MSCBU News
Newsletter of Maharaja Sriram Chandra Bhanja Deo University
Celebration of NSS Day @MSCBU
Jhumar Workshop and Inauguration of Indoor Stadium and Gym @MSCBU
ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟ ଓ ଓଡ଼ିଶା ଝୁମର ଏକାଡ଼େମୀର ମିଳିତ ସହଯୋଗରେ ଅନୁଷ୍ଠିତ ଦୁଇ ଦିବସୀୟ ‘ଝୁମର କର୍ମଶାଳା’ର ଉଦ୍ଘାଟିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ତଥା ଉଦ୍ଘାଟକ ଭାବରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ଝୁମର ସଂପର୍କରେ ବକ୍ତବ୍ୟ ରଖିବା ସହିତ ବାରିପଦାର ବହୁବିଧ ବିକାଶ ପାଇଁ ଆପଣାର ସହଯୋଗ ଘୋଷଣା କରିଥିଲେ । ବିଶ୍ଵବିଦ୍ୟାଳୟ କୁଳପତି ପ୍ରଫେସର ପ୍ରମୋଦ କୁମାର ଶତପଥୀ କେନ୍ଦ୍ରମନ୍ତ୍ରୀଙ୍କୁ ଅଭ୍ୟର୍ଥନା ଜଣାଇବା ସହିତ ସମ୍ମାନିତ କରିଥିଲେ । ଶ୍ରୀଯୁକ୍ତ ପ୍ରଧାନ ଆଭାଷୀ ମାଧ୍ୟମରେ ବିଶ୍ବବିଦ୍ୟାଳୟର ନବନିର୍ମିତ ଇନ୍ଡୋର ଷ୍ଟାଡିୟମ ଏବଂ ଚିକିତ୍ସାଳୟକୁ ଉଦ୍ଘାଟନ କରିଥିଲେ । କୁଳପତି ପ୍ରଫେସର ଶତପଥୀ ତାଙ୍କ ସ୍ବାଗତ ଭାଷଣରେ ବିଶ୍ବବିଦ୍ୟାଳୟର ଗରିମାର ପରିଚୟ ଦେବା ସହିତ ବିଶ୍ଵବିଦ୍ୟାଳୟରେ ସ୍ବୟଂବିତ୍ତିୟ ଭାବେ ଚାଲୁ ରହିଥିବା ୯ଗୋଟି ବିଭାଗକୁ ନିୟମିତ କରିବାଲାଗି ନିବେଦନ କରିଥିଲେ । ଏଥିସହିତ ବିଶ୍ବବିଦ୍ୟାଳୟରେ ଆଦିବାସୀ ଗବେଷଣା ଓ ଅଧ୍ୟୟନ କେନ୍ଦ୍ର ପ୍ରତିଷ୍ଠା, ଶିମିଳିପାଳ ଜୈବ ବିବିଧତା ସଂରକ୍ଷଣ ଏବଂ ଜୈବମଣ୍ଡଳ ବିକାଶ ପାଇଁ ଉନ୍ନତ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ସହିତ ବିଶ୍ବବିଦ୍ୟାଳୟରେ ୨୦୧୬ ମସିହାରୁ ଓଡ଼ିଶା ସରକାରଙ୍କ ଅନୁଦାନରେ ପ୍ରତିଷ୍ଠିତ ମାନବସମ୍ବଳ ବିକାଶ କେନ୍ଦ୍ରକୁ ୟୁଜିସି ଅନ୍ତର୍ଗତ ମାଲବ୍ୟ ମିସନ ଶିକ୍ଷକ ତାଲିମ କେନ୍ଦ୍ରର ମାନ୍ୟତା ଦେବାପାଇଁ ବିଶ୍ବବିଦ୍ୟାଳୟ ପକ୍ଷରୁ ଦାବିପତ୍ର ପ୍ରଦାନ କରିଥିଲେ । ବିଶ୍ବବିଦ୍ୟାଳୟ ପକ୍ଷରୁ ଉପସ୍ଥିତ ସମସ୍ତ ସାଂସଦ,ମନ୍ତ୍ରୀ ଓ ବିଧାୟକମାନଙ୍କୁ ସମ୍ୱର୍ଦ୍ଧିତ କରିଥିଲେ । ଏହି ଅବସରରେ ପୂର୍ବତନ ମନ୍ତ୍ରୀ ବୀରଭଦ୍ର ସିଂହ ଏବଂ ମହାରାଜା ପ୍ରବୀଣଚନ୍ଦ୍ର ଭଞ୍ଜଦେଓଙ୍କୁ କୁଳପତି ସମ୍ବର୍ଦ୍ଧିତ କରିଥିଲେ । ମୁଖ୍ୟ ବକ୍ତା ଭାବରେ ବିଶ୍ଵବିଦ୍ୟାଳୟର ପ୍ରାକ୍ତନ କୁଳପତି ତଥା ଜାତୀୟ ସ୍ମାରକୀ ପ୍ରାଧିକରଣର ସମ୍ମାନନୀୟ ଅଧ୍ୟକ୍ଷ ପ୍ରଫେସର କିଶୋର କୁମାର ବଶା ବିଶ୍ବବିଦ୍ୟାଳୟର ବିକାଶ ସହିତ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ଏବଂ ବାରିପଦାରେ ଝୁମର ଗବେଷଣା ପ୍ରତିଷ୍ଠାନ ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ଅନୁରୋଧ ଜଣାଇଥିଲେ । ଉକ୍ତ ଉତ୍ସବରେ ଅତିଥିଭାବରେ ଓଡ଼ିଶା ସରକାରଙ୍କ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ତଥା ଅନୁସୂଚୀତ ଜାତି ଓ ଜନଜାତି ବିକାଶ, ସାମାଜିକ ସୁରକ୍ଷା ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ, ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତନ ମନ୍ତ୍ରୀ ଶ୍ରୀଯୁକ୍ତ ଗଣେଶ ରାମ ସିଂ ଖୁଣ୍ଟିଆ, ରାଜ୍ୟସଭା ସାଂସଦ ଶ୍ରୀମତୀ ମମତା ମହାନ୍ତ, ମୟୂରଭଞ୍ଜ ଲୋକସଭା ସାଂସଦ ଶ୍ରୀଯୁକ୍ତ ନବଚରଣ ମାଝୀ, ଆୟୋଜିତ ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷ ବାରିପଦା ବିଧାୟକ ପ୍ରକାଶ ସୋରେନ, ଉଦଳା ବିଧାୟକ ଭାସ୍କର ମଢ଼େଇ, ସାରସକଣା ବିଧାୟକ ଭାଦବ ହାଁସଦା, କରଞ୍ଜିଆ ବିଧାୟକ ପଦ୍ମଚରଣ ହାଇବୁରୁ, ବଡ଼ସାହି ବିଧାୟକ ସନାତନ ବିଜୁଳି ମହୋଦୟ, ରାଇରଙ୍ଗପୁର ବିଧାୟକ ଜଲେନ୍ ନାୟକ, ବାଙ୍ଗିରିପୋଷି ବିଧାୟିକା ସୁଶ୍ରୀ ସଞ୍ଜଳୀ ମୁର୍ମୁ, ମୟୂରଭଞ୍ଜ ଜିଲ୍ଲାପାଳ ହେମକାନ୍ତ ସୟ, ଆରକ୍ଷୀ ଅଧୀକ୍ଷକ ବରୁଣ ଗୁଣ୍ଟୁପଲ୍ଲୀ, ଓଡ଼ିଶା ଝୁମର ଏକାଡ଼େମୀର ସଭାପତି ଶ୍ରୀଯୁକ୍ତ ଅବନୀ ମହାନ୍ତ, ଉପ-ସଭାପତି ଶ୍ରୀ ରାକେଶ ସିଂହ, ସଂପାଦକ ଶ୍ରୀ ବସନ୍ତ ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ବିଶ୍ୱବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀଗଣ ସହଯୋଗ କରିଥିଲେ ।
Malaria Survillance Programme @MSCBU
ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଏକ ୧୫-ଦିନିଆ ମ୍ୟାଲେରିଆ ନିରୀକ୍ଷଣ କାର୍ଯ୍ୟକ୍ରମ ଉଦ୍ଘାଟିତ ହୋଇଯାଇଛି । ବିଶ୍ୱବିଦ୍ୟାଳୟର ଜୈବପ୍ରଯୁକ୍ତି ବିଭାଗ ଓ ବାରିପଦା ପିଆରଏମ ମେଡିକାଲ କଲେଜର ମଲ୍ଟିଡିସିପ୍ଲିନାରୀ ୟୁନିଟର ମିଳିତ ସହଯୋଗରେ ଏହି ନିରୀକ୍ଷଣ କାର୍ଯ୍ୟକ୍ରମକୁ କୁଳପତି ପ୍ରଫେସର ପ୍ରମୋଦ କୁମାର ଶତପଥି ଉଦ୍ଘାଟନ କରିଥିଲେ । ପ୍ରଫେସର ଶତପଥି ନିଜ ବକ୍ତବ୍ୟରେ ଜନସ୍ୱାସ୍ଥ୍ୟ ଏବଂ ସମାଜ କଲ୍ୟାଣ ପ୍ରତି ବିଶ୍ୱବିଦ୍ୟାଳୟର ପ୍ରତିବଦ୍ଧତା ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ଜାତୀୟ ମ୍ୟାଲେରିଆ ନିରାକରଣ କାର୍ଯ୍ୟକ୍ରମର ଐତିହାସିକ ଗୁରୁତ୍ୱ ଓ ସମଗ୍ର ଭାରତରେ ମ୍ୟାଲେରିଆ ମାମଲା ହ୍ରାସ କରିବା ଉପରେ ଏହାର ପରିବର୍ତ୍ତନକାରୀ ପ୍ରଭାବ ଉପରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମ ସଂଯୋଜକ ତଥା ଜୈବପ୍ରଯୁକ୍ତି ବିଭାଗର ସହଯୋଗୀ ପ୍ରଫେସର ଡକ୍ଟର ଗୁଣନିଧି ଧାଙ୍ଗଡ଼ାମାଝୀ ମ୍ୟାଲେରିଆର ପ୍ରସାର ନିୟନ୍ତ୍ରଣରେ ନିରୀକ୍ଷଣର ଗୁରୁତ୍ୱାରୋପ କରିବା ସହ ପ୍ରାରମ୍ଭିକ ଚିହ୍ନଟ ହିଁ ପ୍ରଭାବଶାଳୀ ଚିକିତ୍ସା ଏବଂ ପୁନଃସଂକ୍ରମଣକୁ ରୋକିବାର ଚାବିକାଠି ବୋଲି କହିଥିଲେ । ସେ କ୍ୟାମ୍ପସରେ ଜ୍ୱର କିମ୍ବା ସନ୍ଦେହଜନକ ମ୍ୟାଲେରିଆ ଲକ୍ଷଣ ଅନୁଭବ କରୁଥିବା ସମସ୍ତ ବ୍ୟକ୍ତିଙ୍କୁ କାର୍ଯ୍ୟକ୍ରମ ସମୟରେ ପରୀକ୍ଷା କରିବାକୁ ଅନୁରୋଧ କରି କହିଥିଲେ । ବିଭାଗୀୟ ମୁଖ୍ୟ ପ୍ରଫେସର ସୁକାନ୍ତ କୁମାର ନାୟକ ଏପରି ପଦକ୍ଷେପର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରି ଏହାର ପ୍ରଭାବକୁ ରୋକିବା ପାଇଁ ମ୍ୟାଲେରିଆ ସଂକ୍ରମଣ ଋତୁରେ ପ୍ରତିବର୍ଷ ସମାନ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ସୁପାରିଶ କରିଥିଲେ । ବିଭାଗୀୟ ପ୍ରଫେସର ବିଶ୍ୱଜିତ ରଥ ନିଜ ବକ୍ତବ୍ୟରେ ପ୍ରତିରୋଧ ଚିକିତ୍ସା ଅପେକ୍ଷା ଭଲ ବୋଲି କହିବା ସହ ବିଶ୍ୱବିଦ୍ୟାଳୟର ଏହି ପ୍ରୟାସ ଜାତୀୟ ଜନସ୍ୱାସ୍ଥ୍ୟ ଏଜେଣ୍ଡାରେ ଯୋଗଦାନ ଦେଇ ନିରୀକ୍ଷଣକୁ ସୁଦୃଢ଼ କରିବା ଏବଂ ସମୟୋଚିତ ହସ୍ତକ୍ଷେପ ସୁନିଶ୍ଚିତ କରିବା ଦିଗରେ ଏକ ପଦକ୍ଷେପ ବୋଲି କହିଥିଲେ । ସର୍ବାଧିକ ପ୍ରସାରଣ ଋତୁରେ ବିଶ୍ୱବିଦ୍ୟାଳୟ ପରିସରରେ ମ୍ୟାଲେରିଆ ଚିହ୍ନଟ ଏବଂ ନିରୀକ୍ଷଣ ନିମନ୍ତେ ଏହି ଉଦ୍ଦିଷ୍ଟ ଏହି କାର୍ଯ୍ୟକ୍ରମ ଆଗାମୀ ସେପ୍ଟେମ୍ବର ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ । ଉଦ୍ଘାତନୀ କାର୍ଯ୍ୟକ୍ରମରେ ପ୍ରଫେସର ପୁଷ୍ପାଞ୍ଜଳି ପରିଡା, ପ୍ରଫେସର ପ୍ରଭଞ୍ଜନ ମଲ୍ଲୈକ, ଡ. ସନ୍ତୋଷ କୁମାର ସାହୁ, ଡ. ଶୁଭେନ୍ଦୁ ଶତପଥୀ ଏବଂ ଡ. ସ୍ୱରୂପାନନ୍ଦ ବିଷୟୀଙ୍କ ସମେତ ଅନ୍ୟାନ୍ୟ ଅଧ୍ୟାପକ ଅଧ୍ୟାପିକା ଯୋଗଦେଇଥିଲେ ଏବଂ ବିଶ୍ୱବିଦ୍ୟାଳୟର ବିଭିନ୍ନ ବିଭାଗର ଉତ୍ସାହୀ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।
Literary Seminar at Dept. of Odia, MSCBU
ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟ ସ୍ନାତକୋତ୍ତର ଓଡ଼ିଆ ବିଭାଗର ପକ୍ଷରୁ ଏକ ମାସିକ ସାହିତ୍ୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଅଛି । ବିଶ୍ଵବିଦ୍ୟାଳୟ କୁଳପତି ପ୍ରଫେସର ପ୍ରମୋଦ କୁମାର ଶତପଥିଙ୍କ ମାର୍ଗଦର୍ଶନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୁରୀସ୍ଥିତ ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂଶାସିତ ମହାବିଦ୍ୟାଳୟର ସ୍ନାତକୋତ୍ତର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ମୁଖ୍ୟ ତଥା ବିଶିଷ୍ଟ କବି, ସମାଲୋଚକ ଡକ୍ଟର ଦିଲୀପ କୁମାର ସ୍ୱାଇଁ 'ସ୍ବାଧୀନତା ପରବର୍ତ୍ତୀ ଓଡ଼ିଆ କବିତା' ସଂପର୍କରେ ନିଜର ସୁଦୀର୍ଘ ବକ୍ତବ୍ୟ ରଖିଥିଲେ । ଡକ୍ଟର ସ୍ୱାଇଁ ସ୍ବାଧୀନତା ପରବର୍ତ୍ତୀ କବିତାକୁ ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା କରିବା ସହିତ ଆଧୁନିକ ଯୁଗକୁ ଆଧୁନିକ ଚେତନା ଭାବରେ ଅଭିହିତ କରିଥିଲେ । ଓଡ଼ିଆ କବିତା କିପରି ସ୍ଥିତିବାଦୀ ଚେତନାରୁ ବିକେନ୍ଦ୍ରୀକରଣ ହୋଇ ଉତ୍ତର ଆଧୁନିକ କବିତା ବେଳକୁ ମାଟି ମନସ୍କ ହୋଇଛି, ସେ ସଂପର୍କରେ ଆଲୋଚନା କରିଥିଲେ । ସଂଯୋଜକ ତଥା ସହକାରୀ ପ୍ରଫେସର ଡକ୍ଟର ଶିଶିର ବେହେରାଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ଅନ୍ୟତମ ବକ୍ତା ଭାବରେ କ୍ଷେତ୍ରବାସୀ ଡିଏଭି ମହାବିଦ୍ୟାଳୟ, ଖୋର୍ଦ୍ଧାର ଓଡ଼ିଆ ବିଭାଗ ମୁଖ୍ୟ ଡକ୍ଟର ପ୍ରଭାତ କୁମାର ସାହୁ କବିତାର ଗତି ଓ ପ୍ରକୃତି ସଂପର୍କରେ ଆଲୋକପାତ କରିଥିଲେ । ଏଥିରେ ବିଭାଗର ସହକାରୀ ପ୍ରଫେସର ବିଚିତ୍ରନାଥ ସାହୁ, ଅଧ୍ୟାପକ ରାଜକୁମାର ପାତ୍ର, ହୃଷୀକେଶ ମହାନ୍ତ ଯୋଗଦେବା ସହିତ ମୟୂରଭଞ୍ଜ ସାହିତ୍ୟ ପରିଷଦର ପ୍ରାକ୍ତନ ସଂପାଦକ ଆଶିଷ କୁମାର ବଶା, ଓଡ଼ିଶା ସାହିତ୍ୟ ଏକାଡେମୀର ପ୍ରାକ୍ତନ ସଦସ୍ୟ ବାଲେଶ୍ଵରସ୍ଥ ଡକ୍ଟର ଭରତ ଚନ୍ଦ୍ର ଦାଶ, ଆଞ୍ଚଳିକ ମହାବିଦ୍ୟାଳୟ, ଗଡ଼ିଆର ପ୍ରାକ୍ତନ ଅଧ୍ୟକ୍ଷ ତଥା ସାହିତ୍ୟିକ ରାଜେନ୍ଦ୍ର ସାମଲ ଯୋଗଦାନ କରି କାର୍ଯ୍ୟକ୍ରମର ଭୂୟସୀ ପ୍ରଶଂସା କରିଥିଲେ । ବିଶ୍ୱବିଦ୍ୟାଳୟର କମ୍ପ୍ୟୁଟର ପ୍ରୟୋଗ ବିଭାଗର ସହକାରୀ ପ୍ରଫେସର ସ୍ବରୂପାନନ୍ଦ ବିଷୟୀ ଉପସ୍ଥିତ ରହି ପ୍ରଶ୍ନୋତ୍ତର ପର୍ଯ୍ୟାୟରେ ଯୋଗଦେଇ ଥିଲେ । ବିଭାଗର ସମସ୍ତ ଛାତ୍ରଛାତ୍ରୀ ଏଥିରେ ଅଂଶଗ୍ରହଣ କରିଥିଲେ । ଶେଷରେ ବିଭାଗର ସହକାରୀ ପ୍ରଫେସର ଡକ୍ଟର ବିଚିତ୍ରନାଥ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
Outreach Programme on Awareness and Importance of GATE Examination
National Sports Day-2025 @MSCBU
National Sports
Day 2025 was celebrated with great enthusiasm and patriotic spirit at MSCB
University on 29th August 2025 to commemorate the birth anniversary of Major
Dhyan Chand, one of
India’s greatest sporting legends. The event was organized under the able guidance of the
Hon’ble Vice-Chancellor, Prof. B. B. Mishra. The main
function was held at the 200 seated Annex
Hall, with participation of students, faculty members, and staff. The programme was presided over by Prof. K. L. Barik, Chairman, PG Council, MSCB
University. The event began with a tribute to Major Dhyan Chand, followed
by a pledge ceremony conducted by Vice
President of PG Athletic Club Prof. Biswajit Rath, in which students and
staff pledged their commitment to uphold the values of sportsmanship and
physical fitness. In his address, Prof.
K. L. Barik highlighted the legendary
accomplishments of Major Dhyan Chand in the field of hockey,
underscoring his role in elevating India's status in international sports. He
encouraged students to engage in sports
regularly to maintain physical fitness, enhance mental well-being, and
develop qualities such as discipline and teamwork.
Following the formal session, a friendly cricket match
was organized among students to promote active participation in sports. The
match was held under the motivational tagline: “#Ek Ghanta Khel Ke Maidan Mein”,
encouraging everyone to dedicate at least one hour daily to physical activity.
The entire programme was efficiently
coordinated by Dr. Suvendu Kumar Satapathy, Asst. Professor, Department of
Social Work, Mr. P. R. Das, Physical Education Teacher (PET) and Mr.
Girishchandra Parimanik, gym instructor of the University.
Anti-Ragging Week (15-18 Aug 2025) observation @MSCBU
Click here to watch the entire Play titled 'Emiti hebani Kebe"
ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ୧୨ ଅଗଷ୍ଟରୁ ୧୮ ଅଗଷ୍ଟ ପର୍ଯ୍ୟନ୍ତ ପାଳନ ହେଉଥିବା ଆଣ୍ଟି-ର୍ୟାଗିଂ ସପ୍ତାହ ଉଦ୍ଯାପିତ ହୋଇଯାଇଛି । ଏଥିରେ କୁଳପତି ପ୍ରଫେସର ବିଧୁଭୂଷଣ ମିଶ୍ର ଆଭାଷୀ ମାଧ୍ୟମରେ ଯୋଗଦାନ କରି ନିଜ ବକ୍ତବ୍ୟରେ ଶୃଙ୍ଖଳା ଆଚରଣ କରିବା ପାଇଁ ପରାମର୍ଶ ଦେଇଥିଲେ ଓ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏକ ର୍ୟାଗିଂମୁକ୍ତ ସୌହାର୍ଦ୍ଦପୂର୍ଣ୍ଣ ପରିବେଶ ସୃଷ୍ଟି କରିବା ନିମନ୍ତେ ବିଶ୍ୱବିଦ୍ୟାଳୟର ପ୍ରତିବଦ୍ଧତା ଉପରେ ଆଲୋକପାତ କରିଥିଲେ । ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର କମଳ ଲୋଚନ ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବାରିପଦା ପି.ଆର.ଏମ୍. ମେଡିକାଲ୍ କଲେଜର ପ୍ରଫେସର ଡା. ଇନ୍ଦ୍ରାଣୀ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ର୍ୟାଗିଂ ଉପରେ ସୁପ୍ରିମ୍କୋର୍ଟ ନିର୍ଦ୍ଦେଶିତ ବିଭିନ୍ନ ଆଇନଗତ ଦିଗ ଉପରେ ଏକ ସାରଗର୍ଭକ ଭାଷଣ ଦେବା ସହ ୨୦୨୫ ମସିହାର ବିଭିନ୍ନ ର୍ୟାଗିଂ କେସ୍ ଗୁଡ଼ିକର ବର୍ଣ୍ଣନା କରିଥିଲେ । ବାରିପଦାର ବରିଷ୍ଠ ଅଧିବକ୍ତା ଶ୍ରୀ ବିଭୁପ୍ରସାଦ ଦାସ ସମ୍ମାନିତ ଅତିଥି ଭାବେ ଯୋଗଦେଇ ର୍ୟାଗିଂର ବିଭିନ୍ନ ପ୍ରକାର ଓ ଏଥିନିମନ୍ତେ ଥିବା ବିଭିନ୍ନ ଦଣ୍ଡବିଧାନ ଉପରେ ତର୍ଜମା କରିଥିଲେ । ପ୍ରଫେସର ବାରିକ ନିଜ ବକ୍ତବ୍ୟରେ ବିଶ୍ୱବିଦ୍ୟାଳୟରେ ର୍ୟାଗିଂ ପ୍ରତି ଶୁନ୍ୟ-ସହନଶୀଳତା ଅବଲମ୍ବନ କରାଯାଉଅଛି ଏବଂ ଭବିଷ୍ୟତରେ ମଧ୍ୟ ଏହା କରାଯିବ ବୋଲି ଦୃଢ଼ୋକ୍ତି କରିଥିଲେ । ବିଶ୍ୱବିଦ୍ୟାଳୟ ର୍ୟାଗିଂ ସ୍କ୍ୱାଡ୍ର ସଦସ୍ୟ ପ୍ରଫେସର ସୁକାନ୍ତ କୁମାର ନାୟକ ର୍ୟାଗିଂ ସ୍କ୍ୱାଡ୍ର କାର୍ଯ୍ୟକଳାପ ଉପରେ ଏକ ବିବରଣୀ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମର ଆବାହିକା ତଥା ପ୍ରାଣୀବିଜ୍ଞାନ ବିଭାଗର ସହକାରୀ ପ୍ରଫେସର ଡ. କୁକୁ ମହାପାତ୍ର ମଞ୍ଚ ପରିଚାଳନା କରିଥିଲେ । ଉଦ୍ଯାପନୀ ଉତ୍ସବରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ଆଣ୍ଟି-ର୍ୟାଗିଂ ବିଷୟରେ 'ଏମିତି ହେବନି କେବେ' ଶୀର୍ଷକ ଏକ ନାଟକ ପ୍ରଦର୍ଶିତ କରାଯାଇଥିଲା । ଆଣ୍ଟି-ର୍ୟାଗିଂ ସପ୍ତାହ ପାଳନ ଅବସରରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ତର୍କ, ପ୍ରବନ୍ଧ ଓ ପୋଷ୍ଟର ପ୍ରତିଯୋଗିତାମାନ କରାଯାଇଥିଲା ଓ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା ।
୧୨ ଅଗଷ୍ଟ ୨୦୨୫ରେ ଅନୁଷ୍ଠିତ ଉଦ୍ଘାଟନୀ ସମାରୋହରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର କମଳ ଲୋଚନ ବାରିକ ଅଧ୍ୟକ୍ଷତା କରିଥିଲେ । କୁଳସଚିବ ସୁଶ୍ରୀ ସୁମିତା ସିଂହ, ହଷ୍ଟେଲର ୱାର୍ଡେନ ପ୍ରଫେସର ରାଜେଶ କୁମାର ସିଂ, ଆଣ୍ଟି-ର୍ୟାଗିଂ କମିଟିର ସଦସ୍ୟଗଣ: ପଦାର୍ଥ ବିଜ୍ଞାନ ପ୍ରଫେସର ଡ. ଇନ୍ଦ୍ରଜିତ ନାଏକ, ମୟୂରଭଞ୍ଜ ବାୟୋଲଜିକାଲ୍ ରିସର୍ଚ୍ଚ୍ର ଶ୍ରୀ ସମୀର କୁମାର ସାହୁ, କଳିଙ୍ଗ ଟିଭିର ବ୍ୟୁରୋ ମୁଖ୍ୟ ଶ୍ରୀ ସତ୍ୟଜିତ ସୋମ, ସହକାରୀ କୁଳସଚିବ ଶ୍ରୀ ସଞ୍ଜିବ କୁମାର ତନ୍ତୀ; ଅଧ୍ୟାପକ ଅଧ୍ୟାପିକା ଏବଂ ଛାତ୍ରଛାତ୍ରୀ ମାନେ ଯୋଗ ଦେଇଥିଲେ । ପ୍ରଫେସର ବାରିକ ଛାତ୍ରଛାତ୍ରୀମାନଙ୍କୁ ର୍ୟାଗିଂ ବିରୋଧୀ ୟୁଜିସି ନିୟମାବଳୀ ପାଳନ କରିବାକୁ ଏବଂ ଆବଶ୍ୟକ ହେଲେ ଯେକୌଣସି ସମସ୍ୟା ବିଷୟରେ ସ୍କ୍ୱାଡ୍ କିମ୍ବା କମିଟି ସଦସ୍ୟଙ୍କୁ ରିପୋର୍ଟ କରିବାକୁ ପରାମର୍ଶ ଦେଇଥିଲେ । ସେ ବରିଷ୍ଠ ଏବଂ କନିଷ୍ଠ ଛାତ୍ରମାନଙ୍କ ମଧ୍ୟରେ ସମନ୍ୱୟ ପାଇଁ ମଧ୍ୟ ଆହ୍ୱାନ କରିଥିଲେ, ପ୍ରତ୍ୟେକଙ୍କୁ ସେମାନଙ୍କର କ୍ୟାରିଅର ଅନୁସରଣ କରିବା ଏବଂ ଉନ୍ନତି କରିବା ପାଇଁ ଉତ୍ସାହିତ କରିଥିଲେ । ପ୍ରଫେସର ନାଏକ ସମାବେଶକୁ ସ୍ୱାଗତ କରିଥିଲେ ଏବଂ ଜିଲ୍ଲା ପ୍ରଶାସନ, ଗଣମାଧ୍ୟମ ପ୍ରତିନିଧି, ଏନଜିଓ, ଅଭିଭାବକ ଏବଂ ଛାତ୍ରଛାତ୍ରୀଙ୍କ ସଦସ୍ୟଙ୍କୁ ନେଇ ଆଣ୍ଟି-ର୍ୟାଗିଂ କମିଟି ଗଠନ ଏବଂ ଆଣ୍ଟି-ର୍ୟାଗିଂ ସ୍କ୍ବାଡ୍ ଭଳି ବିଶ୍ୱବିଦ୍ୟାଳୟ ଦ୍ୱାରା କାର୍ଯ୍ୟକାରୀ କରାଯାଇଥିବା ଆଣ୍ଟି-ର୍ୟାଗିଂ ପଦକ୍ଷେପଗୁଡ଼ିକର ଏକ ସଂକ୍ଷିପ୍ତ ସମୀକ୍ଷା ପ୍ରଦାନ କରିଥିଲେ । ହଷ୍ଟେଲର ୱାର୍ଡେନ ହଷ୍ଟେଲରେ ଏକ ସହାନୁଭୂତିଶୀଳ ଏବଂ ସମ୍ମାନଜନକ ପରିବେଶ ସୃଷ୍ଟି କରିବା ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ଛାତ୍ରଛାତ୍ରୀମାନଙ୍କୁ କ୍ଷତିକାରକ ଅଭ୍ୟାସରୁ ନିବୃତ୍ତ ରହିବାକୁ ଅନୁରୋଧ କରିଥିଲେ । କୁଳସଚିବ ସୁଶ୍ରୀ ସୁମିତା ସିଂହ ୟୁଜିସି ନିୟମାବଳୀରେ ଉଲ୍ଲେଖ ଥିବା ର୍ୟାଗିଂରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ନେଇ ବିଶ୍ୱବିଦ୍ୟାଳୟର ପ୍ରତିବଦ୍ଧ ବୋଲି କହିଥିଲେ । ଶ୍ରୀ ସମୀର କୁମାର ସାହୁ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ପାଠପଢ଼ାରେ ଧ୍ୟାନ ଦେବାକୁ ଏବଂ ର୍ୟାଗିଂ ବିରୋଧୀ କାର୍ଯ୍ୟକଳାପରୁ ନିବୃତ୍ତ ରହିବାକୁ ପରାମର୍ଶ ଦେଇଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା, ଅଣଶିକ୍ଷକ କର୍ମଚାରୀ ଓ ଛାତ୍ରଛାତ୍ରୀ ଯୋଗଦେଇଥିଲେ ।
Independence Day Celebration @MSCBU
ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟରେ ୭୯ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ସର୍ବପ୍ରଥମେ ବିଶ୍ବବିଦ୍ୟାଳୟର ଜାତୀୟ ସେବା ଯୋଜନାର ସ୍ବେଚ୍ଛାସେବୀ ଓ ସିକ୍ୟୁରିଟି ଅଧିକାରୀମାନଙ୍କ ମିଳିତ ପ୍ୟାରେଡ କରାଯାଇ ବିଶ୍ବବିଦ୍ୟାଳୟରେ ଅବସ୍ଥାପିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ତାପରେ ବିଶ୍ବବିଦ୍ୟାଳୟର ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ପ୍ରଫେସର କମଳଲୋଚନ ବାରିକ ଜାତୀୟ ପତାକା ଉତ୍ତୋଳନ କରିଥିଲେ ।ପତାକା ଉତ୍ତୋଳନ ପରେ ସମବେତ ଜାତୀୟ ସଙ୍ଗୀତ ଗାନ କରାଯାଇ ଭାରତମାତା ଏବଂ ମହାପୁରୁଷ ମାନଙ୍କର ଜୟଗାନ କରାଯାଇଥିଲା। ପ୍ରଫେସର ବାରିକ ନିଜ ବକ୍ତବ୍ୟରେ କହିଥିଲେ ଯେ, ସ୍ବାଧୀନତା ଏକ ଶବ୍ଦ ମାତ୍ର ନୁହେଁ, ଏହା ପ୍ରତିଟି ଭାରତୀୟଙ୍କ ଆତ୍ମ ସ୍ବାଭିମାନ, ସମ୍ମାନ ଓ ଅସ୍ମିତାର ପରିଚୟ। ସମସ୍ତେ ଏହି ମର୍ଯ୍ୟାଦାକୁ ଅକ୍ଷୁର୍ଣ୍ଣ ରଖି ଜାତୀୟତାର ବିକାଶ ପାଇଁ ସମର୍ପିତ ହେବାହିଁ ଦେଶ ପାଇଁ ପ୍ରକୃତ ଶ୍ରଦ୍ଧାଞ୍ଜଳି। କାର୍ଯ୍ୟକ୍ରମରେ କୁଳସଚିବ ସୁଶ୍ରୀ ସୁମିତା ସିଂ, ବିତ୍ତ ନିୟନ୍ତ୍ରଣ ଶୁକଦେବ ତରେଇ, ପରୀକ୍ଷା ନିୟନ୍ତ୍ରକ ଡକ୍ଟର ସୁବ୍ରତ ରଣା, ଗବେଷଣା ଓ ଉନ୍ନୟନ ପରିଷଦର ନିର୍ଦ୍ଦେଶକ ପ୍ରଫେସର ପ୍ରମୋଦ କୁମାର ଶତପଥୀ, ବିଶ୍ବବିଦ୍ୟାଳୟ ଜାତୀୟ ସେବା ଯୋଜନା ବ୍ୟୁରୋ ସଂଯୋଜକ ଡକ୍ଟର ବସନ୍ତ କୁମାର ମହାନ୍ତଙ୍କ ସମେତ ବିଶ୍ବବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା, ଛାତ୍ରଛାତ୍ରୀ, ଗବେଷକ ଗବେଷିକା, ଅଣଶିକ୍ଷକ କର୍ମଚାରୀମାନେ ଯୋଗଦାନ କରିଥିଲେ। ପରେ 'ଘର୍ ଘର୍ ତ୍ରିରଙ୍ଗା' କାର୍ଯ୍ୟକ୍ରମ ଅନୁସାରେ ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ବିଶ୍ବବିଦ୍ୟାଳୟରୁ ବାହାରି ତକତପୁର ପରିକ୍ରମା କରିଥିଲା। ପ୍ରାୟ ୩୦୦ ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କ ସମେତ ସମସ୍ତ ଶିକ୍ଷକ ଓ କର୍ମଚାରୀ ଶୋଭାଯାତ୍ରାରେ ଅଂଶଗ୍ରହଣ କରିଥିଲେ। ପରିଶେଷରେ ଜାତୀୟ ସେବା ଯୋଜନା ବ୍ୟୁରୋ ପକ୍ଷରୁ ବିଶ୍ବବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିବା ଘର୍ ଘର୍ ତ୍ରିରଙ୍ଗା ମାଧ୍ୟମରେ ପ୍ରବନ୍ଧ ଓ ବକ୍ତୃତା ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ପ୍ରବନ୍ଧ ପ୍ରତିଯୋଗିତାରେ ପ୍ରବୀଣ ପ୍ରଧାନ,ସଞ୍ଜିବନୀ ନାଥ ପ୍ରଥମ ଓ ଦ୍ବିତୀୟ ସ୍ଥାନ ହାସଲ କରିଥିବା ବେଳେ ଅଳକା ପ୍ରିୟଦର୍ଶିନୀ ସାମଲ ଏବଂ ମୋହିନୀ ଲକ୍ଷ୍ମୀମୁଦ୍ରା ଶତପଥୀ ତୃତୀୟ ସ୍ଥାନ ଅଧିକାର କରିଥିଲେ। ସେହିପରି ବକ୍ତୃତା ପ୍ରତିଯୋଗିତାରେ ପ୍ରବୀଣ ପ୍ରଧାନ, ଜ୍ୟୋତିପ୍ରକାଶ ଶତପଥୀ ଏବଂ ବିଶ୍ବରଂଜନ ଭୋଇ ଯଥାକ୍ରମେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଡକ୍ଟର ବିଷ୍ଣୁପ୍ରିୟା ହାଁସ୍ଦା ଏବଂ ଡକ୍ଟର ଶିଶିର ବେହେରା ସହଯୋଗ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ବିଶ୍ବବିଦ୍ୟାଳୟ ପକ୍ଷରୁ ସମସ୍ତଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା।
'Mayurbhanjara Analochita Muktisangramee' Book Review @MSCBU
ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ସାହିତ୍ୟ ଓ ସାଂସ୍କୃତିକ ପରିଷଦ ଦ୍ୱାରା ଐତିହାସିକ ଡ. ଶ୍ୟାମସୁନ୍ଦର ଦାସଙ୍କ ଲିଖିତ 'ମୟୂରଭଞ୍ଜର ଅନାଲୋଚିତ ମୁକ୍ତି ସଂଗ୍ରାମୀ' ପୁସ୍ତକର ଏକ ସମୀକ୍ଷା ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ବିଧୁଭୂଷଣ ମିଶ୍ର ଆଭାଷୀ ମାଧ୍ୟମରେ ଯୋଗଦେଇ ଏହି କାର୍ଯ୍ୟକ୍ରମର ଭୂୟସୀ ପ୍ରଶଂସା କରିବାକୁ ସହ ଛାତ୍ରଛାତ୍ରୀଙ୍କୁ ଏଭଳି ବିଷୟରେ ଗବେଷଣାରେ ବ୍ରତୀ ହେବାକୁ ଆହ୍ୱାନ କରିଥିଲେ । ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର କମଳ ଲୋଚନ ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ଭାରତ ସରକାରଙ୍କ ସେବାନିବୃତ୍ତ ପ୍ରଶାସନିକ ଅଧିକାରୀ ତଥା ଶିକ୍ଷା ସଚିବ ଡ. ଅରୁଣ କୁମାର ରଥ ଏହି ପୁସ୍ତକର ସମୀକ୍ଷା କରି ମୟୂରଭଞ୍ଜର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ସମ୍ବନ୍ଧରେ ଆଲୋକପାତ କରିଥିଲେ ଓ ବିଗତ ଦିନର ସେହି ମୁକ୍ତିସଂଗ୍ରାମୀମାନଙ୍କୁ ସ୍ମରଣ କରିବା ସହ ଏହି ପୁସ୍ତକର ପ୍ରଚାର ପ୍ରସାରର ଆବଶ୍ୟକତା ରହିଛି ବୋଲି ମନ୍ତବ୍ୟ ଦେଇଥିଲେ । ମୟୂରଭଞ୍ଜ ମିଶ୍ରଣ ପରେ ମୟୂରଭଞ୍ଜର ଯେଭଳି ବିକାଶ ହେବା କଥା ତାହା ହୋଇନି ବୋଲି କ୍ଷୋଭ ପ୍ରକାଶ କରିବା ସହ ମୟୂରଭଞ୍ଜର ବିକାଶର ନକ୍ସା ପ୍ରସ୍ତୁତ ପାଇଁ ସମସ୍ତଙ୍କୁ ଏକାଠି ହୋଇ କାର୍ଯ୍ୟ କରିବାକୁ ପଡିବ ବୋଲି ସେ ଆହ୍ୱାନ କରିଥିଲେ । ୨୦୪୭ ସୁଦ୍ଧା ମୟୂରଭଞ୍ଜକୁ ଏକ ବିକଶିତ ଜିଲ୍ଲା ରୂପେ ଦେଖିବାକୁ ହେଲେ, ସେଥିପାଇଁ ବର୍ତ୍ତମାନରୁ ହିଁ ଚିନ୍ତା କରି ତା'ର ଏକ ଖସଡା ପ୍ରସ୍ତୁତ କରିବାକୁ ପଡିବ । ମୟୂରଭଞ୍ଜର ବିକାଶ ପାଇଁ ଶିକ୍ଷାର ବିକାଶ ଅପରିହାର୍ଯ୍ୟ ହୋଇଥିବାରୁ ମୟୂରଭଞ୍ଜରେ ଅଧିକରୁ ଅଧିକ ଶିକ୍ଷାନୁଷ୍ଠାନର ଆବଶ୍ୟକତା ରହିଛି । ସାମଗ୍ରିକ ଚେତନା ଓ ସଂସ୍ଥା ବିନା ମୟୂରଭଞ୍ଜର ବିକାଶ ଅସମ୍ଭବ ବୋଲି ସେ କହିଥିଲେ । ସମ୍ମାନିତ ଅତିଥିଭାବେ ବିଶିଷ୍ଟ ସମାଜସେବୀ ତଥା ଗାନ୍ଧୀବାଦୀ ବିଚାରକ ଆଦିତ୍ୟ କୁମାର ପଟ୍ଟନାୟକ, ପ୍ରାକ୍ତନ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. କୈଳାଶ ଚନ୍ଦ୍ର ମହାନ୍ତି, ବରିଷ୍ଠ ପ୍ରତ୍ରକାର ସଞ୍ଜୟ କୁମାର ଚୌଧୁରୀ, ବାଇଗଣବାଡ଼ିଆ କଲେଜର ପ୍ରାକ୍ତନ ଅଧ୍ୟକ୍ଷ ଗଙ୍ଗାଧର ବେହେରା, ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ଵୟଂଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡ. ସୁଶାନ୍ତ କୁମାର ପାତ୍ର ପ୍ରମୁଖ ଯୋଗଦାନ କରି ମୟୂରଭଞ୍ଜର ଗୌରବଗାଥାକୁ ସ୍ମରଣ କରିଥିଲେ । ପୁସ୍ତକର ଲେଖକ ଡ. ଶ୍ୟାମସୁନ୍ଦର ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ । ଝାଡ଼ଖଣ୍ଡର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ଡା. ଦୀନେଶ ଷଡ଼ଙ୍ଗୀ ଏହି ସମାରୋହରେ ଯୋଗଦେଇ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ବିଶ୍ୱବିଦ୍ୟାଳୟ ସାହିତ୍ୟ ଓ ସାଂସ୍କୃତିକ ପରିଷଦର ଉପ-ସଭାପତି ପ୍ରଫେସର ପୁଷ୍ପାଞ୍ଜଳି ପରିଡ଼ା ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ପରିଷଦର ସଂପାଦକ ଡ. ବିଚିତ୍ରନାଥ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟ କୁଳସଚିବ ସୁଶ୍ରୀ ସୁମିତା ସିଂ ଓ ଫକୀର ମୋହନ ବିଶ୍ୱବିଦ୍ୟାଳୟର କୁଳସଚିବ କୁକୁମିନା ଦାସ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର ବହୁ ଅଧ୍ୟାପକ ଅଧ୍ୟାପିକା, ମୟୂରଭଞ୍ଜର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଯୋଗଦେଇଥିଲେ ।
125th Birth Anniversary Celebration of Utkal Keshari Dr Harekrushna Mahtab @MSCBU
ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ସାହିତ୍ୟ ଓ ସାଂସ୍କୃତିକ ପରିଷଦ ଦ୍ୱାରା ଡକ୍ଟର ହରେକୃଷ୍ଣ ମହତାବଙ୍କ ୧୨୫ତମ ଜନ୍ମବାର୍ଷିକୀ ପାଳନ ଅବସରରେ ବିଶ୍ୱବିଦ୍ୟାଳୟର ଶିକ୍ଷା ସୌଧ-୪ ସ୍ଥିତ ସମ୍ମିଳନୀ କକ୍ଷରେ ଏକ ରାଜ୍ୟସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଭୁବନେଶ୍ୱରସ୍ଥ ଡକ୍ଟର ହରେକୃଷ୍ଣ ମହତାବ ରିସୋର୍ସ ସେଣ୍ଟର ଆନୁକୂଲ୍ୟରେ ତଥା କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ମାର୍ଗଦର୍ଶନରେ ଆୟୋଜିତ ଏହି ଆଲୋଚନାଚକ୍ରରେ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର କମଳ ଲୋଚନ ବାରିକ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟବକ୍ତା ଭାବେ ବାଇଗଣବାଡ଼ିଆ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଇତିହାସର ବରିଷ୍ଠ ପ୍ରାଧ୍ୟାପକ ଡକ୍ଟର ଯତୀନ୍ଦ୍ରନାଥ ସିଂହଦେବ ସଚାନ ଯୋଗଦାନ କରି ଡକ୍ଟର ମହତାବଙ୍କର ସଂଗ୍ରାମୀ ଜୀବନ ଓ ଓଡ଼ିଶାରେ ପ୍ରଜା ଆନ୍ଦୋଳନ ସହ ଗଡ଼ଜାତ ରାଜ୍ୟଗୁଡ଼ିକର ମିଶ୍ରଣରେ ଡକ୍ଟର ମହତାବଙ୍କ ଭୂମିକା ସମ୍ବନ୍ଧରେ ଏକ ଦୀକ୍ଷାନ୍ତ ଭାଷଣ ପ୍ରଦାନ କରିଥିଲେ । ବିଶ୍ୱବିଦ୍ୟାଳୟ ସାହିତ୍ୟ ଓ ସାଂସ୍କୃତିକ ପରିଷଦର ଉପ-ସଭାପତି ପ୍ରଫେସର ପୁଷ୍ପାଞ୍ଜଳି ପରିଡ଼ା ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ପରିଷଦର ସଂପାଦକ ଡ. ବିଚିତ୍ରନାଥ ସାହୁ ଅତିଥି ପରିଚୟକ ପ୍ରଦାନ କରିଥିଲେ । ସହ-ସମ୍ପାଦକ ଡ. ଶିଶିର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ସଭା ପ୍ରାରମ୍ଭରେ ଓଡ଼ିଆ ବିଭାଗର ପ୍ରଥମ ବର୍ଷର ଛାତ୍ରୀ ଦେବସ୍ମିତା ପୁହାଣ ଅତିଥିଗଣଙ୍କୁ ମଞ୍ଚକୁ ଆବାହନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର ପ୍ରଫେସର ପ୍ରମୋଦ କୁମାର ଶତପଥି, ପ୍ରଫେସର ସୁସ୍ମିତା କର, ପ୍ରଫେସର ବିଶ୍ୱଜିତ ରଥ, ପ୍ରଫେସର କବିତା କୁମାରୀ ସାହୁ, ପ୍ରଫେସର ପ୍ରଭଞ୍ଜନ ମଲ୍ଲିକ, ପ୍ରଫେସର ରାଜେଶ କୁମାର ସିଂଙ୍କ ସହ ବହୁ ସହଯୋଗୀ ପ୍ରଫେସର, ସହକାରୀ ପ୍ରଫେସର ଓ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ ।
28th Foundation day of the University
International Yoga Day 2025 @MSCBU
ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟର ଜାତୀୟ ସେବା ଯୋଜନା ଏବଂ ଯୋଗ ଓ ପ୍ରାକୃତିକ ଚିକିତ୍ସା ବିଭାଗର ମିଳିତ ସହଯୋଗରେ ଆନ୍ତର୍ଜାତୀୟ ଯୋଗଦିବସ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମର ଶୁଭାରମ୍ଭ କରି ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ କହିଥିଲେ,ଯୋଗ ସୁସ୍ଥ ଜୀବନର ମୂଳମନ୍ତ୍ର। ନିୟମିତ ଯୋଗାଭ୍ୟାସ ମନୁଷ୍ୟର ଶରୀର ଓ ମନକୁ ସୁସ୍ଥ ରଖିଥାଏ । କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ ଯୋଗ ଓ ପ୍ରାକୃତିକ ଚିକିତ୍ସା ବିଭାଗର ସଂଯୋଜକ ପ୍ରଫେସର ପ୍ରମୋଦ କୁମାର ଶତପଥୀ। ବିଶ୍ବବିଦ୍ୟାଳୟର ଦୁଇଶହ ଆସନ ବିଶିଷ୍ଟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରଥମେ ଯୋଗାଭ୍ୟାସ କରାଯାଇଥିଲା। ପରବର୍ତ୍ତୀ ସମୟରେ ସ୍ବାମୀ ବିବେକାନନ୍ଦ ଯୋଗ ଓ ରିସର୍ଚ୍ଚ ସେଣ୍ଟର, ବାରିପଦା ଓ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟର ଯୋଗ ବିଭାଗର ମିଳିତ ଉଦ୍ୟମରେ ଛାତ୍ରଛାତ୍ରୀମାନେ ଯୋଗ ପ୍ରଦର୍ଶନ କରିଥିଲେ। ଆନ୍ତର୍ଜାତୀୟ ଯୋଗଦିବସ ଉପଲକ୍ଷେ ଆୟୋଜିତ ହୋଇଥିବା ପ୍ରବନ୍ଧ ଲିଖନ ପ୍ରତିଯୋଗିତାରେ ଅଂଶିକା ବରାଳ, ମୋହିନୀ ଲକ୍ଷ୍ମୀମୁଦ୍ରା ଶତପଥୀ, ସୀମାଲତା ସାହୁ ଏବଂ ପୋଷ୍ଟର ପ୍ରସ୍ତୁତିରେ ଅର୍ଜୁନ କୁମାର ବାରିକ, ପ୍ରଜ୍ଞା ପାରମିତା ନାୟକ, ଅଂଶିକା ବରାଳ ଯଥାକ୍ରମେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ। ସେହିପରି ପ୍ରାକୃତିକ ଯୋଗାସନ ପ୍ରତିଯୋଗିତାରେ ମହିଳା ବର୍ଗରେ ଅଂଶିକା ବରାଳ, ରଞ୍ଜନା ସିଂ, ସୁରଭି ମହାନ୍ତ ଏବଂ ପୁରୁଷ ବର୍ଗରେ ଯଥାକ୍ରମେ ଅଭିଷେକ ଦାସ, କିଶୋର ମହାନ୍ତ, ଅନନ୍ତ ବେହେରା ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଏହି ଅବସରରେ କୁଳପତିଙ୍କଦ୍ବାରା କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା।
କାର୍ଯ୍ୟକ୍ରମରେ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର କମଳଲୋଚନ ବାରିକ, କୁଳସଚିବ ସୁମିତା ସିଂ, ବିତ୍ତ ନିୟନ୍ତ୍ରକ ଶୁକଦେବ ତରାଇ, ବିଶ୍ବବିଦ୍ୟାଳୟ ସେବା ଯୋଜନାର କାର୍ଯ୍ୟକ୍ରମ ସଂଯୋଜକ ଡକ୍ଟର ବସନ୍ତ କୁମାର ମହାନ୍ତ, ଜିଲ୍ଲା କାର୍ଯ୍ୟକ୍ରମ ସଂଯୋଜକ ଡକ୍ଟର ଅନାମ ଚରଣ ରାଉଳ, ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ଡକ୍ଟର ବିଷ୍ଣୁପ୍ରିୟା ହାଁସଦା, ଏବଂ ଡକ୍ଟର ଶିଶିର ବେହେରା ପ୍ରମୁଖ ଯୋଗଦାନ କରିଥିଲେ । ଯୋଗ ଓ ପ୍ରାକୃତିକ ଚିକିତ୍ସା ବିଭାଗର ସହକାରୀ ପ୍ରଫେସର ସୁଜାତା ଜେନା, ସାଗର ମନ୍ତ୍ରୀ ଏବଂ କରମଚାନ୍ଦ ବଇଠା କାର୍ଯ୍ୟକ୍ରମରେ ସହଯୋଗ କରିଥିବାବେଳେ ଡକ୍ଟର ବିଷ୍ଣୁପ୍ରିୟା ହାଁସଦା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ଏଥିରେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ପ୍ରଶାସନିକ ଅଧିକାରୀ, ଅଣଶିକ୍ଷକ କର୍ମଚାରୀ, ଜାତୀୟ ସେବା ଯୋଜନାର ସ୍ବେଚ୍ଛାସେବୀଙ୍କ ସମେତ ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ବୟଂଶାସିତ ମହାବିଦ୍ୟାଳୟ,ବାରିପଦା ସରକାରୀ ମହିଳା ମହାବିଦ୍ୟାଳୟ, ବାରିପଦା ଡିଗ୍ରୀ ମହାବିଦ୍ୟାଳୟ, ଶ୍ରୀମା ମହାବିଦ୍ୟାଳୟ, ଶ୍ରୀରାମଚନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ,ଏମ୍ ସି ଏ ଏମ୍ ପ୍ରଭୃତି ମହାବିଦ୍ୟାଳୟର ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ଏବଂ ସ୍ବେଛାସେବୀମାନେ ଅଂଶଗ୍ରହଣ କରିଥିଲେ।
Closing ceremony of Summer Internship programme for UG students @MSCBU
ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଅଣସ୍ନାତକ ଛାତ୍ରଛାତ୍ରୀଙ୍କ ପାଇଁ ୮ ମଇରୁ ୨୮ ମଇ ପର୍ଯ୍ୟନ୍ତ ଚାଲିଥିବା ଗ୍ରୀଷ୍ମକାଳୀନ ତାଲିମ ଶିବିର ଉଦ୍ଯାପିତ ହୋଇଯାଇଛି । ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ପ୍ରାୟୋଜିତ ତଥା ବିଶ୍ୱବିଦ୍ୟାଳୟ ମାନବ ସମ୍ବଳ ବିକାଶ କେନ୍ଦ୍ର ଦ୍ୱାରା ଆୟୋଜିତ ତିନି ସପ୍ତାହ ବ୍ୟାପୀ ଚାଲିଥିବା ଏହି କାର୍ଯ୍ୟକ୍ରମର ଉଦ୍ଯାପନୀ ଉତ୍ସବରେ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଅଧ୍ୟକ୍ଷତା କରିଥିଲେ । ତାଲିମ ଶିବିର ବିଷୟରେ ଛାତ୍ରଛାତ୍ରୀଙ୍କ ମତାମତ ଶୁଣିବା ପରେ ପ୍ରଫେସର ତ୍ରିପାଠୀ ଛାତ୍ରଛାତ୍ରୀଙ୍କ ସହ ଭାବବିନିମୟ କରିଥିଲେ । ନିଜ ବକ୍ତବ୍ୟରେ ପ୍ରଫେସର ତ୍ରିପାଠୀ ଛାତ୍ରଛାତୀମାନଙ୍କୁ ଅଭିନନ୍ଦନ ଜଣାଇବା ସହ ସେମାନେ ବିଶ୍ୱବିଦ୍ୟାଳୟକୁ ନିକଟରୁ ଜାଣିବା, ପ୍ରାପ୍ତ ତାଲିମର ଲବଧ୍ ଜ୍ଞାନକୌଶଳ ଓ ଏଠାରେ ଗଢ଼ିଉଠିଥିବା ବନ୍ଧୁତା ଭବିଷ୍ୟତରେ ନିଶ୍ଚୟ ସହାୟକ ହେବ ବୋଲି ଦୃଢ଼ୋକ୍ତି କରିଥିଲେ । ଏହି କାର୍ଯ୍ୟକ୍ରମକୁ ସଫଳ କରିଥିବା ପାଇଁ ସେ ଅଧ୍ୟାପକ ଅଧ୍ୟାପିକା ମାନଙ୍କୁ ସାଧୁବାଦ ଜ୍ଞାପନ କରିଥିଲେ । ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ନିଜ ବକ୍ତବ୍ୟରେ ଏଭଳି କାର୍ଯ୍ୟକ୍ରମ ନୂତନ ଶିକ୍ଷାନୀତି ୨୦୨୦ର ଲକ୍ଷ୍ୟ ସାଧିତ କରିବ ବୋଲି କହିଥିଲେ । କାର୍ଯ୍ୟକ୍ରମର ଆବାହକ ତଥା ମାନବ ସମ୍ବଳ ବିକାଶ କେନ୍ଦ୍ରର ନିର୍ଦ୍ଦେଶକ ପ୍ରଫେସର ସୁକାନ୍ତ କୁମାର ନାୟକ ଛାତ୍ରଛାତ୍ରୀମାନଙ୍କ ଶୃଙ୍ଖଳିତ ଆଚରଣକୁ ପ୍ରଶଂସା କରିବା ସହ କାର୍ଯ୍ୟକ୍ରମକୁ ସାଫଲ୍ୟମଣ୍ଡିତ କରିଥିବାରୁ ସେ ଅଧ୍ୟାପକ ଅଧ୍ୟାପିକା ମାନଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ଉପ-ନିର୍ଦ୍ଦେଶକ ଡ. ପ୍ରତାପ କୁମାର ଜେନା ଏହି କାର୍ଯ୍ୟକ୍ରମର ବିବରଣୀ ଉପସ୍ଥାପନ କରିଥିଲେ । କାର୍ଯ୍ୟକ୍ରମର ଅନ୍ୟତମ ଆବାହିକା ଡ. ବିଷ୍ଣୁପ୍ରିୟା ହାଁସଦା ଧନ୍ୟବାଦ ଅର୍ପଣ କରିଥିଲେ । ବିଭିନ୍ନ ବିଷୟର କାର୍ଯ୍ୟକ୍ରମ-ସଂଯୋଜକ ଅଧ୍ୟାପକ ଅଧ୍ୟାପିକା ଗଣ ଛାତ୍ରଛାତ୍ରୀଙ୍କ ସହ ନିଜର ଶିକ୍ଷଣ ଅନୁଭୂତି ବର୍ଣ୍ଣନା କରିଥିଲେ । ଏହି ଗ୍ରୀଷ୍ମକାଳୀନ ତାଲିମ ଶିବିରରେ ନୃତତ୍ତ୍ୱ ଓ ଜନଜାତି ଶିକ୍ଷା, ଅର୍ଥନୀତି, ଜୈବ-ବିଜ୍ଞାନ, ଉଦ୍ଭିଦ ବିଜ୍ଞାନ, ପ୍ରାଣୀ ବିଜ୍ଞାନ, ରସାୟନ ବିଜ୍ଞାନ, ପଦାର୍ଥ ବିଜ୍ଞାନ, କମ୍ପ୍ୟୁଟର ବିଜ୍ଞାନ ଓ ପ୍ରୟୋଗ, ମ୍ୟାନେଜ୍ମେଣ୍ଟ୍, ବନ୍ୟପ୍ରାଣୀ ଓ ଜୈବବିବିଧତା ସଂରକ୍ଷଣ ଆଦି ୧୦ଟି ବିଷୟରେ ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା । ଏହି ତାଲିମ ଶିବିରରେ ଭାଗନେବାପାଇଁ ୨୯ଟି ମହାବିଦ୍ୟାଳୟର ୬୯୧ ଜଣ ଛାତ୍ରଛାତ୍ରୀ ଆବେଦନ କରିଥିଲେ ଏବଂ ସେମଧ୍ୟରୁ ବିଶ୍ୱବିଦ୍ୟାଳୟର ୧୩ଟି ଅନୁବନ୍ଧିତ ମହାବିଦ୍ୟାଳୟ ଗୁଡ଼ିକର ୯୨ ଜଣ ଛାତ୍ରଛାତୀଙ୍କୁ ମେରିଟ୍ ଆଧାରରେ ଚୟନ କରାଯାଇଥିଲା । ଛାତ୍ରଛାତ୍ରୀଙ୍କ ପାଇଁ ରହିବା ଓ ଖାଇବାର ବନ୍ଦୋବସ୍ତ ବିଶ୍ୱବିଦ୍ୟାଳୟ ତରଫରୁ କରାଯାଇଥିଲା । ଏହି ତାଲିମ ଶିବିରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅଦମ୍ୟ ଉତ୍ସାହ ପରିଲକ୍ଷିତ ହୋଇଥିଲା ।
Two-day National Seminar titled "Emerging Landscapes of Business and Management: Strategies for Navigating the Future," @MSCBU
ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟର ସ୍ନାତକୋତ୍ତର ବ୍ୟବସାୟ ପ୍ରଶାସନ ବିଭାଗ ଦ୍ଵାରା ଆୟୋଜିତ ଏକ ଦୁଇ ଦିବସୀୟ ଜାତୀୟ ଆଲୋଚନାଚକ୍ରର ଉଦଘାଟନୀ ସମାରୋହ ଅନୁଷ୍ଠିତ ହୋଇଯାଇଛି । "ବ୍ୟବସାୟ ଏବଂ ପରିଚାଳନାର ଉଦୀୟମାନ ପରିଦୃଶ୍ୟ: ଭବିଷ୍ୟତର ରଣନୀତି" ଶୀର୍ଷକ ଏହି ଆଲୋଚନାଚକ୍ରକୁ ବିଶ୍ଵବିଦ୍ୟାଳୟର କୂଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ମୁଖ୍ୟ ପୃଷ୍ଣପୋଷକ ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ । ନିଜ ବକ୍ତବ୍ୟରେ ପ୍ରଫେସର ତ୍ରିପାଠୀ ଭବିଷ୍ୟତର ବ୍ୟବସାୟିକ ଆହ୍ୱାନ ଗୁଡ଼ିକର ମୁକାବିଲା ପାଇଁ ଅଭିନବ ରଣନୀତି ଆପଣେଇବାକୁ ହେବ ବୋଲି କହିବା ସହ ପରିବର୍ତ୍ତନକୁ ଗ୍ରହଣ କରିବା ହେଉଛି ଆଜିର ଗତିଶୀଳ ବିଶ୍ୱରେ ସ୍ଥାୟୀ ବ୍ୟବସାୟ ଅଭିବୃଦ୍ଧିର ମୂଳଦୁଆ ବୋଲି ମତପୋଷଣ କରିଥିଲେ । "ବାଣିଜ୍ୟେ ବସତି ଲକ୍ଷ୍ମୀ" ଓ "ଉଦ୍ୟମେ ସର୍ବସିଦ୍ଧି" ଏହି ଦୁଇଟି ଉକ୍ତିର ଆଲୋଚନା କରି ବ୍ୟବସାୟରେ ସାଧୁତାର ଅବଲମ୍ବନ ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ଏହି ଆଲୋଚନାଚକ୍ରରେ ମୁଖ୍ୟ ଅତିଥି ଭାବେ ନର୍ଥ ଓଡ଼ିଶା ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିର ସଭାପତି ଡ. ପ୍ରଜୟ କୁମାର ଡାଭେ ଯୋଗଦେଇ ନିଜ ବକ୍ତବ୍ୟରେ ବ୍ୟବସାୟ ପରିଚାଳନାରେ ଦୃଢ଼ ମନୋଭାବ ଉପରେ ଗୁରୁତ୍ୱାରୋପ କରି ନେତୃତ୍ୱକୁ ସ୍ପଷ୍ଟ ଲକ୍ଷ୍ୟ ସହ ପାଦେ ପାଦେ ଆଗକୁ ବଢ଼ିଲେ ବ୍ୟବସାୟର ବିଭିନ୍ନ ବିପଦର ମୁକାବିଲା କରି ସଫଳତା ପାଇହେବ ବୋଲି କହିଥିଲେ । ମୁଖ୍ୟ ବକ୍ତା ଭାବେ ଟ୍ରାଇଡେଣ୍ଟ ଏକାଡେମୀର ପ୍ରଫେସର ପି. କେ. ମହାନ୍ତି ଯୋଗଦେଇ ନିଜ ଅଭିଭାଷଣରେ ଭବିଷ୍ୟତର ଅନିଶ୍ଚିତତାକୁ ଦୂର କରିବା ପାଇଁ ସ୍ଥାୟୀ ବ୍ୟବସାୟ ମଡେଲଗୁଡ଼ିକୁ ପ୍ରଯୁକ୍ତିବିଦ୍ୟା ଏବଂ ନୈତିକ ଶାସନକୁ ସମନ୍ୱିତ କରିବାକୁ ପଡିବ ବୋଲି ମତବ୍ୟକ୍ତ କରିବା ସହ ସାଂଗଠାନିକ ସଂସ୍କୃତିରେ ପରିବର୍ତ୍ତନ ସହ ସଂସ୍କୃତିର ପ୍ରବାହ ପରିଚାଳନା କରିବାକୁ ହେବା ବୋଲି କହିଥିଲେ । ରିମୋଟ ୱାର୍କ ଆଜିର ଯୁଗର ବାସ୍ତବତା ଏବଂ ହାଇବ୍ରିଡ କାର୍ଯ୍ୟଶୈଳୀ ଦ୍ଵାରା ଉତ୍ପାଦକତା ବୃଦ୍ଧି ପାଉଛି ବୋଲି ସେ କହିଥିଲେ । ସମ୍ମାନିତ ଅତିଥି ଭାବେ ଏ.ଏସ୍.ବି.ଏମ୍ ବିଶ୍ୱବିଦ୍ୟାଳୟର ପ୍ରଫେସର ରଞ୍ଜନ କୁମର ବଳ ଯୋଗଦେଇ ନିଜ ବକ୍ତବ୍ୟରେ ଏକ ଅନିଶ୍ଚିତ ଭବିଷ୍ୟତରେ ପ୍ରତିଯୋଗିତାମୂଳକ ରହିବା ପାଇଁ ବ୍ୟବସାୟଗୁଡ଼ିକୁ ଡିଜିଟାଲ୍ ପରିବର୍ତ୍ତନର ଉପଯୋଗ କରିବାକୁ ପଡିବ ବୋଲି କହିଥିଲେ । ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁ ପୃଷ୍ଣପୋଷକ ଭାବେ ଯୋଗଦେଇ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ । ବିଭାଗୀୟ ସଂଯୋଜକ ପ୍ରଫେସର ସୁକାନ୍ତ କୁମାର ନାୟକ ମଞ୍ଚାସୀନ ଥିଲେ । ଆଲୋଚନାଚକ୍ରର ଆବାହକ ବିଭାଗୀୟ ସହକାରୀ ପ୍ରଫେସର ଡ. ସୀତାରାମ ଦାସ ଆଲୋଚନାଚକ୍ରର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ବିଷୟରେ ବିବରଣୀ ରଖିଥିଲେ ଓ କାର୍ଯ୍ୟକାରୀ ସମ୍ପାଦକ ଅଧ୍ୟାପକ ବିବେକ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଆଲୋଚନାଚକ୍ରରେ ୪୨ ଜଣ ଗବେଷକ/ ଗବେଷିକା ନିଜର ଗବେଷଣାତ୍ମକ ସନ୍ଦର୍ଭ ଉପସ୍ଥାପନ କରିଥିଲେ ଓ ୧୦୦ ରୁ ଉର୍ଦ୍ଧ୍ୱ ଅଂଶଗ୍ରହଣକାରୀ ଭାଗନେଇଥିଲେ । ଏହି ଆଲୋଚନାଚକ୍ରର ଉଦଘାଟନୀ ସମାରୋହରେ ବିଶ୍ଵବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ ।
One-Week Faculty Development Programme on “Understanding India: Indian Ethos and Knowledge Systems” @MSCBU
ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ "ଭାରତକୁ ବୁଝିବା: ଭାରତୀୟ ନୀତି ଏବଂ ଜ୍ଞାନ ପ୍ରଣାଳୀ" ଶୀର୍ଷକ ଏକ ଗୁଣାତ୍ମକ ଶିକ୍ଷକ ବିକାଶ କାର୍ଯ୍ୟକ୍ରମର ଉଦ୍ଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ପ୍ରାୟୋଜିତ ବିଶ୍ୱବିଦ୍ୟାଳୟ ମାନବ ସମ୍ବଳ ବିକାଶ କେନ୍ଦ୍ର ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମର ଉଦ୍ଘାଟନୀ ଉତ୍ସବରେ ପୃଷ୍ଠପୋଷକ ରୂପେ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଯୋଗଦେଇ ନିଜ ବକ୍ତବ୍ୟରେ କହିଥିଲେ ଯେ ଭାରତର ଜ୍ଞାନ ପରମ୍ପରା ଅତୁଳନୀୟ । ଏହାକୁ ସମ୍ମାନ ଦେଇ ମିଳିତ ଜାତିସଂଘ 'ମୋ ଜୀବନ ପଛେ ନର୍କେ ପଡ଼ିଥାଉ' ଭଳି ମହାମାନବିକ ମନ୍ତ୍ରଧ୍ୱନିକୁ ସ୍ୱୀକୃତି ଦେଇଛି । ସମସାମୟିକ ଶିକ୍ଷାଶାସ୍ତ୍ରରେ ସ୍ୱଦେଶୀ ଜ୍ଞାନ ପ୍ରଣାଳୀକୁ ସଂହତ କରିବାର ଗୁରୁତ୍ୱ ଉପରେ ସେ ଆଲୋକପାତ କରିବା ସହ ଭାରତୀୟ ବୌଦ୍ଧିକ ପରମ୍ପରାକୁ ପୁନର୍ଜୀବିତ କରିବାରେ ଏହି କାର୍ଯ୍ୟକ୍ରମ ସହାୟକ ହେବ ବୋଲି ମତପୋଷଣ କରିଥିଲେ । ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ପ୍ରଫୁଲ୍ଲ କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ତାଙ୍କ ଅଭିଭାଷଣରେ ଭାରତୀୟ ଦର୍ଶନର ସ୍ଥାୟୀ ପ୍ରାସଙ୍ଗିକତା ଏବଂ ନୈତିକ ଶାସନ ଏବଂ ଜ୍ଞାନ ସୃଷ୍ଟିରେ ଏହାର ଅବଦାନ ଭାରତକୁ ବିଶ୍ୱଗୁରୁରେ ପରିଣତ କରିଛି ବୋଲି କହିଥିଲେ । ଭାରତୀୟ ଜ୍ଞାନ କୌଣସି କାଗଜ ସାର୍ଟିଫିକେଟ୍ର ସ୍ୱୀକୃତିର ଅପେକ୍ଷା ରଖେନାହିଁ ବୋଲି ସେ କହିଥିଲେ । ରାଷ୍ଟ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ, ତିରୁପତିର ପୂର୍ବତନ କୁଳପତି ପ୍ରଫେସର ହରେକୃଷ୍ଣ ଶତପଥୀ ସମ୍ମାନିତ ଅତିଥି ଭାବେ ଭାରତକୁ ବିଶ୍ୱର ସମସ୍ତ ଜ୍ଞାନର ଏନ୍ତୁଡ଼ିଶାଳ ତଥା ପ୍ରାଣକେନ୍ଦ୍ର ବୋଲି ମତପୋଷଣ କରିଥିଲେ । ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁ ଏହି କାର୍ଯ୍ୟକ୍ରମରେ ପୃଷ୍ଠପୋଷକ ଭାବେ ଯୋଗଦେଇଥିବା ବେଳେ କାର୍ଯ୍ୟକ୍ରମର ଆବାହକ ତଥା ମାନବ ସମ୍ବଳ ବିକାଶ କେନ୍ଦ୍ରର ନିର୍ଦ୍ଦେଶକ ପ୍ରଫେସର ସୁକାନ୍ତ କୁମାର ନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମର ଅନ୍ୟତମ ଆବାହିକା ପ୍ରଫେସର ପୁଷ୍ପାଞ୍ଜଳି ପରିଡ଼ା ଅତିଥି ପରିଚୟ ଓ ଧନ୍ୟବାଦ ଅର୍ପଣ କରିଥିଲେ । ସପ୍ତାହବ୍ୟାପୀ ଆୟୋଜିତ ହେବାକୁ ଥିବା ଏହି ଶିକ୍ଷକ ବିକାଶ କାର୍ଯ୍ୟକ୍ରମରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପ୍ରଫେସର ଉଜ୍ଜ୍ୱଳ ଜାନା, ଜଗତ୍ଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟର ଡ. ଏସ୍. ରାମରତ୍ନମ୍, ଆଇଆଇଟି ମାଣ୍ଡିର ଡ. ବରୁଣ ଦତ୍ତ, ସତ୍ନା ଏକେଏସ୍ ବିଶ୍ୱବିଦ୍ୟାଳୟର ପ୍ରଫେସର ରାମଲଖନ ସିଂ ଶିକାରୱର, ସିନ୍ଧୁ ବିଶ୍ୱବିଦ୍ୟାଳୟର ଡ. ଅନୀଲ ସୁରି, କଲିକତା ବିଶ୍ୱବିଦ୍ୟାଳୟର ପ୍ରଫେସର ସୁବ୍ରତ ଶଙ୍କର ବାଗଚୀ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପଫେସର ସୁଧାକର ପାତ୍ର, ଆଇଆଇଟି ଖଡଗପୁରର ପ୍ରଫେସର ରିଚା ଚୋପ୍ରା, କଲିକତାର ସହକାରୀ ପେଟେଣ୍ଟ୍ ନିୟନ୍ତ୍ରକ ଡ. ଧୀରେନ୍ ପଟ୍ଟନାୟକ, ଧରଣୀଧର ବିଶ୍ୱବିଦ୍ୟାଳୟର ପ୍ରଫେସର ସତ୍ୟବ୍ରତ ମିଶ୍ର, କଲିକତା ଏନ୍ଆଇଟିଆର୍ର ନିର୍ଦ୍ଦେଶକ ପ୍ରଫେସର ଦେବୀ ପ୍ରସାଦ ମିଶ୍ର, କଲିକତା ଇଜେଡ୍ସିସିର ଡ. ତାପସ ସାମନ୍ତରାୟ, ସିଏସ୍ଆଇଆର୍ ନୂଆଦିଲ୍ଲୀର ଡ. ବିଜୟଲକ୍ଷ୍ମୀ ଅସ୍ଥାନା, ଓ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ପ୍ରଫେସର ଏମ୍. ହିମବିନ୍ଦୁ ପ୍ରମୁଖ ବକ୍ତବ୍ୟ ଦେବାର କାର୍ଯ୍ୟକ୍ରମ ରହିଛି । ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର ଅନୁବନ୍ଧିତ ମହାବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକାମାନେ ସମୁଦାୟ ୧୩୬ଜଣ ଯୋଗଦାନ କରିଥିଲେ । କାର୍ଯ୍ୟକ୍ରମକୁ ସହ-ଆବାହକ ତଥା ଅର୍ଥନୀତି ବିଭାଗର ସହକାରୀ ପ୍ରଫେସର ଡ. ପ୍ରତାପ କୁମାର ଜେନା ଓ ସହ-ଆବାହିକା ତଥା ଉଦ୍ଭିଦ ବିଜ୍ଞାନ ବିଭାଗର ସହକାରୀ ପ୍ରଫେସର ଡ. ବିଷ୍ଣୁପ୍ରିୟା ହାଁସଦା, ଡ. ସ୍ୱରୁପାନନ୍ଦ ବିଷୟୀ, ଡ. ଜନ୍ମେଞ୍ଜୟ ନାୟକ, ଡ. ସୀତାରାମ ଦାସ, ଡ. ଶାନ୍ତିସ୍ୱରୁପ ବସା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
Parakrama Sobha Yatra on the success of Operation Sindoor @MSCBU
ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟର ଜାତୀୟ ସେବା ଯୋଜନା ବ୍ୟୁରୋ ଏବଂ ସେବା ଯୋଜନାର ସ୍ନାତକୋତ୍ତର ଶାଖା ଆନୁକୁଲ୍ୟରେ ଅପରେସନ ସିନ୍ଦୂରର ସଫଳତା ଅବସରରେ ପରାକ୍ରମ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। ବାରିପଦା ବିଧାୟକ ଶ୍ରୀଯୁକ୍ତ ପ୍ରକାଶ ସୋରେନ ଏବଂ କୁଳପତି ପ୍ରଫେସର ତ୍ରିପାଠୀ ପତାକା ଦେଖାଇ ଶୋଭାଯାତ୍ରାକୁ ଉଦଘାଟନ କରିଥିଲେ। ଏହି ଶୋଭାଯାତ୍ରାରେ ପ୍ରାୟ ତିନିଶହ ମିଟର ଲମ୍ବର ଜାତୀୟ ପତାକାକୁ ପାଞ୍ଚଶହରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ, ଗବେଷକ, ଗବେଷିକା, ଶିକ୍ଷକ, କର୍ମଚାରୀମାନେ ଅଂଶଗ୍ରହଣ କରିଥିଲେ। ସକାଳ ଆଠଘଣ୍ଟା ସମୟରେ ବିଶ୍ବବିଦ୍ୟାଳୟ ପରିସରରୁ ଏହି ବିଶାଳ ଶୋଭାଯାତ୍ରା ବାହାରି ତକତପୁର ଛକ ପର୍ଯ୍ୟନ୍ତ ପରିକ୍ରମା କରିଥିଲା। ଦେଶଭକ୍ତିର ସ୍ଲୋଗାନ ସହ ପରାକ୍ରମଶାଳୀ ଭାରତୀୟ ଯୋଦ୍ଧା ମାନଙ୍କର ଅପରେସନ ସିନ୍ଦୂରର ଅପୂର୍ବ ସଫଳତା ଓ ବୀରତ୍ୱକୁ ସମବେତ ସ୍ବରରେ ଗାନ କରାଯାଇଥିଲା। ଶୋଭାଯାତ୍ରାରେ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ, ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁ, କୁଳସଚିବ ସୁମିତା ସିଂ, ପରୀକ୍ଷା ନିୟନ୍ତ୍ରକ ଡକ୍ଟର ସୁବ୍ରତ କୁମାର ରଣା, ବିତ୍ତ ନିୟନ୍ତ୍ରକ ଶୁକଦେବ ତରାଇ, ବିଶ୍ବବିଦ୍ୟାଳୟ ସେବା ଯୋଜନାର କାର୍ଯ୍ୟକ୍ରମ ସଂଯୋଜକ ଡକ୍ଟର ବସନ୍ତ କୁମାର ମହାନ୍ତ, ଜିଲ୍ଲା କାର୍ଯ୍ୟକ୍ରମ ସଂଯୋଜକ ଡକ୍ଟର ଅନାମ ଚରଣ ରାଉଳ, ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ଡକ୍ଟର ଶିଶିର ବେହେରା ଏବଂ ଡକ୍ଟର ବିଷ୍ଣୁପ୍ରିୟା ହାଁସଦା ପ୍ରମୁଖ ପଦଯାତ୍ରାରେ ସମ୍ମିଳିତ ହୋଇଥିଲେ। ଏଥିସହିତ ବାରିପଦା ଡିଗ୍ରୀ ମହାବିଦ୍ୟାଳୟ, ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ବୟଂଶାସିତ ମହାବିଦ୍ୟାଳୟ, ଶ୍ରୀମା ମହାବିଦ୍ୟାଳୟ, ଏମ୍ ସି ଏ ଏମ୍ ପ୍ରଭୃତି ମହାବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ, ଶିକ୍ଷକ ଏହି ପରାକ୍ରମ ଶୋଭାଯାତ୍ରାରେ ସାମିଲ ହୋଇଥିଲେ।
International Conference on Artificial Intelligence and Machine Learning for Data Analytics (AMLDA-2025) @MSCBU
ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟର ସ୍ନାତକୋତ୍ତର କମ୍ପ୍ୟୁଟର ବିଜ୍ଞାନ ବିଭାଗ ଦ୍ଵାରା ଆୟୋଜିତ ଏକ ଦୁଇ ଦିବସୀୟ ଜାତୀୟ ଆଲୋଚନାଚକ୍ର ଅନୁଷ୍ଠିତ ହେଇଯାଇଛି । "ଆଡ୍ଭାନ୍ସେସ୍ ଇନ୍ ମେସିନ୍ ଲର୍ଣ୍ଣିଙ୍ଗ ଫର୍ ଡାଟା ଆନାଲିଟିକ୍ସ" ଶୀର୍ଷକ ଏହି ଆଲୋଚନାଚକ୍ରକୁ ବିଶ୍ଵବିଦ୍ୟାଳୟର କୂଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ମୁଖ୍ୟ ପୃଷ୍ଣପୋଷକ ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ । ନିଜ ବକ୍ତବ୍ୟରେ ପ୍ରଫେସର ତ୍ରିପାଠୀ ଆଜିର ଯୁଗରେ କୁତ୍ରିମ ବୁଦ୍ଧିମତ୍ତା ଅପରିହାର୍ଯ୍ୟ ହୋଇପଡ଼ିଛି ଏବଂ ଆମ ଦୈନନ୍ଦିନ ଜୀବନର ସମସ୍ତ ଆୟାମରେ 'ଡାଟା' ମୁଖ୍ୟ ଭୂମିକା ଗ୍ରହଣ କରିଛି । ଆଗାମୀ ଦିନରେ କମ୍ପ୍ୟୁଟର ବିଜ୍ଞାନ, ଗଣିତ ଓ ପରିସଂଖ୍ୟାନକୁ ବାଦ୍ ଦେଇ ଅନ୍ୟାନ୍ୟ ବିଷୟରେ ଗବେଷଣା ହୋଇପାରିବ ନାହିଁ ବୋଲି ସେ ମତପ୍ରକାଶ କରିଥିଲେ । ଏହି ଆଲୋଚନାଚକ୍ରରେ ମୁଖ୍ୟ ଅତିଥି ଭାବେ ଜେଆଇଏସ୍ଆଇଏଏସ୍ଆର୍ କୋଲକାତାର ନିର୍ଦ୍ଦେଶକ ପଦ୍ମଶ୍ରୀ ପ୍ରଫେସର ଅଜୟ କୁମାର ରାୟ "ସ୍ଥାୟୀ ସମାଜ ୫.୦ ନିର୍ମାଣରେ ଏଆଇର ଭୂମିକା : ଆଜି ଓ କାଲି" ଶୀର୍ଷକ ବକ୍ତବ୍ୟ ରଖିଥିଲେ । ସମ୍ମାନିତ ଅତିଥି ଭାବେ ଯୋଗଦେଇ ଆଇଆଇଟି (ଆଇଏସ୍ଏମ୍) ଧାନବାଦର ଡ. ଗଜେନ୍ଦ୍ର ବିଶ୍ୱକର୍ମା ମେସିନ୍ ଲର୍ଣ୍ଣିଂରେ ପରିସଂଖ୍ୟାନ ମଡେଲ୍ ବ୍ୟବହାର ଉପରେ ବକ୍ତବ୍ୟ ରଖିଥିଲେ । ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁ ପୃଷ୍ଣପୋଷକ ଭାବେ ଯୋଗଦେଇ ଏଆଇ ଓ ମେସିନ ଲର୍ଣ୍ଣିଙ୍ଗ ସାମାଜିକ ପରିବର୍ତ୍ତନକୁ କିପରି ପ୍ରୋତ୍ସାହିତ କରୁଅଛି ସେ ବିଷୟରେ କହିଥିଲେ । ବିଭାଗୀୟ ସଂଯୋଜିକା ପ୍ରଫେସର ଏମ୍ ହିମବିନ୍ଦୁ ଆଲୋଚନାଚକ୍ରର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ବିଷୟରେ ବିବରଣୀ ରଖିଥିଲେ । ଆଲୋଚନାଚକ୍ରର ଆବାହକ ବିଭାଗୀୟ ସହକାରୀ ପ୍ରଫେସର ଡ. ଜନ୍ମେଞ୍ଜୟ ନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଓ ସହ-ଆବାହକ ଡ. ଶାନ୍ତିସ୍ୱରୁପ ବସା ଧନ୍ୟବାଦ ଅର୍ପଣ କରିଥିଲେ । ବିଭାଗୀୟ ସହକାରୀ ପ୍ରଫେସର ଡ. ଶର୍ମିଳା ସୁବୁଦ୍ଧି, ଡ. ପାର୍ଥସାରଥୀ ମିଶ୍ର ପ୍ରମୁଖ ଆଲୋଚନାଚକ୍ରକୁ ପରିଚାଳନା କରିଥିଲେ । ଏହି ଆଲୋଚନାଚକ୍ରରେ ଏନ୍ଆଇଟି ରାଉରକେଲାର ଡ. ଅନୁପ ନନ୍ଦୀ, ଆଇଆଇଟି (ଆଇଏସ୍ଏମ୍) ଧାନବାଦର ଡ. କୌଶିକ ମଣ୍ଡଳ, ନାଇଜର ଭୁବନେଶ୍ୱରର ଡ. ଶୁଭଙ୍କର ମିଶ୍ର, ଆଇଆଇଆଇଟି ଭୁବନେଶ୍ୱରର ଡ. ସଞ୍ଜୟ ସାକ୍ସେନା, ଆଇଆଇଏସ୍ସି ବେଙ୍ଗାଲୁରୁର ଡ. ରତିକାନ୍ତ ବେହେରା, ଆଇଜର ବ୍ରହ୍ମପୁରର ଡ. ଅନାବିକ ପାଲ୍, ଫକୀରମୋହନ ବିଶ୍ୱବିଦ୍ୟାଳୟର ଡ. ଅଶାନ୍ତ ରଞ୍ଜନ ରାଉତରାୟ ପ୍ରମୁଖ ଯୋଗଦେଇଥିଲେ । ଆଲୋଚନାଚକ୍ରରେ ୪୮ ଜଣ ଗବେଷକ/ ଗବେଷିକା ନିଜର ଗବେଷଣାତ୍ମକ ସନ୍ଦର୍ଭ ଉପସ୍ଥାପନ କରିଥିଲେ ଓ ୧୦୦ ରୁ ଉର୍ଦ୍ଧ୍ୱ ଅଂଶଗ୍ରହଣକାରୀ ଭାଗନେଇଥିଲେ । ଏହି ଆଲୋଚନାଚକ୍ରର ଉଦଘାଟନୀ ସମାରୋହରେ ବିଶ୍ଵବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ ।
