National Seminar on Emerging Skills for Library and Information Science Professionals in Digital Era @MSCBU

 


ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଲାଇବ୍ରେରୀ ଓ ସୂଚନା ବିଜ୍ଞାନ ବିଭାଗ ଦ୍ୱାରା ଏକ ଦ୍ୱିଦିବସୀୟ ଜାତୀୟ ସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି ।  ବିଶ୍ୱବ୍ୟାଙ୍କ ଦ୍ୱାରା ଉତ୍କର୍ଷତା ଏବଂ ସମାନତା ପାଇଁ ଓଡିଶା ଉଚ୍ଚ ଶିକ୍ଷା ଯୋଜନାର ଆନୁଷ୍ଠାନିକ ବିକାଶ କାର୍ଯ୍ୟକ୍ରମ ଦ୍ୱାରା ପ୍ରାୟୋଜିତ 'ଡିଜିଟାଲ୍ ଯୁଗରେ ଲାଇବ୍ରେରୀ ଏବଂ ସୂଚନା ବିଜ୍ଞାନୀଙ୍କ ଦକ୍ଷତାର ବିକାଶ' ଶୀର୍ଷକ ଏହି ଆଲୋଚନାଚକ୍ରକୁ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦାନ ପୂର୍ବକ ଉଦ୍‌ଘାଟନ କରିଥିଲେ । ପ୍ରଫେସର ତ୍ରିପାଠୀ ନିଜ ବକ୍ତବ୍ୟରେ ଲାଇବ୍ରେରୀ ଓ ସୂଚନା ବିଜ୍ଞାନ କ୍ଷେତ୍ରରେ ଦକ୍ଷତାର ବିକାଶ ସହିତ ଡିଜିଟାଲ୍ ଯୁଗରେ ନୂତନ ନିଯୁକ୍ତି ସୁଯୋଗର ଆହ୍ୱାନକୁ ସମ୍ମୁଖୀନ ହେବାକୁ ଦିଗ୍‌ଦର୍ଶନ ଦେଇଥିଲେ । ବିଶ୍ୱବିଦ୍ୟାଳୟର ଲାଇବ୍ରେରୀ ଓ ସୂଚନା ବିଜ୍ଞାନ ବିଭାଗକୁ ଧାରଣକ୍ଷମ କରିବା ନିମନ୍ତେ ତଥା ଅଧିକରୁ ଅଧିକ ଛାତ୍ରଛାତ୍ରୀ ଏହି ବିଷୟରେ ପଢ଼ିବା ପାଇଁ କିପରି ଆଗ୍ରହୀ ହେବେ ସେ ଦିଗରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ସେ ପରାମର୍ଶ ଦେଇଥିଲେ । ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଲାଇବ୍ରେରୀ ଓ ସୂଚନା ବିଜ୍ଞାନ ବିଭାଗର ପ୍ରଫେସର ବୁଲୁ ମହାରଣା ମୁଖ୍ୟ ବକ୍ତା ଭାବେ ଯୋଗଦାନ କରି ନିଜ ବକ୍ତବ୍ୟରେ ଲାଇବ୍ରେରୀ ଓ ସୂଚନା ବିଜ୍ଞାନ କ୍ଷେତ୍ରରେ ଥିବା ଅପାର ସମ୍ଭାବନା ଓ ସୁଯୋଗ ଉପରେ ଆଲୋକପାତ କରିଥିଲେ । ବିଶ୍ୱବିଦ୍ୟାଳୟ ଆନୁଷ୍ଠାନିକ ବିକାଶ କାର୍ଯ୍ୟକ୍ରମର ସଂଯୋଜିକା ପ୍ରଫେସର ଏମ୍‌ ହିମବିନ୍ଦୁ ସମ୍ମାନିତ ଅତିଥି ରୂପେ ଯୋଗଦେଇ ଆଜିର ଡିଜିଟାଲ ଯୁଗରେ ଲାଇବ୍ରେରୀ ଓ ସୂଚନା ବିଜ୍ଞାନର ଉପାଦେୟତା ସମ୍ଭନ୍ଧରେ ନିଜର ବକ୍ତବ୍ୟ ରଖିଥିଲେ । ଆଲୋଚନାଚକ୍ରର ଆବାହକ ତଥା ବିଶ୍ୱବିଦ୍ୟାଳୟ ଲାଇବ୍ରେରୀ ଓ ସୂଚନା ବିଜ୍ଞାନ ବିଭାଗର ସଂଯୋଜକ ଡ. ପ୍ରଭଞ୍ଜନ ମଲ୍ଲିକ ସ୍ୱାଗତ ଭାଷଣ ଦେଇଥିଲେ । କାର୍ଯ୍ୟକାରୀ ସଂପାଦକ ସହକାରୀ ପ୍ରଫେସର ଡ. ନବୀନ କୁମାର ସାହୁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସହ-କାର୍ଯ୍ୟକାରୀ ସଂପାଦିକା ସସ୍ମିତା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଆଲୋଚନାଚକ୍ରରେ ମିଜୋରାମ ବିଶ୍ୱବିଦ୍ୟାଳୟ ଲାଇବ୍ରେରୀ ଓ ସୂଚନା ବିଜ୍ଞାନ ବିଭାଗର ଅବସରପ୍ରାପ୍ତ ପ୍ରଫେସର ରବିନାରାୟଣ ମିଶ୍ର, ଆଇଟିଆର୍‌ ବାଲେଶ୍ୱରର ବୈଜ୍ଞାନିକ ସନ୍ତୋଷ ମୁଣ୍ଡା, ଟାଟା ଷ୍ଟିଲ୍‌ ଜାମସେଦପୁରର କ୍ଷେତ୍ର ପ୍ରବନ୍ଧକ ପ୍ରେମରାଜ ମିଶ୍ର ପ୍ରମୁଖ ନିଜର ବକ୍ତବ୍ୟ ରଖିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସହ-କାର୍ଯ୍ୟକାରୀ ସଂପାଦକ ପବିତ୍ର ସିଂ, ସହକାରୀ ପ୍ରଫେସର ଡ. ସୀତାରାମ ଦାସ, ଡ. ରବିନ୍ଦ୍ର କୁମାର ମିଶ୍ର, ଡ. ସୃଷ୍ଟିଧର ରାଉତ, ଡ. ଶାନ୍ତିସ୍ୱରୁପ ବସା, ଡ. ପାର୍ଥସାରଥୀ ମିଶ୍ର, ଶୁଭେନ୍ଦୁ ଶତପଥି ପ୍ରମୁଖ ସହଯୋଗ କରିଥିଲେ । ଏହି ଆଲୋଚନାଚକ୍ରରେ ୬୫ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଓ ଗବେଷକ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଉଦ୍‌ଘାଟନୀ ସମାରୋହରେ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ ।

National Seminar on Literature: Art and Activism @MSCBU

 

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଭାଷା ସାହିତ୍ୟ ବିଭାଗର ଜାତୀୟ ଆଲୋଚନାଚକ୍ର

ବାରିପଦା ୧୯/୧୨: ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଓଡ଼ିଆ, ଇଂରାଜୀ, ସଂସ୍କୃତ ଓ ହିନ୍ଦୀ ସ୍ନାତକୋତ୍ତର ବିଭାଗର ମିଳିତ ସହଯୋଗରେ ଏକ ଜାତୀୟ ସ୍ତରୀୟ ଆଲୋଚନାଚକ୍ର ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ କରକମଳରେ ଉଦ୍‌ଘାଟିତ ହୋଇଯାଇଛି । ବିଶ୍ୱବ୍ୟାଙ୍କ ଦ୍ୱାରା ଉତ୍କର୍ଷତା ଏବଂ ସମାନତା ପାଇଁ ଓଡିଶା ଉଚ୍ଚ ଶିକ୍ଷା ଯୋଜନାର ଆନୁଷ୍ଠାନିକ ବିକାଶ କାର୍ଯ୍ୟକ୍ରମ ଦ୍ୱାରା ପ୍ରାୟୋଜିତ 'ସାହିତ୍ୟ: କଳା ଓ ସକ୍ରିୟତାବାଦ' ଶୀର୍ଷକ ଏହି ଆଲୋଚନାଚକ୍ରରେ କୁଳପତି ପ୍ରଫେସର ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ନିଜ ବକ୍ତବ୍ୟରେ ସାହିତ୍ୟ ଓ କଳାର ପ୍ରାଥମିକତା ନିରୂପଣ କରିବା ଅସମ୍ଭବ ଏବଂ ସଂକୀର୍ଣ୍ଣତା ତ୍ୟାଗ କରି ଉଦାରଭାବ ପୋଷଣ କରିପାରିଲେ ସାହିତ୍ୟ ଓ କଳାର ବାସ୍ତବ ବିକାଶ ହୋଇପାରିବ ବୋଲି ମତପ୍ରକାଶ କରିଥିଲେ । ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ମାଡ୍ରାସ ବିଶ୍ୱବିଦ୍ୟାଳୟର ସଂସ୍କୃତ ବିଭାଗର ଅବସରପ୍ରାପ୍ତ ପ୍ରଫେସର ଶିନିରୁଦ୍ଧ ଦାସ ମୁଖ୍ୟ ବକ୍ତା ଭାବେ ଯୋଗଦାନ କରି ନିଜ ବକ୍ତବ୍ୟରେ ସଂସ୍କୃତ ଓ ପାଣିନି ପ୍ରଣିତ ବ୍ୟାକରଣର ପ୍ରାଚୀନତା ତଥା ସଠିକତା ଉପରେ ଆଲୋକପାତ କରିଥିଲେ । ସେହିପରି ସମ୍ମାନିତ ଅତିଥି ରୂପ୍ରେ ପଶ୍ଚିମବଙ୍ଗସ୍ଥ ମହାତ୍ମା ଗାନ୍ଧୀ ବିଶ୍ୱବିଦ୍ୟାଳୟର ଇଂରାଜୀ ବିଭାଗର ସହଯୋଗୀ ପ୍ରଫେସର ଡ. ଆଶିଷ କୁମାର ଦେ ଯୋଗ ଦେଇ ସାହିତ୍ୟର ତୁଳନାତ୍ମକ ଦିଗ ଉପରେ ନିଜସ୍ୱ ବକ୍ତବ୍ୟ ରଖିଥିଲେ । ବିଶ୍ୱବିଦ୍ୟାଳୟ ଆନୁଷ୍ଠାନିକ ବିକାଶ କାର୍ଯ୍ୟକ୍ରମର ସଂଯୋଜିକା ପ୍ରଫେସର ଏମ୍‌ ହିମବିନ୍ଦୁ ସମ୍ମାନିତ ଅତିଥି ରୂପେ ଯୋଗଦେଇ ବିଶ୍ୱବିଦ୍ୟାଳୟର ବିଭିନ୍ନ ଭାଷା ସାହିତ୍ୟ ବିଭାଗର ଏହି ସମ୍ମିଳିତ ପ୍ରୟାସର ଭୁୟସୀ ପ୍ରଶଂସା କରିଥିଲେ । ଆନୁଷ୍ଠାନିକ ବିକାଶ କାର୍ଯ୍ୟକ୍ରମର ପ୍ରଶିକ୍ଷଣ ନୋଡାଲ୍‌ ଅଧିକାରୀ ସହଯୋଗୀ ପ୍ରଫେସର ଡ. ସୁକାନ୍ତ କୁମାର ନାୟକ ଏଭଳି ଏକ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ବିଶ୍ୱବିଦ୍ୟାଳୟର ବିଭିନ୍ନ ଭାଷା ସାହିତ୍ୟ ବିଭାଗଗୁଡ଼ିକୁ ସାଧୁବାଦ ଜ୍ଞାପନ କରିଥିଲେ । ଆଲୋଚନାଚକ୍ରର ଆବାହକ ପ୍ରଫେସର କବିତା କୁମାରୀ ସାହୁ ସ୍ୱାଗତ ଭାଷଣ ଦେଇଥିଲେ । କାର୍ଯ୍ୟକାରୀ ସଂପାଦିକା ସହଯୋଗୀ ପ୍ରଫେସର ଡ. ପ୍ରିୟଦର୍ଶିନୀ ସଂଘମିତ୍ରା ସାହୁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସହ-କାର୍ଯ୍ୟକାରୀ ସଂପାଦକ ତଥା ଇଂରାଜୀ ବିଭାଗର ସହକାରୀ ପ୍ରଫେସର ଡ. ଶକ୍ତିଶଙ୍କର ଦଣ୍ଡପାଟ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଆଲୋଚନାଚକ୍ରରେ ଅନ୍ୟତମ ସହ-କାର୍ଯ୍ୟକାରୀ ସଂପାଦକ ଭାବେ ଓଡ଼ିଆ ବିଭାଗର ସହକାରୀ ପ୍ରଫେସର ଡ. ବିଚିତ୍ରନାଥ ସାହୁ, ସାନ୍ତାଳୀ ବିଭାଗର ସହକାରୀ ପ୍ରଫେସର ଡ. ଯତୀନ୍ଦ୍ରନାଥ ବେଶ୍ରା, ସଂସ୍କୃତ ବିଭାଗର ସହକାରୀ ପ୍ରଫେସର ଡ. ଭୋଳାନାଥ ଦାଶ, ହିନ୍ଦୀ ବିଭାଗର ସହକାରୀ ପ୍ରଫେସର ପ୍ରିୟରଞ୍ଜନ ଦାସ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଦୁଇ ଦିନ ଧରି ହେବାକୁ ଥିବା ଏହି ଆଲୋଚନାଚକ୍ରର ଦ୍ୱିତୀୟ ଦିବସରେ ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟ ଶାନ୍ତିନିକେତନ ଓଡ଼ିଆ ବିଭାଗର ଅବସରପ୍ରାପ୍ତ ପ୍ରଫେସର ବୈଷ୍ଣବ ଚରଣ ସାମଲ ଓ ବିଦ୍ୟାସାଗର ବିଶ୍ୱବିଦ୍ୟାଳୟ ସାନ୍ତାଳୀ ବିଭାଗର ସହଯୋଗୀ ପ୍ରଫେସର ଡ. ରତନ ହେମ୍ବ୍ରମ୍‌ ମୁଖ୍ୟବକ୍ତା ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହି ଆଲୋଚନାଚକ୍ରରେ ପଚସ୍ତରୀରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଓ ଗବେଷକ ପ୍ରବନ୍ଧ ପାଠ କରିବା ନିମିତ୍ତ ନାମ ପଞ୍ଜୀକରଣ କରିଥିବାବେଳେ ଦୁଇଶହରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଓ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ଅଂଶଗ୍ରହଣ କରିଛନ୍ତି ।

Nutana Unnata Abhilasha - Odisha (NUA-O) events under Integrated Youth Development Progrramme by Govt. of Odisha @MSCBU

 

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଓଡ଼ିଶା ସରକାରଙ୍କ କାର୍ଯ୍ୟକ୍ରମ ନୂତନ ଉନ୍ନତ ଅଭିଳାଷ ପ୍ରଥମ ଦିନରେ ବହୁ ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣ

ବାରିପଦା ୩୦/୧୧: ସ୍ଥାନୀୟ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଓଡ଼ିଶା ସରକାରଙ୍କ କାର୍ଯ୍ୟକ୍ରମ ନୂତନ ଉନ୍ନତ ଅଭିଳାଷ ପ୍ରଥମ ଦିବସରେ ବିଶ୍ୱବିଦ୍ୟାଳୟର ବହୁ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଛନ୍ତି । ପ୍ରଥମ ଦିନରେ ସାଂସ୍କୃତିକ ବିଭାଗର ପ୍ରତିଯୋଗିତା ଗୁଡ଼ିକରେ ଓଡ଼ିଆ, ଇଂରାଜୀ ଓ ସାନ୍ତାଳୀ ଭାଷାରେ  ପ୍ରବନ୍ଧ ରଚନା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଓଡ଼ିଆରେ ୧୦୮ ଜଣ ପ୍ରତିଯୋଗୀ  ବେଳେ, ଇଂରାଜୀରେ ୧୦୨ ଜଣ ଓ ସାନ୍ତାଳୀରେ ୧୭ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ସାଧାରଣଜ୍ଞାନ ପ୍ରତିଯୋଗିତାରେ ରେକର୍ଡ ସଙ୍ଖ୍ୟକ ୩୩୩ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ସେହିପରି ସଙ୍ଗୀତ ପ୍ରତିଯୋଗିତାରେ ୫୪ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ଏ ସମସ୍ତ ପ୍ରତିଯୋଗିତା, କାର୍ଯ୍ୟକ୍ରମ ଅଧିକାରୀ ପଦାର୍ଥ ବିଜ୍ଞାନ ବିଭାଗର ସହଯୋଗୀ ପ୍ରଫେସର ଡ. ସଂଘମିତ୍ରା ପ୍ରିୟଦର୍ଶିନୀ ସାହୁ ଓ ଅର୍ଥନୀତି ବିଭାଗର ପ୍ରଫେସର ଡ. କବିତା କୁମାରୀ ସାହୁଙ୍କ ମାର୍ଗଦର୍ଶନରେ ପରିଚାଳିତ ହୋଇଥିଲା । ଏଥିରେ ଡ. ବିଚିତ୍ରନାଥ ସାହୁ, ଡ. ଶକ୍ତିଶଙ୍କର ଦଣ୍ଡପାଟ, ଡ. ଯତୀନ୍ଦ୍ରନାଥ ବେଶ୍ରା, ଡ. ମୋନାଲି ଗୋସ୍ୱାମୀ, ଡ. ଭୁବନେଶ୍ୱର ଶବର, ଡ. ପ୍ରିୟଙ୍କା ଦାସ, ଡ. ଶାନ୍ତିସ୍ୱରୁପ ବସା, ଡ. ବିଷ୍ଣୁପ୍ରିୟା ହାଁସଦା, ଡ. ଅଶୋକ କୁମାର ମଲ୍ଲିକ, ଡ. ସୀତାରାମ ଦାସ, ରାଜକୁମାର ପାତ୍ର, ଡ. ବିନ୍ଦେଶ୍ୱରୀ କଲିଆ, ଡ. କୁକୁ ମହାପାତ୍ର, ଡ. ଭୋଳାନାଥ ଦାସ ପ୍ରମୁଖ ଅଧ୍ୟାପକ ଅଧ୍ୟାପିକା ସହଯୋଗ କରିଥିଲେ । ଦୀର୍ଘ ତିନିଦିନ ଧରି ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ତର୍କ ପ୍ରତିଯୋଗିତା, ଝୋଟି, ଚିତ୍ରାଙ୍କନ, ନୃତ୍ୟ, ଏକକ ଅଭିନୟ, ଫଟୋଗ୍ରାଫି ଆଦି ବହୁ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଆସନ୍ତା ୬ ତାରିଖଠାରୁ ଖେଳ ପର୍ଯ୍ୟାୟରେ ନାନାଦି କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହେବ ।


ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ନୁଆ-ଓ ପ୍ରାୟୋଜିତ କ୍ରୀଡ଼ା ପ୍ରତିଯୋଗିତା

ବାରିପଦା ୯/୧୨: ସ୍ଥାନୀୟ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଓଡ଼ିଶା ସରକାରଙ୍କ ନୁଆ-ଓ ପ୍ରାୟୋଜିତ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ କ୍ରୀଡ଼ା ପ୍ରତିଯୋଗିତା ବୁଧବାର ଠାରୁ ଆରମ୍ଭ ହୋଇଛି । ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ମାର୍ଗଦର୍ଶନରେ ଓ ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ପ୍ରତିକୂଳ ପାଗ ସତ୍ତ୍ୱେ କ୍ୟାରମ, ବ୍ୟାଡ୍‌ମିଣ୍ଟନ ଓ ଚେସ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଆଜି ଅନୁଷ୍ଠିତ ହୋଇଥିବା କବାଡ଼ି ପ୍ରତିଯୋଗିତା ସମାରୋହରେ ମୟୂରଭଞ୍ଜର ପ୍ରାକ୍ତନ ସାଂସଦ ତଥା ମନ୍ତ୍ରୀ ଶ୍ରୀମତି ସରୋଜିନୀ ହେମ୍ବ୍ରମ ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ଛାତ୍ରଛାତ୍ରୀଙ୍କ ଦକ୍ଷତା ବିକାଶ ନିମିତ୍ତ ଏହା ଏକ ଉଚିତ ପଦକ୍ଷେପ ବୋଲି ମତବ୍ୟକ୍ତ କରିବା ସହିତ ବିଶ୍ୱବିଦ୍ୟାଳୟର ନୂଆ-ଓ କାର୍ଯ୍ୟକ୍ରମର ସମସ୍ତ ପ୍ରକାର ଆୟୋଜନକୁ ପ୍ରଶଂସା କରିଥିଲେ । ସମ୍ମାନିତ ଅତିଥି ରୂପେ ବାରିପଦା ମ୍ୟୁନିସିପାଲିଟିର ନଗରପାଳ କୃଷ୍ଣାନନ୍ଦ ମହାନ୍ତି, ଉପ-ନଗରପାଳ ସୀମା ଦାସ, ୱାର୍ଡ୍‌ କାଉନ୍‌ସିଲର ଶିବଶଙ୍କର ପାତ୍ର ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ବିଶ୍ୱବିଦ୍ୟାଳୟର ଆଇକ୍ୟୁଏସି ନିର୍ଦ୍ଦେଶିକା ପ୍ରଫେସର ଏମ୍‌ ହିମବିନ୍ଦୁ ଓ ବିଶ୍ୱବିଦ୍ୟାଳୟ ବିତ୍ତ ନିୟନ୍ତ୍ରକ ଶୁକଦେବ ତରେଇ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ପ୍ରେରଣା ଦେଇଥିଲେ । କ୍ରୀଡ଼ା ସଂସଦର ସଂପାଦକ ତଥା ସହଯୋଗୀ ପ୍ରଫେସର ଡ. ପ୍ରଭଞ୍ଜନ ମଲ୍ଲିକ, ବିଶ୍ୱବିଦ୍ୟାଳୟ ଆଥ୍‌ଲେଟିକ କ୍ଲବ୍‌ର ଉପ-ସଭାପତି ସହଯୋଗୀ ପ୍ରଫେସର ଡ. ବିଶ୍ୱଜିତ ରଥ, ସହଯୋଗୀ ପ୍ରଫେସର ଡ. ପୁଷ୍ପାଞ୍ଜଳି ପରିଡ଼ା, ସହକାରୀ ପ୍ରଫେସର ଡ. ପ୍ରିୟରଞ୍ଜନ ଦେବତା, ଡ. ଯତୀନ୍ଦ୍ରନାଥ ବେଶ୍ରା, ଡ. ଦେବବ୍ରତ ନନ୍ଦୀ, ଡ. ସସ୍ମିତା ନାୟକ, ଡ. ବିଚିତ୍ରନାଥ ସାହୁ, , ବିଶ୍ୱବିଦ୍ୟାଳୟ କ୍ରୀଡ଼ା ଶିକ୍ଷକ ପ୍ରଦୀପ୍ତ ରଞ୍ଜନ ଦାସ, କ୍ରୀଡ଼ା ସଂସଦର କର୍ମଚାରୀ ଶ୍ରୀ ଉଜିତ କୁମାର ଦାସ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।



ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ନୁଆ-ଓ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଲାଖ ବିନ୍ଧା ପ୍ରତିଯୋଗିତା

ବାରିପଦା ୧୩/୧୨: ଓଡ଼ିଶା ସରକାରଙ୍କ ନୁଆ-ଓ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ତୃଣମୂଳରେ କ୍ରୀଡ଼ାକୁ ପ୍ରୋତ୍ସାହନ କରିବା ସହ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ କ୍ରୀଡ଼ା ପ୍ରତି ସଚେତନତା ସୃଷ୍ଟି କରିବା ନିମନ୍ତେ ସ୍ଥାନୀୟ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ତରଫରୁ ଏକ ଲାଖ ବିନ୍ଧା ପ୍ରତିଯୋଗିତା ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି । ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ମାର୍ଗଦର୍ଶନରେ ଆୟୋଜିତ ଏହି ପ୍ରତିଯୋଗିତାକୁ ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁ ଉଦ୍‌ଘାଟନ କରିଥିଲେ । ଏହି ପ୍ରତିଯୋଗିତାରେ ମୟୂରଭଞ୍ଜର ବିଭିନ୍ନ ଅଞ୍ଚଳର ପ୍ରତିଯୋଗୀ ମାନେ ଭାଗ ନେଇଥିଲେ । କଇଁଫୁଲିଆ ଦନାର୍ଦ୍ଦନପୁରର ଚୈତନ୍ୟ ଟୁଡ଼ୁ ପ୍ରଥମ, ଦେବେନ୍ଦ୍ରପୁରର କାମେଶ୍ୱର ହେମ୍ବ୍ରମ୍‌ ଦ୍ୱିତୀୟ ଓ ଝିଙ୍କିରିଆ ରତନପୁରର ଶ୍ରୀନାଥ ବେଶ୍ରା ତୃତୀୟ ସ୍ଥାନ ଅଧିକାର କରିଥିଲେ । କ୍ରୀଡ଼ା ସଂସଦର ସଂପାଦକ ତଥା ସହଯୋଗୀ ପ୍ରଫେସର ଡ. ପ୍ରଭଞ୍ଜନ ମଲ୍ଲିକ, ବିଶ୍ୱବିଦ୍ୟାଳୟ କ୍ରୀଡ଼ା ଶିକ୍ଷକ ପ୍ରଦୀପ୍ତ ରଞ୍ଜନ ଦାସ ଓ କ୍ରୀଡ଼ା ସଂସଦର କର୍ମଚାରୀଗଣ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ବିଶ୍ୱବିଦ୍ୟଳୟର ଅଧ୍ୟାପକ, ଅଧ୍ୟାପିକା, ଅଣଶିକ୍ଷକ କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ରହି ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ ।

Heritage Site cleaning and Awareness Campaign of cleanliness at Sitakund Waterfall and Lulung was done by the MSCB University, Baripada under Social Activities of NUA-O Programme. 



ବିଶ୍ୱବିଦ୍ୟାଳୟରେ ଆୟୋଜିତ ହୋଇଥିବା ନୂଆ-ଓ ସାମାଜିକ କାର୍ଯ୍ୟକ୍ରମ ମାଧ୍ୟମରେ ସମାଜରେ ବିଭନ୍ନ ବିକାଶମୂଳକ ଦିଗରେ ସଚେତନତା ସୃଷ୍ଟି କରିବାର ପ୍ରଚେଷ୍ଟା କରାଯାଇଥିଲା, ଯାହାମଧ୍ୟରେ ବିଶ୍ୱବିଦ୍ୟାଳୟ ପରିସର ସଫେଇ, ରକ୍ତଦାନ ଶିବିର, ଛାତ୍ରୀଙ୍କ ପରିଚ୍ଛନ୍ନତା, ଆନେମିଆ ରୋଗର  ପରୀକ୍ଷଣ, ପର୍ଯ୍ୟଟନ ସ୍ଥଳୀର ସଫେଇ ଓ ସୁରକ୍ଷା, ପ୍ଲାଷ୍ଟିକମୁକ୍ତ ପରିବେଶ, ନାରୀଶିକ୍ଷା ଅଭିଯାନ, ଡାହାଣୀ ଓ ଗୁଣୀଗାରେଡ଼ି ହତ୍ୟା ବିରୋଧରେ ସଚେତନତା ଆଦି ପ୍ରମୁଖ ରହିଥିଲା । କାର୍ଯ୍ୟକ୍ରମର ପ୍ରଥମ ଦିବସରେ ପରିବେଶର ପ୍ରତିକୂଳ ପରିବେଶରେ ମଧ୍ୟ ଛାତ୍ରଛାତ୍ରୀମାନେ ପରିସର ସଫେଇ କରିଥିଲେ । ସେହିପରି ରକ୍ତଦାନ ପରି ମହତ୍‌ କାମରେ ୧୧୨ ଜଣ ରକ୍ତଦାତା ସ୍ୱେଚ୍ଛାକୃତଭାବେ ପଞ୍ଜୀକରଣ କରିଥିଲେ ଏବଂ ୮୪ ଜଣ ରକ୍ତଦାନ କରିଥିଲେ ଯାହାକି ବିଶ୍ୱବିଦ୍ୟାଳୟ ପାଇଁ ଏକ ଗୌରବର କଥା । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ମୋଟ ୫୫ ଜଣଙ୍କ ଆନେମିଆ ରୋଗର ପରୀକ୍ଷଣ କରାଯାଇଥିଲା । କାର୍ଯ୍ୟକ୍ରମର ତୃତୀୟ ଦିବସରେ ଛାତ୍ରଛାତ୍ରୀମାନେ ସୀତାକୁଣ୍ଡ ଜଳପ୍ରପାତ ଓ ଶିମିଳିପାଳ ଅଭୟାରଣର ପ୍ରବେଶ ଦ୍ଵାର ପିଠାବଟା (ଲୁଲୁଙ୍ଗ) ଠାରେ ସଫେଇ କରି ସ୍ଥାନୀୟ ଲୋକ, ଦୋକାନୀ ତଥା ପର୍ଯ୍ୟଟକଙ୍କୁ ପର୍ଯ୍ୟଟନସ୍ଥଳୀର ସଫେଇର ବିଧି ଓ ଗୁରୁତ୍ୱ ବିଷୟରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମର ଶେଷଦିନରେ ଛାତ୍ରଛାତ୍ରୀ ମାନେ ପାର୍ଶ୍ୱ୍ବର୍ତ୍ତୀ ଗ୍ରାମରେ ପଥପ୍ରାନ୍ତ ନାଟକ ମାଧ୍ୟମରେ କୁନିକୁନି ଛାତ୍ରଛାତ୍ରୀ ତଥା ଗ୍ରାମବାସୀ ମାନଙ୍କୁ ଶିକ୍ଷାର ଗୁରୁତ୍ୱ, ସ୍ଥାନୀୟ ସଂସ୍କୃତିର ସଂରକ୍ଷଣ ତଥା ଡାହାଣୀ ଓ ଗୁଣୀଗାରେଡ଼ି ପରି ଅନ୍ଧବିଶ୍ୱାସ ଓ ତଦ୍‌ଜନିତ ହତ୍ୟା ବିରୋଧରେ ସଚେତନତା ଆଦି କାର୍ଯ୍ୟକ୍ରମ କରିଥିଲେ ।

ପୂଣ୍ୟଶ୍ଲୋକ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ୧୫୩ତମ ଜନ୍ମୋତ୍ସବ ଦିବସରେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଓଡ଼ିଶା ସରକାରଙ୍କ ନୂତନ ଉନ୍ନତ ଅଭିଳାଷ ଓଡ଼ିଶା - ନୂଆ-ଓ ୨୦୨୩ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର ପୁରସ୍କାର ବିତରଣ ଉତ୍ସବ




ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ନୂଆ-ଓ କାର୍ଯ୍ୟକ୍ରମର ପୁରସ୍କାର ବିତରଣ ଉତ୍ସବ ସମାପନ

