28th Foundation day of the University
International Yoga Day 2025 @MSCBU
ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟର ଜାତୀୟ ସେବା ଯୋଜନା ଏବଂ ଯୋଗ ଓ ପ୍ରାକୃତିକ ଚିକିତ୍ସା ବିଭାଗର ମିଳିତ ସହଯୋଗରେ ଆନ୍ତର୍ଜାତୀୟ ଯୋଗଦିବସ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମର ଶୁଭାରମ୍ଭ କରି ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ କହିଥିଲେ,ଯୋଗ ସୁସ୍ଥ ଜୀବନର ମୂଳମନ୍ତ୍ର। ନିୟମିତ ଯୋଗାଭ୍ୟାସ ମନୁଷ୍ୟର ଶରୀର ଓ ମନକୁ ସୁସ୍ଥ ରଖିଥାଏ । କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ ଯୋଗ ଓ ପ୍ରାକୃତିକ ଚିକିତ୍ସା ବିଭାଗର ସଂଯୋଜକ ପ୍ରଫେସର ପ୍ରମୋଦ କୁମାର ଶତପଥୀ। ବିଶ୍ବବିଦ୍ୟାଳୟର ଦୁଇଶହ ଆସନ ବିଶିଷ୍ଟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରଥମେ ଯୋଗାଭ୍ୟାସ କରାଯାଇଥିଲା। ପରବର୍ତ୍ତୀ ସମୟରେ ସ୍ବାମୀ ବିବେକାନନ୍ଦ ଯୋଗ ଓ ରିସର୍ଚ୍ଚ ସେଣ୍ଟର, ବାରିପଦା ଓ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟର ଯୋଗ ବିଭାଗର ମିଳିତ ଉଦ୍ୟମରେ ଛାତ୍ରଛାତ୍ରୀମାନେ ଯୋଗ ପ୍ରଦର୍ଶନ କରିଥିଲେ। ଆନ୍ତର୍ଜାତୀୟ ଯୋଗଦିବସ ଉପଲକ୍ଷେ ଆୟୋଜିତ ହୋଇଥିବା ପ୍ରବନ୍ଧ ଲିଖନ ପ୍ରତିଯୋଗିତାରେ ଅଂଶିକା ବରାଳ, ମୋହିନୀ ଲକ୍ଷ୍ମୀମୁଦ୍ରା ଶତପଥୀ, ସୀମାଲତା ସାହୁ ଏବଂ ପୋଷ୍ଟର ପ୍ରସ୍ତୁତିରେ ଅର୍ଜୁନ କୁମାର ବାରିକ, ପ୍ରଜ୍ଞା ପାରମିତା ନାୟକ, ଅଂଶିକା ବରାଳ ଯଥାକ୍ରମେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ। ସେହିପରି ପ୍ରାକୃତିକ ଯୋଗାସନ ପ୍ରତିଯୋଗିତାରେ ମହିଳା ବର୍ଗରେ ଅଂଶିକା ବରାଳ, ରଞ୍ଜନା ସିଂ, ସୁରଭି ମହାନ୍ତ ଏବଂ ପୁରୁଷ ବର୍ଗରେ ଯଥାକ୍ରମେ ଅଭିଷେକ ଦାସ, କିଶୋର ମହାନ୍ତ, ଅନନ୍ତ ବେହେରା ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଏହି ଅବସରରେ କୁଳପତିଙ୍କଦ୍ବାରା କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା।
