ବିଶ୍ୱବିଦ୍ୟାଳୟର ଫଟୋଗ୍ରାଫି କ୍ଲବ୍‌ର ମୁଖ୍ୟ ତଥା ପ୍ରାଣୀ ବିଜ୍ଞାନ ବିଭାଗର ମୁଖ୍ୟ ଡ. ପୁଷ୍ପା‍ଞ୍ଜଳି ପରିଡ଼ା ଏହି ସଭାର ଆଭିମୁଖ୍ୟ ଓ ଅତିଥି ପରିଚୟ ପ୍ରଦାନ କରିବା କରିଥିଲେ । ଫଟୋଗ୍ରାଫି କ୍ଲବର ଶିକ୍ଷକ ସଭ୍ୟ ତଥା ନୃତତ୍ୱ ଓ ଜନଜାତି ଶିକ୍ଷା ବିଭାଗର ମୁଖ୍ୟ ଡ. ବସନ୍ତ କୁମାର ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଫଟୋଗ୍ରାଫି କ୍ଲବର ପୁସ୍ତିକା ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିଲା ।

ସୂଚନାଯୋଗ୍ୟ ଯେ, ବାରିପଦା ଦେଉଳ ସାହିରେ ଜନ୍ମିତ ଚନ୍ଦ୍ରମୋହନ ବିନ୍ଧାଣୀ ଓ ସୁଗନ୍ଧା ଦେବୀଙ୍କ ସୁପୁତ୍ର ପୂର୍ଣ୍ଣଚନ୍ଦ୍ର ବିନ୍ଧାଣୀ ଗତ ଅଗଷ୍ଟ ୨୪ ତାରିଖରେ ଶହେ ବର୍ଷରେ ପ୍ରଦାର୍ପଣ କରି ଫଟୋଗ୍ରାଫି ଇତିହାସରେ ଏକ କିମ୍ବଦନ୍ତୀ ପାଲଟିଛନ୍ତି । ଶ୍ରୀଯୁକ୍ତ ବିନ୍ଧାଣୀ ଏକାଧାରରେ ଜଣେ ଆଲୋକ ଚିତ୍ର ଶିଳ୍ପୀ, ବାସ୍ତୁବିତ୍‌‌, ମୁଦ୍ରଣ ଲିପି ସଂସ୍କାରକ, ସାହିତ୍ୟିକ, କବି, ରଥ ନିର୍ମାଣ ଶିଳ୍ପୀ, କାଷ୍ଠ-ଲୌହ କଳାକାର, ଅଭିନେତା, ନାଟ୍ୟକାର, ସାମ୍ୱାଦିକ, ଫଟୋ ସାମ୍ବାଦିକ ଏଭଳି ଅନେକ ପ୍ରତିଭାର ଅଧିକାରୀ । 

ଏହି କାର୍ଯ୍ୟକ୍ରମ ଅବସରରେ ଶ୍ରୀଯୁକ୍ତ ବିନ୍ଧାଣୀ ଉତ୍ତୋଳନ କରାଯାଇଥିବା ଫଟୋଗୁଡ଼ିକର ଏକ ଗ୍ୟାଲେରୀ ପ୍ରଦର୍ଶନୀ କରାଯାଇଥିଲା । କାର୍ଯ୍ୟକ୍ରମରେ ବାରିପଦାର ବରିଷ୍ଠ ଫଟୋଗ୍ରାଫର ଶ୍ରୀ ସୁବ୍ରତ କୁମାର ସାହୁ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ବାରିପଦାର ବହୁ ବୁଦ୍ଧିଜୀବୀ, ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ଓ ବିଭିନ୍ନ ବିଭାଗର ଛାତ୍ରଛାତ୍ରୀ ଯୋଗଦାନ କରି ଏହାକୁ ସାଫଲ୍ୟ ମଣ୍ଡିତ କରିଥିଲେ ।

State Level Pre Republic Day Selection Camp 2023 @MSCBU

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟରେ ବିଶ୍ଵବିଦ୍ୟାଳୟର ଜାତୀୟ ସେବା ଯୋଜନା ବ୍ୟୁରୋ ତରଫରୁ ରାଜ୍ୟ ସ୍ତରୀୟ ପ୍ରାକସାଧାରଣତନ୍ତ୍ର ଦିବସ ମନୋନୟନ କାମ୍ପ ୨୦୨୩, ବ୍ୟୁରୋ ସଂଯୋଜକ  ଡ. ବସନ୍ତ କୁମାର ମହାନ୍ତଙ୍କ  ତତ୍ତ।ବୋଧନ ତଥା ପୂର୍ବତନ ସଂଯୋଜକ ଡ. ଶ୍ୟାମ ସୁନ୍ଦର ଦାସ, ପ୍ରଫେସର ପ୍ରମୋଦ କୁମର ଶତପଥୀ, ଡ. ଉଷା ଶତପଥୀ,  ଡ. ଶୁଭେନ୍ଦୁ ଦାସଙ୍କ ମାର୍ଗଦର୍ଶିକା ତଥା ଜିଲ୍ଲା ପ୍ରୋଗ୍ରାମ ଅଧିକାରୀ ଶ୍ରୀ ଦିଲ୍ଲୀପ କୁମାର ପାରିମାଣିକ ଏବଂ ପ୍ରୋଗ୍ରାମ ଅଧିକାରୀ ଶ୍ରୀମତୀ ଚିସ୍ତି ଦାସ, ଶ୍ରୀ ହରମୋହନ ମହାନ୍ତ, ଶ୍ରୀ ଶିପୁନ କୁମାର ଦାସ, ଶ୍ରୀ ଲମ୍ବଧର ବାରିକ, ଡ. ପ୍ରିୟବ୍ରତ ବେହେରା, ଡ. ବିଷ୍ଣୁପ୍ରିୟା ହାଁସଦାଙ୍କ ସହିତ ପୂର୍ବତନ ପ୍ରୋଗ୍ରାମ ଅଧିକାରୀ ଡ. ତରୁଣ କୁମାର ଓଝା, ଡ. ମିନତୀ ମଲ୍ଲିକଙ୍କ ସହୋଯୋଗିତାରେ ଆଯୋଜିତ ହୋଇଅଛି। ଏହି ମନୋନୀତ ପ୍ରକ୍ରିୟାରେ ବାରିପଦାସ୍ଥିତ ୫ମ ବାଟାଲିୟନର ଅଧିକାରୀମାନେ ଉପସ୍ଥିତ ଥାଇ ଯୋଗ୍ୟତା ଏବଂ ପ୍ୟାରେଡ ପରିକ୍ଷଣ କରିଥିଲେ। ଏଥିରେ ବିଶ୍ଵବିଦ୍ୟାଳୟ ସ୍ନାତୋକତ୍ତର ଜାତୀୟ ସେବା ଯୋଜନା ସହିତ ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାସ୍ଥିତ ୧୪ଟି ମହାବିଦ୍ୟାଳୟରୁ ମୋଟ ୨୯ଜଣ ମହିଳା ପ୍ରତିଭାଗିନୀ ଯୋଗଦେଇଥିଲେ। ପ୍ରତିଭାଗିନୀମାନଙ୍କର ମାପ, ଓଜୋନ, ଅଭିବାଦନ, ରେପୋର୍ଟିଂ, ଦୌଡ, ଓ ଅନ୍ୟାନ୍ୟ ପରିମାପ ଆଧାରୋରେ ୨୦ଜଣ ପ୍ରାଥିନୀଙ୍କୁ ମନୋନୀତ କରାଯାଇଅଛି। ମନୋନୀତ ପ୍ରାଥିନୀମାନେ ଆସନ୍ତା ସେପ୍ଟେମ୍ବର ମାସରେ ଭୁବନେଶ୍ବରରେ ହେବାକୁଯାଉଥିବା ପୂର୍ବଜୋନ ପ୍ରାକସାଧାରଣତନ୍ତ୍ର ଦିବସ ପ୍ୟାରାଡ ମନୋନୟନ କାମ୍ପ ୨୦୨୩ ପାଇଁ ରାଜ୍ୟସ୍ତୋରୀୟ ମନୋନୀତ କାମ୍ପରେ ପ୍ରତିଭାଗିତା କରିବେ। ଏହି ମନୋନୀତ ପ୍ରକ୍ରିୟାରେ ବିଶ୍ଵବିଦ୍ୟାଳୟର ଡ. କବିତା କୁମାରୀ ସାହୁ, ଡ. ମୋନାଲି ଗୋସ୍ଵାମୀ, ଡ. ପ୍ରିୟଙ୍କା ଦାସ,  ଭୂବନେଶ୍ଵର ଶବର, ଡ. ସୁବେନ୍ଦୁ ଶତପଥୀ  ତଥା ସ୍ନାତୋକତ୍ତର ଜାତୀୟ ସେବା ଯୋଜନା ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟ ବାରିପଦାର ସ୍ଵେଛାସେବୀ, ଚାନ୍ଦିନୀ ମହାନ୍ତ, ଜେନେନା ଝାଁସୀ ବେହେରା, ଶ୍ରୀକାନ୍ତ ବେହେରା, ସାଗର ସୁମନ ମହାନ୍ତ, ମେଞ୍ଜ୍ଯୋତି ନାୟକ, ବବିତା ମୁର୍ମୁ ଆଦି ଉପସ୍ଥିତ ଥିଲେ। 

Workshop on NAAC Awareness and Accreditation for the affiliated Colleges of MSCBU

 ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ମହାବିଦ୍ୟାଳୟଗୁଡ଼ିକ ପାଇଁ ଏକ ତିନିଦିନିଆ ନାକ ସଚେତନତା ଓ ମୂଲ୍ୟାଙ୍କନ କର୍ମଶାଳା ମଙ୍ଗଳବାର ଦିନ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଯାଇଛି । ବିଶ୍ୱବିଦ୍ୟାଳୟର ମହାବିଦ୍ୟାଳୟ ବିକାଶ ପରିଷଦ ତରଫରୁ ଦ୍ୱାରା ଆୟୋଜିତ ଓ ବିଶ୍ୱବ୍ୟାଙ୍କ ଦ୍ୱାରା ଉତ୍କର୍ଷତା ଏବଂ ସମାନତା ପାଇଁ ଓଡିଶା ଉଚ୍ଚ ଶିକ୍ଷା ଯୋଜନାର ଆନୁଷ୍ଠାନିକ ବିକାଶ କାର୍ଯ୍ୟକ୍ରମ ଦ୍ୱାରା ପ୍ରାୟୋଜିତ ଏହି କର୍ମଶାଳାରେ ଓଡ଼ିଶା ରାଜ୍ୟ ଉଚ୍ଚ ଶିକ୍ଷା ପରିଷଦର କାର୍ଯ୍ୟକାରୀ ସଦସ୍ୟ ପ୍ରଫେସର ସୁସ୍ମିତ ପ୍ରସାଦ ପାଣି ମୁଖ୍ୟ ମୁଖ୍ୟ ଅତିଥିରୂପେ ଯୋଗଦାନ କରିଥିଲେ । ନିଜ ବକ୍ତବ୍ୟରେ କୁଳପତି ପ୍ରଫେସର ତ୍ରିପାଠୀ କହିଥିଲେ ଯେ ଛାତ୍ରସମାଜର ଭବିଷ୍ୟତ ପୀଢି ନିକଟରେ ଉତ୍ତରଦାୟୀ ହେବା ନିମନ୍ତେ କଲେଜ ଗୁଡ଼ିକ ନାକ୍‌ ମୂଳ୍ୟାଙ୍କନ ନିମନ୍ତେ ଆଗଭର ହେବାକୁ ପଡ଼ିବ । ଅଧ୍ୟକ୍ଷଙ୍କ ବଳିଷ୍ଠ ନେତୃତ୍ୱ, ଯୋଗ୍ୟ ବ୍ୟକ୍ତିଙ୍କୁ ଦାୟିତ୍ୱ ବଣ୍ଟନ, ନୀରିକ୍ଷଣ, କର୍ତ୍ତବ୍ୟ ନିର୍ବାହନ, ଉତ୍ତରଦାୟିତ୍ୱବୋଧ ଓ ସର୍ବୋପରି ଟିମ୍‌ୱାର୍କ ଉପରେ ଗୁରୁତ୍ୱାରୋପ କରିଥିଲେ । ସେହିଭଳି ମୁଖ୍ୟ ଅତିଥି ପ୍ରଫେସର ପାଣି ନିଜ ବକ୍ତବ୍ୟରେ ନାକ୍‌ର ଉତ୍ତମ ଗ୍ରେଡ୍‌ ହାସଲ ପାଇଁ କଲେଜର ୱେବ୍‌ସାଇଟ୍‌ର ପ୍ରମୁଖ ଭୂମିକା ରହିଛି ବୋଲି ମତପ୍ରକାଶ କରିବା ସହ ଅଧିକାଂଶ କଲେଜର ୱେବ୍‌ସାଇଟ୍‌ ନିମ୍ନମାନର ହୋଇଥିବା ନେଇ କ୍ଷୋଭ ପ୍ରକାଶ କରିଥିଲେ । ସେ କହିଥିଲେ ଯେ, କଲେଜର ବିଭିନ୍ନ କାର୍ଯ୍ୟକଳାପ ବିଷୟରେ ତଥ୍ୟ ଜିଓଟ୍ୟାଗ୍‌ ଫଟୋ ସହ ୱେବ୍‌ସାଇଟ୍‌ରେ ରହିବା ଜରୁରୀ ଯାହା କି ନାକ୍‌ର ମୂଲ୍ୟାଙ୍କନ ପ୍ରକ୍ରିୟାରେ ସହାୟକ ହୋଇଥାଏ । ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁ, ବିଶ୍ୱବିଦ୍ୟାଳୟର ଜୈବପ୍ରଯୁକ୍ତି ବିଦ୍ୟା ବିଭାଗର ପୂର୍ବତନ ପ୍ରଫେସର ହୃଦୟନାଥ ଥାଟୋଇ ଓ ଆଇକ୍ୟୁଏସି ନିର୍ଦ୍ଦେଶିକା ପ୍ରଫେସର ଏମ୍‌. ହିମବିନ୍ଦୁ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ । ବିଶ୍ୱବିଦ୍ୟାଳୟର ମହାବିଦ୍ୟାଳୟ ବିକାଶ ପରିଷଦର ନିର୍ଦ୍ଦେଶିକା ପ୍ରଫେସର ସୁସ୍ମିତା କର ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଆଇକ୍ୟୁଏସିର ଉପନିର୍ଦ୍ଦେଶକ ଡ. ପ୍ରିୟରଞ୍ଜନ ଦେବତା ଧନ୍ୟବାଦ ଅର୍ପଣ କରିଥିଲେ । ଆଗାମୀ ତିନିଦିନ ଧରି ହେବାକୁ ଥିବା ଏହି କର୍ମଶାଳାରେ ବିଶ୍ୱବିଦ୍ୟାଳୟର ବିଭିନ୍ନ ବିଭାଗର ଅଧ୍ୟାପକ ଅଧ୍ୟାପିକାମାନଙ୍କ ଦ୍ୱାରା ନାକ୍‌ର ବିଭିନ୍ନ ମାନଦଣ୍ଡ ଯଥା ପାଠ୍ୟକ୍ରମର ଦିଗ, ଶିକ୍ଷା ପ୍ରଦାନ ଓ ଗ୍ରହଣ, ମୂଲ୍ୟାୟନ, ଗବେଷଣା, ନବୀକରଣ ଓ ବିସ୍ତାର, ଭିତ୍ତିଭୂମି ଓ ଶିକ୍ଷା ଗ୍ରହଣ ସଂଶୋଧନ, ଛାତ୍ରଙ୍କ ସହଯୋଗ ଓ ପ୍ରଗତି, ପ୍ରଶାସନ, ନେତୃତ୍ୱ ଓ ପରିଚାଳନା, ଶୈକ୍ଷିକ ମୂଲ୍ୟବୋଧ, ସର୍ବୋତ୍ତମ ଅଭ୍ୟାସ ଆଦି ଉପରେ ତାଲିମ ଦିଆଯିବ ।  ଏହି କର୍ମଶାଳାରେ ବିଶ୍ୱବିଦ୍ୟାଳୟରେ ଅନୁବନ୍ଧିତ ବିଭିନ୍ନ ମହାବିଦ୍ୟାଳୟର ଅଧ୍ୟକ୍ଷଗଣ ଯୋଗଦାନ କରିଥିଲେ ।

Celebration of World Entrepreneurship Day @MSCBU

 ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ବିଶ୍ୱବିଦ୍ୟାଳୟର ଇନକ୍ୟୁବେସନ ସେଣ୍ଟର ତରଫରୁ ବିଶ୍ୱ ଉଦ୍ୟୋଗିକତା ଦିବସ ପାଳନ ହୋଇଯାଇଛି । ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିଜର ବକ୍ତବ୍ୟରେ ଏଭଳି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀମାନଙ୍କ ମନରେ ଉଦ୍ୟୋଗ ମନୋଭାବ ଆଣିବାରେ ସହାୟକ ହେବା ସହ ବିଶ୍ୱବିଦ୍ୟାଳୟରେ ନବସୃଜନର ପରିବେଶ ଏବଂ ନାରୀ ସଶକ୍ତିକରଣର ବାର୍ତ୍ତାବହ ହୋଇପାରିବ ବୋଲି ଦୃଢ଼ୋକ୍ତି କରିଥିଲେ । ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଉତ୍କଳ ବିଶ୍ୱବିଦ୍ୟାଳୟର ୟୁଇସିଏଚ୍‌ର ନିର୍ଦ୍ଦେଶକ ପ୍ରଫେସର ଅବିଦ ଅଲି ଖାନ "ଆଜିର ଯୁବପୀଢ଼ି ପାଇଁ କ୍ୟାରିୟର ବିକଳ୍ପ ଭାବରେ ଉଦ୍ୟୋଗିକତା" ବିଷୟରେ ସବିଶେଷ ଆଲୋଚନା କରିଥିଲେ ଓ ଭାରତବର୍ଷର ଉଦ୍ୟୋଗ ଦୃଶ୍ୟପଟ୍ଟରେ ରହିଥିବା ଅମାପ ସୁଯୋଗ ଓ ସମ୍ଭାବନାଗୁଡ଼ିକର ଦୃଷ୍ଟି ଆକର୍ଷଣ କରିଥିଲେ । ଷ୍ଟାର୍ଟଅପ୍ ଓଡିଶାରୁ ଶ୍ରୀ ଶିବାଙ୍କିତ ଦାସ "ଷ୍ଟାର୍ଟଅପ୍ ବିଷୟରେ ସବୁକିଛି" ଶୀର୍ଷକ ବିଷୟରେ ଆଲୋଚନା କରିଥିଲେ ଓ ଷ୍ଟାର୍ଟଅପ୍ ଇକୋସିଷ୍ଟମ ଉପରେ ଆଲୋକପାତ କରିଥିଲେ । ବିଶ୍ୱବିଦ୍ୟାଳୟର ଇନକ୍ୟୁବେସନ ସେଣ୍ଟରର ନିର୍ଦ୍ଦେଶିକା ପ୍ରଫେସର ଏମ୍‌ ହିମବିନ୍ଦୁ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଇନକ୍ୟୁବେସନ ସେଣ୍ଟରର ସିଇଓ ଇଂ ସୌମ୍ୟରଞ୍ଜନ ମିଶ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଅପରାହ୍ନରେ ମହିଳା ଉଦ୍ୟୋଗୀଙ୍କ ଉପରେ ଏକ ବିଶେଷ ଅଧିବେଶନ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଶ୍ୱବିଦ୍ୟାଳୟର ପ୍ରାଣୀ ବିଜ୍ଞାନ ବିଭାଗର ଅଧ୍ୟାପିକା ଡ. ଗାର୍ଗୀ ମହାନ୍ତି ଓ ତାଙ୍କ ଟିମ୍‌ର ଉଦ୍ୟୋଗୀ ହେବାର ଯାତ୍ରାର ଅନୁଭୂତି ପ୍ରକାଶ କରିଥିଲେ । ବିଶ୍ୱବିଦ୍ୟାଳୟର ପୂର୍ବତନ ଛାତ୍ରୀ ତଥା ଷ୍ଟାର୍ଟଅପ୍ ଓଡିଶା ଯାତ୍ରା ପୁରସ୍କାର ବିଜୟିନୀ କୁମାରୀ ସ୍ନେହା ନାୟକ ତାଙ୍କର ପ୍ରେରଣାଦାୟକ ଷ୍ଟାର୍ଟଅପ୍ ଗଠନର ଯାତ୍ରା ସମ୍ପର୍କରେ ନିଜର ଅନୁଭୂତି ପ୍ରକାଶ କରିଥିଲେ । ବାରିପଦା ଓରମାସ୍‌ ତରଫରୁ ଗୁହାଳଡିହି ପ୍ରଡ୍ୟୁସର୍ସ ଗୃପ୍‌ର ମହିଳା ଉଦ୍ୟୋଗୀ ଶ୍ରୀମତୀ ଜୟନ୍ତୀ ମହାନ୍ତ ନିଜର ସବାଇ ଶିଳ୍ପ ଉଦ୍ୟୋଗ ଓ ଶ୍ରୀମତୀ ଇଲୁରାଣୀ ନାୟକ ନିଜର ହସ୍ତଶିଳ୍ପ ଉଦ୍ୟୋଗ ପ୍ରତିଷ୍ଠାର ଅନୁଭୂତି ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର ବିଭିନ୍ନ ବିଭାଗର ଅଧ୍ୟାପକ ଅଧ୍ୟାପିକା ଏବଂ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ ।