ବାରିପଦା 17/୧୨: ପୂଣ୍ୟଶ୍ଲୋକ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ୧୫୩ତମ ଜନ୍ମୋତ୍ସବ ଦିବସରେ ସ୍ଥାନୀୟ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଓଡ଼ିଶା ସରକାରଙ୍କ ନୂତନ ଉନ୍ନତ ଅଭିଳାଷ ଓଡ଼ିଶା - ନୂଆ-ଓ ୨୦୨୩ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଏଥିରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ । ସର୍ବପ୍ରଥମେ କୁଳପତି ପ୍ରଫେସର ତ୍ରିପାଠୀ, ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁ, କୁଳସଚିବ ସହଦେବ ସମାଧିଆ, ବିତ୍ତ ନିୟନ୍ତ୍ରକ ଶୁକଦେବ ତରେଇ, ପରୀକ୍ଷା ନିୟନ୍ତ୍ରକ ପ୍ରଫେସର ଲକ୍ଷ୍ମୀଧର ଗିରି, ବିଶ୍ୱବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ ଅଣଶିକ୍ଷକ କର୍ମଚାରୀଗଣ ବିଶ୍ୱବିଦ୍ୟାଳୟ ପରିସରରେ ଥିବା ମହାରାଜାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ତାପରେ ବିଶ୍ୱବିଦ୍ୟାଳୟ ସମ୍ମେଳନ କକ୍ଷରେ ଆୟୋଜିତ ଏକ ବର୍ଣ୍ଣାଢ୍ୟ ସଭାମଞ୍ଚରେ କୁଳପତି ପ୍ରଫେସର ତ୍ରିପାଠୀ ନୂଆ-ଓ ୨୦୨୩ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ସାଂସ୍କୃତିକ, କ୍ରୀଡ଼ା ଓ ସମାଜସେବା କ୍ଷେତ୍ରରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର ବିଶ୍ୱବିଦ୍ୟାଳୟର ସମସ୍ତ କୃତି ପ୍ରତିଯୋଗୀଙ୍କୁ ପ୍ରମାଣପତ୍ର ସହ ମେଡ଼ାଲ ଓ ଟ୍ରଫି ପ୍ରଦାନ କରିଥିଲେ । କୁଳପତି ପ୍ରଫେସର ତ୍ରିପାଠୀ ନିଜ ବକ୍ତବ୍ୟରେ ଛାତ୍ରଛାତ୍ରୀମାନେ ଯେଉଁ କୃତିତ୍ୱ ପାଇଁ ପୁରସ୍କାର ପାଇଛନ୍ତି, ସେହି କୃତିତ୍ୱର ଧାରାକୁ ଭବିଷ୍ୟତରେ ବଜାୟ ରଖିବାକୁ ପ୍ରେରଣା ଦେଇଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମକୁ ବିଶ୍ୱବିଦ୍ୟାଳୟର  ନୁଆ-ଓ କାର୍ଯ୍ୟକ୍ରମର ନୋଡାଲ ଅଧିକାରୀ ପ୍ରଫେସର କବିତା କୁମାର ସାହୁ, ସାଂସ୍କୃତିକ କାର୍ଯ୍ୟକ୍ରମର ନୋଡାଲ ଅଧିକାରୀ ଡ. ପ୍ରିୟଦର୍ଶିନୀ ସଂଘମିତ୍ରା ସାହୁ, କ୍ରୀଡ଼ା କାର୍ଯ୍ୟକ୍ରମର ନୋଡାଲ ଅଧିକାରୀ ଡ. ପ୍ରଭଞ୍ଜନ ମଲ୍ଲିକ ଓ ସମାଜସେବୀ କାର୍ଯ୍ୟକ୍ରମର ନୋଡାଲ ଅଧିକାରୀ ଡ. ବସନ୍ତ କୁମାର ମହାନ୍ତ, ବିଶ୍ୱବିଦ୍ୟାଳୟ କ୍ରୀଡ଼ା ଶିକ୍ଷକ ପ୍ରଦୀପ୍ତ ରଞ୍ଜନ ଦାସ ପ୍ରମୁଖ ପରିଚାଳନା କରିଥିଲେ । ସହକାରୀ ପ୍ରଫେସର ଡ. ବିଷ୍ଣୁପ୍ରିୟା ହାଁସଦା ମଞ୍ଚ ପରିଚାଳନା କରିଥିବା ବେଳେ ସହକାରୀ ପ୍ରଫେସର ଶୁଭେନ୍ଦୁ କୁମାର ଶତପଥି ଧନ୍ୟବାଦ ଅର୍ପଣ କରିଥିଲେ ।



ଓଡ଼ିଶା ସରକାରଙ୍କ ଦ୍ୱାରା ଆୟୋଜିତ ହେଉଥିବା ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ପରିପ୍ରେକ୍ଷୀରେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ 'ନୂଆ-ଓ' ଓଡ଼ିଆ ସାହିତ୍ୟ ପ୍ରତିଯୋଗିତା ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ଦିଗ୍‌ଦର୍ଶନରେ ତା ୧୦ ରୁ ୧୧ ତାରିଖ ଧରି ଦୁଇଦିନ ଧରି ଅନୁଷ୍ଠିତ ହୋଇଯାଇଛି । ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁ ଓ କୁଳସଚିବ ସହଦେବ ସମାଧିଆଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ପ୍ରତିଯୋଗିତା ଗୁଡ଼ିକ ମଧ୍ୟରେ ଓଡ଼ିଆ କବିତା ରଚନା, ଓଡ଼ିଆ ପ୍ରବନ୍ଧ ରଚନା, ଓଡ଼ିଆ ତର୍କ, କ୍ଷୁଦ୍ର ନାଟିକା (ସ୍କିଟ୍‌), ସାଧାରଣ ଜ୍ଞାନ, ଓଡ଼ିଆ ଭକ୍ତି ସଙ୍ଗୀତ ଓ ଓଡ଼ିଆ ଲୋକ ନୃତ୍ୟ ପ୍ରତିଯୋଗିତା ମାନ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମର ସଂଯୋଜିକା ଡ. ପ୍ରିୟଦର୍ଶିନୀ ସଂଘମିତ୍ରା ସାହୁଙ୍କ ନେତୃତ୍ୱରେ ଓଡ଼ିଆ ଭାଷା ସାହିତ୍ୟ କମିଟିର ସଦସ୍ୟ/ସଦସ୍ୟା ପୁଷ୍ପାଞ୍ଜଳି ପରିଡ଼ା, ଡ. ମୋନାଲି ଗୋସ୍ୱାମୀ, ଡ. ସ୍ୱରୂପାନନ୍ଦ ବିଷୟୀ, ଡ. ପ୍ରିୟଙ୍କା ଦାସ, ଡ. ବିଷ୍ଣୁପ୍ରିୟା ହାଁସଦା, ଡ. ବିଚିତ୍ରନାଥ ସାହୁ, ଡ. ଭୋଳାନାଥ ଦାଶ, ଡ. ବିନ୍ଦେଶ୍ୱରୀ କଲିଆ, ଶ୍ରୀ ରାଜକୁମାର ପାତ୍ର ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏହି ପ୍ରତିଯୋଗିତା ଗୁଡ଼ିକରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଆସନ୍ତା ୧୭ ଓ ୧୮ ତାରିଖରେ ଆନ୍ତଃ ବିଶ୍ୱବିଦ୍ୟାଳୟ ସ୍ତରରେ ପ୍ରତିଯୋଗିତା ମାନ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ହେବ । ପୁଣି ବିଶ୍ୱବିଦ୍ୟାଳୟରେ ୨୯ ରୁ ୩୧ ତାରିଖ ପର୍ଯ୍ୟନ୍ତ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀରେ ବିଭିନ୍ନ ପ୍ରତିଯୋଗିତା ଓ ଆଲୋଚନାଚକ୍ରମାନ ଅନୁଷ୍ଠିତ ହେବ ।


ବାରିପଦା ୧୨/୦୧: ଓଡ଼ିଶା ସରକାରଙ୍କ ନୁଆ-ଓ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ତୃଣମୂଳରେ କ୍ରୀଡ଼ାକୁ ପ୍ରୋତ୍ସାହନ କରିବା ସହ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ କ୍ରୀଡ଼ା ପ୍ରତି ସଚେତନତା ସୃଷ୍ଟି କରିବା ନିମନ୍ତେ ସ୍ଥାନୀୟ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ତରଫରୁ ଏକ ଫୁଟ୍‌ବଲ୍‌ ପ୍ରତିଯୋଗିତା ଶୁକ୍ରବାର ଦିନ ଉଦ୍‌ଯାପିତ ହୋଇଯାଇଛି । ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ମାର୍ଗଦର୍ଶନରେ ଆୟୋଜିତ ଏହି ପ୍ରତିଯୋଗିତାରେ ମୟୂରଭଞ୍ଜର ବିଭିନ୍ନ ଗ୍ରାମାଞ୍ଚଳ ଫୁଟ୍‌ବଲ୍‌ କ୍ଲବ ଯଥା ତକତପୁର, ଛାଞ୍ଚ, ଲକ୍ଷ୍ମୀପୋଷି, ରଙ୍ଗାମାଟିଆ, ଗୁଞ୍ଜୁସାହି, ହରିଣଶୋଳ, ଖଣ୍ଢିଖାଲ, ଉଦଳା, ଏସ୍‌.ଏସ୍‌.ଏସ୍‌.ସି ଧଡ଼ିପଦା, ଜମ୍ଭୀରଡିହା, କେ.ସି.ପୁର, ଭୁବନେଶ୍ୱର ବାଉନ୍ସର, ରଜାବସା, ଶଙ୍ଖାଭଙ୍ଗା, ଝିଙ୍କିରିଆ, ଏମ୍‌.ବି.ଏସ୍‌ ବାରିପଦା ଆଦି ଭାଗ ନେଇଥିଲେ । ଶୁକ୍ରବାର ଅନୁଷ୍ଠିତ ଫାଇନାଲ୍ ମ୍ୟାଚରେ ହରିଣଶୋଳ ଟିମ୍‌ କେ.ସି.ପୁର ଟିମ୍‌କୁ ୧-୦ ରେ ପରାସ୍ତ କରି ବିଜେତା ଟ୍ରଫି ହାସଲ କରିଥିଲା । ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଜେତା ଟିମ୍‌କୁ ଟ୍ରଫି ପ୍ରଦାନ କରିଥିଲେ । ଆଇକ୍ୟୁଏସି ନିର୍ଦ୍ଦେଶିକା ପ୍ରଫେସର ଏମ୍‌. ହିମବିନ୍ଦୁ, କୁଳସଚିବ ସହଦେବ ସମାଧିଆ, ସହଯୋଗୀ ପ୍ରଫେସର ଡ. ସୁକାନ୍ତ କୁମାର ନାୟକ, ସହକାରୀ ପ୍ରଫେସର ଡ. ଯତୀନ୍ଦ୍ରନାଥ ବେଶ୍ରା ପ୍ରମୁଖ ଉପସ୍ଥିତ ରହି ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ । କ୍ରୀଡ଼ା ସଂସଦର ସଂପାଦକ ତଥା ସହଯୋଗୀ ପ୍ରଫେସର ଡ. ପ୍ରଭଞ୍ଜନ ମଲ୍ଲିକ, ବିଶ୍ୱବିଦ୍ୟାଳୟ କ୍ରୀଡ଼ା ଶିକ୍ଷକ ପ୍ରଦୀପ୍ତ ରଞ୍ଜନ ଦାସ, କ୍ରୀଡ଼ା ସଂସଦର କର୍ମଚାରୀ ଶ୍ରୀ ଉଜିତ କୁମାର ଦାସ, ସୀମାନ୍ତ ମହାବିଦ୍ୟାଳୟର ଶ୍ରୀ ଶ୍ରଦ୍ଧାନନ୍ଦ ସାହୁ ଓ ବିଶ୍ୱବିଦ୍ୟଳୟର କର୍ମଚାରୀଗଣ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ବିଶ୍ୱବିଦ୍ୟଳୟର ଅନ୍ୟ ଅଧ୍ୟାପକ, ଅଧ୍ୟାପିକା, ଅଣଶିକ୍ଷକ କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ରହି ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ ।



National Seminar on Social Work in 21st Century: Responding To Tribal Livelihood and Sustainable Development @MSCBU



ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ସମାଜସେବା ବିଭାଗ ଦ୍ୱାରା 'ଏକବିଂଶ ଶତାବ୍ଦୀରେ ଆଦିବାସୀ ମାନଙ୍କର ଜୀବନ ଓ ଜୀବିକା କ୍ଷେତ୍ରରେ ସାମାଜିକ କାର୍ଯ୍ୟର ପ୍ରତିଫଳନ' ଶୀର୍ଷକ ଏକ ଦୁଇ ଦିବସୀୟ ଆଲୋଚନାଚକ୍ର ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ମାର୍ଗଦର୍ଶନରେ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଯାଇଛି । ବିଶ୍ୱବ୍ୟାଙ୍କ ଦ୍ୱାରା ଉତ୍କର୍ଷତା ଏବଂ ସମାନତା ପାଇଁ ଓଡ଼ିଶା ଉଚ୍ଚ ଶିକ୍ଷା ଯୋଜନାର ବିଶ୍ୱବିଦ୍ୟାଳୟ ଆନୁଷ୍ଠାନିକ ବିକାଶ କାର୍ଯ୍ୟକ୍ରମ (ଆଇଡିପି) ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆଇଡିପିର ସଂଯୋଜିକା ପ୍ରଫେସର ଏମ୍‌ ହିମବିନ୍ଦୁ ସଭାପତିତ୍ୱ କରିଥିବାବେଳେ ଓଡ଼ିଶା ବୃତ୍ତିଗତ ସାମାଜିକ ସେବାସଂଘର ସଂପାଦିକା ଡ. ଝରଣା ସ୍ୱାଇଁ ସମ୍ମାନିତ ଅତିଥି ରୂପେ ଯୋଗଦାନ କରିଥିଲେ । ମୁମ୍ବାଇର ଟାଟା ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସୋସିଆଲ ସାଇନ୍ସେସ୍‌ର ଡିନ୍‌ ପ୍ରଫେସର ବିପିନ ଯୋଜ ମୁଖ୍ୟବକ୍ତା ରୂପେ ଯୋଗଦାନ କରି ନିଜ ବକ୍ତବ୍ୟରେ ଆଦିବାସୀମାନଙ୍କ ଆର୍ଥିକ ଓ ନ୍ୟାୟଗତ ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ ଓ ସେମାନେ କିପରି ବିଶ୍ୱସ୍ତରରେ ନିଜର ସ୍ୱତନ୍ତ୍ରତାର ପରିଚୟ ପ୍ରଦାନ କରିପାରିବେ ସେଥି ନିମନ୍ତେ ଉପଯୁକ୍ତ ପରିବେଶ ଓ ସୁଯୋଗ ସୃଷ୍ଟି କରିବାର ଆବଶ୍ୟକତା ରହିଛି ବୋଲି କହିଥିଲେ । ଅନ୍ୟତମ ବକ୍ତା ଭାବେ ହିମାଚଳ ପ୍ରଦେଶ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ସମାଜସେବା ବିଭାଗର ପ୍ରଫେସର ଆଶୁତୋଷ ପ୍ରଧାନ ନିଜ ବକ୍ତବ୍ୟରେ ଆଦିବାସୀ ମାନଙ୍କୁ ମୁଖ୍ୟସ୍ରୋତକୁ ଆଣିବା ପାଇଁ ସାମାଜିକ କର୍ମୀମାନଙ୍କ ଦାୟିତ୍ୱବୋଧ ଉପରେ ଆଲୋକପାତ କରିଥିଲେ ।  ସମ୍ମାନିତ ଅତିଥି ଡ. ଝରଣା ସ୍ୱାଇଁ ନିଜ ବକ୍ତବ୍ୟରେ ଓଡ଼ିଶା ବୃତ୍ତିଗତ ସାମାଜିକ ସେବାସଂଘର କାର୍ଯ୍ୟକାରିତା ସମ୍ପର୍କରେ ଏକ ବିବରଣୀ ପ୍ରଦାନ କରିଥିଲେ ଓ ବିଶ୍ୱବିଦ୍ୟାଳୟ ସ୍ତରରେ ଏଭଳି କାର୍ଯ୍ୟକ୍ରମର ପ୍ରଶଂସା କରିଥିଲେ । ଆଲୋଚନାଚକ୍ରର ଆବାହକ ସହଯୋଗୀ ପ୍ରଫେସର ଡ. ପ୍ରଭଞ୍ଜନ ମଲ୍ଲିକ କାର୍ଯ୍ୟକ୍ରମର ବିବରଣୀ ପାଠ କରିଥିବାବେଳେ ସହ-ଆବାହକ ସହଯୋଗୀ ପ୍ରଫେସର ଡ. ବସନ୍ତ କୁମାର ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ । ଆଲୋଚନାଚକ୍ରର କାର୍ଯ୍ୟକାରୀ ସଂପାଦକ ତଥା ବିଶ୍ୱବିଦ୍ୟାଳୟର ସମାଜ ସେବା ବିଭାଗର ସହକାରୀ ପ୍ରଫେସର ଶୁଭେନ୍ଦୁ ଶତପଥି ଏହି ଆଲୋଚନାଚକ୍ରର ପର୍ଯ୍ୟୟଗୁଡ଼ିକ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ ଏବଂ ଯୁଗ୍ମ କାର୍ଯ୍ୟକାରୀ ସଂପାଦକ ସହକାରୀ ପ୍ରଫେସର ଭୁବନେଶ୍ୱର ଶବର ଆଲୋଚନାଚକ୍ରର ସମସ୍ତ ପ୍ରବନ୍ଧ ପାଠର ସଂଯୋଜନା କରିଥିଲେ । ଏହି ଆଲୋଚନାଚକ୍ରରେ ଓଡ଼ିଶା ବ୍ୟତୀତ ମଧ୍ୟପ୍ରଦେଶ, ବିହାର, ଉତ୍ତର ପ୍ରଦେଶ, ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ଉତ୍ତରାଖଣ୍ଡ, ନେପାଳ, ଭୁଟାନରୁ ଛାତ୍ରଛାତ୍ରୀ ଓ ଗବେଷକମାନେ ଅଂଶଗ୍ରହଣ କରିଛନ୍ତି । ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଅନ୍ତୋଦୟ ଚେତନା ମଣ୍ଡଳର ନିର୍ଦ୍ଦେଶକ ଡ. ଆଦିତ୍ୟ ପଟ୍ଟନାୟକ, ବିଶ୍ୱବିଦ୍ୟାଳୟର ପ୍ରଫେସର ସୁସ୍ମିତା କର, ପ୍ରଫେସର ପ୍ରମୋଦ କୁମାର ଶତପଥି, ପ୍ରଫେସର ମିନତୀ ମଲ୍ଲିକଙ୍କ ସମେତ ଅନ୍ୟ ଅଧ୍ୟାପକ ଅଧ୍ୟାପିକାଗଣ ଯୋଗଦେଇଥିଲେ । ସମାଜ ସେବା ବିଭାଗର ଅଧ୍ୟାପକ ସୁଜୟ କୁଣ୍ଡୁ ଓ ଅଧ୍ୟାପିକା ପାଏଲ ପ୍ରଧାନ ମଞ୍ଚ ପରିଚାଳନାରେ ସହଯୋଗ କରିଥିଲେ ।



Extramural Lecture organized by Resarch Club and Dept. of Zoology

 




An extramural lecture was jointly organised by  Research Club and Department of Zoology, MSCBU on 01.12.2023 in the 200 seated Annexure Hall of MSCB UNIVERSITY. Prof. M.Himabindu, Chairperson-in-Charge, PGC, MSCBU inaugurated the event. Dr Cuckoo Mahapatra, Teacher in charge, Research club, welcomed the Speaker, faculty and students of MSCBU.  DR Gargee Mohanty, Assistant Professor of Zoology introduced the guests to the audience. Dr Shibashish Giri,Deputy Head,Applied Stem Cell Biology and Cell Technology, University of Leipzig, Germany, spoke on the topic, "Where the Noble ideas come from nobel discoveries" where he motivated and inspired the students to utilize their innate potential to achieve in life. The students and faculty members of different P.G.departments attended the lecture.