Fit India 2025 @MSCBU
ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟରେ ଫିଟ୍ ଇଣ୍ଡିଆ ୨୦୨୫ ଅନୁଷ୍ଠିତ ହୋଇଯାଇଛି । ନାଗରିକମାନଙ୍କୁ ସେମାନଙ୍କର ଦୈନନ୍ଦିନ ଜୀବନରେ ଶାରୀରିକ କାର୍ଯ୍ୟକଳାପକୁ ସାମିଲ କରିବାକୁ ଉତ୍ସାହିତ କରିବା ପାଇଁ ଭାରତ ସରକାରଙ୍କ ଏକ ପଦକ୍ଷେପକୁ କାର୍ଯ୍ୟକାରୀ କରିବାପାଇଁ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ମାର୍ଗଦର୍ଶନରେ ଅନୁଷ୍ଠିତ ଏହି ଫିଟ୍ ଇଣ୍ଡିଆ କାର୍ଯ୍ୟକ୍ରମରେ ଏକ ସାଇକେଲ ର୍ୟାଲିର ଆୟୋଜନ କରାଯାଇଥିଲା । ଏଥିରେ ୬୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ, ଅଧ୍ୟାପକ ଅଧ୍ୟାପିକା ଏବଂ କର୍ମଚାରୀ ଅଂଶଗ୍ରହଣ କରିଥିଲେ । ଫ୍ଲାଗ୍-ଅଫ୍ ପୂର୍ବରୁ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁ ସମାବେଶକୁ ସମ୍ବୋଧନ କରି ନିଜ ବକ୍ତବ୍ୟରେ ନିୟମିତ ବ୍ୟାୟାମର ଗୁରୁତ୍ୱ ଉପରେ ଆଲୋକପାତ କରି ସାଇକେଲ୍ ଚାଳନା କେବଳ ଏକ ଶାରୀରିକ କାର୍ଯ୍ୟକଳାପ ନୁହେଁ ବରଂ ସ୍ୱାସ୍ଥ୍ୟ ଏବଂ ପରିବେଶ ପ୍ରତି ଆମର ଦାୟିତ୍ୱ ବୋଲି ସେ ମନ୍ତବ୍ୟ ଦେଇଥିଲେ । ଫିଟ୍ ଇଣ୍ଡିଆ କାର୍ଯ୍ୟକ୍ରମର ନୋଡାଲ ଅଧିକାରୀ ଡକ୍ଟର ପ୍ରିୟ ରଞ୍ଜନ ଦେବତା, ସହଯୋଗୀ ପ୍ରଫେସର ଡକ୍ଟର ଗୁଣନିଧି ଧାଙ୍ଗଡାମାଝୀ, ଡକ୍ଟର ଯତୀନ୍ଦ୍ରନାଥ ବେଶ୍ରା, ଡକ୍ଟର ଜନ୍ମେଞ୍ଜୟ ନାୟକ ଏବଂ ଡକ୍ଟର ପ୍ରିୟଙ୍କା ଦାସ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ ।
Two-Days National Seminar on "Man-Nature and Wildlife Relationship in Protected Areas: In the Context of Viksit Bharat" @MSCBU
ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟର ସ୍ଶିମିଳିପାଳ ଅଧ୍ୟୟନ କେନ୍ଦ୍ର ଓ ବନ୍ୟପ୍ରାଣୀ ଏବଂ ଜୈବ ବିବିଧତା ସଂରକ୍ଷଣ ବିଭାଗର ମିଳିତ ତତ୍ତ୍ୱାବଧାନରେ ଆୟୋଜିତ ଏକ ଦୁଇ ଦିବସୀୟ ଜାତୀୟ ଆଲୋଚନାଚକ୍ର ଉଦଘାଟିତ ହେଇଯାଇଛି । "ବିକଶିତ ଭାରତ ପରିପ୍ରେକ୍ଷୀରେ ସୁରକ୍ଷିତ ଅଞ୍ଚଳରେ ମଣିଷ-ପ୍ରକୃତି ଏବଂ ବନ୍ୟପ୍ରାଣୀ ସମ୍ପର୍କ" ଶୀର୍ଷକ ଏହି ଆଲୋଚନାଚକ୍ରରେ ବିଶ୍ଵବିଦ୍ୟାଳୟର କୂଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ମୁଖ୍ୟ ପୃଷ୍ଠପୋଷାକ ଭାବେ ଯୋଗ ଦେଇ ଅଧ୍ୟକ୍ଷତା କରିଥିଲେ । ନିଜ ବକ୍ତବ୍ୟରେ ପ୍ରଫେସର ତ୍ରିପାଠୀ ପରିବେଶଗତ ଗବେଷଣା ଏବଂ ସ୍ଥାୟୀ ସଂରକ୍ଷଣ ଅଭ୍ୟାସକୁ ପ୍ରୋତ୍ସାହିତ କରିବା ପାଇଁ ବିଶ୍ୱବିଦ୍ୟାଳୟର ପ୍ରତିବଦ୍ଧତାକୁ ଗୁରୁତ୍ୱାରୋପ କରିଥିଲେ । ପୂର୍ବତନ ବନ୍ୟପ୍ରାଣୀ ପିସିସିଏଫ୍ ତଥା ପୂର୍ବତନ ସଦସ୍ୟ, ଲୋକାୟୁକ୍ତ, ଭୁବନେଶ୍ୱର ଡକ୍ଟର ଦେବବ୍ରତ ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିକଶିତ ଭାରତର ଦୃଷ୍ଟିକୋଣ ସହିତ ସମନ୍ୱୟ ରଖିବା ପାଇଁ ବନ୍ୟପ୍ରାଣୀ ସଂରକ୍ଷଣ ଏବଂ ମାନବ ବିକାଶ ମଧ୍ୟରେ ନୀତିଗତ ସମନ୍ୱୟର ଜରୁରୀ ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ଓଡ଼ିଶା ବିଜ୍ଞାନ ଏକାଡେମୀର ସଚିବ ପ୍ରଫେସର ଆଶିଷ କୁମାର ମହାନ୍ତି ମୁଖ୍ୟ ବକ୍ତା ଭାବେ ଯୋଗଦେଇ ନିଜ ବକ୍ତବ୍ୟରେ ଜୈବ ବିବିଧତା ସଂରକ୍ଷଣରେ ବୈଜ୍ଞାନିକଙ୍କ ଭୁମିକା ଏବଂ ନାଗରିକଙ୍କ ଅଂଶଗ୍ରହଣର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ । ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ (ଦକ୍ଷିଣ)ର ଉପନିର୍ଦ୍ଦେଶକ ଡକ୍ଟର ସମ୍ରାଟ ଗୌଡା ସମ୍ମାନିତ ଅତିଥି ଭାବେ ଯୋଗଦେଇ ସଂରକ୍ଷିତ କ୍ଷେତ୍ର ପରିଚାଳନାର ଜଟିଳତା ଉପରେ ଆଲୋକପାତ କରିଥିଲେ । ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ (ଉତ୍ତର)ର ଉପନିର୍ଦ୍ଦେଶକ ସାଇ କିରଣ ଡି. ଏନ. ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ନିଜ ବକ୍ତବ୍ୟରେ ସମ୍ପ୍ରଦାୟ-ଆଧାରିତ ସଂରକ୍ଷଣ ପଦ୍ଧତି ସପକ୍ଷରେ ଯୁକ୍ତି ବାଢ଼ିଥିଲେ । ବିଶ୍ଵବିଦ୍ୟାଳୟ ଶିମିଳିପାଳ ଅଧ୍ୟୟନ କେନ୍ଦ୍ରର ନିର୍ଦ୍ଦେଶକ ତଥା ଆବାହକ ପ୍ରଫେସର ହେମନ୍ତ କୁମାର ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ସହ-ଆବାହକ ଜୈବପ୍ରଯୁକ୍ତି ବିଭାଗର ପ୍ରଫେସର ବିଶ୍ୱଜିତ ରଥ ଆଲୋଚନାଚକ୍ରର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ବିବରଣୀ ରଖିଥିଲେ । ଆଲୋଚନାଚକ୍ରର କାର୍ଯ୍ୟକାରୀ ସମ୍ପାଦକ ତଥା ଶିମିଳିପାଳ ଅଧ୍ୟୟନ କେନ୍ଦ୍ରର ଉପନିର୍ଦ୍ଦେଶକ ଡ. ବସନ୍ତ କୁମାର ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପଚିଚାଳନାରେ ଯୁଗ୍ମ କାର୍ଯ୍ୟକାରୀ ସମ୍ପାଦକଗଣ ବନ୍ୟପ୍ରାଣୀ ଏବଂ ଜୈବ ବିବିଧତା ସଂରକ୍ଷଣ ବିଭାଗର ଡ. ଶୁଭାନୀ ରଥ, ଡ. ଅଶୋକ କୁମାର ମଲ୍ଲିକ, ଡ. ରବୀନ୍ଦ୍ର କୁମାର ମିଶ୍ର, କୋଷାଧ୍ୟକ୍ଷ ଡ. ଦେବାଶିଷ ନାୟକ ପ୍ରମୁଖ ପରିଚାଳନା କରିଥିଲେ । ଆଲୋଚନାଚକ୍ରରେ ୧୩୦ ଜଣ ଗବେଷକ/ ଗବେଷିକା ଓ ବିଭିନ୍ନ ବେସରକାରୀ ସଂଗଠନର ପ୍ରତିନିଧି ଭାଗନେଉଛନ୍ତି । ଏହି ଆଲୋଚନାଚକ୍ରର ଉଦଘାଟନୀ ସମାରୋହରେ ବିଶ୍ଵବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ ।
Two-Days National Seminar on Role of Zoological Research in Achieving Sustainable Development Goals
ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟର ସ୍ନାତକୋତ୍ତର ପ୍ରାଣୀ ବିଜ୍ଞାନ ବିଭାଗ ଦ୍ଵାରା ଆୟୋଜିତ ଏକ ଦୁଇ ଦିବସୀୟ ଜାତୀୟ ଆଲୋଚନାଚକ୍ର ଉଦଘାଟିତ ହେଇଯାଇଛି । "ଧାରଣକ୍ଷମ ବିକାଶ ଲକ୍ଷ୍ୟ ହାସଲ କରିବାରେ ପ୍ରାଣୀ ବିଜ୍ଞାନ ଗବେଷଣାର ଭୂମିକା" ଶୀର୍ଷକ ଏହି ଆଲୋଚନାଚକ୍ରରେ ବିଶ୍ଵବିଦ୍ୟାଳୟର କୂଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ମୁଖ୍ୟ ପୃଷ୍ଠପୋଷାକ ଭାବେ ଯୋଗ ଦେଇ ଅଧ୍ୟକ୍ଷତା କରିଥିଲେ । ନିଜ ବକ୍ତବ୍ୟରେ ପ୍ରଫେସର ତ୍ରିପାଠୀ ଧାରଣକ୍ଷମ ବିକାଶ କେବଳ ଅଭିଧାନର ଏକ ଶବ୍ଦ ହୋଇରହିଯାଇଛି ବୋଲି କ୍ଷୋଭ ପ୍ରକାଶ କରିବା ସହ ଆଗାମୀ ଦିନର ନୂତନ ଶିକ୍ଷାନୀତିର ଅନୁସରଣରେ ଗବେଷଣାରେ ବିଭାଗୀକରଣ ଓ ବିଶେଷଜ୍ଞତା ନ ରହି ଆନ୍ତଃବିଷୟିକ ତଥା ବହୁବିଧ ବିଷୟ ଦିଗକୁ ଗତି କରିବ ବୋଲି ଦୃଢ଼ୋକ୍ତି କରିଥିଲେ । ମୁଖ୍ୟ ଅତିଥି ଭାବେ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫୁଲ୍ଲ କୁମାର ମହାନ୍ତି ଯୋଗଦେଇ ନିଜ ବକ୍ତବ୍ୟରେ ଧାରଣକ୍ଷମ ବିକାଶ ଲକ୍ଷ୍ୟ ଦିଗରେ ବିଭାଗର ପଦକ୍ଷେପକୁ ଭୂୟସୀ ପ୍ରଂଶସା କରିବା ସହ ସୃଜନଶୀଳତା ହିଁ ସକଳ ଜ୍ଞାନର ମୂଳ ଆଧାର ବୋଲି କହିଥିଲେ । ମୁଖ୍ୟ ବକ୍ତା ଭାବେ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ପୂର୍ବତନ ପ୍ରଫେସର ସୁଶୀଳ କୁମାର ଦତ୍ତ ଯୋଗଦେଇ ଓଡ଼ିଶାରେ ପ୍ରାଣୀ ବିଜ୍ଞାନ ଗବେଷଣାର ଇତିହାସ ସମ୍ପର୍କରେ ନିଜର ଅଭିଭାଷଣ ରଖିଥିଲେ ଓ ଆଜିକାଲି ପ୍ରାଣୀ ବିଜ୍ଞାନରେ ଉନ୍ନତମାନର ଗବେଷଣା ବିରଳ ହୋଇପଡ଼ିଛି ବୋଲି କହିଥିଲେ । ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ, ଆବାହକ ତଥା ବିଭାଗୀୟ ମୁଖ୍ୟ ପ୍ରଫେସର ହେମନ୍ତ କୁମାର ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ସହ-ଆବାହକ ବିଭାଗୀୟ ପ୍ରଫେସର ପୁଷ୍ପାଞ୍ଜଳି ପରିଡ଼ା ଆଲୋଚନାଚକ୍ରର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ବିବରଣୀ ରଖିଥିଲେ । ଆଲୋଚନାଚକ୍ରର କାର୍ଯ୍ୟକାରୀ ସମ୍ପାଦିକା ଡ. ଗାର୍ଗୀ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଯୁଗ୍ମ କାର୍ଯ୍ୟକାରୀ ସମ୍ପାଦକ ବିଭାଗୀୟ ସହକାରୀ ପ୍ରଫେସର ଡ. ପ୍ରିୟରଞ୍ଜନ ଦେବତା, ଡ. କୁକୁ ମହାପାତ୍ର, ଅଧ୍ୟାପିକା ଫୌଜିଆ ମୁନାୱର, ଲ୍ୟାବ୍ ଟେକନିସିଆନ୍ ଜ୍ୟୋତିପ୍ରଜ୍ଞା ମାଝୀ ପ୍ରମୁଖ ଆଲୋଚନାଚକ୍ରକୁ ପରିଚାଳନା କରିଥିଲେ । ଏହି ଅବସରରେ ବିଭାଗୀୟ ଅଧ୍ୟାପକ ଅଧ୍ୟାପିକାଙ୍କ ଦ୍ୱାରା ସମ୍ପାଦିତ ପୁସ୍ତକ "ଆଡ୍ଭାନ୍ସ୍ମେଣ୍ଟ୍ ଇନ୍ ଜୁଲୋଜିକାଲ୍ ରିସର୍ଚ୍ଚ"ର ଉନ୍ମୋଚନ ହୋଇଥିଲା । ଏହି ଆଲୋଚନାଚକ୍ରରେ ବକ୍ତା ରୂପେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ ପ୍ରଫେସର ସଞ୍ଜତ କୁମାର ସାହୁ, ବିଦ୍ୟାସାଗର ବିଶ୍ୱବିଦ୍ୟାଳୟର ସହଯୋଗୀ ପ୍ରଫେସର ଡ. ପ୍ରିୟଞ୍ଜା ହାଲଦାର ମଲ୍ଲିକ, କଲ୍ୟାଣୀ ବିଶ୍ୱବିଦ୍ୟାଳୟର ପୂର୍ବତନ ପ୍ରଫେସର ଡ. ସି. ଆର. ସାହୁ, ଆସାମ ବୋଡ଼ୋଲାଣ୍ଡ୍ ବିଶ୍ୱବିଦ୍ୟାଳୟର ପ୍ରଫେସର ହିଲ୍ଲୋଳଜ୍ୟୋତି ସିଂହା, ସହଯୋଗୀ ପ୍ରଫେସର ଡ. କୁଶଳ ଚୌଧୁରୀ, ଓୟୁଏଟିର ପୂର୍ବତନ ପ୍ରଫେସର ସଞ୍ଜୟ କୁମାର ସାମନ୍ତରାୟ, ତ୍ରିପୁରା ବିଶ୍ୱବିଦ୍ୟାଳୟର ଡ. ବ୍ରୋନ୍ସନ୍ କୁମାର, ଭାରତୀୟ ପ୍ରାଣୀ ସର୍ବେକ୍ଷଣର ବୈଜ୍ଞାନିକ ଡ. ପ୍ରତ୍ୟୁଷ ମହାପାତ୍ର, ଫକୀରମୋହନ ବିଶ୍ୱବିଦ୍ୟାଳୟର ପୂର୍ବତନ ପ୍ରଫେସର ବିଷ୍ଣୁପ୍ରସାଦ ଦାସ, ପ୍ରଫେସର ଭାସ୍କର ବେହେରା, ଡ. ମନୋଜିତ ଭଟ୍ଟାଚାର୍ଯ୍ୟ, ଡ. ଭାରତ ଭୂଷଣ ପଟ୍ଟନାୟକ, ଡ. ନୀଳାଦ୍ରିଭୂଷଣ କର ପ୍ରମୁଖ ଯୋଗଦେଉଛନ୍ତି । ଆଲୋଚନାଚକ୍ରରେ ୮୦ ଜଣ ଗବେଷକ/ ଗବେଷିକା ନିଜର ଗବେଷଣାତ୍ମକ ସନ୍ଦର୍ଭ ଉପସ୍ଥାପନ କରୁଛନ୍ତି ଓ ୧୬୮ ଜଣ ଅଂଶଗ୍ରହଣକାରୀ ଭାଗନେଉଛନ୍ତି । ଏହି ଆଲୋଚନାଚକ୍ରର ଉଦଘାଟନୀ ସମାରୋହରେ ବିଶ୍ଵବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ ।
Two Days National Seminar on Socio-Economic and Cultural profile of the Tribes of North Odisha, Changing through the Ages @MSCBU
ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟର ସ୍ନାତକୋତ୍ତର ଇତିହାସ ବିଭାଗ ଦ୍ଵାରା ଆୟୋଜିତ ଏକ ଦୁଇ ଦିବସୀୟ ଜାତୀୟ ଆଲୋଚନାଚକ୍ର ଉଦଘାଟିତ ହେଇଯାଇଛି । "ଉତ୍ତର ଓଡ଼ିଶା ଜନଜାତିଙ୍କ ସାମାଜିକ-ଅର୍ଥନୈତିକ ଏବଂ ସାଂସ୍କୃତିକ ରୂପରେଖ: ଯୁଗ ଯୁଗ ଧରି ପରିବର୍ତ୍ତନ" ଶୀର୍ଷକ ଏହି ଆଲୋଚନାଚକ୍ରରେ ବିଶ୍ଵବିଦ୍ୟାଳୟର କୂଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ମୁଖ୍ୟ ପୃଷ୍ଠପୋଷାକ ଭାବେ ଯୋଗ ଦେଇ ଅଧ୍ୟକ୍ଷତା କରିଥିଲେ । ନିଜ ବକ୍ତବ୍ୟରେ ପ୍ରଫେସର ତ୍ରିପାଠୀ ଉତ୍ତର ଓଡ଼ିଶାର ସ୍ଥାନୀୟ ଜନଜାତି ମାନଙ୍କର ସଂସ୍କୃତି କିପରି ଭାବରେ ବଜାୟ ରହିବ ସେ ଦିଗରେ ବିଶ୍ୱବିଦ୍ୟାଳୟ ପ୍ରତିବଦ୍ଧତା ଉପରେ ଆଲୋକପାତ କରିଥିଲେ । ଏହି ଆଲୋଚନାଚକ୍ରରେ ଉତ୍କଳ ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଫେସର ଅଶୋକ କୁମାର ପଟ୍ଟନାୟକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ନିଜ ବକ୍ତବ୍ୟରେ ଜନଜାତି ମାନେ ନିଜ ସଂସ୍କୃତିକୁ ବଜାୟ ରଖିବା ପାଇଁ ସମ୍ମୁଖୀନ ହେଉଥିବା ବିଭିନ୍ନ ଆନ୍ଦୋଳନ ବିଷୟରେ ନିଜର ବକ୍ତବ୍ୟ ରଖିଥିଲେ । ଶ୍ରୀମା ମହିଳା ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧକ୍ଷ ଡକ୍ଟର ଶ୍ୟାମସୁନ୍ଦର ଦାସ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ମୁଖ୍ୟ ସ୍ରୋତରେ ସାମିଲ ହେବାପାଇଁ ଜନଜାତି ମାନେ ସମାଜର ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ଉପରେ ନିଜର ଅଭିଭାଷଣ ରଖିଥିଲେ । ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗଦେଇ ନିଜ ବକ୍ତବ୍ୟରେ ଜନଜାତିଙ୍କ ବିକଶିତ ପରିଚୟକୁ ବୁଝିବା ଏବଂ ସମର୍ଥନ କରିବା ଦିଗରେ ଏହି ଆଲୋଚନାଚକ୍ର ଏକ ସମୋୟଚିତ ପଦକ୍ଷେପ ବୋଲି କହିଥିଲେ । ବି.ବି ମହାବିଦ୍ୟାଳୟ, ବାଇଗଣବାଡ଼ିଆର ଅବସରପ୍ରାପ୍ତ ଅଧ୍ୟାପକ ଡକ୍ଟର ଜେ.ଏସ.ଡି.ଏନ ସଚନ୍ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ସ୍ଥାନୀୟ ଜନଜାତି ମାନଙ୍କର ଉତ୍ପତ୍ତି ଓ ବିକାଶ ଧାରା ସମ୍ପର୍କରେ ନିଜର ଅଭିଭାଷଣ ରଖିଥିଲେ । ଏହି ଆଲୋଚନାଚକ୍ରର ଆବାହକ ତଥା ବିଭାଗୀୟ ସଂଯୋଜିକା ଡକ୍ଟର ମୋନାଲି ଗୋସ୍ୱାମୀ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଆଲୋଚନାଚକ୍ରର କାର୍ଯ୍ୟକାରୀ ସମ୍ପାଦିକା ଡକ୍ଟର ତୃପ୍ତିରେଖା ସାହୁ ଆଲୋଚନାଚକ୍ରର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ବିବରଣୀ ରଖିଥିଲେ ଓ ଅନ୍ୟତମ କାର୍ଯ୍ୟକାରୀ ସମ୍ପାଦକ ରଞ୍ଜନ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଆଲୋଚନାଚକ୍ରର ଅନ୍ୟତମ କାର୍ଯ୍ୟକାରୀ ସମ୍ପାଦିକା ଭାଲେଣ୍ଟିନା ହାଁସଦା ଆଲୋଚନାଚକ୍ରକୁ ପରିଚାଳନା କରିଥିଲେ । ଏହି ଆଲୋଚନାଚକ୍ରରେ ମୋଟ ୫ ଜଣ ନିମନ୍ତ୍ରିତ ବକ୍ତା ଓ ୬୯ ଜଣ ଗବେଷକ/ ଗବେଷିକା ନିଜର ଗବେଷଣାତ୍ମକ ସନ୍ଦର୍ଭ ଉପସ୍ଥାପନ କରିଥିଲେ । ଏହି ଆଲୋଚନାଚକ୍ରର ଉଦଘାଟନୀ ସମାରୋହରେ ବିଶ୍ଵବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ ।
Orientation cum Counselling programme on Anti-Ragging @MSCBU
ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଆଣ୍ଟି-ର୍ୟାଗିଂ ଉପରେ ସ୍ନାତକୋତ୍ତର ଛାତ୍ରଛାତ୍ରୀଙ୍କ ପାଇଁ ଅଭିମୁଖୀକରଣ ଓ ପରାମର୍ଶ କାର୍ଯ୍ୟକ୍ରମ ଏବଂ ଅଣଶିକ୍ଷକ କର୍ମଚାରୀଙ୍କ ପାଇଁ ସମ୍ବେଦୀକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଯୋଗ ଦେଇ ନିଜ ବକ୍ତବ୍ୟରେ ଏହି ବିଶ୍ୱବିଦ୍ୟାଳୟର ଇତିହାସରେ ର୍ୟାଗିଂ ଘଟଣା ନ ଘଟିଥିବା ଏକ ଆନନ୍ଦର ବିଷୟ ବୋଲି ମତଦେବା ସହ ଛାତ୍ରଛାତ୍ରୀମାନଙ୍କୁ ବିଶ୍ୱବିଦ୍ୟାଳୟକୁ ନିଜ ଘର ମନେ କରି ଶୃଙ୍ଖଳା ଆଚରଣ କରିବା ପାଇଁ ପରାମର୍ଶ ଦେଇଥିଲେ । ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ର୍ୟାଗିଂ-ବିରୋଧୀ କମିଟିର ସଦସ୍ୟଗଣ ଯଥା ହଷ୍ଟେଲର ୱାର୍ଡେନ ପ୍ରଫେସର ମିନତୀ ମଲ୍ଲିକ, ପଦାର୍ଥ ବିଜ୍ଞାନ ବିଭାଗର ପ୍ରଫେସର ଇନ୍ଦ୍ରଜିତ ନାୟକ, ଭାରପ୍ରାପ୍ତ କୁଳସଚିବ ତଥା ବିତ୍ତ ନିୟନ୍ତ୍ରକ ଶ୍ରୀ ଶୁକଦେବ ତରେଇ, ସହକାରୀ କୁଳସଚିବ ଶ୍ରୀ ସଂଜୀବ ତନ୍ତୀ, ମୟୂରଭଞ୍ଜର ସବ-କଲେକ୍ଟର ଶ୍ରୀ ଦୟାସିନ୍ଧୁ ପରିଡା, ବାରିପଦା ଭଞ୍ଜପୁରର ଆଇ.ଆଇ.ସି. ଶ୍ରୀ ଅଜୟ କୁମାର ଜେନା ଓ କଳିଙ୍ଗ ଟିଭି ମୟୂରଭଞ୍ଜର ବ୍ୟୁରୋ ମୁଖ୍ୟ ଶ୍ରୀ ସତ୍ୟଜିତ ସୋମ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ର୍ୟାଗିଂ ସମ୍ବନ୍ଧୀୟ ଚିନ୍ତା ଏବଂ ମାନସିକ ସ୍ୱାସ୍ଥ୍ୟ ସମସ୍ୟାର ମୁକାବିଲା କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ରଣନୀତି ଏବଂ ସହାୟତା ପ୍ରଣାଳୀ ବିଷୟରେ ପରାମର୍ଶ ଦେଇଥିଲେ । ଏହି ଆଲୋଚନାରେ ର୍ୟାଗିଂ ଏବଂ ର୍ୟାଗିଂ-ବିରୋଧୀ ଆଇନର ପରିଭାଷା ଉପରେ ଗୁରୁତ୍ୱ ଦିଆଯାଇଥିଲା, ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଏକ ସୁରକ୍ଷିତ ପରିବେଶର ଆବଶ୍ୟକତା ଉପରେ ଗୁରୁତ୍ୱ ଦିଆଯାଇଥିଲା । ସମସ୍ତ ସଦସ୍ୟ ସର୍ବସମ୍ମତିକ୍ରମେ ର୍ୟାଗିଂ ମୁକ୍ତ ପରିବେଶର ଗୁରୁତ୍ୱ ଏବଂ ଛାତ୍ରମାନଙ୍କ ମଧ୍ୟରେ ସହାନୁଭୂତି, ସମ୍ମାନ ଏବଂ ପାରସ୍ପରିକ ସମର୍ଥନର ଆବଶ୍ୟକତାକୁ ସ୍ୱୀକାର କରିଥିଲେ । ର୍ୟାଗିଂ ବିରୋଧୀ କମିଟିର ସଦସ୍ୟ ସଂଯୋଜକ ଡକ୍ଟର କୁକୁ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା, ସ୍ନାତକୋତ୍ତର ଛାତ୍ରଛାତ୍ରୀ ଓ ଅଣଶିକ୍ଷକ କର୍ମଚାରୀଗଣ ଯୋଗଦେଇଥିଲେ ।
International Conference on “India’s Pathway to Sustainable Development” @MSCBU
ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ସ୍ନାତକୋତ୍ତର ଅର୍ଥନୀତି ବିଭାଗ ଦ୍ୱାରା ଆୟୋଜିତ ଏକ ଦୁଇ ଦିବସୀୟ ଆନ୍ତର୍ଜାତୀୟ ସମ୍ମିଳନୀ ଉଦ୍ଘାଟିତ ହୋଇଯାଇଛି । "ଭାରତର ସ୍ଥାୟୀ ବିକାଶର ପଥ" ଶୀର୍ଷକ ଏହି ସମ୍ମିଳନୀରେ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ମୁଖ୍ୟ ପୃଷ୍ଠପୋଷକ ଭାବେ ଯୋଗ ଦେଇ ଅଧ୍ୟକ୍ଷତା କରିଥିଲେ । ନିଜ ବକ୍ତବ୍ୟରେ ପ୍ରଫେସର ତ୍ରିପାଠୀ ଭାରତର ସ୍ଥାୟୀ ବିକାଶ ପାଇଁ ବିଶ୍ୱବିଦ୍ୟାଳୟର ପ୍ରତିବଦ୍ଧତା ଉପରେ ଆଲୋକପାତ କରିବା ସହ ଧାରଣକ୍ଷମ ବିକାଶ ପାଇଁ ଉଚିତ୍ ମାର୍ଗରେ ସମ୍ବଳ ବିନିଯୋଗ ଏବଂ ଛାତ୍ରଛାତ୍ରୀମାନଙ୍କ ଗୋଷ୍ଠୀ ସହଭାଗିତା ଉପରେ ଗୁରୁତ୍ୱାରୋପ କରିଥିଲେ । କେବଳ ସ୍ଥାୟୀ ବିକାଶ ଉପରେ ଆଲୋଚନା ସମାଧାନ ନୁହେଁ ବରଂ ସ୍ଥାୟୀ ବିକାଶ ହାସଲ କରିବା ପାଇଁ କିଛି ନୀତିଗତ ପଦକ୍ଷେପ ଜରୁରୀ ବୋଲି ସେ ମତପୋଷଣ କରିଥିଲେ । ଏହି ସମ୍ମିଳନୀରେ ନେପାଳର ମଧ୍ୟ-ପଶ୍ଚିମ ବିଶ୍ୱବିଦ୍ୟାଳୟର ପ୍ରଫେସର ଦୀପ ବାହାଦୁର ରାୱଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନିଜ ବକ୍ତବ୍ୟରେ ପରିବେଶଗତ ସଂରକ୍ଷଣ ସହିତ ଆର୍ଥିକ ଅଭିବୃଦ୍ଧିକୁ ସନ୍ତୁଳିତ କରିବାରେ ଭାରତର ପ୍ରୟାସକୁ ପ୍ରଶଂସା କରିଥିଲେ ଏବଂ ବୈଶିକ ଆହ୍ୱାନର ମୁକାବିଲା ପାଇଁ ଆନ୍ତଃରାଷ୍ଟ୍ରୀୟ ସହଯୋଗର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । କ୍ୟାମ୍ବ୍ରିଜ୍ ୟୁକେର ଆଙ୍ଗଲିଆ ରସ୍କିନ୍ ବିଶ୍ୱବିଦ୍ୟାଳୟର ପ୍ରଫେସର ମନୋଜ ଦୋରା ମୁଖ୍ୟ ବକ୍ତା ଭାବେ ଯୋଗଦେଇ ବୃତ୍ତାକାର ଅର୍ଥନୀତି ଓ ବିଭିନ୍ନ ଅର୍ଥନୀତି ମଡେଲଗୁଡ଼ିକ ଉପରେ ଆଲୋଚନା କରିଥିଲେ ଏବଂ ଗ୍ଲୋବାଲ୍ ସାଉଥ୍ରେ ସ୍ଥାୟୀ ବିକାଶର ପ୍ରମୁଖ ବାହକ ଭାବରେ ଡିଜିଟାଲ୍ ନବସୃଜନ ଏବଂ ଯୋଗାଣ ଶୃଙ୍ଖଳା ସ୍ଥିରତା ପାଇଁ ସମର୍ଥନ କରିଥିଲେ । କ୍ୟାପିଟାଲ ହସ୍ପିଟାଲ, ଭୁବନେଶ୍ୱରର ପ୍ରଫେସର ବିଶ୍ୱଜିତ ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ନିଜ ବକ୍ତବ୍ୟରେ ଦୃଢ଼ ଶିଳ୍ପ-ଶିକ୍ଷା ସହଭାଗୀତା ପାଇଁ ଆହ୍ୱାନ କରିଥିଲେ । ସମ୍ମିଳନୀର ଆବାହକ ବିଭାଗୀୟ ମୁଖ୍ୟ ପ୍ରଫେସର କବିତା କୁମାରୀ ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ସହ-ଆବାହକ ପ୍ରଫେସର ମିନତୀ ମଲ୍ଲିକ ଅତିଥି ପରିଚୟ ପ୍ରଦାନ କରିଥିଲେ । ସମ୍ମିଳନୀର କାର୍ଯ୍ୟକାରୀ ସମ୍ପାଦକ ଡ. ପ୍ରତାପ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସମ୍ମିଳନୀରେ ବିଦେଶରୁ ୭ ଜଣ ଓ ଭାରତରୁ ୯ ଜଣ ନିମନ୍ତ୍ରିତ ବକ୍ତା ଓ ୨୧୦ ଜଣ ଗବେଷକ/ଗବେଷିକା ଯୋଗଦେଇ ବିଭିନ୍ନ ଅନ୍ତର୍ଦୃଷ୍ଟିପୂର୍ଣ୍ଣ ଆଲୋଚନା ଏବଂ ଗବେଷଣା ଉପସ୍ଥାପନା କରୁଛନ୍ତି । ଉଦ୍ଘାଟନୀ ସମାରୋହରେ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ ।
Two-day National Seminar on 'Role of Libraries in Promoting Reading Habits' @MSCBU
ସ୍ଥାନୀୟ ମହାରାଜା ଶୀ୍ରରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ପାଠାଗାର ଓ ସୂଚନା ବିଜ୍ଞାନ ବିଭାଗରେ ଏକ ଦୁଇ ଦିବସୀୟ ଜାତୀୟ ଆଲୋଚନାଚକ୍ର ଉଦ୍ଘାଟିତ ହୋଇଯାଇଛି । ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ମାର୍ଗଦର୍ଶନରେ ପରି·ଳିତ ଏହି ଆଲୋଚନା ଚକ୍ରରେ ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁ ପୌରୋହିତ୍ୟକରି ନିଜସ୍ୱ ବକ୍ତବ୍ୟରେ ପୁସ୍ତକ ଅଧ୍ୟୟନ ପାଇଁ ପାଠାଗାରର ଭୂମିକା ସମ୍ବଦ୍ଧରେ ଆଲୋଚନା କରିଥିଲେ । ଆଲୋଚନା ଚକ୍ରର ବିଷୟ ବସ୍ତୁ “ପଢିବାର ଉତ୍ସାହପାଇଁ ପାଠାଗାରର ଭୂମିକା” ଉପରେ ମୁଖ୍ୟ ଅତିଥି ପଶ୍ଚିମବଙ୍ଗସ୍ଥ ବିଦ୍ୟାସାଗର ବିଶ୍ୱବିଦ୍ୟାଳୟର ପ୍ରଫେସର ଦୁର୍ଗାଶଙ୍କର ରଥ ଏକ ସାରଗର୍ଭକ ଭାଷଣ ରଖିଥିଲେ । ଏହି ଆଲୋଚନା ଚକ୍ରର ମୁୁଖ୍ୟବକ୍ତା ରୂପେ ପଶ୍ଚିମବଙ୍ଗସ୍ଥ କଲ୍ୟାଣି ବିଶ୍ୱବିଦ୍ୟାଳୟର ପ୍ରଫେସର ପାର୍ଥସାରଥୀ ମୁଖୋପାଧ୍ୟୟ ଯୋଗଦାନକରି ସାଂପ୍ରତିକ ସ୍ଥିତିରେ ଅଧ୍ୟୟନ ପାଇଁ ପାଠାଗାର କିପରି ବିଭିନ୍ନ ଭାବରେ ସହଯୋଗ କରୁଛି ସେ ସମ୍ବଦ୍ଧରେ ଅଭିଭାଷଣ ପ୍ରଦାନ କରିଥିଲେ । ବିଭାଗର ସଂଯୋଜକ ତଥା ଆଲୋଚନା ଚକ୍ରର ଆବାହକ ପ୍ରଫେସର ପ୍ରଭଞ୍ଜନ ମଲ୍ଲିକ ସ୍ୱାଗତ ଭାଷଣ ଦେବା ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ । ଆଲୋଚନା ଚକ୍ରର କାର୍ଯ୍ୟକାରୀ ସଂପାଦକ ବିଭାଗର ସହକାରୀ ପ୍ରଫେସର ଡକ୍ଟର ନବୀନ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରାରମ୍ଭରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ବିଶ୍ୱବିଦ୍ୟାଳୟ ସଂଗୀତ ଗାନ କରାଗଲାବେଳେ ଶେଷରେ ‘ବନେ୍ଦ ଉକôଳଜନନୀ’ ସଂଗୀତ ଗାନ କରାଯାଇଥିଲା । ଏହି ଦୁଇ ଦିବସୀୟଆଲୋଚନା ଚକ୍ରରେ ଜାମ୍ସେଦ୍ପୁର ମହିଳା ବିଶ୍ୱବିଦ୍ୟାଳୟ ସହକାରୀ ପ୍ରଫେସର ଡକ୍ଟର ଅନିତା ମିଶ୍ର, ଆଇ.ଆଇ.ଟି ଖଡଗପୁର ସହକାରୀ ଲାଇବ୍ରେରିଆନ୍ ହେମନ୍ତ କୁମାର ବିଶ୍ୱାଳ, ଟାଟାଷ୍ଟିଲ ଜାମସେଦପୁରର ସୂଚନା ଅଧିକାରୀ ପ୍ରେମରାଜ ମିଶ୍ର, ଭୁବନେଶ୍ୱରର ଇନ୍ଷ୍ଟଚୁ୍ୟଟ ଅଫ୍ ହୋଟେଲ ମ୍ୟାନେଜମେଣ୍ଟର ଲାଇବ୍ରେରିଆନ ତଥା ରାଜଭାଷା ଅଧିକାରୀ ଅଭିନାଶ ଦାସ ପ୍ରବକ୍ତା ଭାବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହି କାର୍ଯ୍ୟକ୍ରମକୁ ବିଭାଗର ସହକାରୀ ପ୍ରଫେସର ସସ୍ମିତା ନାୟକ ଓ ବିଭାଗୀୟ ଗବେଷଣା ଛାତ୍ରଛାତ୍ରୀମାନେ ପରି·ଳନା କରିବାରେ ବିଶେ ଷ ସହେଯାଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀମାନେ ବହୁଭାବରେ ଯୋଗଦାନ କରିଥିଲେ ।
Odia Pakhya Celebration @MSCBU
ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଓଡ଼ିଆ ପକ୍ଷ ପାଳନ ଅବସରରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଓ 'ଆସ, ବହିଟିଏ କିଣିବା' କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପୂର୍ବାହ୍ନରେ ସ୍ନାତକୋତ୍ତର ଜାତୀୟ ସେବା ଯୋଜନା, ବିଶ୍ୱବିଦ୍ୟାଳୟ ଜାତୀୟ ସେବା ଯୋଜନା ବ୍ୟୁରୋ ଓ ଜିଲ୍ଲା ହସପିଟାଲ୍ ବାରିପଦା ରକ୍ତ ଭଣ୍ଡାରର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା । ଏହି ଶିବିରରେ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଓ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁ ଯୋଗଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ସମୁଦାୟ ୫୨ ୟୁନିଟ ରକ୍ତସଂଗ୍ରହ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ପରିଚାଳନାରେ ଜାତୀୟ ସେବା ଯୋଜନା ସଂଯୋଜକ ଡ. ଶିଶିର ବେହେରା, ସଂଯୋଜିକା ଡ. ବିଷ୍ଣୁପ୍ରିୟା ହାଁସଦା, ଜିଲ୍ଲା ହସପିଟାଲ୍ ବାରିପଦା ରକ୍ତ ଭଣ୍ଡାରର ଡ. ହରେକୃଷ୍ଣ, ଛବି ମହାନ୍ତ, କଳ୍ପନା ସିଂ, ସବିତାରାଣୀ ଶେଜପଡ଼ା ପ୍ରମୁଖ ସହଯୋଗ କରିଥିଲେ ।
ଅପରାହ୍ନରେ ବିଶ୍ୱବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ଦ୍ୱାରା କେନ୍ଦ୍ରୀୟ ଗ୍ରନ୍ଥାଗାର ପ୍ରାଙ୍ଗଣରେ 'ଆସ, ବହିଟିଏ କିଣିବା' କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁ ଉଦ୍ଘାଟନ କରିଥିଲେ । କୁଳସଚିବ ସୁମିତା ସିଂ, ବିତ୍ତ ନିୟନ୍ତ୍ରକ ଶୁକଦେବ ତରେଇ, ପରୀକ୍ଷା ନିୟନ୍ତ୍ରକ ଡ. ସୁବ୍ରତ କୁମାର ରଣା ପ୍ରମୁଖ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଏଥିରେ ମୟୂରଭଞ୍ଜର ଲେଖକ ଲେଖିକା ଗଣ ଯଥା ବାସନ୍ତୀଲତା ମହାପାତ୍ର, ଶଙ୍କର ଜେନା, ବୃନ୍ଦାବନ ଦାସ, ରାଜେନ୍ଦ୍ର ସାମଲ, ଧନେଶ୍ୱର ପଣ୍ଡା, ରାଜଲକ୍ଷ୍ମୀ ତ୍ରିପାଠୀ, ସିବୁଲାଲ୍ ମହାନ୍ତ, ପ୍ରଫେସର ବବ୍ରୁବାହନ ମହାପାତ୍ର ଆଦିଙ୍କର ସ୍ୱରଚିତ ପୁସ୍ତକ ଓ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରକାଶିତ ପୁସ୍ତକ ଗୁଡ଼ିକ ଜନସାଧାରଣଙ୍କର କ୍ରୟାର୍ଥେ ପ୍ରଦର୍ଶନୀ ହୋଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ବିଭାଗୀୟ ମୁଖ୍ୟ ପ୍ରଫେସର ବବ୍ରୁବାହନ ମହାପାତ୍ର, ବିଭାଗୀୟ ସହକାରୀ ପ୍ରଫେସର ଡକ୍ଟର ବିଚିତ୍ରନାଥ ସାହୁ, ଡ. ଶିଶିର ବେହେରା, କେନ୍ଦ୍ରୀୟ ଗ୍ରନ୍ଥାଗାରର ମୁଖ୍ୟ ପ୍ରଫେସର ହିରାଲାଲ ଦାଶ, ସହକାରୀ ଗ୍ରାନ୍ଥଗାରିକ ସୁଜାତା ଚକ୍ର ପ୍ରମୁଖ ସହଯୋଗ କରିଥିଲେ । ଏହି ସମାରୋହରେ ବିଶ୍ୱବିଦ୍ୟାଳୟର ବହୁସଂଖ୍ୟାରେ ଅଧ୍ୟାପକ, ଅଧ୍ୟାପିକା, ଅଣଶିକ୍ଷକ କର୍ମଚାରୀ, ଛାତ୍ରଛାତ୍ରୀ ଯୋଗଦାନ କରି ପୁସ୍ତକ କ୍ରୟ କରିଥିଲେ ।
Second Wi-Fi Service inaugurated @MSCBU
ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ୫୦୦ଏମ୍.ବି.ପି.ଏସ୍ . କ୍ଷମତା ବିଶିଷ୍ଟ ୱାଇ-ଫାଇ ସେବା ଲୋକାର୍ପିତ ହୋଇଯାଇଛି । ବି.ଏସ୍.ଏନ୍.ଏଲ୍ ଦ୍ୱାରା ଏହି ଉପଲବ୍ଧ ଏହି ସେବାକୁ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଲୋକାର୍ପଣ କରିଥିଲେ । ଏହି ଅବସରରେ ବିଶ୍ୱବିଦ୍ୟାଳୟ କୁଳସଚିବ ସୁମିତା ସିଂ ଓ ବି.ଏସ୍.ଏନ୍.ଏଲ୍ ବାରିପଦାର ଡି .ଜି. ଏମ୍ ଶ୍ରୀ ମନୋରଞ୍ଜନ ସିଂ ଉପସ୍ଥିତ ଥିଲେ । ଏହି ୱାଇ-ଫାଇ ସେବା ଦ୍ୱାରା ବିଶ୍ୱବିଦ୍ୟାଳୟର ସମସ୍ତ ଶିକ୍ଷା ସୌଧ, କାର୍ଯ୍ୟାଳୟ ଓ ଛାତ୍ରଛାତ୍ରୀ ନିବାସର ବ୍ୟବହାରକାରୀଗଣ ଅହୋରାତ୍ର ଇଣ୍ଟରନେଟ ସେବା ପାଇପାରିବେ । ଏହି ଲୋକାର୍ପଣ କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ପରିଷଦର ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରଫେସର ସୁକାନ୍ତ କୁମାର ନାୟକ, ଜାତୀୟ ଶିକ୍ଷା ନୀତି ସଂଯୋଜକ ପ୍ରଫେସର ବିଶ୍ୱଜିତ ରଥ, ବିତ୍ତ ନିୟନ୍ତ୍ରକ ଶ୍ରୀ ଶୁକଦେବ ତରେଇ, ପରୀକ୍ଷା ନିୟନ୍ତ୍ରକ ଡ. ସୁବ୍ରତ କୁମାର ରଣା, ବିଶ୍ୱବିଦ୍ୟାଳୟ ୱାଇ ଫାଇ ଓ ଇଣ୍ଟରନେଟ ସଂଯୋଜକ ଡ. ସ୍ୱରୁପାନନ୍ଦ ବିଷୟୀ ପ୍ରମୁଖ ଉପସ୍ଥିତ ଥିଲେ ।
Two-Day National Seminar on "Women Empowerment for Viksit Bharat: The Way Forward" @MSCBU
ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ସାମାଜିକ କାର୍ଯ୍ୟ ବିଭାଗ ଦ୍ୱାରା ଏକ ଦୁଇ ଦିବସୀୟ ଜାତୀୟ ଆଲୋଚନାଚକ୍ର ସଫଳତାର ସହିତ ଆୟୋଜିତ ହୋଇଯାଇଛି । "ବିକଶିତ ଭାରତ ପାଇଁ ନାରୀ ସଶକ୍ତୀକରଣ: ଆଗକୁ ବଢ଼ିବାର ପଥ" ଶୀର୍ଷକ ଏହି ଦୁଇ ଦିନିଆ ଜାତୀୟ ଆଲୋଚନାଚକ୍ରରେ ଉଦଘାଟନୀ ସମାରୋହରେ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ମୁଖ୍ୟ ପୃଷ୍ଠପୋଷକ ଭାବେ ଯୋଗ ଦେଇ ନିଜ ବକ୍ତବ୍ୟରେ ଭାରତର ବିକାଶ ଯାତ୍ରାରେ ଲିଙ୍ଗଗତ ସମାନତା ସୁନିଶ୍ଚିତ କରିବାରେ ଶିକ୍ଷା ଏବଂ ନୀତିଗତ ସଂସ୍କାରର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ । ସ୍ନାତକୋତ୍ତର ପରିଷଦର ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରଫେସର ସୁକାନ୍ତ କୁମାର ନାୟକ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସେଣ୍ଟର ଫର୍ ୟୁଥ୍ ଆଣ୍ଡ୍ ସୋସିଆଲ୍ ଡେଭେଲପ୍ମେଣ୍ଟ୍ର ସହ-ପ୍ରତିଷ୍ଠାତା ଶ୍ରୀ ଜଗଦାନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନିଜ ବକ୍ତବ୍ୟରେ ନାରୀ ସଶକ୍ତୀକରଣ ପାଇଁ ତୃଣମୂଳ ସ୍ତରରେ ନେତୃତ୍ୱ ଏବଂ ସମ୍ପ୍ରଦାୟର ଅଂଶଗ୍ରହଣର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ହିମାଚଳ ପ୍ରଦେଶ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ପ୍ରଫେସର ଆଶୁତୋଷ ପ୍ରଧାନ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ନିଜ ବକ୍ତବ୍ୟରେ ଲିଙ୍ଗଗତ ବୈଷମ୍ୟ ଦୂର କରିବା ଏବଂ ଅନ୍ତର୍ଭୁକ୍ତିକୁ ପ୍ରୋତ୍ସାହିତ କରିବା ପାଇଁ ସାମାଜିକ କାର୍ଯ୍ୟ ହସ୍ତକ୍ଷେପର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ । ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟର ପ୍ରଫେସର ଅଶୋକ କୁମାର ସରକାର ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ନିଜ ବକ୍ତବ୍ୟରେ ମହିଳା ସଶକ୍ତୀକରଣର ସାମାଜିକ-ରାଜନୈତିକ ଏବଂ ଅର୍ଥନୈତିକ ଦିଗ ଉପରେ ଆଲୋକପାତ କରିଥିଲେ । ନିସ୍ୱାସ ଭୁବନେଶ୍ୱରର ଡ. ବି.ଆର. ଆମ୍ବେଦକର ଚେୟାର ପ୍ରଫେସର ସଶ୍ମି ନାୟକ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗଦେଇ ନାରୀ ସଶକ୍ତୀକରଣ ଦିଗରେ ଶିକ୍ଷାବିତ୍, ନୀତି ନିର୍ଦ୍ଧାରକ ଏବଂ ନାଗରିକ ସମାଜକୁ ସାମୂହିକ ପଦକ୍ଷେପ ନେବାକୁ ଆହ୍ୱାନ କରିଥିଲେ । ବିଶ୍ୱବିଦ୍ୟାଳୟ ସାମାଜିକ କାର୍ଯ୍ୟ ବିଭାଗର ସଂଯୋଜକ ତଥା ଆବାହକ ପ୍ରଫେସର ପ୍ରଭଞ୍ଜନ ମଲ୍ଲିକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଆଲୋଚନାଚକ୍ରର କାର୍ଯ୍ୟକାରୀ ସମ୍ପାଦକ ଡ. ଶୁଭେନ୍ଦୁ କୁମାର ଶତପଥି ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ବିଭିନ୍ନ ସଙ୍ଗଠକ ଯଥା ଅନ୍ତୋଦୟ ଚେତନା ମଣ୍ଡଳୀର ଅଧ୍ୟକ୍ଷ ଡ. ଆଦିତ୍ୟ ପଟ୍ଟନାୟକ, ମୟୂରଭଞ୍ଜ ବାୟୋଲୋଜିକାଲ୍ ରିସର୍ଚ୍ଚ୍ର ମୁଖ୍ୟ ସମୀର କୁମାର ସାହୁ, ସାଧନାର ସମ୍ପାଦକ ରଣଜିତ ମହାପାତ୍ର ଏବଂ ଆମେରିକାନ୍ ଇଣ୍ଡିଆନ୍ ଫାଉଣ୍ଡେସନର ଓଡ଼ିଶା ଇନ୍ଚାର୍ଜ୍ ରାଜକମଲ ଶର୍ମାଙ୍କୁ ସମ୍ମାନିତ କରାଯାଇଥିଲା । ସାମାଜିକ କାର୍ଯ୍ୟ ବିଭାଗର ଅଧ୍ୟାପକ ସୁଜୟ କୁମାର କୁଣ୍ଡୁ, ଅଧ୍ୟାପିକା ପାୟେଲ୍ ପ୍ରଧାନ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ଏହି ଆଲୋଚନାଚକ୍ରରେ ରାଜ୍ୟ ତଥା ରାଜ୍ୟ ବାହାରର ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର ଗବେଷକ/ଗବେଷିକା ଯୋଗଦାନ କରିଛନ୍ତି । ଉଦ୍ଘାଟନୀ ସମାରୋହରେ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରଛାତ୍ରୀ ମାନେ ଯୋଗଦେଇଥିଲେ ।
Odisha Divas celebration @MSCBU
ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ୯୦ତମ ଓଡ଼ିଶା ଦିବସ ପାଳନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଶ୍ୱବିଦ୍ୟାଳୟ ସାହିତ୍ୟ ଓ ସାଂସ୍କୃତିକ ପରିଷଦ ଦ୍ୱାରା ଆୟୋଜିତ ‘ସ୍ୱତନ୍ତ୍ର ଓଡ଼ିଶା ଦିବସର ଅନୁଚିନ୍ତା’ ଶୀର୍ଷକ ଏକ ଆଲୋଚନାଚକ୍ରରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ଗାରିମାମୟ ଉତ୍କଳର ସ୍ମୃତି ଚାରଣ କରିବା ସହିତ ଆମର ପୂର୍ବପୁରୁଷମାନଙ୍କ ଅବଦାନକୁ ମନେପକାଇଥିଲେ । ନିଜର ନୈତିକ ଦାୟିତ୍ୱ ସୂଚାରୁ ରୂପେ ସଂପାଦନ କରିବାଦ୍ୱାରା ଆମେ ଉତ୍କଳମାତାର ଯଥାର୍ଥ ସେବା କରିପାରିବା ବୋଲି ସେ ବ୍ୟକ୍ତବ୍ୟ ରଖିଥିଲେ । ଏହି ସମାରୋହରେ ମୁଖ୍ୟ ବକ୍ତାରୂପେ ଭାରତୀୟ ସନ୍ଥ ସମାଜର ସଦସ୍ୟ ବନୋଷଧି ଚିକିତ୍ସକ ସମାଜସେବୀ ବାବାଜୀ ଡାକ୍ତର ସନତ ସୁଜାତାନନ୍ଦ ଦାସମହାରାଜ ଯୋଗଦାନକରି ନିଜର ବକ୍ତବ୍ୟରେ ଅତୀତ ଓଡ଼ିଶାର ରୂପରେଖା ବର୍ଣ୍ଣନା କରିବାସହିତ କବି ଲେଖକମାନଙ୍କର ଅବଦାନ ସମ୍ବନ୍ଧରେ ଏକ ସାରଗର୍ଭକ ଅଭିଭାଷଣ ରଖିଥିଲେ । ବଳାଙ୍ଗୀ ମହୋତ୍ସବର ପ୍ରତିଷ୍ଠାତା ସଂପାଦକ ତଥା ମୟୂରଭଞ୍ଜ ଜିଲ୍ଲା ଓଡ଼ିଆ ଜାଗରଣ ମଞ୍ଚର ପ୍ରତିଷ୍ଠାତା ସଂପାଦକ ସମାଜସେବୀ ଶରତଚନ୍ଦ୍ର ନାୟକ ସମ୍ମାନିତ ଅତିଥି ରୂପେ ଯୋଗଦାନ କରି ସ୍ୱତନ୍ତ୍ର ଓଡ଼ିଶା ଗଠନରେ ମୟୂରଭଞ୍ଜର ଅବଦାନ ଉପରେ ବିଶେଷ ବକ୍ତବ୍ୟ ରଖିଥିଲେ । ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁ ଅନ୍ୟତମ ସମ୍ମାନିତ ଅତିଥିଭାବରେ ଯୋଗଦାନ କରି ଏହି ସ୍ମରଣୀୟ ଦିବସରେ ଆମର ନୈତିକ ଦାୟିତ୍ୱ ସମ୍ବନ୍ଧରେ ଅଭିଭାଷଣ ରଖିଥିଲେ । ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ମୁଖ୍ୟ ତଥା ବିଶ୍ୱବିଦ୍ୟାଳୟ ସାହିତ୍ୟ ଓ ସାଂସ୍କୃତିକ ପରିଷଦର ସଭାପତି ପ୍ରଫେସର ବବ୍ରୁବାହନ ମହାପାତ୍ର ଏହି ସମାରୋହରେ ସଭାପତିତ୍ୱ କରି ସମସ୍ତଙ୍କୁ ସ୍ୱାଗତ କରିବା ସହିତ ଏ ସଭାର ସାର୍ଥକତା ପାଇଁ ସମସ୍ତଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଥିଲେ । ବିଶ୍ୱବିଦ୍ୟାଳୟ ସାହିତ୍ୟ ଓ ସାଂସ୍କୃତିକ ପରିଷଦର ସଂପାଦକ ଓଡ଼ିଆ ବିଭାଗ ସହକାରୀ ପ୍ରଫେସର ଡକ୍ଟର ବିଚିତ୍ରନାଥ ସାହୁ କାର୍ଯ୍ୟକ୍ରମ ବିବରଣୀ ପାଠ କରିବା ସହିତ ନିଜସ୍ୱ ବକ୍ତବ୍ୟରେ ଇତିହାସ ପୃଷ୍ଠାରେ ଅତୀତ ଓଡ଼ିଶାର ଏକ ଚିତ୍ର ତୋଳିଧରିଥିଲେ । ଏହି ଅବସରରେ ବିଶ୍ୱବିଦ୍ୟାଳୟ ଓଡ଼ିଆ ବିଭାଗ ଗବେଷକ ଓ ଗବେଷିକାଙ୍କ ଦ୍ୱାରା ଲିଖିତ ତଥା ବିଭାଗୀୟ ସହକାରୀ ପ୍ରଫେସର ଡକ୍ଟର ଶିଶିର ବେହେରାଙ୍କ ଦ୍ୱାରା ସଂକଳିତ ‘ମୁଁ ଯିବି ତୁମରି ପରି’ ପୁସ୍ତକକୁ ମୁଖ୍ୟଅତିଥି କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଲୋକାର୍ପଣ କରିଥିଲେ । ସଭାର ଶେଷରେ ସହକାରୀ ପ୍ରଫେସର ଡକ୍ଟର ଶିଶିର ବେହେରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଦିବସ ଉପଲକ୍ଷେ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଓଡ଼ିଆ ପ୍ରବନ୍ଧ ଲିଖନ, ଓଡ଼ିଆ ତର୍କ, ଓଡ଼ିଆ ଶାସ୍ତ୍ରୀୟ ସଂଗୀତ ଗାନ ଓ ଓଡ଼ିଶୀ ନୃତ୍ୟ ପ୍ରତିଯୋଗିତାକୁ ସାହିତ୍ୟ ଓ ସାଂସ୍କୃତିକ ପରିଷଦର ଉପ-ସଭାପତି ପ୍ରାଣୀ ବିଜ୍ଞାନ ବିଭାଗ ପ୍ରଫେସର ପୁଷ୍ପାଞ୍ଜଳି ପରିଡ଼ା ଓ ଓଡ଼ିଆ ବିଭାଗ ସହକାରୀ ପ୍ରଫେସର ଡକ୍ଟର ବିନ୍ଧେଶ୍ୱରୀ କଲିଆ, ହୃଷୀକେଶ ମହାନ୍ତ ଓ ରାଜ କୁମାର ପାତ୍ର ପରିଚାଳନା କରିଥିଲେ । କୃତୀପ୍ରତିଯୋଗୀ ଛାତ୍ରଛାତ୍ରୀ ଦେବଜ୍ୟୋତି ଧୀର, ଜ୍ୟୋତିର୍ମୟୀ ସାହୁ, ମୌସୁମୀ ମଣ୍ଡଳ, ମାନଗୋବିନ୍ଦ ଦାସ, ସିମ୍ରନ୍ ପଣ୍ଡା, ବୈଶାଖୀ ମହାନ୍ତି, ସୁନିତା ଦାସ, ନମିତା ସୋରେନ୍, ସୌମ୍ୟ ସୁବର ସାହୁ, ସୁନିଲ କୁମାର ସାହୁ, ମୋହିନୀ ଲକ୍ଷ୍ମୀମୁଦ୍ରା ଶତପଥୀ, ବର୍ଷାରାଣୀ ଜେନାଙ୍କୁ ପ୍ରମାଣପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା । ପ୍ରାରମ୍ଭରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ‘ବନ୍ଦେ ଉତ୍କଳ ଜନନୀ’ ସଂଗୀତ ଗାନ ଓ ଶେଷରେ ‘ତୁହି ମାଆ ଜନମ ଭୁମି’ ସଂଗୀତ ଗାନ କରାଯାଇଥିଲା । ତା’ପରେ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଦ୍ୱାରା ଓଡ଼ିଶା ସଂସ୍କୃତି ଆଧାରିତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏହି ସମାରୋହରେ ବିଶ୍ୱବିଦ୍ୟାଳୟର ବହୁସଂଖ୍ୟାରେ ଅଧ୍ୟାପକ, ଅଧ୍ୟାପିକା, ଅଣଶିକ୍ଷକ କର୍ମଚାରୀ, ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ ।