National Workshop on Intellectual Property Rights and Patent Filing

 ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ 'ବୌଦ୍ଧିକ ସମ୍ପଦ ଅଧିକାର ଓ ପେଟେଣ୍ଟ ପଞ୍ଜୀକରଣ' ଶୀର୍ଷକ ଏକ ଜାତୀୟସ୍ତରୀୟ କର୍ମଶାଳା ଗୁରୁବାର ଦିନ ଉଦ୍‌ଘାଟିତ ହୋଇଯାଇଛି । ବିଶ୍ୱବିଦ୍ୟାଳୟ ଆଇକ୍ୟୁଏସି ଓ ଇନ୍‌କ୍ୟୁବେସନ୍‌ ସେଣ୍ଟର ଦ୍ୱାରା ଆୟୋଜିତ ଓ ବିଶ୍ୱବ୍ୟାଙ୍କ ଦ୍ୱାରା ଉତ୍କର୍ଷତା ଏବଂ ସମାନତା ପାଇଁ ଓଡିଶା ଉଚ୍ଚ ଶିକ୍ଷା ଯୋଜନାର ଆନୁଷ୍ଠାନିକ ବିକାଶ କାର୍ଯ୍ୟକ୍ରମ ଦ୍ୱାରା ପ୍ରାୟୋଜିତ ଏହି କର୍ମଶାଳାରେ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ମୁଖ୍ୟ ଅତିଥିରୂପେ ଯୋଗଦାନ କରି ଆଜିର ପ୍ରତିଦ୍ୱନ୍ଦିତାର ଯୁଗରେ ବୌଦ୍ଧିକ ସମ୍ପଦର ବିନାନୁମତିରେ ବ୍ୟବହାର ରୋକିବାର ଏବଂ ନିଜର ଗବେଷଣା ଲବ୍‌ଧ ବୌଦ୍ଧିକ ସମ୍ପଦର ଅଧିକାର ସାବ୍ୟସ୍ଥ ଦିଗରେ ଯଥେଷ୍ଟ ସଚେତନ ହେବାପାଇଁ ଆହ୍ୱାନ କରିଥିଲେ । କେବଳ ନିଜର କଷ୍ଟଲବ୍‌ଧ ବୌଦ୍ଧିକ ସମ୍ପଦର ଅଧିକାରର ସୁରକ୍ଷାକୁ ବିଚାର ନ କରି ଅନ୍ୟାମାନଙ୍କର ବୌଦ୍ଧିକ ସମ୍ପଦର ଅଧିକାରକୁ ମଧ୍ୟ ସମ୍ମାନ ଦେବାକୁ ହେବ ବୋଲି ସେ ମତପୋଷଣ କରିଥିଲେ । ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁ ପୌରହିତ୍ୟ କରିଥିଲେ ଏବଂ ନିଜ ଅଭିଭାଷଣରେ ବୌଦ୍ଧିକ ସମ୍ପଦ ଅଧିକାର ସାବ୍ୟସ୍ଥ ପାଇଁ ନ୍ୟାୟିକ ସୁବିଧା ସୁଯୋଗ ଓ ପେଟେଣ୍ଟ ପଞ୍ଜୀକରଣ ପାଇଁ ଆବଶ୍ୟକ ଭିତ୍ତିଭୂମି ସଜାଡ଼ିବାକୁ ବିଶ୍ୱବିଦ୍ୟାଳୟର ଦାୟିତ୍ୱବୋଧ ରହିଛି ବୋଲି କହିଥିଲେ । ବିଶ୍ୱବିଦ୍ୟାଳୟର ଜୈବ ପ୍ରଯୁକ୍ତି ବିଦ୍ୟା ବିଭାଗର ପୂର୍ବତନ ପ୍ରଫେସର ହୃଦୟନାଥ ଥାଟୋଇ ସମ୍ମାନିତ ଅତିଥି ଭାବେ ଯୋଗଦାନ କରି ବିଶ୍ୱବିଦ୍ୟାଳୟରେ ଯଥେଷ୍ଟ ଗବେଷଣା ହେଉଛି କିନ୍ତୁ ସଚେତନତା ଅଭାବରୁ ସେତିକି ମାତ୍ରାରେ ପେଟେଣ୍ଟ ପଞ୍ଜୀକରଣ ହୋଇପାରୁନାହିଁ ବୋଲି କହିବା ସହ ଏ ଦିଗରେ କାର୍ଯ୍ୟ କରିବାକୁ ଅଧ୍ୟାପକ ଅଧ୍ୟାପିକା ମାନଙ୍କୁ ଉତ୍ସାହିତ କରିଥିଲେ । ଏହି କର୍ମଶାଳାର ଆବାହକ ତଥା ଆଇକ୍ୟୁଏସି ନିର୍ଦ୍ଦେଶିକା ପ୍ରଫେସର ଏମ୍‌. ହିମବିନ୍ଦୁ  ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଓ କର୍ମଶାଳାର ସହ ଆବାହକ ଆଇକ୍ୟୁଏସି ଉପନିର୍ଦ୍ଦେଶକ ଡ. ପ୍ରିୟରଞ୍ଜନ ଦେବତା ଧନ୍ୟବାଦ ଅର୍ପଣ କରିଥିଲେ । ଏହି କର୍ମଶାଳାରେ ୱିଗ୍ରୋ ରିସର୍ଚ୍ଚ୍‌ ଇଣ୍ଡିଆର ମୁଖ୍ୟ ବୈଜ୍ଞାନିକ ଡ. ରମେଶ ଚନ୍ଦ୍ର ପଣ୍ଡା, ରାଷ୍ଟ୍ରୀୟ ବୌଦ୍ଧିକ ସମ୍ପଦ ଜାଗରଣ ମିଶନ (ନିପମ୍‌)ର ଆଇ.ପି. ଉପଦେଷ୍ଟା ଶ୍ରୀ ସୌରଭ କୁମାର ତ୍ରିବେଦୀ ପ୍ରମୁଖ ପେଟେଣ୍ଟ, ଡିଜାଇନ, ଟ୍ରେଡ୍‌ ମାର୍କ, କପିରାଇଟ୍‌ ଇତ୍ୟାଦି କେମିତି ପଞ୍ଜୀକରଣ କରିବାକୁ ହୁଏ ସେ ଦିଗରେ ସାରଗର୍ଭକ ଭାଷଣ ପ୍ରଦାନ କରିଥିଲେ । ଏହି କର୍ମଶାଳାରେ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଓ ଅଧ୍ୟାପିକା ଏବଂ ଗବେଷଣାରତ ଛାତ୍ରଛାତ୍ରୀମନେ ଯୋଗଦାନ କରିଥିଲେ ।

ଏହି ଅବସରରେ ବିଶ୍ୱବିଦ୍ୟାଳୟ ଓ ଆର୍ଟ ଅଫ ଲିଭିଙ୍ଗ୍‌ ସହିତ ଏବଂ ଓରମାସ୍‌ ସହିତ ଦୁଇଟି ପୃଥକ୍‌ ପୃଥକ୍‌ ବୁଝାମଣାପତ୍ର (ଏମ୍‌ଓୟୁ) ସ୍ୱାକ୍ଷରିତ ହୋଇଥିଲା । ଆର୍ଟ ଅଫ୍‌ ଲିଭିଙ୍ଗ୍‌ ତରଫରୁ ରାଜ୍ୟ ସଂଯୋଜକଗଣ ଶ୍ରୀ ଏଲ୍‌.ଡି.ମହାନ୍ତି, ଶ୍ରୀ ସତ୍ୟ ପାଢ଼ୀ, ଆଦ୍ୟାଶା ମିଶ୍ର ପ୍ରମୁଖ ଯୋଗଦେଇଥିଲେ । ଏହି ଏମ୍‌ଓୟୁ ବଳରେ ଆର୍ଟ ଅଫ୍‌ ଲିଭିଙ୍ଗ୍‌ ଦ୍ୱାରା ଛାତ୍ରଛାତ୍ରୀଙ୍କ ନିମନ୍ତେ ମାନବୀୟ ମୂଲ୍ୟବୋଧ ଓ ଜୀବନ କୌଶଳ ସମ୍ବନ୍ଧୀୟ ୩୦ ଘଣ୍ଟିଆ ଶିକ୍ଷଣୀୟ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ସେହିଭଳି ଓରମାସ୍‌ ସହିତ ହୋଇଥିବା ଏମ୍‌ଓୟୁ ବଳରେ ଓରମାସ୍‌ ଦ୍ୱାରା ଛାତ୍ରଛାତ୍ରୀମାନଙ୍କୁ ଦକ୍ଷତା ତାଲିମ ଓ ଉଦ୍ୟୋଗ ପ୍ରତିଷ୍ଠା ଦିଗରେ ସଚେତନତା କାର୍ଯ୍ୟକ୍ରମମାନ ହାତକୁ ନିଆଯିବ । ଏହି ଅବସରରେ ଓରମାସ୍‌ ତରଫରୁ ଓରମାସ୍‌ର ଡେପୁଟି ସିଇଓ ଶ୍ରୀ ବିମାନ ମଲ୍ଲ୍, ଓରମାସ୍‌ ସବାଇ ଫାର୍ମସ୍‌ର ସିଇଓ ଶ୍ରୀ ମନିଷ ରଞ୍ଜନ ମହାନ୍ତି ଉପସ୍ଥିତ ଥିଲେ । ବିଶ୍ୱବିଦ୍ୟାଳୟ ଇନ୍‌କ୍ୟୁବେସନ୍‌ ସେଣ୍ଟରର ସିଇଓ ଇଂ ସୌମ୍ୟରଞ୍ଜନ ମିଶ୍ର ଏଥିରେ ସହଯୋଗ କରିଥିଲେ ।

Visit of Sri Upendra Tripathy - Principal Adviser (Education) to Chief Minister of Odisha to MSCBU