World Aids Day Celebration @MSCBU

 


ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ବିଶ୍ୱ ଏଡ୍‌ସ ଦିବସ୍ ପାଳିତ ହୋଇଯାଇଛି । ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ପରିଷଦର ଭାରପ୍ରାପ୍ତ ଅଧ୍ୟକ୍ଷା ପ୍ରଫେସର ଏମ. ହିମବିନ୍ଦୁଙ୍କ ପରିଚାଳନାରେ ଆୟୋଜିତ ସମାବେଶରେ ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ସମାଜ ସେବା ବିଭାଗର ସହକାରୀ ପ୍ରଫେସର ଶୁଭେନ୍ଦୁ ଶତପଥି ଛାତ୍ରଛାତ୍ରୀ ମାନଙ୍କୁ ଏହି ଦିବସର ବିଶେଷତ୍ୱ ସମ୍ବନ୍ଧରେ ଅବଗତ କରାଇଥିଲେ । ବିଶ୍ୱବିଦ୍ୟାଳୟର ବିଭିନ୍ନ ବିଭାଗର ଛାତ୍ରଛାତ୍ରୀମାନେ ବିଶ୍ୱବିଦ୍ୟାଳୟ ସମ୍ମୁଖରେ ସୁସଜ୍ଜ୍ନିତ ଧାଡ଼ିରେ ଦଣ୍ଡାୟମାନ ହୋଇ ବ୍ୟାଚ୍‌ ପରିଧାନପୂର୍ବକ ଏହି ଦିବସରେ ଏପରି ଏକ ମାରାତ୍ମକ ବ୍ୟାଧିକୁ ବିଶ୍ୱ ବକ୍ଷରୁ ଧ୍ୱଂସ କରିବାପାଇଁ ସଚେତନତା କାର୍ଯ୍ୟକ୍ରମରେ ଭାଗ ନେଇଥିଲେ । ବିଶ୍ୱବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକାଙ୍କ ମଧ୍ୟରେ ଡ. ପ୍ରିୟରଞ୍ଜନ ଦେବତା, ଡ. ପ୍ରଭଞ୍ଜନ ମଲ୍ଲିକ, ଡ. ଲିଙ୍ଗରାଜଅ ବେହେରା ଯୋଗଦାନ କରିଥିଲେ । ପ୍ରଫେସର ସୁସ୍ମିତା କର, ପ୍ରଫେସର ମିନତୀ ମଲ୍ଲିକ, ପ୍ରଫେସର କବିତା କୁମାରୀ ସାହୁ ଛାତ୍ରଛାତ୍ରୀଙ୍କ ନିକଟରେ ସଚେତନତାର ବାର୍ତ୍ତା ରଖିଥିଲେ । ଏହି ଉଦ୍ଦେଶ୍ୟରେ ଏକ ଶୋଭାଯାତ୍ରା ଜାତୀୟ ରାଜପଥ ପର୍ଯ୍ୟନ୍ତ ପରିକ୍ରମା କରି ଅଟୋ ଚାଳକ, ସାଧାରଣ ଦୋକାନୀ, ପଥପ୍ରାନ୍ତର ସାଧାରଣ ଜନତା, ବିଶ୍ୱବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀଙ୍କୁ ନାଲି ରିବନ୍‌ ପିନ୍ଧାଇ ଏଡ୍‌ସ ପରି ମାରାତ୍ମକ ବ୍ୟାଧି ସମ୍ବନ୍ଧରେ ସଚେତନ କରାଯାଇଥିଲା । ଏହି ଅବସରରେ ଜାତୀୟ ଏଡ୍‌ସ ଦିବସର ବାର୍ତ୍ତା ଦସ୍ତଖତ ଅଭିଯାନ ମାଧ୍ୟମରେ ସଚେତନ କରାଯାଇଥିଲା ।

Valedictory Ceremony of Employability Skill Development Programme

 



ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ହାଇଦ୍ରାବାଦସ୍ଥିତ ନନ୍ଦି ଫାଉଣ୍ଡେସନ ସହିତ ସ୍ୱାକ୍ଷରିତ ଏମ୍‌ଓୟୁ ଅନୁଯାୟୀ ବିଗତ ତିନି ସପ୍ତାହ ବ୍ୟାପୀ ଚାଲିଥିବା ନିଯୁକ୍ତି ଭିତ୍ତିକ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଶନିବାର ଦିନ ଉଦ୍‌ଯାପିତ ହୋଇଯାଇଛି । ଏହି ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି କାର୍ଯ୍ୟକ୍ରମରେ ଦିଆଯାଇଥିବା ପ୍ରଶିକ୍ଷଣ ଯଥା ନିଯୁକ୍ତି ସାକ୍ଷାତକାର, ଆତ୍ମପରିଚୟ, ଶାରୀରିକ ଭଙ୍ଗୀ, ଡିଜିଟାଲ କାର୍ଯ୍ୟକଳାପ, ସମୟ ଓ ଅର୍ଥର ଉପଯୋଗ, ଗୋଷ୍ଠୀଗତ ଆଲୋଚନା, ବୃତ୍ତିଗତତା, ବାୟୋଡାଟା ତିଆରି, ଜଟିଳ ପରିସ୍ଥିତିର ସମ୍ମୁଖୀନ ଓ ସମାଧାନ ଆଦି ବିଷୟ ଗୁଡ଼ିକର ତର୍ଜମା କରିବା ସହିତ ଛାତ୍ରଛାତ୍ରୀଙ୍କର ମତାମତ ଗ୍ରହଣ କରିଥିଲେ । ବିଶ୍ୱବିଦ୍ୟାଳୟ ଆଇକ୍ୟୁଏସି ନିର୍ଦ୍ଦେଶିକା ପ୍ରଫେସର ଏମ୍‌. ହିମବିନ୍ଦୁଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନନ୍ଦୀ ଫାଉଣ୍ଡେସନ ତରଫରୁ ସଫ୍ଟସ୍କିଲ୍‌ ଟ୍ରେନର ବିଭୁସୁନ୍ଦର ମହାନ୍ତି, ସୌରଭ ଚକ୍ରବର୍ତ୍ତୀ ଯୋଗଦାନ କରି ଛାତ୍ରଛାତ୍ରୀମାନଙ୍କୁ ଏହି ପ୍ରଶିକ୍ଷଣ ଭବିଷ୍ୟତରେ କିପରି ଉପାଦେୟ ହେବ ସେ ସମ୍ବନ୍ଧରେ ନିଜସ୍ୱ ବକ୍ତବ୍ୟ ରଖିଥିଲେ ।  କାର୍ଯ୍ୟକ୍ରମର ସଂଯୋଜକ ଜୈବପ୍ରଯୁକ୍ତି ବିଭାଗର ସହଯୋଗୀ ପ୍ରଫେସର ଡ. ସୁକାନ୍ତ କୁମାର ନାୟକ କାର୍ଯ୍ୟକ୍ରମର ବିବରଣୀ ପାଠ କରିଥିଲେ । ପ୍ରାଣୀବିଜ୍ଞାନ ବିଭାଗର ସହଯୋଗୀ ପ୍ରଫେସର ଡ. ପୁଷ୍ପାଞ୍ଜଳି ପରିଡ଼ା ମଞ୍ଚ ପରିଚାଳନା ସହ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ ବର୍ଷର ସମସ୍ତ ଛାତ୍ରଛାତ୍ରୀ ଯୋଗଦାନ କରି ପ୍ରଶିକ୍ଷଣ ଗ୍ରହଣ କରିଥିଲେ । ଏହି ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର ସମସ୍ତ ବିଭାଗର ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀମାନେ ଯୋଗଦାନ କରି କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ ।

FDP on "Roles and Responsibilities of Teachers in Higher Education System in Odisha in view of New Education Policy 2020" @MSCBU

 




ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ 'ନୂତନ ଶିକ୍ଷାନୀତି ୨୦୨୦ ଅନ୍ତରାଳରେ ଓଡ଼ିଶା ଉଚ୍ଚ ଶିକ୍ଷା ବ୍ୟବସ୍ଥାରେ ଶିକ୍ଷକ ମାନଙ୍କ ଭୂମିକା ଓ ଦାୟିତ୍ୱ' ଶୀର୍ଷକ ଏକ ଗୁଣାତ୍ମକ ଶିକ୍ଷକ ବିକାଶ କାର୍ଯ୍ୟକ୍ରମ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ଦ୍ୱାରା ସୋମବାର ଦିନ ଉଦ୍‌ଘାଟିତ ହୋଇଯାଇଛି । ବିଶ୍ୱବ୍ୟାଙ୍କ ଦ୍ୱାରା ଉତ୍କର୍ଷତା ଏବଂ ସମାନତା ପାଇଁ ଓଡିଶା ଉଚ୍ଚ ଶିକ୍ଷା ଯୋଜନାର ବିଶ୍ୱବିଦ୍ୟାଳୟ ଆନୁଷ୍ଠାନିକ ବିକାଶ କାର୍ଯ୍ୟକ୍ରମ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ରୂପେ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ପ୍ରଫେସର ତଥା ଓଡ଼ିଶା ରାଜ୍ୟ ଉଚ୍ଚ ଶିକ୍ଷା ପରିଷଦର କାର୍ଯ୍ୟକାରୀ ସଦସ୍ୟ ପ୍ରଫେସର ସୁସ୍ମିତ ପ୍ରସାଦ ପାଣି ଯୋଗଦାନ କରି ଶିକ୍ଷକ ମାନଙ୍କ ଦାୟିତ୍ୱବୋଧ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଶିକ୍ଷକ ହିଁ ଗୋଟିଏ ଜାତିକୁ ଗଢ଼ିପାରେ । ବିଜ୍ଞାନର ସମସ୍ତ ବ୍ୟବସ୍ଥା ସତ୍ୱେ ଶ୍ରେଣୀଗୃହ ଶିକ୍ଷା ହିଁ ସର୍ବୋତ୍କୃଷ୍ଟ ବୋଲି ସେ ଦୃଢ଼ମତ ପୋଷଣ କରିଥିଲେ । କୁଳପତି ପ୍ରଫେସର ତ୍ରିପାଠୀ ନିଜ ବକ୍ତବ୍ୟରେ ଶିକ୍ଷକ ମାନଙ୍କର ଛାତ୍ରସମାଜ, ବ୍ୟବସ୍ଥା ଓ ସମାଜ ପ୍ରତି ପ୍ରତିବଦ୍ଧତା ଉପରେ ଆଲୋକପାତ କରିଥିଲେ । ବିଶ୍ୱବିଦ୍ୟାଳୟ ଆନୁଷ୍ଠାନିକ ବିକାଶ କାର୍ଯ୍ୟକ୍ରମର ନିର୍ଦ୍ଦେଶିକା ପ୍ରଫେସର ଏମ୍‌ ହିମବିନ୍ଦୁ ସମ୍ମାନିତ ଅତିଥିରୂପେ ଯୋଗଦେଇ ଶିକ୍ଷକମାନଙ୍କର ନୈତିକ ମୂଲ୍ୟବୋଧ ଉପରେ ଗୁରୁତ୍ୱାରୋପ କରିଥିଲେ । ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁ ଏହି କାର୍ଯ୍ୟକ୍ରମରେ ପୌରହିତ୍ୟ କରିଥିବା ବେଳେ କାର୍ଯ୍ୟକ୍ରମର ଆବାହକ ସହଯୋଗୀ ପ୍ରଫେସର ଡ. ସୁକାନ୍ତ କୁମାର ନାୟକ ସପ୍ତାହବ୍ୟାପୀ ହେବାକୁ ଥିବା ଏହି କାର୍ଯ୍ୟକ୍ରମର ସୂଚନା ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମର କାର୍ଯ୍ୟକାରୀ ସଂଯୋଜକ ସହଯୋଗୀ ପ୍ରଫେସର ଡ. ପୁଷ୍ପାଞ୍ଜଳି ପରିଡ଼ା ଅତିଥି ପରିଚୟ ଓ ଧନ୍ୟବାଦ ଅର୍ପଣ କରିଥିଲେ । ଏ ଅବସରରେ କାର୍ଯ୍ୟକ୍ରମର ପ୍ରଶିକ୍ଷଣ ପୁସ୍ତିକା ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା ।  ଅପରାହ୍ନର ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଇଣ୍ଟରନ୍ୟାସନାଲ୍ ମ୍ୟାନେଜମେଣ୍ଟ ଇନ୍‌ଷ୍ଟିଚ୍ୟୁଟ୍‌ ଭୁବନେଶ୍ୱର କ୍ୟାମ୍ପସର ପ୍ରଫେସର ଡ. ସୁପ୍ରୀତି ମିଶ୍ର 'ଗୁଣାତ୍ମକ ଗବେଷଣାଧର୍ମୀ ଲେଖା ଲେଖିବାର ୨୧ଟି ଅଭ୍ୟାସ' ଶୀର୍ଷକ ବତ୍କୃତା ରଖିଥିଲେ । ଏହି କର୍ମଶାଳାରେ ବିଶ୍ୱବିଦ୍ୟାଳୟରେ ଅନୁବନ୍ଧିତ ମହାବିଦ୍ୟାଳୟରେ ନୂତନ ରୂପେ ଯୋଗଦେଇଥିବା ଅଧ୍ୟାପକ ଅଧ୍ୟାପିକା ଓ  ଅଧ୍ୟକ୍ଷଗଣ ଓ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକାମାନେ ଯୋଗଦାନ କରିଥିଲେ ।

East-Zone Inter-Univesity Kabaddi (Men) Tournament 2023-24 hosted by MSCB University

 







ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ପୂର୍ବ ଭାରତୀୟ ଆନ୍ତଃ-ବିଶ୍ୱବିଦ୍ୟାଳୟ ପୁରୁଷ କବାଡ଼ି ପ୍ରତିଯୋଗିତା ନମ୍ଭମ୍ବର ୧୫ ତାର୍ଖ ବୁଧବାର ଦିନ ଉଦ୍‌ଘାଟିତ ହୋଇଯାଇଛି । ଏହି ଉଦ୍‌ଘାଟନୀ ସମାରୋହରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଖେଳାଳୀମାନଙ୍କ ପ୍ୟାରେଡ୍‌ ଅଭିବାଦନ ଗ୍ରହଣ କରିଥିଲେ । ମୟୂରଭଞ୍ଜ ଜିଲ୍ଲା ପୋଲିସ୍‌ ଦ୍ୱାରା ବ୍ୟାଣ୍ଡ ପରିବେଷଣ କରାଯାଇଥିଲା । ନିଜ ଅଭିଭାଷଣରେ ପ୍ରଫେସର ତ୍ରିପାଠୀ ଦ୍ୱିତୀୟଥର ପାଇଁ ଏଭଳି ପ୍ରତିଯୋଗିତାର ଆୟୋଜନ ପାଇଁ ଗର୍ବ ଅନୁଭବ କରିବା ସହିତ ପୂର୍ବ ଭାରତରୁ ଯୋଗ ଦେଇଥିବା ସମସ୍ତ ଖେଳାଳୀ ଓ କ୍ରୀଡ଼ା ଅଧିକାରୀଙ୍କୁ ଏହି କ୍ରୀଡ଼ା ମହାକୁମ୍ଭରେ ଯୋଗଦାନ କରିଥିବା ହେତୁ ଧନ୍ୟବାଦ ଦେଇଥିଲେ । ନିଜ ବକ୍ତବ୍ୟରେ ପ୍ରଫେସର ତ୍ରିପାଠୀ ଶୃଙ୍ଖଳା ହିଁ ଖେଳାଳୀର ଭୁଷଣ ବୋଲି ମତପୋଷଣ କରିଥିଲେ । ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁ ଏହି ସମାରୋହରେ ଅଧ୍ୟକ୍ଷତା କରିଥିଲେ । ବିତ୍ତ ନିୟନ୍ତ୍ରକ ଶ୍ରୀ ଶୁକଦେବ ତରେଇ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।  କ୍ରୀଡ଼ା ପରିଷଦର ସଂପାଦକ ଡ. ପ୍ରଭଞ୍ଜନ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ । ସହଯୋଗୀ ପ୍ରଫେସର ଡ. ପୁଷ୍ପାଞ୍ଜଳି ପରିଡ଼ା ମଞ୍ଚ ପରିଚାଳନା କରିଥିଲେ ।

ପୂର୍ବ ଭାରତର ୫୬ଟି ବିଶ୍ୱବିଦ୍ୟାଳୟର ପ୍ରାୟ ୮୫୦ଟି ଖେଳାଳୀ ଓ ମ୍ୟାଚ୍‌ ଅଧିକାରୀ  ଏଥିରେ ଭାଗନେବେ । ଓଡ଼ିଶାରୁ ୧୨ଟି, ଛତିଶଗଡ଼ରୁ ୧୧ଟି, ପଶ୍ଚିମବଙ୍ଗରୁ ୮ଟି, ବିହାରରୁ ୮ଟି, ଉତ୍ତର ପ୍ରଦେଶରୁ ୭ଟି, ଝାଡ଼ଖଣ୍ଡରୁ ୫ଟି, ମଣିପୁରରୁ ୨ଟି ଓ ଆସାମରୁ ୩ଟି ବିଶ୍ୱବିଦ୍ୟାଳୟ ଏଥିରେ ଭାଗନେଉଛନ୍ତି । ଏଥିନିମନ୍ତେ ଟିମ୍‌ ଗୁଡ଼ିକୁ ମୋଟ ୪ଟି ଗୃପ୍‌ ରେ ବିଭକ୍ତ କରାଯାଇଛି । ଭାଗ ନେଉଥିବା ବିଶ୍ୱବିଦ୍ୟାଳୟ ଗୁଡ଼ିକ ହେଲା: ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ, ଫକୀର ମୋହନ ବିଶ୍ୱବିଦ୍ୟାଳୟ, ବର୍ଦ୍ଧମାନ ବିଶ୍ୱବିଦ୍ୟାଳୟ, ମଗଧ ବିଶ୍ୱବିଦ୍ୟାଳୟ, ନର୍ଥ ବେଙ୍ଗଲ ବିଶ୍ୱବିଦ୍ୟାଳୟ, ବି.ବି.ଏସ୍‌.ପୂର୍ବାଞ୍ଚଳ ବିଶ୍ୱବିଦ୍ୟାଳୟ, କିଟ୍‌ ବିଶ୍ୱବିଦ୍ୟାଳୟ, ଦୀନଦୟାଲ ଉପାଧ୍ୟାୟ ଗୋରଖପୁର ବିଶ୍ୱବିଦ୍ୟାଳୟ, ନ୍ୟାସନାଲ୍‌ ସ୍ପୋର୍ଟସ୍‌ ବିଶ୍ୱବିଦ୍ୟାଳୟ, ସନ୍ତ ଗହିରା ଗୁରୁ ବିଶ୍ୱବିଦ୍ୟାଳୟ ସରଗୁଜା, କଲିକତା ବିଶ୍ୱବିଦ୍ୟାଳୟ, ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ, ସମ୍ବଲପୁର ବିଶ୍ୱବିଦ୍ୟାଳୟ, ରାଞ୍ଚୀ ବିଶ୍ୱବିଦ୍ୟାଳୟ, ତେଜପୁର ବିଶ୍ୱବିଦ୍ୟାଳୟ ଆସାମ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ, ସୋଆ ବିଶ୍ୱବିଦ୍ୟାଳୟ, ଓ.ପି.ଜିନ୍ଦଲ୍‌ ବିଶ୍ୱବିଦ୍ୟାଳୟ, ମଣିପୁର ବିଶ୍ୱବିଦ୍ୟାଳୟ, ଶହୀଦ ମହେନ୍ଦ୍ର କୁମାର ବିଶ୍ୱବିଦ୍ୟାଳୟ, ଏଲ୍‌.ଏନ୍‌.ମିଥିଳା ବିଶ୍ୱବିଦ୍ୟାଳୟ, କଲ୍ୟାଣୀ ବିଶ୍ୱବିଦ୍ୟାଳୟ, ଏମ୍‌.ଜି. କାଶୀ ବିଦ୍ୟାପୀଠ, ବାରାଣସୀ, ହେମଚାନ୍ଦ ଯାଦବ ବିଶ୍ୱବିଦ୍ୟାଳୟ ଦୁର୍ଗ୍‌, ଗୁରୁ ଘାସିଦାସ ବିଶ୍ୱବିଦ୍ୟାଳୟ ବିଳାସପୁର, ଛତିଶଗଡ଼ ସ୍ୱାମୀ ବିବେକାନନ୍ଦ ଟେକ୍‌ନିକାଲ୍‌ ବିଶ୍ୱବିଦ୍ୟାଳୟ, ଡ. ସି.ଭି.ରମଣ ବିଶ୍ୱବିଦ୍ୟାଳୟ ବିଳାସପୁର, ପଣ୍ଡିତ ରବିଶଙ୍କର ଶୁକ୍ଲା ବିଶ୍ୱବିଦ୍ୟାଳୟ ଛତିଶଗଡ଼, ବିନୋଦ ବିହାରୀ ମାହ୍‌ତ କୋୟଲାଞ୍ଚଳ ବିଶ୍ୱବିଦ୍ୟାଳୟ ଧାନବାଦ, ବାବାସାହେବ ଭୀମରାଓ ଆମ୍ବେଦକର ବିହାର ବିଶ୍ୱବିଦ୍ୟାଳୟ, ଆଲିଆ ବିଶ୍ୱବିଦ୍ୟାଳୟ କଲିକତା, ସମ୍ପୂର୍ଣ୍ଣାନନ୍ଦ ସଂସ୍କୃତ ବିଶ୍ୱବିଦ୍ୟାଳୟ, ଉତ୍କଳ ବିଶ୍ୱବିଦ୍ୟାଳୟ, ଦିବ୍ରୁଗଡ଼ ବିଶ୍ୱବିଦ୍ୟାଳୟ, ଜନନାୟକ ଚନ୍ଦ୍ରଶେଖର ବିଶ୍ୱବିଦ୍ୟାଳୟ ବାଲିଆ, ଦକ୍ଷିଣ ବିହାର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ଓୟୁଏଟି ଭୁବନେଶ୍ୱର, ରେଭେନ୍‌ସା ବିଶ୍ୱବିଦ୍ୟାଳୟ, ମହାରାଜା ସୁହେଲ ଦେବ ରାଜ୍ୟ ବିଶ୍ୱବିଦ୍ୟାଳୟ ଆଜମଗଡ଼ ଉତ୍ତରପ୍ରଦେଶ, ସେଞ୍ଚୁରିୟନ ବିଶ୍ୱବିଦ୍ୟାଳୟ, ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ପୁରୀ, ଟି.ଏମ୍‌.ଭାଗଲପୁର ବିଶ୍ୱବିଦ୍ୟାଳୟ ବିହାର, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ, କଟନ ବିଶ୍ୱବିଦ୍ୟାଳୟ ଆସାମ, ପାଟଳିପୁତ୍ର ବିଶ୍ୱବିଦ୍ୟାଳୟ ପାଟନା, ପଶ୍ଚିମ ବଙ୍ଗ ରାଜ୍ୟ ବିଶ୍ୱବିଦ୍ୟାଳୟ, ଯାଦବପୁର ବିଶ୍ୱବିଦ୍ୟାଳୟ, ସିଦୋ କାହ୍ନୁ ମୁର୍ମୁ ବିଶ୍ୱବିଦ୍ୟାଳୟ, ଏମ୍‌.ଏ.ଟି.ଏସ୍‌ ବିଶ୍ୱବିଦ୍ୟାଳୟ, ପାଟଣା ବିଶ୍ୱବିଦ୍ୟାଳୟ, ଅଟଳ ବିହାରୀ ବାଜପେୟୀ ବିଶ୍ୱବିଦ୍ୟାଳୟ ବିଳାସପୁର, ଡ. ଶ୍ୟାମପ୍ରସାଦ ମୁଖାର୍ଜୀ ବିଶ୍ୱବିଦ୍ୟାଳୟ, ଆଡାମାସ ବିଶ୍ୱବିଦ୍ୟାଳୟ, ବିନୋବା ଭାବେ ବିଶ୍ୱବିଦ୍ୟାଳୟ. ରାଧା ଗୋବିନ୍ଦ ବିଶ୍ୱବିଦ୍ୟାଳୟ ଓ ଶହୀଦ ନନ୍ଦକୁମାର ପଟେଲ ବିଶ୍ୱବିଦ୍ୟାଳୟ ।

ଇଷ୍ଟଜୋନ୍‌ ପାଇଁ ଉନ୍ନୀତ ହୋଇଥିବା ୪ଟି ବିଶ୍ୱବିଦ୍ୟାଳୟ ଯଥା ଆଡାମାସ ବିଶ୍ୱବିଦ୍ୟାଳୟ, ଜନନାୟକ ଚନ୍ଦ୍ରଶେଖର ବିଶ୍ୱବିଦ୍ୟାଳୟ ବାଲିଆ, ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ପୁରୀ ଓ ଭି.ବି.ଏସ୍‌.ପୂର୍ବାଞ୍ଚଳ ବିଶ୍ୱବିଦ୍ୟାଳୟଙ୍କ ମଧ୍ୟରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ପାଇଁ  ପ୍ରତିଦ୍ୱନ୍ଦିତା ହୋଇଥିଲା । ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ପୁରୀ ୪୧-୩୭ ରେ ଭି.ବି.ଏସ୍‌.ପୂର୍ବାଞ୍ଚଳ ବିଶ୍ୱବିଦ୍ୟାଳୟକୁ ପରାସ୍ତ କରି ଚମ୍ପିୟାନ୍‌ ଟ୍ରଫି ହାସଲ କରିଥିଲା । ଭି.ବି.ଏସ୍‌.ପୂର୍ବାଞ୍ଚଳ ବିଶ୍ୱବିଦ୍ୟାଳୟ ରନର୍ସ ଅପ୍‌ ଟ୍ରଫି ପାଇଥିଲା । ସେହିଭଳି ତୃତୀୟ ସ୍ଥାନ ପାଇଁ ଆଡାମାସ ବିଶ୍ୱବିଦ୍ୟାଳୟ ଓ ଜନନାୟକ ଚନ୍ଦ୍ରଶେଖର ବିଶ୍ୱବିଦ୍ୟାଳୟ ବାଲିଆ ମଧ୍ୟରେ ମ୍ୟାଚ୍‌ ହୋଇଥିଲା । ଏଥିରେ ଜନନାୟକ ଚନ୍ଦ୍ରଶେଖର ବିଶ୍ୱବିଦ୍ୟାଳୟ ବାଲିଆ ୩୬-୩୩ରେ ବିଜୟ ଲାଭ କରି ତୃତୀୟ ସ୍ଥାନ ପାଇଥିଲା ।

ଏହି କ୍ରୀଡ଼ାମହାକୁମ୍ଭର ଉଦ୍‌ଯାପନୀ ସମାରୋହ ନଭେମ୍ବର ୧୮ ତାରିଖ ଶନିବାର ଦିନ ଅନୁଷ୍ଠିତ ହୋଇଥିଲା । ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉଦ୍‌ଯାପନୀ ଉତ୍ସବରେ ଓଡ଼ିଶା ଉଚ୍ଚ ଶିକ୍ଷା ବିଭାଗର ଆଞ୍ଚଳିକ ନିର୍ଦ୍ଦେଶକ ଡ. ହେମନ୍ତ କୁମାର ଘଡ଼େଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । କ୍ରମାଗତ ଦ୍ୱିତୀୟଥର ପାଇଁ ବିଶ୍ୱବିଦ୍ୟାଳୟ ଏହି ପ୍ରତିଯୋଗିତା ସଫଳ ରୂପେ ଆୟୋଜନ କରିପାରିଥିବାରୁ ଡ. ଘଡ଼େଇ ନିଜ ବକ୍ତବ୍ୟରେ ସାଧୁବାଦ ଜ୍ଞାପନ କରିଥିଲେ । ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁ, କୁଳସଚିବ ଶ୍ରୀ ସହଦେବ ସମାଧିଆ ଓ ବିତ୍ତ ନିୟନ୍ତ୍ରକ ଶ୍ରୀ ଶୁକଦେବ ତରେଇ ଏହି ପ୍ରତିଯୋଗିତାର ସଫଳ ଆୟୋଜନ ପାଇଁ ବିଶ୍ୱବିଦ୍ୟାଳୟର ସମସ୍ତ କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ୪ଟି ବିଜୟୀ ଟିମ୍‌ଙ୍କୁ ଟ୍ରଫି ପ୍ରଦାନ କରା ଯାଇଥିଲା ଏବଂ ପରେ ଧ୍ୱଜା ଅବତରଣ ଓ ମଶାଲ ନିର୍ବାପନ କରାଯାଇଥିଲା  । କ୍ରୀଡ଼ା ପରିଷଦର ସମ୍ପାଦକ ଡ. ପ୍ରଭଞ୍ଜନ ମଲ୍ଲିକ ଧନ୍ୟବାଦ ଅର୍ପଣ କରିବା ସହ ଏହି ପ୍ରତିଯୋଗିତାର ସଫଳତା ନିମନ୍ତେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କୁ ତାଙ୍କର ଦୂରଦୃଷ୍ଟି ସମ୍ପନ୍ନ ଚିନ୍ତାଧାରା ତଥା ଏହାର ସମସ୍ତ ଯୋଜନା, ଆୟୋଜନର ଭିତ୍ତିଭୂମି ସୃଷ୍ଟି କରିଥିବାରୁ କୃତଜ୍ଞତା ଜ୍ଞାପନ କରିଥିଲେ । ସହଯୋଗୀ ପ୍ରଫେସର ଡ. ପୁଷ୍ପାଞ୍ଜଳି ପରିଡ଼ା ମଞ୍ଚ ପରିଚାଳନା କରିଥିଲେ ।