କାର୍ଯ୍ୟକ୍ରମରେ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର କମଳଲୋଚନ ବାରିକ, କୁଳସଚିବ ସୁମିତା ସିଂ, ବିତ୍ତ ନିୟନ୍ତ୍ରକ ଶୁକଦେବ ତରାଇ, ବିଶ୍ବବିଦ୍ୟାଳୟ ସେବା ଯୋଜନାର କାର୍ଯ୍ୟକ୍ରମ ସଂଯୋଜକ ଡକ୍ଟର ବସନ୍ତ କୁମାର ମହାନ୍ତ, ଜିଲ୍ଲା କାର୍ଯ୍ୟକ୍ରମ ସଂଯୋଜକ ଡକ୍ଟର ଅନାମ ଚରଣ ରାଉଳ, ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ଡକ୍ଟର ବିଷ୍ଣୁପ୍ରିୟା ହାଁସଦା, ଏବଂ ଡକ୍ଟର ଶିଶିର ବେହେରା ପ୍ରମୁଖ ଯୋଗଦାନ କରିଥିଲେ । ଯୋଗ ଓ ପ୍ରାକୃତିକ ଚିକିତ୍ସା ବିଭାଗର ସହକାରୀ ପ୍ରଫେସର ସୁଜାତା ଜେନା, ସାଗର ମନ୍ତ୍ରୀ ଏବଂ କରମଚାନ୍ଦ ବଇଠା କାର୍ଯ୍ୟକ୍ରମରେ ସହଯୋଗ କରିଥିବାବେଳେ ଡକ୍ଟର ବିଷ୍ଣୁପ୍ରିୟା ହାଁସଦା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ଏଥିରେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ପ୍ରଶାସନିକ ଅଧିକାରୀ, ଅଣଶିକ୍ଷକ କର୍ମଚାରୀ, ଜାତୀୟ ସେବା ଯୋଜନାର ସ୍ବେଚ୍ଛାସେବୀଙ୍କ ସମେତ ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ବୟଂଶାସିତ ମହାବିଦ୍ୟାଳୟ,ବାରିପଦା ସରକାରୀ ମହିଳା ମହାବିଦ୍ୟାଳୟ, ବାରିପଦା ଡିଗ୍ରୀ ମହାବିଦ୍ୟାଳୟ, ଶ୍ରୀମା ମହାବିଦ୍ୟାଳୟ, ଶ୍ରୀରାମଚନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ,ଏମ୍ ସି ଏ ଏମ୍ ପ୍ରଭୃତି ମହାବିଦ୍ୟାଳୟର ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ଏବଂ ସ୍ବେଛାସେବୀମାନେ ଅଂଶଗ୍ରହଣ କରିଥିଲେ।
Closing ceremony of Summer Internship programme for UG students @MSCBU
ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଅଣସ୍ନାତକ ଛାତ୍ରଛାତ୍ରୀଙ୍କ ପାଇଁ ୮ ମଇରୁ ୨୮ ମଇ ପର୍ଯ୍ୟନ୍ତ ଚାଲିଥିବା ଗ୍ରୀଷ୍ମକାଳୀନ ତାଲିମ ଶିବିର ଉଦ୍ଯାପିତ ହୋଇଯାଇଛି । ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ପ୍ରାୟୋଜିତ ତଥା ବିଶ୍ୱବିଦ୍ୟାଳୟ ମାନବ ସମ୍ବଳ ବିକାଶ କେନ୍ଦ୍ର ଦ୍ୱାରା ଆୟୋଜିତ ତିନି ସପ୍ତାହ ବ୍ୟାପୀ ଚାଲିଥିବା ଏହି କାର୍ଯ୍ୟକ୍ରମର ଉଦ୍ଯାପନୀ ଉତ୍ସବରେ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଅଧ୍ୟକ୍ଷତା କରିଥିଲେ । ତାଲିମ ଶିବିର ବିଷୟରେ ଛାତ୍ରଛାତ୍ରୀଙ୍କ ମତାମତ ଶୁଣିବା ପରେ ପ୍ରଫେସର ତ୍ରିପାଠୀ ଛାତ୍ରଛାତ୍ରୀଙ୍କ ସହ ଭାବବିନିମୟ କରିଥିଲେ । ନିଜ ବକ୍ତବ୍ୟରେ ପ୍ରଫେସର ତ୍ରିପାଠୀ ଛାତ୍ରଛାତୀମାନଙ୍କୁ ଅଭିନନ୍ଦନ ଜଣାଇବା ସହ ସେମାନେ ବିଶ୍ୱବିଦ୍ୟାଳୟକୁ ନିକଟରୁ ଜାଣିବା, ପ୍ରାପ୍ତ ତାଲିମର ଲବଧ୍ ଜ୍ଞାନକୌଶଳ ଓ ଏଠାରେ ଗଢ଼ିଉଠିଥିବା ବନ୍ଧୁତା ଭବିଷ୍ୟତରେ ନିଶ୍ଚୟ ସହାୟକ ହେବ ବୋଲି ଦୃଢ଼ୋକ୍ତି କରିଥିଲେ । ଏହି କାର୍ଯ୍ୟକ୍ରମକୁ ସଫଳ କରିଥିବା ପାଇଁ ସେ ଅଧ୍ୟାପକ ଅଧ୍ୟାପିକା ମାନଙ୍କୁ ସାଧୁବାଦ ଜ୍ଞାପନ କରିଥିଲେ । ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ନିଜ ବକ୍ତବ୍ୟରେ ଏଭଳି କାର୍ଯ୍ୟକ୍ରମ ନୂତନ ଶିକ୍ଷାନୀତି ୨୦୨୦ର ଲକ୍ଷ୍ୟ ସାଧିତ କରିବ ବୋଲି କହିଥିଲେ । କାର୍ଯ୍ୟକ୍ରମର ଆବାହକ ତଥା ମାନବ ସମ୍ବଳ ବିକାଶ କେନ୍ଦ୍ରର ନିର୍ଦ୍ଦେଶକ ପ୍ରଫେସର ସୁକାନ୍ତ କୁମାର ନାୟକ ଛାତ୍ରଛାତ୍ରୀମାନଙ୍କ ଶୃଙ୍ଖଳିତ ଆଚରଣକୁ ପ୍ରଶଂସା କରିବା ସହ କାର୍ଯ୍ୟକ୍ରମକୁ ସାଫଲ୍ୟମଣ୍ଡିତ କରିଥିବାରୁ ସେ ଅଧ୍ୟାପକ ଅଧ୍ୟାପିକା ମାନଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ଉପ-ନିର୍ଦ୍ଦେଶକ ଡ. ପ୍ରତାପ କୁମାର ଜେନା ଏହି କାର୍ଯ୍ୟକ୍ରମର ବିବରଣୀ ଉପସ୍ଥାପନ କରିଥିଲେ । କାର୍ଯ୍ୟକ୍ରମର ଅନ୍ୟତମ ଆବାହିକା ଡ. ବିଷ୍ଣୁପ୍ରିୟା ହାଁସଦା ଧନ୍ୟବାଦ ଅର୍ପଣ କରିଥିଲେ । ବିଭିନ୍ନ ବିଷୟର କାର୍ଯ୍ୟକ୍ରମ-ସଂଯୋଜକ ଅଧ୍ୟାପକ ଅଧ୍ୟାପିକା ଗଣ ଛାତ୍ରଛାତ୍ରୀଙ୍କ ସହ ନିଜର ଶିକ୍ଷଣ ଅନୁଭୂତି ବର୍ଣ୍ଣନା କରିଥିଲେ । ଏହି ଗ୍ରୀଷ୍ମକାଳୀନ ତାଲିମ ଶିବିରରେ ନୃତତ୍ତ୍ୱ ଓ ଜନଜାତି ଶିକ୍ଷା, ଅର୍ଥନୀତି, ଜୈବ-ବିଜ୍ଞାନ, ଉଦ୍ଭିଦ ବିଜ୍ଞାନ, ପ୍ରାଣୀ ବିଜ୍ଞାନ, ରସାୟନ ବିଜ୍ଞାନ, ପଦାର୍ଥ ବିଜ୍ଞାନ, କମ୍ପ୍ୟୁଟର ବିଜ୍ଞାନ ଓ ପ୍ରୟୋଗ, ମ୍ୟାନେଜ୍ମେଣ୍ଟ୍, ବନ୍ୟପ୍ରାଣୀ ଓ ଜୈବବିବିଧତା ସଂରକ୍ଷଣ ଆଦି ୧୦ଟି ବିଷୟରେ ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା । ଏହି ତାଲିମ ଶିବିରରେ ଭାଗନେବାପାଇଁ ୨୯ଟି ମହାବିଦ୍ୟାଳୟର ୬୯୧ ଜଣ ଛାତ୍ରଛାତ୍ରୀ ଆବେଦନ କରିଥିଲେ ଏବଂ ସେମଧ୍ୟରୁ ବିଶ୍ୱବିଦ୍ୟାଳୟର ୧୩ଟି ଅନୁବନ୍ଧିତ ମହାବିଦ୍ୟାଳୟ ଗୁଡ଼ିକର ୯୨ ଜଣ ଛାତ୍ରଛାତୀଙ୍କୁ ମେରିଟ୍ ଆଧାରରେ ଚୟନ କରାଯାଇଥିଲା । ଛାତ୍ରଛାତ୍ରୀଙ୍କ ପାଇଁ ରହିବା ଓ ଖାଇବାର ବନ୍ଦୋବସ୍ତ ବିଶ୍ୱବିଦ୍ୟାଳୟ ତରଫରୁ କରାଯାଇଥିଲା । ଏହି ତାଲିମ ଶିବିରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅଦମ୍ୟ ଉତ୍ସାହ ପରିଲକ୍ଷିତ ହୋଇଥିଲା ।