 ତିନିଦିନିଆ ମୟୂରଭଞ୍ଜ ଗସ୍ତରେ ଆସିଥିବା ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଆଦର୍ଶ ବିଦ୍ୟାଳୟ ସଙ୍ଗଠନ ଉପଦେଷ୍ଟା ତଥା ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତ ଅବସରପ୍ରାପ୍ତ ଆଇଏଏସ୍‌ ଅଧିକାରୀ ଶ୍ରୀଯୁକ୍ତ ଉପେନ୍ଦ୍ର ତ୍ରିପାଠୀ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ପରିଦର୍ଶନ କରିଥିଲେ ଏବଂ ବିଶ୍ୱବିଦ୍ୟାଳୟର ସମସ୍ତ ବିଭାଗ ମୁଖ୍ୟ ଏବଂ ଉଚ୍ଚପଦାଧିକାରୀଙ୍କ ସହ ଆଲୋଚନା କରିଥିଲେ । ପ୍ରାରମ୍ବରେ କୁଳସଚିବ ଶ୍ରୀଯୁକ୍ତ ସହଦେବ ସମାଧିଆ ଅତିଥି ପରିଚୟ ପ୍ରଦାନ କରିଥିଲେ । କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ବିଭିନ୍ନ ଗୁରୁତ୍ୱପୁର୍ଣ୍ଣ ବିଷୟରେ ଯଥା ଅନୁବନ୍ଧିତ କଲେଜ ଗୁଡ଼ିକ ପାଇଁ ଦଶ ସୂତ୍ରୀ କାର୍ଯ୍ୟପନ୍ଥା, ମୋ କଲେଜ ଅଭିଯାନର ବର୍ତ୍ତମାନ ଓ ଭବିଷ୍ୟତ ଉନ୍ନତି, ଛାତ୍ରଛାତ୍ରୀ ମାନଙ୍କର ରୋଜଗାରକ୍ଷମତା ଏବଂ ଅନ୍ୟାନ୍ୟ ବିଷୟବସ୍ତୁ ଉପରେ ସବିଶେଷ ବିବରଣୀ ପ୍ରଦାନ କରିଥିଲେ । ଏହି ଅବସରରେ ଶ୍ରୀଯୁକ୍ତ ଉପେନ୍ଦ୍ର ତ୍ରିପାଠୀ ବିଶ୍ୱବିଦ୍ୟାଳୟର ବର୍ତ୍ତମାନ ଓ ଭବିଷ୍ୟତ କାର୍ଯ୍ୟକଳାପ ବିଷୟରେ ସବିଶେଷ ଆଲୋଚନା କରିଥିଲେ । ବିଶ୍ୱବିଦ୍ୟାଳୟରେ ରହିଥିବା ଉତ୍ତମ ଅତ୍ୟାଧୁନିକ ଶୈକ୍ଷିକ ବାତାବରଣ, ଛାତ୍ରଛାତ୍ରୀଙ୍କର ସଫଳତା ତଥା ଅଧ୍ୟାପକ ଅଧ୍ୟାପିକା ମାନଙ୍କର ଗୁରୁତ୍ୱପୁର୍ଣ୍ଣ ଗବେଷଣାତ୍ମକ କାର୍ଯ୍ୟକଳାପର ଭୂୟସୀ ପ୍ରଶଂସା କରିଥିଲେ । ଏହା ସହିତ ବିଭିନ୍ନ ଆଞ୍ଚଳିକ ଭାଷାରେ ସ୍ନାତକୋତ୍ତର ପାଠ୍ୟକ୍ରମର ବ୍ୟବସ୍ଥା ଗ୍ରହଣ କରିଥିବାରୁ ସେ ବିଶ୍ୱବିଦ୍ୟାଳୟ କୁଳପତି ଓ ଅଧ୍ୟାପକ ଅଧ୍ୟାପିକା ମାନଙ୍କୁ ପ୍ରଶଂସା କରିଥିଲେ । ଏଥି ସହିତ ବିଶ୍ୱବିଦ୍ୟାଳୟକୁ ଏକ ଅନନ୍ୟ କ୍ୟାମ୍ପସ୍‌ ଗଠନ ଦିଗରେ ନେଟ୍‌ ଜିରୋ ପଦକ୍ଷେପ ବିଷୟରେ ପରାମର୍ଶ ଦେଇଥିଲେ । ଏହି ଆଲୋଚନାରେ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁ, ଆଇକ୍ୟୁଏସି ନିର୍ଦ୍ଦେଶିକା ପ୍ରଫେସର ଏମ୍‌ ହିମବିନ୍ଦୁ,  ସି.ଡି.ସିର ନିର୍ଦ୍ଦେଶିକା ପ୍ରଫେସର ସୁସ୍ମିତା କର, ପ୍ରଫେସର ପ୍ରମୋଦ କୁମାର ଶତପଥି, ବିତ୍ତ ନିୟନ୍ତ୍ରକ ଶ୍ରୀ ଶୁକଦେବ ତରେଇ, ପରୀକ୍ଷା ନିୟନ୍ତ୍ରକ ପ୍ରଫେସର ଲକ୍ଷ୍ମୀଧର ଗିରି, କ୍ୟାରିୟର କାଉନସିଲ ମୁଖ୍ୟ ଡ. ସୁକାନ୍ତ କୁମାର ନାୟକ, ପ୍ଲେସମେଣ୍ଟ ସେଲ ମୁଖ୍ୟ ଡ. କବିତା କୁମାରୀ ସାହୁ, ସମସ୍ତ ବିଭାଗୀୟ ମୁଖ୍ୟ ଓ ବିଶ୍ୱବିଦ୍ୟାଳୟର ଅନ୍ୟାନ୍ୟ ଉଚ୍ଚପଦାଧିକାରୀଗଣ ଯୋଗ ଦେଇଥିଲେ । ଏହି ପରିଦର୍ଶନରେ ମୟୂରଭଞ୍ଜର ଅତିରିକ୍ତ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ଏବଂ ଅତିରିକ୍ତ ଶିକ୍ଷା ଅଧିକାରୀ ପ୍ରଶାନ୍ତ ମହାନ୍ତି ଉପସ୍ଥିତ ଥିଲେ ।

National Seminar on 'Past, Present and Future of Similipal'

 


ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ 'ଶିମିଳିପାଳର ଅତୀତ, ବର୍ତ୍ତମାନ ଏବଂ ଭବିଷ୍ୟତ' ଶୀର୍ଷକ ଏକ ଦ୍ୱିଦିବସୀୟ ଜାତୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ବିଶ୍ୱବ୍ୟାଙ୍କ ଦ୍ୱାରା ଉତ୍କର୍ଷତା ଏବଂ ସମାନତା ପାଇଁ ଓଡିଶା ଉଚ୍ଚ ଶିକ୍ଷା ଯୋଜନାର ସମନ୍ୱିତ ବିକାଶ କାର୍ଯ୍ୟକ୍ରମ ଦ୍ୱାରା ପ୍ରାୟୋଜିତ ଓ ବିଶ୍ୱବିଦ୍ୟାଳୟର 'ସେଣ୍ଟର ଫର ଶିମିଳିପାଳ ଷ୍ଟଡିଜ୍' ଦ୍ୱାରା ଆୟୋଜିତ ଏହି ଆଲୋଚନାଚକ୍ରକୁ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦ୍‌ଘାଟନ କରିଥିଲେ । ନିଜ ବକ୍ତବ୍ୟରେ ପ୍ରଫେସର ତ୍ରିପାଠୀ ଶିମିଳିପାଳକୁ ମୟୂରଭଞ୍ଜ ଜିଲ୍ଲା ତଥା ରାଜ୍ୟର ଜୀବନରେଖା ରୂପେ ଅଭିହିତ କରିଥିଲେ ଏବଂ ବୃକ୍ଷଲତା, ବନ୍ୟପ୍ରାଣୀ ଓ ମନୁଷ୍ୟ ମଧ୍ୟରେ ଉତ୍ତମ ସହାବସ୍ଥାନ ଯୋଗୁଁ ଶିମିଳିପାଳର ଅତୀତ ମହନୀୟ ଥିଲା ଏବଂ ବିଭିନ୍ନ ବିକାଶମୂଳକ ପଦକ୍ଷେପ ଯୋଗୁଁ ଏହାର ବର୍ତ୍ତମାନ ପରିବର୍ତ୍ତନଶୀଳ ଓ ଏହାର ଭବିଷ୍ୟତ ନିମନ୍ତେ ଆମକୁ ଉତ୍ତରଦାୟୀ ହେବାକୁ ପଡ଼ିବ ବୋଲି ମତବ୍ୟକ୍ତ କରିଥିଲେ । ଶିମିଳିପାଳର ଅତୀତ ଓ ବର୍ତ୍ତମାନ ହିଁ ଏହାର ଭବିଷ୍ୟତ ନିର୍ଦ୍ଧାରଣ କରିବ ଏବଂ ଶିମିଳିପାଳର ସୁରକ୍ଷା ପାଇଁ ଜନସଚେତନତା ହିଁ ସର୍ବଶ୍ରେଷ୍ଟ ମାଧ୍ୟମ । ଟାଇମ୍‌ସ ମାଗାଜିନ ଦ୍ୱାରା ଶିମିଳିପାଳ ବିଶ୍ୱର ଶ୍ରେଷ୍ଠ ୫୦ଟି ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇଛି ଏବଂ ଶିମିଳିପାଳର ଉପରେ ଅଧ୍ୟୟନ ଓ ଗବେଷଣା ଦିଗରେ ବିଶ୍ୱବିଦ୍ୟାଳୟର ପ୍ରଚେଷ୍ଟା ଜାରି ରହିଲେ ଆଗାମୀ ଦିଗରେ ବିଶ୍ୱବିଦ୍ୟାଳୟ ମଧ୍ୟ ବିଶ୍ୱସ୍ତରୀୟ ହୋଇପାରିବ ବୋଲି କୁଳପତି ପ୍ରଫେସର ତ୍ରିପାଠୀ ଦୃଢ଼ୋକ୍ତି ପ୍ରକାଶ କରିଥିଲେ । ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ତଥା ଆଲୋଚନାଚକ୍ରର ଆବାହକ ପ୍ରଫେସର ହେମନ୍ତ କୁମାର ସାହୁ ପୌରହିତ୍ୟ କରିଥିଲେ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ସମ୍ମାନିତ ଅତିଥି ରୂପେ ଯୋଗ ଦେଇ ଆସାମ ଡନ୍ ବସ୍କୋ ବିଶ୍ୱବିଦ୍ୟାଳୟର ପ୍ରଫେସର ସୁଶୀଲ କୁମାର ଦତ୍ତ  ଇତିହାସ ସ୍ମୃତିଚାରଣ କରି ବିଶ୍ୱବିଦ୍ୟାଳୟରେ ସେଣ୍ଟର ଫର ଶିମିଳିପାଳ ଷ୍ଟଡିଜ୍‌ର ଜନ୍ମକଥା ଉପସ୍ଥାପନ କରିଥିଲେ ଏବଂ ଶିମିଳିପାଳର ଅତୀତ ଅତୀବ ମନୋରମ, ବର୍ତ୍ତମାନ ପରିବର୍ତ୍ତନଶୀଳ ଓ ଭବିଷ୍ୟତ ଆହ୍ୱାନମୟ ବୋଲି ଅଭିମତ ପ୍ରକାଶ କରିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ରୂପେ ଯୋଗ ଦେଇ ଶିମିଳିପାଳ ଜାତୀୟ ବ୍ୟାଘ୍ର ପ୍ରକଳ୍ପର କ୍ଷେତ୍ରୀୟ ଉପନିର୍ଦ୍ଦେଶକ ଡ. ସମ୍ରାଟ ଗୌଡ଼ା ନିଜ ବକ୍ତବ୍ୟରେ ଶିମିଳିପାଳର ଭବିଷ୍ୟତ ବୈଷୟିକ ଜ୍ଞାନକୌଶଳର ସଦୁପଯୋଗରେ ନିହିତ ରହିଛି ବୋଲି ମତବ୍ୟକ୍ତ କରିବା ସହିତ ଆଗାମୀ ଦିନରେ ଶିମିଳିପାଳ ଉପରେ ଗବେଷଣା ପାଇଁ ବିଶ୍ୱବିଦ୍ୟାଳୟ ସହିତ ଏମ୍‌ଓୟୁ ସ୍ୱାକ୍ଷର କରାଯିବ ବୋଲି ପ୍ରତିଶୃତି ଦେଇଥିଲେ । ଓଡ଼ିଶାର ବିଖ୍ୟାତ ପରିବେଶବିତ ଡ. ଜୟକୃଷ୍ଣ ପାଣିଗ୍ରାହୀ ଶିମିଳିପାଳ ପାଦଦେଶରେ ଥିବା ବାରିପଦା ବିଶ୍ୱର ସବୁଠୁ ଉତ୍ତପ୍ତ ସ୍ଥାନ ହେବା ନେଇଁ କ୍ଷୋଭ ପ୍ରକାଶ କରିଥିଲେ ଏବଂ ବିକାଶ ନାମରେ ଏହାର ହନନ ହେଉଛି ବୋଲି ଶଙ୍କା ପ୍ରକାଶ କରିଥିଲେ । ପୁଣି ଶିମିଳିପାଳର ସୁରକ୍ଷା କେବଳ ସରକାରଙ୍କ ଦାୟିତ୍ୱ ନୁହେଁ ବରଂ ଜନସାଧାରଣଙ୍କର ଏ ଦିଗରେ ଯଥେଷ୍ଟ ଭୂମିକା ରହିଛି ବୋଲି କହିଥିଲେ । ବିଶ୍ୱବିଦ୍ୟାଳୟ ଆନୁଷ୍ଠାନିକ ବିକାଶ କାର୍ଯ୍ୟକ୍ରମର ସଂଯୋଜକ ପ୍ରଫେସର ହୃଦୟନାଥ ଥାଟୋଇ ଶିମିଳିପାଳକୁ ନେଇ ବିଶ୍ୱବିଦ୍ୟାଳୟରେ କରାଯାଉଥିବା ବିଭିନ୍ନ ପ୍ରକାର ଗବେଷଣାତ୍ମକ କାର୍ଯ୍ୟକ୍ରମ ଗୁଡ଼ିକ ଉପରେ ଏକ ବିବରଣୀ ପ୍ରଦାନ କରିଥିଲେ । ବିଶ୍ୱବିଦ୍ୟାଳୟ ତରଫରୁ ଅତିଥିମାନଙ୍କୁ ଏବଂ ଓଡିଶା ଏନ୍‌ଭାଇରନ୍‌ମେଣ୍ଟ ସୋସାଇଟିର ସଭାପତି ଡ. ସୁନ୍ଦର ନାରାୟଣ ପାତ୍ର ଓ ଆଇ.ସି.ଏ.ଆର. ରାଷ୍ଟ୍ରୀୟ ପାଦପ ଆନୁବଂଶିକ ସଂସାଧନ ବ୍ୟୁରୋର ମୁଖ୍ୟ ବୈଜ୍ଞାନିକ ଡ. ରମେଶ ଚନ୍ଦ୍ର ମିଶ୍ରଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏ ଅବସରରେ ଅତିଥିମାନଙ୍କ ଦ୍ୱାରା ଆଲୋଚନାଚକ୍ରର ଗବେଷଣା ପୁସ୍ତିକା ଉନ୍ମୋଚନ ହୋଇଥିଲା । ପୁଣି ବିଶ୍ୱବିଦ୍ୟାଳୟର ଅନଲାଇନ୍‌ ଜର୍ନାଲ୍‌ ୱେବ୍‌ସାଇଟ୍‌ https://mscbujournals.org କୁଳପତିଙ୍କ ଦ୍ୱାରା ଲୋକାର୍ପିତ ହୋଇଥିଲା । ଶେଷରେ ଆଲୋଚନାଚକ୍ରର କାର୍ଯ୍ୟକାରୀ ସଂପାଦକ ଜୈବପ୍ରଯୁକ୍ତି ବିଦ୍ୟା ବିଭାଗର ସହଯୋଗୀ ପ୍ରଫେସର ଡ. ବିଶ୍ୱଜିତ ରଥ ଧନ୍ୟବାଦ ଅର୍ପଣ କରିଥିଲେ । 