ଚାରିଦିନ ଧରି ଚାଲିଥିବା ଏହି ପ୍ରତିଯୋଗିତାରେ ବିଶ୍ୱବିଦ୍ୟାଳୟର କ୍ରୀଡ଼ା ପରିଷଦର କର୍ମକର୍ତ୍ତା ସଞ୍ଜୀବ କୁମାର ତନ୍ତୀ, ଉଜିତ କୁମାର ଦାସ,  ବିଶ୍ୱବିଦ୍ୟାଳୟ କ୍ରୀଡ଼ା ଶିକ୍ଷକ ଶ୍ରୀ ପ୍ରଦୀପ୍ତ ରଞ୍ଜନ ଦାସ, ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ୱୟଂଶାଶିତ ମହାବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ଶ୍ରୀ ସତ୍ୟନାରାୟଣ ବାରିକ, ସୀମାନ୍ତ ମହାବିଦ୍ୟାଳୟର ଶ୍ରୀ ଶ୍ରଦ୍ଧାନନ୍ଦ ସାହୁ, ବାରିପଦା ମହାବିଦ୍ୟାଳୟର ଶ୍ରୀ ତାପସ କୁମାର ସାମଲ ପ୍ରମୁଖ ଖେଳ ପରିଚାଳନାରେ ସହଯୋଗ କରିଥିଲେ । ଓଡ଼ିଶା କବାଡ଼ି ଆସୋସିଏସନର ଅଧ୍ୟକ୍ଷ ପଦ୍ମଚରଣ ପ୍ରଧାନଙ୍କ ସମେତ ଆସୋସିଏସନର ସମସ୍ତ ସଭ୍ୟ, ଖୋର୍ଦ୍ଧା ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀ ଅଜୟ କୁମାର ବେହେରା, ବଳଙ୍ଗା ମହାବିଦ୍ୟାଳୟର ଡ. ନୀଳକଣ୍ଠ ମିଶ୍ର, ମାଣିତିରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅସିତ କୁମାର ପାଲ ସମସ୍ତ ଖେଳକୁ ପରିଚାଳନା କରିବାରେ ସହଯୋଗ କରିଥିଲେ । ଏହି କ୍ରୀଡ଼ା ମହାକୁମ୍ଭର ସଫଳ ଆୟୋଜନରେ ବିଶ୍ୱବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ, ମୟୂରଭଞ୍ଜର ଜନସାଧାରଣ ସହଯୋଗ କରିଥିଲେ ।

Workshop on "NEP: Roles and Responsibilities of HEIs"

 


ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ 'ନୂତନ ଶିକ୍ଷାନୀତି: ଉଚ୍ଚ ଶିକ୍ଷାନୁଷ୍ଠାନର ଭୂମିକା ଓ ଦାୟିତ୍ୱ' ଶୀର୍ଷକ ଏକ  କର୍ମଶାଳା ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି । ବିଶ୍ୱବିଦ୍ୟାଳୟର 'ମହାବିଦ୍ୟାଳୟ ଉନ୍ନୟନ ପରିଷଦ' ଦ୍ୱାରା ଆୟୋଜିତ ଓ ବିଶ୍ୱବ୍ୟାଙ୍କ ଦ୍ୱାରା ଉତ୍କର୍ଷତା ଏବଂ ସମାନତା ପାଇଁ ଓଡିଶା ଉଚ୍ଚ ଶିକ୍ଷା ଯୋଜନାର ଆନୁଷ୍ଠାନିକ ବିକାଶ କାର୍ଯ୍ୟକ୍ରମ ଦ୍ୱାରା ପ୍ରାୟୋଜିତ ଏହି କର୍ମଶାଳାରେ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ପୌରହିତ୍ୟ କରି ନିଜ ବକ୍ତବ୍ୟରେ ନୂତନ ଶିକ୍ଷାନୀତିର ଗୁଣାତ୍ମକ ଦିଗ ଉପରେ ଆଲୋଚନା କରିବା ସହିତ ଏହାର ପ୍ରୟୋଗାତ୍ମକ ଦିଗରେ ଆନୁସଙ୍ଗିକ ସମସ୍ୟା ଉପରେ ଆଲୋଚନା କରିଥିଲେ । ମୁଖ୍ୟ ଅତିଥିରୂପେ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ପ୍ରଫେସର ତଥା ଓଡ଼ିଶା ରାଜ୍ୟ ଉଚ୍ଚ ଶିକ୍ଷା ପରିଷଦର କାର୍ଯ୍ୟକାରୀ ସଦସ୍ୟ ପ୍ରଫେସର ସୁସ୍ମିତ ପ୍ରସାଦ ପାଣି ଯୋଗଦାନ କରି ନିଜସ୍ୱ ବକ୍ତବ୍ୟରେ ନୂତନ ଶିକ୍ଷାନୀତି ଦେଶ ଓ ଜାତି ପକ୍ଷରେ କିପତି ଅତୀବ ମଙ୍ଗଳସାଧନ କରିବ ତାହା ଉପରେ ଆଲୋକପାତ କରିଥିଲେ । ବିଦ୍ୟାର ଏକଦିଗଦର୍ଶିତା ଅପେକ୍ଷା ପାରସ୍ପରିକ ସାପେକ୍ଷ ଜ୍ଞାନ ଅର୍ଜନ ଉପରେ ଗୁରୁତ୍ୱ ଦେଇ ନୂତନ ଶିକ୍ଷାନୀତି ଜାତୀୟ ଚରିତ୍ରକୁ ଦକ୍ଷ ଓ ସ୍ୱାବଲମ୍ବୀ କରିପାରିବ ବୋଲି ସେ ଦୃଢ଼ମତ ପୋଷଣ କରିଥିଲେ । ଧରାବନ୍ଧା ଗତାନୁଗତିକ ଶିକ୍ଷାପଦ୍ଧତି ଅପେକ୍ଷା ଏକ ମୁକ୍ତ ଜ୍ଞାନଅର୍ଜନ ପଦ୍ଧତିର ବର୍ତ୍ତମାନର ପରିବର୍ତ୍ତିତ ପରିସ୍ଥିତିରେ ଯଥେଷ୍ଟ ଆବଶ୍ୟକତା ଅଛି ବୋଲି ସେ କହିଥିଲେ । ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁ ସମ୍ମାନୀୟ ଅତିଥି ରୂପେ ଯୋଗଦାନ କରି ଭାରତୀୟ ଶିକ୍ଷାଧାରାରେ ପ୍ରାଚୀନଠାରୁ ଆଧୁନିକ ପର୍ଯ୍ୟନ୍ତ ପରିବର୍ତ୍ତିତ ଧାରା ଉପରେ ନିଜସ୍ୱ ବକ୍ତବ୍ୟରେ ଆଲୋଚନା କରିଥିଲେ । ମହାବିଦ୍ୟାଳୟ ଉନ୍ନୟନ ପରିଷଦର ନିର୍ଦ୍ଦେଶିକା ପ୍ରଫେସର ସୁସ୍ମିତା କର ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ସମ୍ପାଦକ ତଥା ସହଯୋଗୀ ପ୍ରଫେସର ଡ. ଆଦିତ୍ୟ କୁମାର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି କର୍ମଶାଳାରେ ବିଶ୍ୱବିଦ୍ୟାଳୟରେ ଅନୁବନ୍ଧିତ ମୟୂରଭଞ୍ଜ ଜିଲ୍ଲାର ୫୨ଟି ମହାବିଦ୍ୟାଳୟର ଅଧ୍ୟକ୍ଷଗଣ ଓ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକାମାନେ ଯୋଗଦାନ କରିଥିଲେ ।

Closing Ceremony of Inter-college Male Kabaddi competition

 



ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ତିନିଦିନ ଧରି ଚାଲିଥିବା ଆନ୍ତଃ-ମହାବିଦ୍ୟାଳୟ ସ୍ତରୀୟ କବାଡ଼ି ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି । ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ତତ୍ତ୍ୱାବଧାନରେ ପରିଚାଳିତ ପୁରୁଷ ବିଭାଗ ପ୍ରତିଯୋଗିତାର ଅନ୍ତିମ ଦିବସରେ ବାରିପଦାସ୍ଥ ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ୱୟଂଶାସିତ ମହାବିଦ୍ୟାଳୟ ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ ମୟୂରଭଞ୍ଜ କଲେଜ ଅଫ୍‌ ଏକାଉଣ୍ଟେନ୍‌ସିକୁ ହରାଇ ଚାମ୍ପିୟନ ହୋଇଥିଲା । ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁ ଉଦ୍‌ଯାପନୀ ସମାରୋହରେ ଉପସ୍ଥିତ ରହି ବିଜେତା ଟିମ୍‌କୁ ସିଲ୍‌ଡ ପ୍ରଦାନ କରିଥିଲେ । ଏହି ପ୍ରତିଯୋଗିତାକୁ ସଫଳ କରିବାରେ ବିଶ୍ୱବିଦ୍ୟାଳୟ ଆଥ୍‌ଲେଟିକ୍‌ କ୍ଲବ୍‌ର ଉପସଭାପତି ଡ. ବିଶ୍ୱଜିତ ରଥ, କ୍ରୀଡ଼ା ଶିକ୍ଷକ ପ୍ରଦୀପ୍ତ ରଞ୍ଜନ ଦାସ, ବିଶ୍ୱବିଦ୍ୟାଳୟ କ୍ରୀଡ଼ା ସଂସଦର ସଂପାଦକ ଡ. ପ୍ରଭଞ୍ଜନ ମଲ୍ଲିକ, ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ୱୟଂଶାସିତ ମହାବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ସତ୍ୟନାରାୟଣ ବାରିକ ପ୍ରମୁଖ ସହଯୋଗ କରିଥିଲେ । ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଡ. ସୃଷ୍ଟିଧର ରାଉତ, ଡ. ନବୀନ କୁମାର ସାହୁ, ଅଧ୍ୟାପିକା ଡ. ମିନତୀ ମଲ୍ଲିକ, ଡ. କବିତା କୁମାରୀ ସାହୁ, ମୟୂରଭଞ୍ଜ କଲେଜ ଅଫ୍‌ ଏକାଉଣ୍ଟେନ୍‌ସିର ଅଧ୍ୟକ୍ଷ ପ୍ରଦୀପ କୁମାର ନାୟକ, କରଞ୍ଜିଆ ସ୍ୱୟଂଶାସିତ ମହାବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ବିଭୂତିଭୂଷଣ ମହାନ୍ତ ଏବଂ ବିଶ୍ୱବିଦ୍ୟାଳୟର ବହୁ ଅଣଶିକ୍ଷକ କର୍ମଚାରୀ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ ।

University signs MoU with Nandi Foundation, Hyderabad

 


ହାଇଦ୍ରାବାଦସ୍ଥିତ ନନ୍ଦି ଫାଉଣ୍ଡେସନ ସହିତ ସ୍ଥାନୀୟ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ବିଶ୍ୱବିଦ୍ୟାଳୟ ସ୍ତରୀୟ ଛାତ୍ରୀ ଦକ୍ଷତା ବିକାଶ ନିଯୁକ୍ତି ଭିତ୍ତିକ ଏକ ଏମ୍‌ଓୟୁ ଆଜି ସ୍ୱାକ୍ଷରିତ ହୋଇଛି । ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଓ ନନ୍ଦି ଫାଉଣ୍ଡେସନର ପୂର୍ବାଞ୍ଚଳ କ୍ଷେତ୍ରୀୟ ପ୍ରମୁଖ ଦେବନାଥ ବରାଳଙ୍କ ଦ୍ୱାରା ଏହି ଏମ୍‌ଓୟୁ ସ୍ୱାକ୍ଷରିତ ହୋଇ ବିଶ୍ୱବିଦ୍ୟାଳୟର ପ୍ରଗତି ପଥରେ ଆଉ ଏକ ପାଦ ଆଗକୁ ନେଇଛି । ଏହାଦ୍ୱାରା ବିଶ୍ୱବିଦ୍ୟାଳୟ ଓ ଏହାର ଅନୁବନ୍ଧିତ ମହାବିଦ୍ୟାଳୟର ଛାତ୍ରୀମାନେ ଦକ୍ଷତା ନିଯୁକ୍ତି ଭିତ୍ତିକ ପ୍ରଶିକ୍ଷଣ ପାଇ ଜୀବନରେ ସ୍ୱାବଲମ୍ବୀ ହେବା ସହିତ ନିଜର ମହାନ୍‌ ଗୁଣର ବିକାଶ ପାଇଁ ଏକ ପରିବେଶ ସୃଷ୍ଟି ହେବ ବୋଲି କୁଳପତି ପ୍ରଫେସର ତ୍ରିପାଠୀ ମତବ୍ୟକ୍ତ କରିଛନ୍ତି । ଏହି ଏମ୍‌ଓୟୁ ସ୍ୱାକ୍ଷରିତ କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁ, ଆଇକ୍ୟୁଏସି ନିର୍ଦ୍ଦେଶିକା ପ୍ରଫେସର ଏମ୍‌ ହିମବିନ୍ଦୁ, କୁଳସଚିବ ସହଦେବ ସମାଧିଆ, ବିତ୍ତ ନିୟନ୍ତ୍ରକ ଶୁକଦେବ ତରାଇ ଓ ବିଶ୍ୱବିଦ୍ୟାଳୟର ବହୁ ଅଧ୍ୟାପକ ଅଧ୍ୟାପିକା ଉପସ୍ଥିତ ରହିଥିଲେ ।

Workshop on Techinal Document Writing using Latex and Good Ethical Practices in Research and Publication

 



ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟ ର କମ୍ପ୍ୟୁଟର ବିଜ୍ଞାନ ବିଭାଗ ଦ୍ବାରା ତା ୨/୧୧/୨୩ ଗୁରୁବାର ଦିନ ଟେକ୍ନିକଲ ଡକ୍ୟୁମେଣ୍ଟ ରାଇଟିଙ୍ଗ ୟୂଜିଂ ଲାଟେକ୍ସ ଓ ଗବେଷଣା ରେ ଗୁଡ୍ ଏଥିକଲ୍ ପ୍ରାକଟିସ ଶୀର୍ଷକ ଉପରେ କର୍ମଶାଳା ଅନୁଷ୍ଠିତ ହୋଇଥିଲା ।
ବିଶ୍ଵବିଦ୍ୟାଳୟ କୁଳପତି ପ୍ରଫେସର୍ ସନ୍ତୋଷ କୁମାର ତ୍ରିପାଠୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଉଦ୍ଘାଟନ କରି ଆଲୋଚନାଚକ୍ରର ପ୍ରାସଙ୍ଗିକତା ଉପରେ ଆଲୋକପାତ କରିଥିଲେ। ଏହା ସହ ଉପରୋକ୍ତ ବିଷୟଟି ଉପସ୍ଥିତ ଯୁବ ଗବେଷକ ଏବଂ ଅଧ୍ୟାପକ ଓ ଅଧ୍ୟାପିକା ମାନଙ୍କର ଗବେଷଣା ତଥା ନିବନ୍ଧ ପ୍ରକାଶନୀ ଲେଖିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଆଶା ପୋଷଣ କରିଥିଲେ। ତେଜପୁର ବିଶ୍ଵବିଦ୍ୟାଳୟ, ଆସାମ ର ମେକାନିକାଲ ଇଂଜିନିୟରିଂ ବିଭାଗର ମୁଖ୍ୟ ପ୍ରଫେସର ଦିଲୀପ ଦତ୍ତ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଲାଟେକ୍ସ ର ଉପାଦେୟତା ବିଷୟରେ ଅବଗତ କରାଇଥିଲେ। 

ବିଶ୍ବବିଦ୍ୟାଳୟ  ସ୍ନାତକୋତ୍ତର ପରିଷଦ ର ଅଧ୍ୟକ୍ଷ ପ୍ରଫେସର୍ ହେମନ୍ତ କୁମାର ସାହୁଙ୍କ ପୌରହିତ୍ୟରେ ଉପରୋକ୍ତ ସଭା ଅନୁଷ୍ଠିତ ହୋଇଥିଲା। ବିଶେଷ ଅତିଥି  ଭାବେ ଆଇକ୍ୟୁଏସି ନିର୍ଦ୍ଦେଶିକା ପ୍ରଫେସର ଏମ. ହିମାବିନ୍ଦୁ ଯୋଗ ଦେଇ ଲାଟେକ୍ସ ର ଉପକାରିତା ଉପରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମ ର ସଂଯୋଜକ ବିଭାଗୀୟ ସହକାରୀ ପ୍ରଫେସର ଡ. ଜନ୍ମେଞ୍ଜୟ ନାୟକ ମଞ୍ଚ ପରିଚାଳନା କରିଥିବା ବେଳେ ବିଭାଗୀୟ ସହକାରୀ ପ୍ରଫେସର ଡ. ପାର୍ଥସାରଥୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।  କାର୍ଯ୍ୟକ୍ରମ ପରିଚାଳନାରେ ବିଭାଗୀୟ ସହକାରୀ ପ୍ରଫେସର ଡ ଶର୍ମିଳା ସୁବୁଦ୍ଧି ଏବଂ ଡ ଶାନ୍ତିସ୍ଵରୂପ ବାସା ତଥା କମ୍ପ୍ୟୁଟର ବିଭାଗର ଛାତ୍ରଛାତ୍ରୀ ସହଯୋଗ  କରିଥିଲେ । ଏହି କାର୍ଯ୍ୟକ୍ରମରେ ରାଜ୍ୟ ତଥା ରାଜ୍ୟ ବାହାର ର ବିଭିନ୍ନ ବିଶ୍ବବିଦ୍ୟାଳୟର ୭୦ ରୁ ଉର୍ଦ୍ଧ୍ୱ ଗବେଷକ ଓ ଗବେଷିକା ମାନେ ଯୋଗଦାନ କରିଥିଲେ । 