National Seminar on 'Frontiers in Chemical Science' @MSCBU
ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ରସାୟନ ବିଜ୍ଞାନ ବିଭାଗରେ ଏକ ଦୁଇ ଦିବସୀୟ ଜାତୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । 'ଫ୍ରଣ୍ଟିୟରସ୍ ଇନ୍ କେମିକାଲ୍ ସାଇନ୍ସ' ଶୀର୍ଷକ ଏହି ଆଲୋଚନାଚକ୍ରକୁ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଉଦ୍ଘାଟନ କରିବା ଅବସରରେ ନିଜ ବକ୍ତବ୍ୟରେ ଶିକ୍ଷକ ଓ ଗବେଷକ ମାନଙ୍କର ମାନସିକ ପରିବର୍ତ୍ତନ ଦ୍ୱାରା ନୂତନ ଗବେଷଣାକୁ ଆଗକୁ ନେବା ଉପରେ ପ୍ରାଧାନ୍ୟ ଦେଇଥିଲେ । ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆଇଜର ବ୍ରହ୍ମପୁରର ନିର୍ଦ୍ଦେଶକ ପ୍ରଫେସର ଅଶୋକ କୁମାର ଗାଙ୍ଗୁଲି ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ଛାତ୍ରଛାତ୍ରୀମାନଙ୍କ ସହିତ ମତ ବିନିମୟ କରି ନିଜକୁ ବିକଶିତ କରିବା ପାଇଁ ଆହ୍ୱାନ ଦେଇଥିଲେ । ମୁଖ୍ୟ ବକ୍ତା ଭାବେ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର ସେଣ୍ଟର ଫର୍ ନାନୋ ସାଇନ୍ସ ଆଣ୍ଡ୍ ନାନୋ ଟେକ୍ନୋଲଜିର ନିର୍ଦ୍ଦେଶକ ପ୍ରଫେସର କୁଳମଣି ପରିଡ଼ା ଯୋଗଦାନ କରି ଗବେଷଣାତ୍ମକ ରଚନାରେ ନିଜକୁ ବ୍ରତୀ କରିବାଦ୍ୱାରା ବୈଜ୍ଞାନିକ ଓ ଶିକ୍ଷକ ମାନେ ଜୀବନରେ ଶେଷ ସମୟ ପର୍ଯ୍ୟନ୍ତ ସୁସ୍ଥ ଓ ନିରାମୟ ରହିପାରିବେ ବୋଲି ମତବ୍ୟକ୍ତ କରିଥିଲେ । ଏହି ଆଲୋଚନାଚକ୍ରରେ ଓଡ଼ିଶାର ବୟୋଜ୍ୟେଷ୍ଠ ରସାୟନବିତ୍ ତଥା ମହାରାଜା ପୂର୍ଣ୍ଣଚନ୍ଦ୍ର ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟାପକ ତଥା ଆଇଆଇଟି ଖଡଗପୁରର ଅବସରପ୍ରାପ୍ତ ପ୍ରଫେସର ବଳରାମ ସାହୁଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହାର ଉତ୍ତରରେ ପ୍ରଫେସର ସାହୁ ଛାତ୍ର ଓ ଶିକ୍ଷକ ସମ୍ପର୍କ ଉପରେ ଗୁରୁତ୍ୱାରୋପ କରିବା ସଙ୍ଗେ ସଙ୍ଗେ ସମାଜରେ ଶୈକ୍ଷିକ ବାତାବରଣ ସୃଷ୍ଟି କରିବା ପାଇଁ ଆହ୍ୱାନ କରିଥିଲେ । ଆଲୋଚନାଚକ୍ରର ଆବାହକ ବିଭାଗୀୟ ପ୍ରଫେସର ପ୍ରମୋଦ କୁମାର ଶତପଥି ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ସହ-ଆବାହକ ବିଭାଗୀୟ ପ୍ରଫେସର ରାଜେଶ କୁମାର ସିଂହ ଆଲୋଚନାଚକ୍ରର ବିଷୟବସ୍ତୁ ଉପରେ ଆଲୋକପାତ କରିଥିଲେ । କାର୍ଯ୍ୟକାରୀ ସମ୍ପାଦକ ଡ. ଲିଙ୍ଗରାଜ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଉଦ୍ଯାପନୀ ସମାରୋହରେ ଉତ୍କଳ ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଫେସର ନିଗମାନନ୍ଦ ଦାସ ମୁଖ୍ୟ ଅତିଥି ଭାବେ ଏବଂ ଭିଏସ୍ଏସ୍ୟୁଟି ବୁର୍ଲାର ପ୍ରଫେସର ଏସ୍.କେ. ସ୍ୱାଇଁ, ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରଫେସର ଏସ୍.କେ. ବଡ଼ମାଳୀ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଏହି ଆଲୋଚନାଚକ୍ରରେ ଏଆଇସିଏସ୍ କୋଲକାତାର ପ୍ରଫେସର ଏନ୍. ପ୍ରଧାନ, ଏନ୍ଆଇଟି ରାଉରକେଲାର ପ୍ରଫେସର ଏନ୍. ପଣ୍ଡା, ଆଇଆଇଟି ହାଇଦରାବାଦର ପ୍ରଫେସର ଏସ୍. କେ. ମାର୍ଥା, ନାଇଜର ଭୁବନେଶ୍ୱରର ପ୍ରଫେସର ଜେ. ଏନ୍. ବେହେରା, ଆଇଆଇଟି ଭୁବନେଶ୍ୱରର ପ୍ରଫେସର ୟୁ. ପି. ଓଝା, ଆଇଆଇଟି ଖଡଗପୁରର ପ୍ରଫେସର ଏ. ରାଜାକୁମାର, ପ୍ରଫେସର ଏନ୍.ଡି. ପ୍ରଦୀପ ସିଂହ, ସିଏସ୍ଆଇଆର ଏନ୍ଏମ୍ଏଲ୍ ଜାମସେଦପୁରର ଡ. ତ୍ରିଲୋଚନ ମିଶ୍ର, କେଇସି ଭୁବନେଶ୍ୱରର ଡ. ପି. ମହାପାତ୍ର, ଆଇଜର ବ୍ରହ୍ମପୁରର ଡ. ପ୍ରସେନଜିତ ଦା, ଡ. ଏ.ଏନ୍. ଦୋଡ୍ଡି, ସିଭି ରମଣ ଗ୍ଲୋବାଲ୍ ବିଶ୍ୱବିଦ୍ୟାଳୟର ଡ. ପି.କେ ମହାପାତ୍ର, ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ୱୟଂଶାସିତ ମହାବିଦ୍ୟାଳୟର ଡ. ସ୍ୱାଗତିକା ସାହୁ, ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଡ. ବି. ମହାନ୍ତି ପ୍ରମୁଖ ବତ୍କୃତା ପ୍ରଦାନ କରିଥିଲେ । ଆଲୋଚନାଚକ୍ରକୁ ସଫଳତା ସହ ପରିଚାଳନାରେ ଡ. ଅମର କୁମାର ଦୋରା, ଡ. ଆଶିଷ କୁମାର ଜେନା, ଡ. ଭବାନୀ ଶଙ୍କର ମହାନ୍ତ, ନୀଳିମା ତ୍ରିପାଥୀ, ରିକା ପଣ୍ଡା, ଗଣେଶ୍ୱର ମୁଖି, ସନ୍ଧ୍ୟାରାଣୀ ମିଶ୍ର, ଦେବାଶିଷ ଦାସ, ଚିନ୍ମୟ ଚିରସୁନ୍ଦର ବେହେରା, ସଂହିତା ସ୍ୱାଇଁ ଓ ଅନ୍ୟ ଛାତ୍ରଛାତ୍ରୀ ସହଯୋଗ କରିଥିଲେ । ପ୍ରଥମ ଦିବସର ସନ୍ଧ୍ୟାରେ ବିଭାଗୀୟ ଛାତ୍ରଛାତ୍ରୀଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।
National Conference on Recent Trends in Computing, Communication and Applications (RTCCA – 2025) @MSCBU
ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ସ୍ନାତକୋତ୍ତର କମ୍ପ୍ୟୁଟର ପ୍ରୟୋଗ ବିଭାଗ ଦ୍ୱାରା ଆୟୋଜିତ ଏକ ଦୁଇ ଦିବସୀୟ ଜାତୀୟ ସମ୍ମିଳନୀ ଉଦ୍ଘାଟିତ ହୋଇଯାଇଛି । "ରିସେଣ୍ଟ୍ ଟ୍ରେଣ୍ଡ୍ସ୍ ଇନ୍ କମ୍ପ୍ୟୁଟିଙ୍ଗ୍, କମ୍ପ୍ୟୁନିକେସନ ଆଣ୍ଡ୍ ଆପ୍ଲିକେସନ୍ସ୍" ଶୀର୍ଷକ ଏହି ସମ୍ମିଳନୀକୁ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନିଜ ବକ୍ତବ୍ୟରେ କମ୍ପ୍ୟୁଟର ଗବେଷଣାକୁ ଶିଳ୍ପ, ସ୍ୱାସ୍ଥ୍ୟ, ଶିକ୍ଷା, ବ୍ୟବସାୟ ବ୍ୟତୀତ ସାମାଜିକ କ୍ଷେତ୍ରରେ ପ୍ରୟୋଗ କରିବାକୁ ଗବେଷକ ଓ ଛାତ୍ରଛାତ୍ରୀ ମାନଙ୍କୁ ଆହ୍ୱାନ କରିଥିଲେ ଏବଂ ବିଶ୍ୱବିଦ୍ୟାଳୟ ଦ୍ୱାରା ମହାବିଦ୍ୟାଳୟ ଓ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ କମ୍ପ୍ୟୁଟର ସଚେତନତା ପାଇଁ କାର୍ଯ୍ୟକ୍ରମ ମାନ ହାତକୁ ନେବାକୁ ପରାମର୍ଶ ଦେଇଥିଲେ । ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁଙ୍କ ପୌରୋହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟର କମ୍ପ୍ୟୁଟର ବିଭାଗ ମୁଖ୍ୟ ପ୍ରଫେସର ଉତ୍ପଳ ରାୟ 'କ୍ୱାଣ୍ଟମ୍ ଇନ୍ଫର୍ମେଟିକ୍ସ' ଶୀର୍ଷକ ବକ୍ତବ୍ୟରେ କ୍ୱାଣ୍ଟମ୍ କମ୍ପ୍ୟୁଟିଙ୍ଗ୍ ଉପରେ ନିଜର ଗବେଷଣା ସମ୍ପର୍କରେ ତଥ୍ୟ ରଖିଥିଲେ ଓ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଭାବ ବିନିମୟ କରିଥିଲେ । ଏନ୍ଭିଡ଼ିଆ ହାଇଦରାବାଦର ପ୍ରିନ୍ସ୍ପାଲ୍ ସଫ୍ଟୱେର୍ ଇଞ୍ଜିନିୟର ଅରୁଣ କୁମାର ତ୍ରିପାଠୀ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ 'କମ୍ପ୍ୟୁଟର ଆର୍କିଟେକ୍ଚର ଫର୍ ଅନ୍ ଡିଭାଇସ୍ ଏମ୍ଏଲ୍' ଶୀର୍ଷକ ବକ୍ତବ୍ୟରେ ଆଜିକାଲିର ସ୍ମାର୍ଟଫୋନ୍ରେ କିପରି ମେସିନ୍ ଲର୍ଣ୍ଣିଁ ହୋଇପାରୁଛି ସେହି ଧାରା ଉପରେ ନିଜର ଅଭିମତ ରଖିଥିଲେ । ସମ୍ମିଳନୀର ଆବାହକ ବିଭାଗୀୟ ମୁଖ୍ୟ ପ୍ରଫେସର ଏମ୍ ହିମବିନ୍ଦୁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ସହ-ଆବାହକ ସହକାରୀ ପ୍ରଫେସର ଡ. ପ୍ରଶାନ୍ତ କୁମାର ସ୍ୱାଇଁ ଅତିଥି ପରିଚୟ ପ୍ରଦାନ କରିଥିଲେ । ସମ୍ମିଳନୀର କାର୍ଯ୍ୟକାରୀ ସମ୍ପାଦକ ସହକାରୀ ପ୍ରଫେସର ଡ. ସ୍ୱରୂପାନନ୍ଦ ବିଷୟୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସମ୍ମିଳନୀରେ ନାଗାଲାଣ୍ଡ ବିଶ୍ୱବିଦ୍ୟାଳୟର ପ୍ରଫେସର ସୁଜାତା ଦାଶ, ଆଇଆଇଆଇଟି ଭୁବନେଶ୍ୱରର ଡ. ରାକେଶ ଚନ୍ଦ୍ର ବଳବନ୍ତରାୟ ଓ ଆଇଆଇଟି ଖଡଗପୁରର ମାଇଣ୍ଡ୍ଲ୍ୟାବ୍ ରିସର୍ଚ୍ଚ୍ର ପରାମର୍ଶଦାତା ଡ. ଆର୍ଚ୍ଚି ବାନାର୍ଜୀ ନିମନ୍ତ୍ରିତ ବକ୍ତା ରୂପେ ଓ ୧୦୦ ଜଣ ଗବେଷକ/ଗବେଷିକା ଓ ଛାତ୍ରଛାତ୍ରୀ ଯୋଗଦେଇ ନିଜର ଗବେଷଣା ଉପସ୍ଥାପନା କରୁଛନ୍ତି । କାର୍ଯ୍ୟକ୍ରମ ପରିଚାଳନାରେ ବିଭାଗର ଭାଗ୍ୟଶ୍ରୀ ପାତ୍ର, ଜ୍ୟୋତିକିଶୋର ମହାନ୍ତ, ମନୋଜ ମୁଖୀ ପ୍ରମୁଖ ସହଯୋଗ କରିଥିଲେ । ଉଦ୍ଘାଟନୀ ସମାରୋହରେ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ ।
International Conference on "Recent Trends in Biotechnology for a Better Tomorrow" @MSCBU
Nabonmesh - a unique talent competition for UG/PG Students @MSCBU
ପ୍ରତିଯୋଗିତାର ବିଚାରକ ମଣ୍ଡଳୀରେ ପୋଷ୍ଟର ପ୍ରତିଯୋଗିତାରେ ଫକୀରମୋହନ ବିଶ୍ୱବିଦ୍ୟାଳୟର ଚିତ୍ରକଳା ଶିକ୍ଷକ ନିତ୍ୟାନନ୍ଦ ସାହୁ, ମହାରାଜା ପୂର୍ଣ୍ଣଚନ୍ଦ୍ର ମହାବିଦ୍ୟାଳୟର ପ୍ରାଣୀବିଜ୍ଞାନ ବିଭାଗର ଅବସରପ୍ରାପ୍ତ ଫଟୋଗ୍ରାଫର ଚାରୁଚନ୍ଦ୍ର ଦାସ, ବାରିପଦାର ସୁନାମଧନ୍ୟ ଚିତ୍ରକାର ମାନସ ରଞ୍ଜନ ପତି ପ୍ରମୁଖ ରହି ଥିଲେ । ସେହିପରି ରିଲ୍ସ୍ ପ୍ରତିଯୋଗିତାରେ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରାଚୀନ ଭାରତୀୟ ଇତିହାସ, ସଂସ୍କୃତି ଏବଂ ପ୍ରତ୍ନତତ୍ତ୍ୱ ବିଭାଗର ଅବସରପ୍ରାପ୍ତ ପ୍ରଫେସର ସଞ୍ଜୟ ଆଚାର୍ଯ୍ୟ, ବାରିପଦାର ସୁନାମଧନ୍ୟ ୟୁଟ୍ୟୁବର୍ ସୋନିଆ ସାଉ, ମୟୂରଭଞ୍ଜ କ୍ରିଏଟର୍ସ୍ କନ୍ସୋର୍ଟିୟମ୍ର ପ୍ରତିଷ୍ଠାତା ଶ୍ରୀୟାଂଶୁ ପ୍ରଧାନ ପ୍ରମୁଖ ବିଚାରକ ଭାବେ ରହି ଥିଲେ । ମଡେଲ/ପ୍ରୋଟୋଟାଇପ୍ ପ୍ରତିଯୋଗିତାରେ ଫକୀରମୋହନ ବିଶ୍ୱବିଦ୍ୟାଳୟର ପ୍ରଫେସର ବିଷ୍ଣୁ ପ୍ରସାଦ ଦାସ, ପ୍ରଫେସର ସୂର୍ଯ୍ୟେନ୍ଦୁ କୁମାର ଦେ, ପ୍ରଫେସର ପଙ୍କଜ ପାଢ଼ି, ଡ. ସନ୍ତୋଷ କୁମାର ଅଗ୍ରୱାଲ୍, ଡ. ପବିତ୍ରମୋହନ ନାୟକ, ଡ. ଗୀତାଞ୍ଜଳି ପଣ୍ଡା, ଡ. ଅଶାନ୍ତ ରଞ୍ଜନ ରାଉତରାୟ ପ୍ରମୁଖ ବିଚାରକ ମଣ୍ଡଳୀରେ ରହି ଥିଲେ ।
ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟ ସିଡିସିର ନିର୍ଦ୍ଦେଶିକା ପ୍ରଫେସର ସୁସ୍ମିତା କର, କୁଳସଚିବ ସୁମିତା ସିଂ, ବିତ୍ତ ନିୟନ୍ତ୍ରକ ଶୁକଦେବ ତରେଇ, ପରୀକ୍ଷା ନିୟନ୍ତ୍ରକ ଡ. ସୁବ୍ରତ କୁମାର ରଣା, ବିଶ୍ୱବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ଶେଷରେ ବିଶ୍ୱବିଦ୍ୟାଳୟରେ ଫଗୁ ଉତ୍ସବ ଅନୁଷ୍ଠିତ ହୋଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ ଉଲ୍ଲାସମୟ ବାତାବରଣ ସୃଷ୍ଟି କରିଥିଲା ।
Celebration of NSS Day @MSCBU
ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଦିବସ ପାଳିତ ହୋଇଯାଇଛି । ସକାଳେ ଅନୁଷ୍ଠିତ ମୟୂରଭଞ୍ଜ ଜିଲ୍ଲାର ୨୦ ଗୋଟି ମହାବିଦ୍ୟାଳୟ ସ...
-
A five-member team of NAAC has visited the University on a three-day visit to assess and accreditate the academic and intellectual environ...
-
The P.G. Department of Geology at Maharaja Sriram Chandra Bhanja Deo University successfully organized a two-day national seminar on 14-15...
-
ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର କମ୍ପ୍ୟୁଟର ପ୍ରୟୋଗ ବିଭାଗରେ 'ରେସେଣ୍ଟ ଟ୍ରେଣ୍ଡସ୍ ଇନ୍ କମ୍ପୁଟିଙ୍ଗ୍, କମ୍ୟୁନିକେସନ ଆଣ୍ଡ ଆପ୍ଲିକେସ...