ଏହି ଆଲୋଚନାଚକ୍ରର ପ୍ରଥମ ଦିବସରେ ଶିମିଳିପାଳ ଜାତୀୟ ବ୍ୟାଘ୍ର ପ୍ରକଳ୍ପର କ୍ଷେତ୍ରୀୟ ଉପନିର୍ଦ୍ଦେଶକ ଡ. ସମ୍ରାଟ ଗୌଡ଼ା ଓ ପରିବେଶବିତ ଡ. ଜୟକୃଷ୍ଣ ପାଣିଗ୍ରାହୀ ଶିମିଳିପାଳରେ ଦେଖାଯାଉଥିବା ସମସ୍ୟା ଓ ସମାଧାନ ସମ୍ବନ୍ଧରେ ଅଲୋଚନା କରିଥିଲେ । ଅନ୍ୟତମ ବକ୍ତା ଭାବରେ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ପ୍ରଫେସର ସୁଶୀଲ କୁମାର ଦତ୍ତ ଶିମିଳିପାଳକୁ ନେଇ ଆଜି ପର୍ଯ୍ୟନ୍ତ କରାଯାଇଥିବା ଧାରାବାହିକ ଗବେଷଣାର ପର୍ଯ୍ୟାୟକୁ ଆଲୋଚନା କରିଥିଲେ । ଓଡିଶା ଏନ୍‌ଭାଇରନ୍‌ମେଣ୍ଟ ସୋସାଇଟିର ସଭାପତି ଡ. ସୁନ୍ଦର ନାରାୟଣ ପାତ୍ର ଓ ରାଷ୍ଟ୍ରୀୟ ପାଦପ ଆନୁବଂଶିକ ସଂସାଧନ ବ୍ୟୁରୋର ମୁଖ୍ୟ ବୈଜ୍ଞାନିକ ଡ. ରମେଶ ଚନ୍ଦ୍ର ମିଶ୍ର ଶିମିଳିପାଳର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ପ୍ରଫେସର ଅନୀଲ କୁମାର ବିଶ୍ୱାଳ ଶିମିଳିପାଳରେ ଦେଖାଯାଉଥିବା ବିଭିନ୍ନ ପ୍ରକାର ବୃକ୍ଷ, ଗୁଳ୍ମ, ପୁଷ୍ପ ଓ ଫଳ ସମ୍ବନ୍ଧରେ ଆଲୋଚନା କରିଥିଲେ ।

ଦ୍ୱିତୀୟ ଦିବସରେ କଲିକତାସ୍ଥ ଜୁଲୋଜିକାଲ ସର୍ଭେ ଅଫ୍‌ ଇଣ୍ଡିଆର ବୈଜ୍ଞାନିକ ଡ. ପ୍ରତ୍ୟୁଷ କୁମାର ମହାପାତ୍ର ଶିମିଳିପାଳରେ ଦେଖାଯାଉଥିବା ବିଭିନ୍ନ ପ୍ରକାର ସରୀସୃପ ଜୀବମାନଙ୍କ ସମ୍ପର୍କରେ ଏବଂ ଏହି ସଂସ୍ଥାର ଅନ୍ୟତମ ବୈଜ୍ଞାନିକ ଡ. ଗିରିଜା ଶଙ୍କର ସେଠୀ ଶିମିଳିପାଳରେ ଦେଖାଦେଉଥିବା କୀଟପତଙ୍ଗ ମାନଙ୍କ ଉପରେ ଆଲୋଚନା କରିଥିଲେ । ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ସହଯୋଗୀ ପ୍ରଫେସର ଡ. ବିଭୁ କୁମାର ମହାନ୍ତି ଶିମିଳିପାଳ ଜୈବମଣ୍ଡଳର ପ୍ରାକୃତିକ ପରିବେଶ ଓ ଏହା ମଧ୍ୟରେ ବାସ କରୁଥିବା ଆଦିବାସୀମାନଙ୍କର ଜୀବନଶୈଳୀ ସମ୍ବନ୍ଧରେ ଆଲୋଚନା କରିଥିଲେ । ପରିବେଶବିତ ସନ୍ତୋଷ କୁମାର ମହାନ୍ତି ଶିମିଳିପାଳର ଜୀବଜଗତର ଐତିହାସିକ ପରିସଂଖ୍ୟାନ ସମ୍ବନ୍ଧରେ ଆଲୋଚନା କରିବା ସହ ବିଭିନ୍ନ ସମସ୍ୟା ଓ ସମାଧାନ ସମ୍ବନ୍ଧରେ ଆଲୋଚନା କରିଥିଲେ । ମୟୂରଭଞ୍ଜ ବାୟୋଲୋଜିକାଲ ରିସର୍ଚ୍ଚ ସ୍ୱେଚ୍ଛାସେବୀ ସଙ୍ଗଠନର କାର୍ଯ୍ୟକାରୀ ନିର୍ଦ୍ଦେଶକ ସମୀର କୁମାର ସାହୁ ଶିମିଳିପାଳରୁ ସଂଗୃହୀତ ବନ୍ୟଜାତ ଦ୍ରବ୍ୟକୁ ନେଇ ଆଦିବାସୀମାନଙ୍କ ଆର୍ଥିକ ଜୀବନ ସମ୍ବନ୍ଧରେ ଆଲୋଚନା କରିଥିଲେ । ଶକ୍ତିଶିଖା ସ୍ୱେଚ୍ଛାସେବୀ ଅନୁଷ୍ଠାନର ସଂଯୋଜକ ତୁଷାରକାନ୍ତି ବେହେରା ଶିମିଳିପାଳରୁ ସଂଗୃହୀତ ବନ୍ୟଜାତ ଦ୍ରବ୍ୟର ବିକ୍ରି ପାଇଁ ଥିବା ସରକାରୀ ବ୍ୟବସ୍ଥା ସମ୍ବନ୍ଧରେ ଆଲୋଚନା କରିଥିଲେ । ଓଡ଼ିଶା ଇକୋକ୍ଲବ୍‌ର ମାଷ୍ଟର ଟ୍ରେନର ତଥା ମୟୂରଭଞ୍ଜର ଜିଲ୍ଲା ସଂଯୋଜକ ଡ. ରମାକାନ୍ତ ମହାନ୍ତ ଶିମିଳିପାଳର ଆଭ୍ୟନ୍ତରୀଣ ପରିବେଶ ସମ୍ବନ୍ଧରେ ଆଲୋଚନା କରିବା ସହିତ ଏ ନେଇ  ଛାତ୍ରଛାତ୍ରୀମାନଙ୍କର ଜାଣିବା ଆବ୍ୟଶ୍ୟକତା ସମ୍ବନ୍ଧରେ ଆଲୋଚନା କରିଥିଲେ । ଏହି ଆଲୋଚନାଚକ୍ରରେ ରେଭେନ୍‌ସା ବିଶ୍ୱବିଦ୍ୟାଳୟ, ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ, ୟୁନିସେଫ୍‌, କିସ୍‌ ବିଶ୍ୱବିଦ୍ୟାଳୟ, ଫକୀର ମୋହନ ବିଶ୍ୱବିଦ୍ୟାଳୟ, ଦେଓଗଡ଼ ମହାବିଦ୍ୟାଳୟ, ଓଡ଼ଶପୁର ମହାବିଦ୍ୟାଳୟର ଗବେଷଣାରତ ଛାତ୍ରଛାତ୍ରୀମାନେ ଶିମିଳିପାଳ ଉପରେ ନିଜର ପ୍ରବନ୍ଧ ଉପସ୍ଥାପନା କରିଥିଲେ ।

ଉଦ୍‌ଯାପନୀ ପର୍ଯ୍ୟାୟରେ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ତଥା ଆଲୋଚନାଚକ୍ରର ଆବାହକ ପ୍ରଫେସର ହେମନ୍ତ କୁମାର ସାହୁଙ୍କ ପୌରହିତ୍ୟରେ ଏକ ସଭା ଆୟୋଜିତ ହୋଇଥିଲା । ଏଥିରେ ନୃତତ୍ୱ ଜନଜାତି ବିଭାଗର ସହଯୋଗୀ ପ୍ରଫେସର ତଥା ସହ-ଆବାହକ ଡ. ବସନ୍ତ କୁମାର ମହାନ୍ତ, ବିଶ୍ୱବିଦ୍ୟାଳୟ ଆଇ.ଡି.ପି. ସଂଯୋଜକ ପ୍ରଫେସର ହୃଦୟନାଥ ଥାଟୋଇ ବକ୍ତବ୍ୟ ରଖିଥିବା ବେଳେ ବନ୍ୟପ୍ରାଣୀ ଓ ଜୈବବିବିଧତା ସଂରକ୍ଷଣ ବିଭାଗର ସହକାରୀ ପ୍ରଫେସର ଡ. ଦେବାଶିଷ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଆଲୋଚନାଚକ୍ରର କାର୍ଯ୍ୟକାରୀ ସଂପାଦକ ଜୈବପ୍ରଯୁକ୍ତି ବିଦ୍ୟା ବିଭାଗର ସହଯୋଗୀ ପ୍ରଫେସର ଡ. ବିଶ୍ୱଜିତ ରଥ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