 ଦୀର୍ଘ ତିନି ଦିନ ଧରି ଚାଲୁ ରହିଥିବା ଏହି କର୍ମଶାଳାରେ ପ୍ରତିଯୋଗୀ ମାନେ ପ୍ରତ୍ୟକ୍ଷ ଭାବରେ ପ୍ରଫେସର୍ ଦତ୍ତ ଙ୍କ ଠାରୁ ଶିକ୍ଷା ଗ୍ରହଣ କରିଥିଲେ । ଶେଷରେ ତା ୪/୧୧ ଦିନ ଉଦଯାପନୀ ଉତ୍ସବ ର ଆୟୋଜନ କରା ଯାଇଥିଲା। ଏହି ଅବସର ରେ ବିଶ୍ଵବିଦ୍ୟାଳୟ ର ଆଇ.ଡି.ପି ର ଟି.ଏନ୍.ଓ ଡ. ସୁକାନ୍ତ କୁମାର ନାୟକ କାର୍ଯ୍ୟକ୍ରମ ର ଉପକାରିତା ଉପରେ ଆଲୋଚନା  କରିଥିଲେ । କାର୍ଯ୍ୟକ୍ରମ ର ସଂଯୋଜକ ବିଭାଗୀୟ ସହକାରୀ ପ୍ରଫେସର ଡ. ଜନ୍ମେଞ୍ଜୟ ନାୟକ ମଞ୍ଚ ପରିଚାଳନା କରିଥିବା ସହ ଉପସ୍ଥିତ ଗବେଷକ ଓ ଗବେଷିକା, ବିଭାଗର ଅଧ୍ୟାପକ ଓ ଅଧ୍ୟାପିକା ଏବଂ ଛାତ୍ରଛାତ୍ରୀ ମାନଙ୍କୁ କାର୍ଯ୍ୟକ୍ରମ ରେ ସହଯୋଗ କରିଥିବା ରୁ ଧନ୍ୟବାଦ ଅର୍ପଣ କରିଥିଲେ।

Inaugural of Inter-college kabaddi @MSCBU

 


ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଆନ୍ତଃ-ମହାବିଦ୍ୟାଳୟ ସ୍ତରୀୟ କବାଡ଼ି ପ୍ରତିଯୋଗିତା ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ତତ୍ତ୍ୱାବଧାନରେ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁଙ୍କ ଦ୍ୱାରା ବୁଧବାର ଦିନ ଉଦ୍‌ଘାଟିତ ହୋଇଯାଇଛି । ଏହି ପ୍ରତିଯୋଗିତା ପୁରଷ ଓ ମହିଳା ବିଭାଗକୁ ନେଇ ନଭେମ୍ବର ୧ ତାରିଖ ଠାରୁ ୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏହି ପ୍ରତିଯୋଗିତାରେ ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ବିଭାଗ, ବିଶ୍ୱବିଦ୍ୟାଳୟ ଦ୍ୱାରା ଅନୁବନ୍ଧିତ ମହାବିଦ୍ୟାଳୟ ଗୁଡ଼ିକ ଯଥା ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ୱୟଂଶାସିତ ମହାବିଦ୍ୟାଳୟ, ବାରିପଦା ମହାବିଦ୍ୟାଳୟ, ଶ୍ରୀମା ମହିଳା ମହାବିଦ୍ୟାଳୟ, ସରକାରୀ ମହିଳା ମହାବିଦ୍ୟାଳୟ, ମୟୂରଭଞ୍ଜ କଲେଜ ଅଫ୍‌ ଏକାଉଣ୍ଟେନ୍‌ସି ଆଣ୍ଡ୍‌ ମ୍ୟାନେଜ୍‌ମେଣ୍ଟ, ରାଗଧାସ୍ଥ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ମହାବିଦ୍ୟାଳୟ, କେନ୍ଦୁଝରସ୍ଥ ଧରଣୀଧର ସ୍ୱୟଂଶାସିତ ମହାବିଦ୍ୟାଳୟ, ଉଦଳା ମହାବିଦ୍ୟାଳୟ, ଝାରପୋଖରିଆସ୍ଥ ସୀମାନ୍ତ ମହାବିଦ୍ୟାଳୟ, କରଞ୍ଜିଆ ସ୍ୱୟଂଶାସିତ ମହାବିଦ୍ୟାଳୟ, ସ୍ୱାମ୍‌ପାଟଣାସ୍ଥ ଆଞ୍ଚଳିକ ମହାବିଦ୍ୟାଳୟ, ହରିଚନ୍ଦନପୁରସ୍ଥ ବି.ବି. ମହାବିଦ୍ୟାଳୟ, ବେତନଟୀ ମହାବିଦ୍ୟାଳୟ, ତେଲକୋଇସ୍ଥ ଚାରିଗଡ଼ ମହାବିଦ୍ୟାଳୟ, ଖୁଣ୍ଟା ସ୍ନାତକ ମହାବିଦ୍ୟାଳୟ, ଉଦଳାସ୍ଥ ଇନ୍ଦିରାଗାନ୍ଧୀ ମହିଳା ମହାବିଦ୍ୟାଳୟ, ରରୁଆଁସ୍ଥ ଏ.ପି. ମହାବିଦ୍ୟାଳୟ, ନୁଦଡିହାସ୍ଥ ମେଧାସନ ମହାବିଦ୍ୟାଳୟ, ବାଙ୍ଗିରିପୋଷିସ୍ଥ ଲକ୍ଷ୍ମୀକାନ୍ତ ମହାବିଦ୍ୟାଳୟ, ଘଟଗାଁସ୍ଥ ତାରିଣୀ ଠାକୁରାଣୀ ମହାବିଦ୍ୟାଳୟ, ତୁରୁମୁଙ୍ଗାସ୍ଥ ଡି.ବି. ମହାବିଦ୍ୟାଳୟ, ରିମୁଳି ମହାବିଦ୍ୟାଳୟ, ପିପିଳିଆସ୍ଥ ଲକ୍ଷ୍ମୀନାରାୟଣ ମହାବିଦ୍ୟାଳୟ ଆଦିର ଛାତ୍ରଛାତ୍ରୀମାନେ ଭାଗନେବାର କାର୍ଯ୍ୟକ୍ରମ ରହିଛି । ଆଜି ଅନୁଷ୍ଠିତ ହୋଇଥିବା ଉଦ୍‌ଘାଟନୀ ମ୍ୟାଚ୍‌ରେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ବିଭାଗ ସ୍ୱାମ୍‌ପାଟଣା ଆଞ୍ଚଳିକ ମହାବିଦ୍ୟାଳୟକୁ ୬୬-୪୩ ରେ ପରାସ୍ତ କରିଥିଲା । ବିଶ୍ୱବିଦ୍ୟାଳୟ ଆଇକ୍ୟୁଏସି ନିର୍ଦ୍ଦେଶିକ ପ୍ରଫେସର ଏମ୍‌. ହିମବିନ୍ଦୁ ଉପସ୍ଥିତ ରହି ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ବିଶ୍ୱବିଦ୍ୟାଳୟ ଆଥ୍‌ଲେଟିକ୍‌ କ୍ଲବ୍‌ର ଉପସଭାପତି ସହଯୋଗୀ ପ୍ରଫେସର ଡ. ବିଶ୍ୱଜିତ ରଥ ପରିଚାଳନା କରୁଥିବାବେଳେ ବିଶ୍ୱବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ପ୍ରଦୀପ୍ତ ରଞ୍ଜନ ଦାସ ପର୍ଯ୍ୟାୟବାଚୀ କାର୍ଯ୍ୟକ୍ରମକୁ ପରିଚାଳନା କରୁଛନ୍ତି । 

Odisha Startup Yatra Bootcamp - 2023 @MSCBU

 





ଛାତ୍ର-ଛାତ୍ରୀଙ୍କ ମଧ୍ୟରେ ଔଦ୍ୟୋଗିକତା ତଥା ଷ୍ଟାର୍ଟ-ଅପ ସ୍ଥାପନରେ ସହଯୋଗ କରିବା ଲକ୍ଷ୍ୟ ନେଇ ଓଡିଶା ସରକାରଙ୍କ ଏମ.ଏସ.ଏମ.ଇ-ମନ୍ତ୍ରାଳୟ ଅଧିନସ୍ଥ ଷ୍ଟାର୍ଟଅପ ଓଡିଶା ଦ୍ୱାରା ସବୁ ବର୍ଷ ଭଳି ଏ ବର୍ଷ ମଧ୍ୟ ଓଡିଶା ଷ୍ଟାର୍ଟ-ଅପ ଯାତ୍ରା ଅଭିଯାନ ଗତ ସେପ୍ଟେମ୍ବର ମାସରୁ ଆରମ୍ଭ ହୋଇଛି । ଏହି କ୍ରମରେ ଗତ ୧୪ ତାରିଖ ଦିନ ସ୍ଥାନୀୟ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଏକ ଷ୍ଟାର୍ଟ-ଅପ୍ ବୁଟ୍-କ୍ୟାମ୍ପ୍ ଆଇ.ଆଇ.ଟି. ଭୁବନେଶ୍ବରର ତତ୍ୱାବଧାନ ତଥା ବିଶ୍ବବିଦ୍ୟାଳୟର ଇନକ୍ୟୁବେସନ ସେଣ୍ଟରର ସହଯୋଗିତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଷ୍ଟାର୍ଟ-ଅପ୍ ଓଡିଶା ତରଫରୁ ଡ. ମନୀଷା ଆଚାର୍ଯ୍ୟ ଓ ଆଇ.ଆଇ.ଟି. ଭୁବନେଶ୍ବର ତରଫରୁ ଶ୍ରୀମତୀ ପୁରବୀ ମିଶ୍ର ଏବଂ ଶ୍ରୀ ଶକ୍ତି ସ୍ଵରୂପ ପତି ଯୋଗ ଦେଇ ଛାତ୍ର-ଛାତ୍ରୀଙ୍କୁ ଷ୍ଟାର୍ଟ-ଅପ ସ୍ଥାପନ କରିବାର ଆବଶ୍ୟକତା ତଥା ସେଥିରେ ସମ୍ମୁଖୀନ ହେଉଥିବା ବିଭନ୍ନ ସମସ୍ୟା ଓ ତା'ର ସମାଧାନ ତଥା ଓଡିଶା ସରକାରଙ୍କ ଦ୍ଵାରା ଉପଲବ୍ଧ ବିଭିନ୍ନ ପ୍ରକାରର ଷ୍ଟାର୍ଟ-ଅପ୍ ସ୍କିମ ବିଷୟରେ ଛାତ୍ର-ଛାତ୍ରୀଙ୍କୁ ଅବଗତ କରେଇଥିଲେ । ବିଶ୍ୱବିଦ୍ୟାଳୟର ଇନକ୍ୟୁବେସନ ସେଣ୍ଟରର ନିର୍ଦ୍ଦେଶିକା ଡ. ଏମ. ହିମବିନ୍ଦୁ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତାପୂର୍ବକ ଅତିଥି ପରିଚୟ ପ୍ରଦାନ କରିଥିଲେ । ଇନକ୍ୟୁବେସନ ସେଣ୍ଟରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଇଂ ସୌମ୍ୟରଂଜନ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ପରିଶେଷରେ  ଇନକ୍ୟୁବେସନ ସେଣ୍ଟରର ଉପ-ନିର୍ଦ୍ଦେଶକ ଡ. ପ୍ରିୟ ରଞ୍ଜନ ଦେବତା ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବିଶ୍ବବିଦ୍ୟାଳୟ ତଥା ଅନ୍ୟାନ୍ୟ ମହାବିଦ୍ୟାଳୟ ମାନଙ୍କରୁ ପ୍ରାୟ ୧୨୦ ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରି ପ୍ରାୟ ୨୫ ଗୋଟି ଆଇଡ଼ିଆ ପ୍ରଦର୍ଶିତ କରିଥିଲେ । ଏହି ପ୍ରତିଯୋଗିତାରେ ବିଶ୍ୱବିଦ୍ୟାଳୟର ପ୍ରାଣୀବିଜ୍ଞାନ ବିଭାଗର ଗବେଷଣାରତ ଛାତ୍ର ଗୌତମ ସିଂ ତଥା ତାଙ୍କ ସହଯୋଗୀ କୁମାରୀ ସ୍ମତିରେଖା ମହାନ୍ତଙ୍କ ଦ୍ୱାରା ପ୍ରଦର୍ଶିତ "ଜୈବିକ ସାର" ପ୍ରଥମ ସ୍ଥାନ, ପ୍ରାଣୀବିଜ୍ଞାନ ବିଭାଗର ଛାତ୍ରୀ ରଶ୍ମି ରେଖା ରାଉତ ଓ ତାଙ୍କ ସହଯୋଗୀ ଶ୍ରୀମାନ ଜ୍ୟୋତି ଜୀବନ ଗିରିଙ୍କ ପ୍ରସ୍ତାବିତ "ଇ-ଶାଳ" ଦ୍ବିତୀୟ ସ୍ଥାନ ଅଧିକାର କରିଥିଲା । ବିଶ୍ବବିଦ୍ୟାଳୟର କମ୍ପ୍ୟୁଟର ବିଜ୍ଞାନ ବିଭାଗର କୁମାରୀ ଅମିଶା ଦାସ, ତାଙ୍କ ସହଯୋଗୀ କୁମାରୀ ସୁସ୍ମିତା ବସା, ସୁଶ୍ରୀ ସଂଗୀତା ତଥା ଶ୍ରୀମାନ ବିଭୂଙ୍କ ଦ୍ଵାରା ପ୍ରଦର୍ଶିତ "ସ୍ମାର୍ଟ ବିନ- କଲେକ୍ଟୋରେମେଟିକ" ତୃତୀୟ ସ୍ଥାନ ଅଧିକାର କରିଥିଲା ।  ଷ୍ଟାର୍ଟ-ଅପ୍ ଓଡିଶା ତରଫରୁ ସମସ୍ତ ବିଜୟୀ ଦଳଙ୍କୁ ଉପହାର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରକାଶ ଥାଉ କି ପୂର୍ବ ବର୍ଷ ତୁଳନାରେ ଏହି ବର୍ଷ ଏହି ପ୍ରତିଯୋଗିତାରେ ୬୦% ଅଧିକ ଆଇଡ଼ିଆ ପ୍ରଦର୍ଶିତ ହୋଇଅଛି । ଭୁବନେଶ୍ୱରରୁ ଆସିଥିବା ଷ୍ଟାର୍ଟ ଅପ ଉଦ୍ୟୋଗୀ ଶ୍ରୀ ହିତେଶ ପଶା  ଓ ବିଶ୍ଵବିଦ୍ୟାଳୟର ପ୍ରାକ୍ତନ ଛାତ୍ରୀ ତଥା ପୂର୍ବ ବର୍ଷର ଷ୍ଟାର୍ଟ-ଅପ୍ ଯାତ୍ରା ବିଜୟିନୀ କୁମାରୀ ସ୍ନେହା ନାୟକ ନିଜର ଔଦ୍ୟୋଗିକ ଅନୁଭୂତିକୁ ଏଥିରେ ବର୍ଣ୍ଣନା କରି ଉପସ୍ଥିତ ଛାତ୍ର-ଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । 

Wildlife Week Celebration @MSCBU

 

ବନ୍ୟପ୍ରାଣୀ ଓ ଜୈବ ବିବିଧତା ସଂରକ୍ଷଣ ସଚେତନତା ସପ୍ତାହ ଅବସରରେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟ ର ଲିଟେରାରୀ କ୍ଲବ୍ ସହଯୋଗିତା ରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ବିଶ୍ବବିଦ୍ୟାଳୟ ସମ୍ମଳନ କକ୍ଷ ରେ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁଙ୍କ ପୌରହିତ୍ୟରେ ଆୟୋଜିତ ଏହି ଆଲୋଚନା ଚକ୍ରରେ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ମୁଖ୍ୟ ଅତିଥୁ ରୂପେ ଯୋଗିଦାନ କରି ନିଜସ୍ବ ବକ୍ତବ୍ୟରେ ଶିମିଳିପଳ ଉପରେ ଅଧିକରୁ ଅଧିକ ଗବେଷଣା ହେବାର ଆବଶ୍ୟକତା ଅଛି ବୋଲି ମତ ରଖିଥିଲେ । ପ୍ରାକ୍ତନ ବନ୍ୟପ୍ରାଣୀ ତତ୍ୱାବଧାରକ ଭାନୁମିତ୍ର ଆଚାର୍ଯ୍ୟ ସମ୍ମାନିତ ଅତିଥ୍‌ ରୂପେ ଯୋଗଦାନ କରି ନିଜର ଅଭିଭାଷଣରେ ଛାତ୍ର ଛାତ୍ରୀ ମାନଙ୍କର ବନ୍ୟପ୍ରାଣୀ ମାନଙ୍କ ସମ୍ବନ୍ଧରେ କ୍ଷେତ୍ର ପରିଦର୍ଶନ ପୂର୍ବକ ବାସ୍ତବ ଜ୍ଞାନର ଆବଶ୍ୟକତା ଅଛି ବୋଲି କହିଥିଲେ । ବିଶ୍ବବିଦ୍ୟାଳୟ ଅନ୍ତର୍ନିହିତ ଗୁଣବତ୍ତା ପରିମାପ ବିଭାଗର ନିର୍ଦ୍ଦେଶିକା କମ୍ପ୍ୟୁଟର ପ୍ରାୟୋଗିକ ବିଭାଗ ପ୍ରଫେସର ଏମ. ହିମାବିନ୍ଦୁ ସ୍ବତନ୍ତ୍ର ଅତିଥ୍‌ ଭାବରେ ଯୋଗଦାନ କରି ପ୍ରାକୃତିକ ପରିବେଶକୁ ଆପଣାର କରି ବଞ୍ଚିବାର କୌଶଳ ଆମେ ଶିମିଳିପାଳର ଆଦିମ ଅଧ‌ିବାସୀମାନଙ୍କଠାରୁ ଶିକ୍ଷା କରିବାର ଅଛି ବୋଲି ବକ୍ତବ୍ୟ ରଖୁଥଲେ । ଏଥ‌ିରେ ଲିଟେରାରୀ କ୍ଲବ୍ ର ସଂଯୋଜିକ ବିଭାଗୀୟ ସହକାରୀ ପ୍ରଫେସର ଡକ୍ଟର ଶୁଭାନୀ ରଥ ମଞ୍ଚ ପରିଚାଳନା କରିବାବେଳେ ବିଭାଗୀୟ ଅନ୍ୟତମ ସହକାରୀ ପ୍ରଫେସର ଡକ୍ଟର ଦେବାଶିଷ ନାୟକ, ଡକ୍ଟର ଅଶୋକ କୁମାର ମଲ୍ଲିକ, ଡକ୍ଟର ରବୀନ୍ଦ୍ର କୁମାର ମିଶ୍ର ସହଯୋଗ କରିଥିଲେ । ବିଭାଗୀୟ ବରିଷ୍ଠ ସହକାରୀ ପ୍ରଫେସର ଡକ୍ଟର ସୃଷ୍ଟିଧର ରାଉତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଆଲୋଚନା ଚକ୍ରରେ ବିଶ୍ବବିଦ୍ୟାଳୟ ସମସ୍ତ ବିଭାଗର ବହୁ ଅଧ୍ୟାପକ ଓ ଅଧ୍ୟାପିକା ଯୋଗଦାନ କରିବା ସହିତ ଛାତ୍ର ଛାତ୍ରୀ ମାନେ ଯୋଗଦାନ କରିଥିଲେ ।

Workshop on Career Guidance and Job Opportunities

 




ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏକ କ୍ୟାରିୟର କାଉନ୍‌ସେଲିଂ କର୍ମଶାଳା ବୁଧବାର ଦିନ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଯାଇଛି । ବିଶ୍ୱବିଦ୍ୟାଳୟର କ୍ୟାରିୟର କାଉନ୍‌ସେଲିଂ ସେଲ୍‌ ଓ ପ୍ଲେସ୍‌ମେଣ୍ଟ୍‌ ସେଲ୍‌ର ମିଳିତ ଆନୁକୁଲ୍ୟରେ ଆୟୋଜିତ ଏହି ତ୍ରିଦିବସୀୟ କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କୁଳପତି ପ୍ରଫେସର ତ୍ରିପାଠୀ ନିଜ ବକ୍ତବ୍ୟରେ ଛାତ୍ରଛାତ୍ରୀମାନଙ୍କୁ ଭୟକୁ ଏକ ଆହ୍ୱାନ ରୂପେ ଗ୍ରହଣ କରି ନିପୁଣତା ଓ ଜ୍ଞାନକୁ ପାଥେୟ କରି ନିଜର କ୍ୟାରିୟର ଗଢ଼ିବାକୁ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ । ପୁଣି ଅନ୍ୟମାନଙ୍କ ଆଶା ଆକାଂକ୍ଷା ଦ୍ୱାରା ପ୍ରଭାବିତ ନ ହୋଇ ନିଜର ସ୍ୱପ୍ନକୁ ସାକାର କରିବା ପାଇଁ ସଙ୍କଳ୍ପବଦ୍ଧ ହେବା ପାଇଁ ସେ ଆହ୍ୱାନ କରିଥିଲେ । ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁ ଏହି କାର୍ଯ୍ୟକ୍ରମରେ ପୌରହିତ୍ୟ କରି ନିଜ ବକ୍ତବ୍ୟରେ ଛାତ୍ରଛାତ୍ରୀଙ୍କ କ୍ୟାରିୟର ଗଢ଼ିବାରେ ବିଶ୍ୱବିଦ୍ୟାଳୟର ପ୍ରତିବଦ୍ଧତା ସମ୍ପର୍କରେ ନିଜର ବକ୍ତବ୍ୟ ରଖିଥିଲେ । ସମ୍ମାନିତ ଅତିଥି ଭାବେ ଯୋଗଦେଇ ପଶ୍ଚିମବଙ୍ଗ ବାରାକପୁରର ସି.ଆଇ.ଏଫ୍‌.ଆର୍‌.ଇ ର ନିର୍ଦ୍ଦେଶକ ଡ. ବି.କେ. ଦାସ ଛାତ୍ରଛାତ୍ରୀମାନଙ୍କୁ କ୍ୟାରିଅର ଗଢ଼ିବା ସହିତ ନିଜ ପରିବାରକୁ ନ ଭୁଲି ଯିବାପାଇଁ ପରାମର୍ଶ ଦେଇଥିଲେ । ସ୍ୱତନ୍ତ୍ର ଅତିଥି ଭାବେ ଆଇକ୍ୟୁଏସି ନିର୍ଦ୍ଦେଶିକା ପ୍ରଫେସର ଏମ୍‌. ହିମବିନ୍ଦୁ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ନିଜର ଶକ୍ତି, ଦୁର୍ବଳତା, ସୁଯୋଗପ୍ରବଣତା ଓ ସାମ୍ନାକରୁଥିବା ଆହ୍ୱାନ୍‌ ଗୁଡ଼ିକ ଚିହ୍ନିବା ହିଁ ଏକ ସଫଳ କ୍ୟାରିୟର ଗଠନର ଲକ୍ଷଣ ବୋଲି କହିଥିଲେ । ବିଶ୍ୱବିଦ୍ୟାଳୟର କ୍ୟାରିୟର କାଉନ୍‌ସେଲିଂ ସେଲ୍‌ର ସଂଯୋଜକ ତଥା ଜୈବପ୍ରଯୁକ୍ତି ବିଦ୍ୟା ବିଭାଗର ସହଯୋଗୀ ପ୍ରଫେସର ଡ. ସୁକାନ୍ତ କୁମାର ନାୟକ ସ୍ୱାଗତ ଭାଷଣ ପ୍ରଦାନ କରି ଏହି ତିନିଦିନିଆ କର୍ମଶାଳାର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ବିଷୟରେ ଆଲୋକପାତ କରିଥିଲେ । ବିଶ୍ୱବିଦ୍ୟାଳୟ ପ୍ଲେସ୍‌ମେଣ୍ଟ୍‌ ସେଲ୍‌ର ସଂଯୋଜିକା ତଥା ଅର୍ଥନୀତି ବିଭାଗର ସହଯୋଗୀ ପ୍ରଫେସର ଡ. କବିତା କୁମାରୀ ସାହୁ ଅତିଥି ପରିଚୟ ଓ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମକୁ ଅର୍ଥନୀତି ବିଭାଗର ଅଧ୍ୟାପକ ଡ. ପ୍ରତାପ କୁମାର ଜେନା, କମ୍ପ୍ୟୁଟର ବିଜ୍ଞାନ ବିଭାଗର ଅଧ୍ୟାପକ ଡ. ଜନ୍ମେଞ୍ଜୟ ନାୟକ, ବ୍ୟବସାୟ ପ୍ରଶାସନ ବିଭାଗର ଅଧ୍ୟାପକ ଡ. ସୀତାରାମ ଦାସ ପ୍ରମୁଖ ପରିଚାଳନା କରିଥିଲେ । ଏହି କର୍ମଶାଳାରେ ବିଶ୍ୱବିଦ୍ୟାଳୟର ୩୦୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଭାଗନେଉଛନ୍ତି । ଆଗାମୀ ତିନିଦିନ ଧରି ଛାତ୍ରଛାତ୍ରୀମାନଙ୍କୁ ରାଜ୍ୟ ଓ ରାଜ୍ୟବାହାରର ବିଭିନ୍ନ ବିଶିଷ୍ଟ ବ୍ୟକ୍ତି ତଥା ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକାମାନେ ଛାତ୍ରଛାତ୍ରୀ ମାନଙ୍କୁ କ୍ୟାରିୟର ସମ୍ପର୍କିତ ପରାମର୍ଶ ଦେବା ସହ ଭାବ ବିନିମୟ କରିବେ ।

Three-day NSS Volunteers Empowerment Programme @MSCBU

 


ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ପରିସରରେ ଜାତୀୟ ସେବା ଯୋଜନା ବ୍ୟୁରୋ ଦ୍ଵାରା ଆୟୋଜିତ ଏବଂ ଓଡିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ଦ୍ଵାରା ପ୍ରାୟୋଜିତ ତିନିଦିନିଆ ଏନ୍. ଏସ୍. ଏସ୍ ଜନଜାତୀୟ ସ୍ଵେଚ୍ଛାସେବୀଙ୍କ ସଶକ୍ତିକରଣ ଶିବିର ଉଦଘାଟିତ ହୋଇଯାଇଛି । ଏହି ଉଦଘାଟନୀ ଉତ୍ସବ ସ୍ନାତ୍ତକୋତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଥିଲା ।ଏହି ଉଦଘାଟନୀ ସଭାରେ ମୁଖ୍ୟ ଅତିଥି ଭାବେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଯୋଗଦେଇ ଜଣେ ପ୍ରକୃତି, ପ୍ରବୃତ୍ତି, ଆଚରଣ, ଉଚ୍ଚାରଣ କୁ ମାର୍ଜିତ କରିବା ସହ ଜଣେ ଉତ୍ତମ ସ୍ବେଚ୍ଛାସେବୀ ହୋଇ ସମାଜ ଗଠନ ରେ ନିଜକୁ ସାମିଲ ହୋଇପାରିଲେ ଜୀବନର ସାର୍ଥକତା ଆସିଥାଏ ବୋଲି ମତବ୍ୟକ୍ତ କରିଥିଲେ । ସମ୍ମାନିତ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ରାଜ୍ୟ ସଭା ସାଂସଦ ବୀରଭଦ୍ର ସିଂ ଯୋଗଦେଇ ଦୃଢ଼ ଇଚ୍ଛା ଶକ୍ତି ଥିଲେ ଯେ କେହିବି ଶିଖରକୁ ଛୁଇଁ ପାରେ ଏବଂ ଆଜିର ଦିନରେ ବୃକ୍ଷର ଆବଶ୍ୟକତା ସହ ଜନଜାତି ମାନେ ନିଶା, ଅନ୍ଧ ବିଶ୍ବାସଠୁ ଦୁରେଇ ରହିବା ପାଇଁ ହେଲେ ଶିକ୍ଷାର ଆବଶ୍ୟକତା ବିଷୟରେ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଜାତୀୟ ସେବା ଯୋଜନା ବ୍ୟୁରୋ ସଂଯୋଜକ ଡ. ବସନ୍ତ କୁମାର ମହାନ୍ତ ତ୍ରିଦିବସୀୟ ଶିବିରର ଆଭିମୁଖ୍ୟ ସ୍ପଷ୍ଟ କରିବାସହ କାର୍ଯ୍ୟକ୍ରମ ସୂଚୀ ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ସଭାରେ ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଦିଲ୍ଲୀପ କୁମାର ପ୍ରମାଣିକ ଅତିଥି ପରିଚୟ ପ୍ରଦାନ କରିବା ସହ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ । ଉଦଘାଟନୀ ଉତ୍ସବ ଶେଷରେ ବିଶ୍ୱବିଦ୍ୟାଳୟର ଏନ୍ ଏସ୍ ଏସ୍ କାର୍ଯ୍ୟକ୍ରମ ଅଧିକାରୀ ଡ. ବିଷ୍ଣୁପ୍ରିୟା ହାଁସଦା ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ପ୍ରଥମ ଦିବସର ପ୍ରଥମ ବୈଷୟିକ ଅଧିବେଶନରେ ପ୍ରାକ୍ତନ ଅଧକ୍ଷ ଡ. ତରୁଣ କୁମାର ଓଝା ଜାତୀୟ ସେବା ଯୋଜନା ଉପରେ ମୌଳିକ ଧାରଣା ଦେବାସହ ସ୍ଵେଚ୍ଛାସେବୀଙ୍କ ସହ ଆଲୋଚନା ପର୍ଯ୍ୟାଲୋଚନା କରିଥିଲେ । ଉକ୍ତ ଅଧିବେଶନରେ ବିଶ୍ୱବିଦ୍ୟାଳୟର ପୂର୍ବତନ କାର୍ଯ୍ୟକ୍ରମ ସଂଯୋଜକ ଉଷା ସତପଥୀ ସ୍ଵେଚ୍ଛାସେବୀ ମାନଙ୍କୁ ଜୀବନ  କୌଶଳ ବିଷୟରେ ଆଲୋଚନା କରିଥିଲେ ।ଶେଷ ଅଧିବେଶନରେ ବିଶ୍ୱବିଦ୍ୟାଳୟର ପୂର୍ବତନ କାର୍ଯ୍ୟକ୍ରମ ଅଧିକାରୀ ଡ. ମୀନତି ମଲ୍ଲିକ ଯୋଗଦେଇ ଯୋଗା ଯୋଗ କୌଶଳର ଆବଶ୍ୟକତା ଉପରେ ପ୍ରଶିକ୍ଷଣ ଦେଇ ଏକ ଦଳଗତ ଆଲୋଚନାକୁ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ କୁଳସଚିବ ସହଦେବ ସମାଧିଆ, ବିତ୍ତାଧିକାରୀ ଶୁକଦେବ ତରାଇ, ପ୍ରାଧ୍ୟାପିକା ଏମ୍ ହିମାବିନ୍ଦୁ , ସୁସ୍ମିତା କର, ମୋନାଲି ଗୋସ୍ଵାମୀ, ପୁଷ୍ପାଞ୍ଜଳୀ ପରିଡା, କବିତା ସାହୁ, ପ୍ରିୟଙ୍କା ଦାସ ପ୍ରାଧ୍ୟାପକ  ଆଦିତ୍ୟ ପାତ୍ର, ଶୁଭେନ୍ଦୁ ସତପଥୀ, ଯତୀନ୍ଦ୍ର ବେଶ୍ରା ଉପସ୍ଥିତ ଥିଲେ । ତୃପ୍ତି ପାତ୍ର, ରିକା ପଣ୍ଡା କାର୍ଯ୍ୟକ୍ରମ ଅଧିକାରୀ ମାନଙ୍କ ମଧ୍ୟରେ ସୁନୀଲ ସାହୁ, ହରମୋହନ ମହାନ୍ତ, ମିତା ପାତ୍ର, ଆରତି ହୋ, ସୌଦାମିନି ସିଂ, ମଥୁରା ଆଲଦା ପ୍ରମୁଖ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର ଜନଜାତି ସ୍ଵେଚ୍ଛାସେବୀ ମାନେ ଅଂଶଗ୍ରହଣ କରିଛନ୍ତି।


Mega Plantation Drive on Ban Mahotsav Week @MSCBU

  ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଏନ୍‌ଏସ୍‌ଏସ୍‌ ବ୍ୟୁରୋ ଓ ଏନ୍‌ଏସ୍‌ଏସ୍‌ ପିଜି ୟୁନିଟ୍‌ ପକ୍ଷରୁ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ବାରିପଦାସ...