କାର୍ଯକ୍ରମ ପରିଚାଳନାରେ ନୃତତ୍ୱ ଜନଜାତି ବିଭାଗର ସହକାରୀ ପ୍ରଫେସର ଡ. ପ୍ରିୟଙ୍କା ଦାସ, ପ୍ରାଣୀ ବିଜ୍ଞାନ ବିଭାଗର ସହକାରୀ ପ୍ରଫେସର ଡ. କୁକୁ ମହାପାତ୍ର, ଉଦ୍ଭିଦ ବିଜ୍ଞାନ ବିଭାଗର ସହକାରୀ ପ୍ରଫେସର ଡ. ବିଷ୍ଣୂପ୍ରିୟା ହାଁସଦା, କମ୍ପ୍ୟୁଟର ବିଜ୍ଞାନ ବିଭାଗର ସହକାରୀ ପ୍ରଫେସର ଡ. ଶାନ୍ତିସ୍ୱରୁପ ବସା ପ୍ରମୁଖ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ରାଜ୍ୟ ଓ ରାଜ୍ୟ ବାହାରର ବିଶିଷ୍ଟ ବ୍ୟକ୍ତିତ୍ୱ, ବିଶେଷଜ୍ଞ, ବିଭିନ୍ନ ବିଶ୍ୱବିଦ୍ୟାଳୟ, ଏନ୍‌ଜିଓ ଏବଂ ସଂଗଠନର ବିଦ୍ୱାନ ତଥା ଅନୁସନ୍ଧାନକାରୀ, ଅଧ୍ୟାପକ ଅଧ୍ୟାପିକା, ଅଣଶିକ୍ଷକ କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କୁ ମିଶାଇ ପ୍ରାୟ ୨୫୦ ଜଣ ଯୋଗଦେଇ ଗବେଷଣା ଉପସ୍ଥାପନା, ପ୍ୟାନେଲ ଆଲୋଚନା, ଏବଂ କର୍ମଶାଳାରେ ସକ୍ରିୟ ଭାବରେ ଅଂଶଗ୍ରହଣ କରି ବୌଦ୍ଧିକ ଆଦାନ ପ୍ରଦାନ ଏବଂ ସହଯୋଗର ବାତାବରଣ ସୃଷ୍ଟି କରିଥିଲେ । ଏହି କାର୍ଯ୍ୟକ୍ରମ ଉପଲକ୍ଷେ ବିଶ୍ୱବିଦ୍ୟାଳୟ ପରିସରରେ ବାରିପଦା ବନଖଣ୍ଡ ଅଧିକାରୀଙ୍କ ତରଫରୁ ଶିମିଳିପାଳ ବନ୍ୟଜାତ ସାମଗ୍ରୀର ଏକ ଷ୍ଟଲ୍‌ ପ୍ରଦର୍ଶିତ ହୋଇଥିଲା ।



National Workshop on Manuscriptology

 




ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ସ୍ନାତକୋତ୍ତର ସଂସ୍କୃତ ବିଭାଗଦ୍ୱାରା ଆୟୋଜିତ ଏକ ଦ୍ୱି-ଦିବସୀୟ ଜାତୀୟ ପାଣ୍ଡୁଲିପିବିଜ୍ଞାନ କର୍ମଶାଳା ଉଦ୍‌ଯାପିତ ହୋଇଯାଇଛି । ଏହି କର୍ମଶାଳାର ଉଦ୍‌ଘାଟନୀ ଉତ୍ସବରେ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପାଣ୍ଡୁଲିପିବିଜ୍ଞାନର ମହତ୍ୱ ସମ୍ପର୍କରେ ନିଜର ଅଭିଭାଷଣ ରଖି ଆବଶ୍ୟକ ସ୍ଥଳେ ପାଣ୍ଡୁଲିପିର ବିକାଶ ପାଇଁ  ବିଶ୍ୱବିଦ୍ୟାଳୟ ତରଫରୁ ସାହାଯ୍ୟ କରିବା ପାଇଁ ସ୍ୱମତ ବ୍ୟକ୍ତ କରିଥିଲେ । ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କର୍ମଶାଳାରେ ବିଭାଗୀୟ ଅଧ୍ୟାପକ ଡ. ଭୋଳାନାଥ ଦାଶ ଆମନ୍ତ୍ରିତ ଅତିଥିମାନଙ୍କର ସ୍ୱାଗତ ଭାଷଣ ରଖିଥିଲେ । ମାନ୍ଦ୍ରାଜ ବିଶ୍ୱବିଦ୍ୟାଳୟର ଅବସର ପ୍ରାପ୍ତ ପ୍ରଫେସର ସିନିରୁଦ୍ଧ ଦାଶ ପାଣ୍ଡୁଲିପିବିଜ୍ଞାନର ବିବିଧ ଦିଗ ଉପରେ ଏବଂ 'ନ୍ୟୁ କେଟେଲୋଗସ କେଟେଲେଗୋରମ୍' ର ଆବଶ୍ୟକତା ବିଷୟରେ ଗଭୀର ଆଲୋକପାତ କରିଥିଲେ । ସମ୍ମାନିତା ବକ୍ତା ଭାବରେ ଡ. ମମତା ମିଶ୍ର ଓଡ଼ିଆ ପୋଥି ପରମ୍ପରା ତଥା ପୋଥି ପ୍ରାପ୍ତି ସ୍ଥାନ ବିଷୟରେ ନିଜର ବକ୍ତବ୍ୟ ରଖି ପାଣ୍ଡୁଲିପିର ପଠନ ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ଅନୁପ୍ରାଣିତ କରିଥିଲେ । ଏହି ଜାତୀୟ କର୍ମଶାଳାରେ ସଂସ୍କୃତ ସାହିତ୍ୟରେ ଦୁଇଜଣ ବିଶିଷ୍ଟ ବିଦ୍ୱାନ ଯଥା ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ୱୟଂଶାସିତ ମହାବିଦ୍ୟାଳୟ ସ୍ନାତକୋତ୍ତର ସଂସ୍କୃତ ବିଭାଗର ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ. କରୁଣାକର ଦାସ ଏବଂ ଆଂଚଳିକ ମହାବିଦ୍ୟାଳୟ, ଗଡ଼ିଆର ପୂର୍ବତନ ଅଧ୍ୟକ୍ଷ ଶ୍ରୀଯୁକ୍ତ ରାଜେନ୍ଦ୍ର ସାମଲଙ୍କୁ କୁଳପତିଙ୍କ ଦ୍ୱାରା ମାନପତ୍ର ପ୍ରଦାନ କରି ସଂବର୍ଦ୍ଧନା ଦିଆଯାଇଥିଲା । ଏହି କର୍ମଶାଳାର ଉଦ୍‌ଘାଟନୀ ଉତ୍ସବରେ ଡ. ଭୋଳାନାଥ ଦାଶଙ୍କ ପୁସ୍ତକ 'ରାତିଶାଖ୍ୟ-ପାଣିନି-ପାଣିନ୍ୟୁର କାଳିକ ବ୍ୟାକରଣେଷୁ ସନ୍ଦି ପରିଶୀଳନମ୍', ଡ. ଭୋଳାନାଥ ଦାଶଙ୍କ ସଂକଳିତ 'ମିତ୍ରାନନ୍ଦକୃତ ଛନେ୍ଦାଭାସ୍କର', ଡ. ଭୋଳାନାଥ ଦାଶ ଏବଂ ଡ. ପ୍ରିୟବ୍ରତ ବେହେରାଙ୍କ ଦ୍ୱାରା ରଚିତ 'କାରକପ୍ରକରଣମ୍', ଡ. ଦୀପାଞ୍ଜଳି ଭଞ୍ଜଙ୍କ ରଚିତ 'ଯୋଗଦର୍ଶନଦିଶା କାଳିଦାସୀୟ ମହାକାବ୍ୟାନାମ୍ ସମୀକ୍ଷାତ୍ମକମଧ୍ୟୟନମ୍' ଆଦି ଚାରୋଟି ପୁସ୍ତକର ଲୋକାର୍ପଣ ହୋଇଥିଲା । ପରିଶେଷରେ ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ଓଡ଼ିଆ ବିଭାଗର ଅଧ୍ୟାପକ ଡ଼. ବିଚିତ୍ରନାଥ ସାହୁ ଧନ୍ୟବାଦାର୍ପଣ କରିଥିଲେ । ବିଭିନ୍ନ ଭାଷାବିଭାଗର ଶତାଧିକ ଛାତ୍ରଛାତ୍ରୀମାନେ  ଅଂଶଗ୍ରହଣ କରିଥିଲେ । ଦ୍ୱିତୀୟ ଦିବସର ଅପରାହ୍ଣରେ ଉଦ୍‌ଯାପନୀ ସମାରୋହରେ ମୁଖ୍ୟବକ୍ତା ପ୍ରଫେସର ସିନିରୁଦ୍ଧ ଦାଶ, ବକ୍ତା ଡ. ମମତା ମିଶ୍ର, ଡ. ଭୋଳାନାଥ ଦାଶ, ଡ. ପ୍ରିୟବ୍ରତ ବେହେରା ପ୍ରମୁଖ ଉପସ୍ଥିତ ରହି ସଭାକୁ ଗୌରବାନ୍ୱିତ କରିଥିଲେ । ଡ. ଦୀପାଞ୍ଜଳି ଭଞ୍ଜଙ୍କ ଧନ୍ୟବାଦାର୍ପଣ ଏବଂ ବୈଦିକ ଶାନ୍ତିପାଠ ପରେ ସଭାର ପରିସମାପ୍ତି ହୋଇଥିଲା । 
 

National Seminar on Recent Trends in Computing, Communication and Application - RTCCA-2023

 




ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର କମ୍ପ୍ୟୁଟର ପ୍ରୟୋଗ ବିଭାଗରେ 'ରେସେଣ୍ଟ ଟ୍ରେଣ୍ଡସ୍‌ ଇନ୍‌ କମ୍ପୁଟିଙ୍ଗ୍‌, କମ୍ୟୁନିକେସନ ଆଣ୍ଡ ଆପ୍ଲିକେସନ' ଶୀର୍ଷକ ଏକ ଜାତୀୟ ଆଲୋଚନାଚକ୍ର ମଙ୍ଗଳବାର ଦିନ ଉଦ୍‌ଘାଟିତ ହୋଇଯାଇଛି ।  ବିଶ୍ୱବ୍ୟାଙ୍କ ଦ୍ୱାରା ଉତ୍କର୍ଷତା ଏବଂ ସମାନତା ପାଇଁ ଓଡିଶା ଉଚ୍ଚ ଶିକ୍ଷା ଯୋଜନାର ସମନ୍ୱିତ ବିକାଶ କାର୍ଯ୍ୟକ୍ରମ ଦ୍ୱାରା ପ୍ରାୟୋଜିତ ହୋଇଥିଲା । ଏହି ଆଲୋଚନାଚକ୍ରକୁ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ମୁଖ୍ୟ ଅତିଥି ରୂପେ ଉଦ୍‌ଘାଟନ କରି ଆଜିର ସମୟରେ ଏହି ଆଲୋଚନାଚକ୍ରର ଶୀର୍ଷକର ଯଥାର୍ଥତା ପ୍ରତିପାଦନ କରିବା ସହ କିପରି କୁତ୍ରିମ ବୁଦ୍ଧିମତା ଆଜି ଜୀବନର ବିଭିନ୍ନ କ୍ଷେତ୍ର ଯଥା ସ୍ୱାସ୍ଥ୍ୟ, ପରିବହନ, ଯୋଗାଯୋଗ, ଶିଳ୍ପ, ଶିକ୍ଷା ଆଦିକୁ ଛୁଇଁ ପାରିଛି ବୋଲି ମତ ପ୍ରଦାନ କରିଥିଲେ ଏବଂ ଆଗାମୀ ଦିନରେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାରେ କୁତ୍ରିମ ବୁଦ୍ଧିମତ୍ତାର ପ୍ରୟୋଗ ଦ୍ୱାରା ମାନବଜୀବନ ରକ୍ଷା କରାଯାଇପାରିବ ବୋଲି ଦୃଢ଼ୋକ୍ତି କରିଥିଲେ । ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁ ଏହି କାର୍ଯ୍ୟକ୍ରମରେ ପୌରହିତ୍ୟ କରିଥିଲେ । ଏହି ଅବସରରେ ଏନ୍‌.ଡି.ଆର୍‌.ଏଫ. ତୃତୀୟ ବାଟାଲିୟନ ମୁଣ୍ଡୁଳୀର ସେକଣ୍ଡ-ଇନ୍‌-କମାଣ୍ଡ୍‌ ଶ୍ରୀ ବର୍ଦ୍ଧମାନ ମିଶ୍ର ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ 'ରାଜ୍ୟରେ ବିପର୍ଯ୍ୟୟ ପରିଚାଳନା ଦିଗରେ ଆଇଟି ଏବଂ କୃତ୍ରିମ ବୁଦ୍ଧିମତାର ଭୂମିକା' ଶୀର୍ଷକ ଚିତାକର୍ଷକ ବକ୍ତବ୍ୟ ପ୍ରଦାନ କରିବା ସହ ତାଙ୍କର କ୍ଷେତ୍ରୀୟ ଅନୁଭୂତି ବିଷୟରେ ଭାବବିନିମୟ କରିଥିଲେ । ଆନୁଷ୍ଠାନିକ ବିକାଶ କାର୍ଯ୍ୟକ୍ରମର ସଂଯୋଜକ ପ୍ରଫେସର ହୃଦୟନାଥ ଥାଟୋଇ ଏହି ଆଲୋଚନାଚକ୍ରର ଆଭିମୁଖ୍ୟ ସ୍ପଷ୍ଟ କରିବା ସହ ଏଭଳି ଆଲୋଚନାଚକ୍ର ମାଧ୍ୟମରେ ଏକ ଅନୁସନ୍ଧାନତ୍ମକ କ୍ଷେତ୍ର ପ୍ରସ୍ତୁତ କରିଥିବାରୁ ବିଶ୍ୱବିଦ୍ୟାଳୟ କମ୍ପ୍ୟୁଟର ପ୍ରୟୋଗ ବିଭାଗକୁ ସାଧୁବାଦ ଜ୍ଞାପନ କରିଥିଲେ । ଆଲୋଚନାଚକ୍ରର ଆବାହକ ତଥା କମ୍ପ୍ୟୁଟର ପ୍ରୟୋଗ ବିଭାଗର ମୁଖ୍ୟ ପ୍ରଫେସର ଏମ୍‌. ହିମବିନ୍ଦୁ ସ୍ୱାଗତ ଭାଷଣ ପ୍ରଦାନ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଆଲୋଚନାଚକ୍ରର କାର୍ଯ୍ୟକାରୀ ସଂପାଦକ ବିଭାଗୀୟ ସହକାରୀ ପ୍ରଫେସର ଡ. ସ୍ୱରୁପାନନ୍ଦ ବିଷୟୀ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମର ଦ୍ୱିତୀୟ ଅଧିବେଶନରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କମ୍ପ୍ୟୁଟର ବିଜ୍ଞାନ ବିଭାଗର ଅବସରପ୍ରାପ୍ତ ପ୍ରଫେସର ଡ. ମାନସ ରଞ୍ଜନ ପାତ୍ର 'ବିଭିନ୍ନ ସମସ୍ୟାର ସମାଧାନ ଦିଗରେ କୁତ୍ରିମ ବୁଦ୍ଧିମତ୍ତା ସହ ମାନବୀୟ ବୁଦ୍ଧିମତାର ସଂଯୋଗ ଓ ସହଯୋଗ' ଶୀର୍ଷକ ବକ୍ତବ୍ୟ ପ୍ରଦାନ କରିଥିଲେ । ବିଭାଗୀୟ ସହଯୋଗୀ ପ୍ରଫେସର ଡ. ଜୀବେନ୍ଦୁ କୁମାର ମନ୍ତ୍ରୀ, ସହକାରୀ ପ୍ରଫେସର ଡ. ପ୍ରଶାନ୍ତ କୁମାର ସ୍ୱାଇଁ, ଲ୍ୟାବ୍‌ ଆସିଷ୍ଟାଣ୍ଡ୍‌ ଶ୍ରୀ ଜ୍ୟୋତିକିଶୋର ମହାନ୍ତ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ଦୁଇଦିନ ଧରି ଅନୁଷ୍ଠିତ ହୋଇଥିବା ଏହି ଆଲୋଚନାଚକ୍ରରେ ବିଭିନ୍ନ ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଓ ଅଧ୍ୟାପିକା ସହିତ ଗବେଷଣାରତ ଛାତ୍ରଛାତ୍ରୀମାନେ ଯୋଗଦାନ କରିଅଛନ୍ତି । ଏହି ଆଲୋଚନାଚକ୍ରରେ ଫକୀରମୋହନ ବିଶ୍ୱବିଦ୍ୟାଳୟ କମ୍ପ୍ୟୁଟର ବିଜ୍ଞାନ ବିଭାଗର ପ୍ରଫେସର ସଚ୍ଚିଦାନନ୍ଦ ଦେହୁରୀ, ବିଶ୍ୱେଶ୍ୱରୟା ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲଜି କଲେଜ, ହାଇଦ୍ରାବାଦର ପ୍ରଫେସର ଏସ୍‌. ସେଲ୍‌ଭାକୁମାର, କିଟ୍‌ ବିଶ୍ୱବିଦ୍ୟାଳୟର କ୍ୟାରିୟର ଆଡଭାଇଜରି ଆଣ୍ଡ ଅଗମେଣ୍ଟେସନ ସର୍ଭିସେସର ନିର୍ଦ୍ଦେଶକ ପ୍ରଫେସର ସୁମନ ଭଟ୍ଟାଚାର୍ଯ୍ୟ ପ୍ରମୁଖ ନିଜର ବତ୍କୃତା ପ୍ରଦାନ କରିଥିଲେ ।

National Seminar on Ecological Sustainable Natural Product Development

 


ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଜୈବ ପ୍ରଯୁକ୍ତିବିଦ୍ୟା ବିଭାଗ ଦ୍ୱାରା ଏକ ଦୁଇଦିନିଆ ଜାତୀୟ ଆଲୋଚନାଚକ୍ର ପାଳିତ ହୋଇଯାଇଅଛି । ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ସମ୍ମିଳନୀରେ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିଜ ବକ୍ତବ୍ୟରେ ଏହି ସମ୍ମିଳନୀର ଉପାଦେୟତା ଓ ସୁସ୍ଥ ସମାଜ ଗଠନରେ ଏହାର ଆବଶ୍ୟକତା ସଂପର୍କରେ ମତପ୍ରଦାନ କରିଥିଲେ । 'ଧାରଣକ୍ଷମ ସୁସ୍ଥପରିବେଶ ଓ ପ୍ରାକୃତିକ ଉତ୍ପାଦ ବିକାଶ' ଶୀର୍ଷକ ଏହି ଆଲୋଚନାଚକ୍ରରେ ଆବାହକ ତଥା ଆନୁଷ୍ଠାନିକ ବିକାଶ କାର୍ଯ୍ୟକ୍ରମର ସଂଯୋଜକ ପ୍ରଫେସର ହୃଦୟନାଥ ଥାଟୋଇ ସଭାପତିତ୍ୱ କରିଥିଲେ । ଆଇ.ଆଇ.ଟି. ଖଡ଼ଗପୁର ଜୈବପ୍ରଯୁକ୍ତି ବିଦ୍ୟା ବିଭାଗର ବରିଷ୍ଠ ପ୍ରଫେସର ଡ. ରାମକୃଷ୍ଣ ସେନ ମୁଖ୍ୟବକ୍ତା ରୂପେ ଯୋଗଦେଇ ନିଜ ବକ୍ତବ୍ୟରେ ଧାରଣକ୍ଷମ ସୁସ୍ଥପରିବେଶର ଆବଶ୍ୟକତା ଓ ପ୍ରାକୃତିକ ଉତ୍ପାଦର ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ । ବିଦ୍ୟାସାଗର ବିଶ୍ୱବିଦ୍ୟାଳୟର ଅଣୁଜୀବ ବିଜ୍ଞାନ ବିଭାଗର ପ୍ରଫେସର ଡ. କେଶବ ଚନ୍ଦ୍ର ମଣ୍ଡଳ ସମ୍ମାନନୀୟ ଅତିଥି ଭାବେ ଯୋଗ ଦେଇ ପରିବେଶ ସୁରକ୍ଷା ଓ ପ୍ରାକୃତିକ ଉତ୍ପାଦର ବ୍ୟବହାରରେ ସଂଯମତା ଓ ନିୟମିତତା ଉପରେ ଦୃଷ୍ଟି ଆକର୍ଷଣ କରିଥିଲେ । ବିଭାଗୀୟ ମୁଖ୍ୟ ଡ. ବିଶ୍ୱଜିତ ରଥ ଜୈବ ପ୍ରଯୁକ୍ତିବିଦ୍ୟା ବିଭାଗ ବିଷୟରେ ସମ୍ମିଳିତ ଛାତ୍ରଛାତ୍ରୀ ଓ ଗବେଷକ ମାନଙ୍କୁ ସମ୍ୟକ ବିବରଣୀ ପ୍ରଦାନ କରିଥିଲେ । ଆଲୋଚନାଚକ୍ରର କାର୍ଯ୍ୟକାରୀ ସଂଯୋଜକ ବିଭାଗୀୟ ସହକାରୀ ପ୍ରଫେସର ଡ. ସନ୍ତୋଷ କୁମାର ସାହୁ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ବିଭାଗୀୟ ସହଯୋଗୀ ପ୍ରଫେସର ଡ. ସୁକାନ୍ତ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

ଆଲୋଚନାଚକ୍ରରେ ଯୋଗ ଦେଇଥିବା ପ୍ରମୁଖ ବକ୍ତାମାନଙ୍କ ମଧ୍ୟରେ ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟର ସହଯୋଗୀ ପ୍ରଫେସର ଡ. ଚନ୍ଦ୍ରଶେଖର ଗାହାଣ, ସେଣ୍ଟ୍ରାଲ ଡ୍ରଗ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ର ବୈଜ୍ଞାନିକ ଡ. ସୌରଭ ହାଲଦାର, କଲ୍ୟାଣୀ ବିଶ୍ୱବିଦ୍ୟାଳୟର ପ୍ରଫେସର ଶଙ୍କର ନାରାୟଣ ସିହ୍ନା, ଖ୍ରୀଷ୍ଟିୟାନ କଲେଜ ମାଡ୍ରାସ୍‌ର ସହକାରୀ ପ୍ରଫେସର ଡ. ଏମ୍‌ କୁମାର, ରାଇଗଞ୍ଜ ବିଶ୍ୱବିଦ୍ୟାଳୟର ସହଯୋଗୀ ପ୍ରଫେସର ଡ. ପ୍ରଦୀପ କୁମାର ଦାଶମହାପାତ୍ର ପ୍ରମୁଖ ଉଦ୍‌ବୋଧନ ଦେଇଥିଲେ । ଦେଶର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ଗବେଷଣାଗାରରୁ ଆସିଥିବା ଏକଶହରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ, ଶିକ୍ଷକ, ବୈଜ୍ଞାନିକ ଓ ଗବେଷକ ଯୋଗଦେଇ ସେମାନଙ୍କର ଗବେଷଣା ଅର୍ଜ୍ଜିତ ତଥ୍ୟ ଗୁଡ଼ିକ ମୌଖିକ ଓ ପୋଷ୍ଟର ମାଧ୍ୟମରେ ଉପସ୍ଥାପନା କରିଥିଲେ । ଶେଷରେ ସଂଯୋଜକ ମଣ୍ଡଳୀ କୃତୀ ଯୁବ ଗବେଷକ ମାନଙ୍କୁ ପୁରସ୍କୃତ କରିଥିଲେ ।


FDP on Trends on Wildlife and Biodiversity Conservation

 


ସ୍ଥାନୀୟ ମହାରାଜା ଶ୍ରୀ ରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟ ସ୍ନାତକୋତ୍ତର ବନ୍ୟପ୍ରାଣୀ ଓ ଜୈବବିବିଧତା ସଂରକ୍ଷଣ ବିଭାଗରେ ସପ୍ତ ଦିବସ ବ୍ୟାପି ହେବାକୁ ଥିବା ଏକ ଶିକ୍ଷକ ଗୁଣବତ୍ତା ବିକାଶ କାର୍ଯକ୍ରମ କୁ ବିଶ୍ଵବିଦ୍ୟାଳୟ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁ ଉଦଘାଟନ କରିଛନ୍ତି । ପ୍ରଫେସର ସାହୁ ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ନିଜସ୍ଵ ଅଭିଭାଷଣ ରେ ବର୍ତ୍ତମାନ ସମୟରେ ଜଳବାୟୁ ପରିବର୍ତ୍ତନ ଯୋଗୁଁ ଅବକ୍ଷୟୀ ଜୈବ ବିବିଧତାକୁ ସଂରକ୍ଷଣ କରିବାକୁ ହେବ ବୋଲି ମତ ଦେଇଥିଲେ। ବିଶେଷତଃ ଶିକ୍ଷିତ ବର୍ଗ ର ବ୍ୟକ୍ତି ବିଶେଷ ଏ ଦିଗରେ ଅଧିକ ଚିନ୍ତା କରିବା ଆବଶ୍ୟକତା ଅଛି ବୋଲି କହିଥିଲେ। ବିଶ୍ବବିଦ୍ୟାଳୟ ଆଇକ୍ୟୁଏସିର ନିର୍ଦ୍ଦେଶିକା ପ୍ରଫେସର ଏମ୍. ହିମାବିନ୍ଦୁ ସମ୍ମାନିତ ଅତିଥି ରୂପେ ଯୋଗଦାନ କରି ଚତିଆ, ସାଧବ ବୋହୂ ପରି ଜୀବ ମାନେ କିପରି ଲୁପ୍ତ ହୋଇଯାଉଛନ୍ତି,ତାହାର ଉଦାହରଣ ଦେଇଥିଲେ । ଆମର ଆନନ୍ଦପାଇଁ ଜୀବଜନ୍ତୁ ମାନଙ୍କୁ ହତ୍ୟା କରିବା ବା ନିଜର ସୁରକ୍ଷା ପାଇଁ ଭୟରେ ବ୍ୟାଘ୍ର, ସର୍ପ, ହସ୍ତୀ ଆଦି କୁ ବଧ କରିବା ଚିନ୍ତା ଜନକ ବୋଲି ସେ ନିଜର ବକ୍ତବ୍ୟରେ ମତ ପ୍ରଦାନ କରିଥିଲେ। ବିଶ୍ବବିଦ୍ୟାଳୟ ଆଡିପିର ସଂଯୋଜକ ପ୍ରଫେସର ହୃଦୟନାଥ ଥାଟୋଇ ସମ୍ମାନିତ ଅତିଥି ରୂପେ ଯୋଗଦାନ କରି ନିଜସ୍ଵ ବକ୍ତବ୍ୟରେ ଜୈବ ବିବିଧତା ର ଗବେଷଣା କୁ ଏକ ଶାସ୍ତ୍ରୀୟ ଗବେଷଣା ସହିତ ତୁଳନା କରିଥିଲେ । ବିଶେଷ ଭାବରେ ଜୈବ ବିବିଧତା ସଂରକ୍ଷଣ କ୍ଷେତ୍ରରେ ଅତି ଗହନ ସ୍ତରରେ ଗବେଷଣା ର ଯଥେଷ୍ଟ ଆବଶ୍ୟକତା ଅଛି ବୋଲି କହିଥିଲେ। ଏନ୍ଆଇଟି ରାଉରକଲାର ଜୀବ ବିଜ୍ଞାନ ବିଭାଗ ପ୍ରଫେସର ସୁରଜିତ୍ ଦାସ ମୁଖ୍ୟବକ୍ତା ରୂପେ ଯୋଗଦାନ କରି ପ୍ଲାଷ୍ଟିକର ଅତ୍ୟଧିକ ବ୍ୟବହାର ଜୈବ ବିବିଧତାର ପ୍ରଧାନ ପ୍ରତିବନ୍ଧକବୋଲି ନିଜସ୍ଵ ଅଭିଭାଷଣରେ ମତପ୍ରଦାନ କରିଥିଲେ। ଏନ୍ ଆଇଟି ର ଜୀବ ବିଜ୍ଞାନ ବିଭାଗ ମୁଖ୍ୟ ପ୍ରଫେସର ବିସ୍ମିତା ନାୟକ ସମ୍ମାନିତ ବକ୍ତା ଭାବରେ ଯୋଗଦାନ କରି ବନ୍ୟପ୍ରାଣୀ ବର୍ତ୍ତମାନ କେତେକ ନିର୍ଦ୍ଧିଷ୍ଟ ଅରଣ୍ୟରେ ଦେଖାଯାଉଛନ୍ତି ବୋଲି କହିଥିଲେ। ଏମାନଙ୍କୁ ବଞ୍ଚାଇବାର କୌଶଳ ସିଖିନେବାକୁ ହେବ ବୋଲି କହିଥିଲେ। ବିଶ୍ବବିଦ୍ୟାଳୟ ବନ୍ୟପ୍ରାଣୀ ଓ ଜୈବ ବିବିଧତା ସଂରକ୍ଷଣ ବିଭାଗର ସହକାରୀ ପ୍ରଫେସର ଡକ୍ଟର ଶୁଭାନୀ ରଥ କାର୍ଯକ୍ରମର ସଂଯୋଜିକା ଭାବରେ ସଭା ପରିଚାଳନା କରିଥିଲେ। ବିଭାଗୀୟ ଅନ୍ୟତମ ସହକାରୀ ପ୍ରଫେସର ଡକ୍ଟର ସୃଷ୍ଟିଧର ରାଉତ, ଡକ୍ଟର ରବୀନ୍ଦ୍ର କୁମାର ମିଶ୍ର, ଡକ୍ଟର ଅଶୋକ କୁମାର ମଲ୍ଲିକ ଏହି ଉଦଘାଟନୀ ପର୍ବର ସଫଳତା ପାଇଁ ସହଯୋଗ କରିଥିଲେ। ଏହି କାର୍ଯକ୍ରମରେ ପଇଁଚାଳିଶି ଜଣ ଅଧ୍ୟାପକ ଓ ଗବେଷକ ଅଂଶଗ୍ରହଣ କରିଥିବାର ସୁଚନା ପ୍ରଦାନ କରାଯାଇଛି। ଏହି ଅବସର ରେ ” କାର୍ଯକ୍ରମ ପୁସ୍ତିକାକୁ“ ଅତିଥିଗଣ ଉନ୍ମୋଚନ କରିଥିଲେ । ଏହି ସପ୍ତାହ ବ୍ୟାପି କାର୍ଯକ୍ରମରେ ଆୟୋଜିତ ବିଷୟ ’ ବନ୍ୟପ୍ରାଣୀ ଧାରା ଓ ଜୈବ ବିବିଧତା ସଂରକ୍ଷଣ ‘ କାର୍ଯ୍ୟକ୍ରମରେ ତେରଜଣ ବିଦ୍ୱାନ୍ ସେମାନଙ୍କର ମତ ପ୍ରଦାନ କରିବାର କାର୍ଯକ୍ରମ ରହିଛି ।

FDP on 'Molecular Microbiology and Immunology'

 

A one-week short-term course on Faculty Development Programme (FDP) titled 'Molecular Microbiology & Immunology' was inaugurated at MSCB University on July 9, 2023. The event was organized by the Department of Biotechnology under IDP-OHEPEE and inaugurated by Vice Chancellor Prof. S. K. Tripathy, who served as the Chief Guest. During his speech, Vice-Chancellor Professor Tripathy highlighted the importance of Microbiology and Immunology for the diagnosis of the COVID-19 pandemic. He also emphasized the need for a shift in attitude towards studying for the sake of acquiring knowledge rather than obtaining a certificate. Professor M. Himabindu, Chairman, PG Council (I/C), presided over the inaugural function. She emphasized the importance of yeast in curd, microbes in Handia preparation, and the role of Immunology in various diseases such as arthritis. Prof. H. N. Thatoi, Coordinator, IDP, mentioned that microorganisms form the foundation of the biosphere and sustain all life on earth. Joining as the Guest of Honor, Dr. R. Rabindran, Emeritus Professor and Former Director of ILS, Bhubaneswar, highlighted that the host versus pathogen has become the central theme of attempts to understand infectious diseases. Serving as the Chief Speaker, Dr. R. C. Roy, Former Director, CTCRI, Bhubaneswar, described how fermented foods provide and preserve vast quantities of nutritious health in a wide variety of flavors, aromas, and textures, enriching the human diet with nutrients, vitamins, and bioactive compounds. Dr. B. Rath, HoD, introduced the guest, and Dr. S.K. Nayak, course coordinator of FDP, provided information about the Biotechnology Department and registered participants. Dr. S.K. Sahu, Department of Biotechnology, gave a formal vote of thanks. Vice-Chancellor Prof. Tripathy also unveiled the training manual of the program during the event. Forty-five participants from various colleges and universities in Odisha and other states participated in the programme.


Condolence meeting for the victims of Bahanaga Train Tragedy

 


Under the patronage of Prof. Hemant Kumar Sahu, Chairman PG Council, a condolence meeting was solemnly held at Maharaja Sriram Chandra Bhanja Deo University on 5th June 2023 to express heartfelt condolences to the families affected by the tragic Karamandal train accident in Bahanaga. Esteemed individuals, including Prof. H. N. Thatoi, President of the University Teachers' Association, Dr. Indrajit Naik, the editor, Professor M. Himabindu, IQAC Director, Sri Sahadeva Samadhia, Registrar, Sri Sukdev Tarei, CoE, and Professor Lakshmidhar Giri, CoE, addressed the gathering. The meeting witnessed the participation of teaching faculty and non-teaching staff from various departments of the university, united in prayer for the speedy recovery of the injured individuals.

National Sports Day-2025 @MSCBU

  National Sports Day 2025 was celebrated with great enthusiasm and patriotic spirit at MSCB University on 29th August 2025 to commemorate ...