Two-day National Seminar titled "Emerging Landscapes of Business and Management: Strategies for Navigating the Future," @MSCBU
ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟର ସ୍ନାତକୋତ୍ତର ବ୍ୟବସାୟ ପ୍ରଶାସନ ବିଭାଗ ଦ୍ଵାରା ଆୟୋଜିତ ଏକ ଦୁଇ ଦିବସୀୟ ଜାତୀୟ ଆଲୋଚନାଚକ୍ରର ଉଦଘାଟନୀ ସମାରୋହ ଅନୁଷ୍ଠିତ ହୋଇଯାଇଛି । "ବ୍ୟବସାୟ ଏବଂ ପରିଚାଳନାର ଉଦୀୟମାନ ପରିଦୃଶ୍ୟ: ଭବିଷ୍ୟତର ରଣନୀତି" ଶୀର୍ଷକ ଏହି ଆଲୋଚନାଚକ୍ରକୁ ବିଶ୍ଵବିଦ୍ୟାଳୟର କୂଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ମୁଖ୍ୟ ପୃଷ୍ଣପୋଷକ ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ । ନିଜ ବକ୍ତବ୍ୟରେ ପ୍ରଫେସର ତ୍ରିପାଠୀ ଭବିଷ୍ୟତର ବ୍ୟବସାୟିକ ଆହ୍ୱାନ ଗୁଡ଼ିକର ମୁକାବିଲା ପାଇଁ ଅଭିନବ ରଣନୀତି ଆପଣେଇବାକୁ ହେବ ବୋଲି କହିବା ସହ ପରିବର୍ତ୍ତନକୁ ଗ୍ରହଣ କରିବା ହେଉଛି ଆଜିର ଗତିଶୀଳ ବିଶ୍ୱରେ ସ୍ଥାୟୀ ବ୍ୟବସାୟ ଅଭିବୃଦ୍ଧିର ମୂଳଦୁଆ ବୋଲି ମତପୋଷଣ କରିଥିଲେ । "ବାଣିଜ୍ୟେ ବସତି ଲକ୍ଷ୍ମୀ" ଓ "ଉଦ୍ୟମେ ସର୍ବସିଦ୍ଧି" ଏହି ଦୁଇଟି ଉକ୍ତିର ଆଲୋଚନା କରି ବ୍ୟବସାୟରେ ସାଧୁତାର ଅବଲମ୍ବନ ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ଏହି ଆଲୋଚନାଚକ୍ରରେ ମୁଖ୍ୟ ଅତିଥି ଭାବେ ନର୍ଥ ଓଡ଼ିଶା ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିର ସଭାପତି ଡ. ପ୍ରଜୟ କୁମାର ଡାଭେ ଯୋଗଦେଇ ନିଜ ବକ୍ତବ୍ୟରେ ବ୍ୟବସାୟ ପରିଚାଳନାରେ ଦୃଢ଼ ମନୋଭାବ ଉପରେ ଗୁରୁତ୍ୱାରୋପ କରି ନେତୃତ୍ୱକୁ ସ୍ପଷ୍ଟ ଲକ୍ଷ୍ୟ ସହ ପାଦେ ପାଦେ ଆଗକୁ ବଢ଼ିଲେ ବ୍ୟବସାୟର ବିଭିନ୍ନ ବିପଦର ମୁକାବିଲା କରି ସଫଳତା ପାଇହେବ ବୋଲି କହିଥିଲେ । ମୁଖ୍ୟ ବକ୍ତା ଭାବେ ଟ୍ରାଇଡେଣ୍ଟ ଏକାଡେମୀର ପ୍ରଫେସର ପି. କେ. ମହାନ୍ତି ଯୋଗଦେଇ ନିଜ ଅଭିଭାଷଣରେ ଭବିଷ୍ୟତର ଅନିଶ୍ଚିତତାକୁ ଦୂର କରିବା ପାଇଁ ସ୍ଥାୟୀ ବ୍ୟବସାୟ ମଡେଲଗୁଡ଼ିକୁ ପ୍ରଯୁକ୍ତିବିଦ୍ୟା ଏବଂ ନୈତିକ ଶାସନକୁ ସମନ୍ୱିତ କରିବାକୁ ପଡିବ ବୋଲି ମତବ୍ୟକ୍ତ କରିବା ସହ ସାଂଗଠାନିକ ସଂସ୍କୃତିରେ ପରିବର୍ତ୍ତନ ସହ ସଂସ୍କୃତିର ପ୍ରବାହ ପରିଚାଳନା କରିବାକୁ ହେବା ବୋଲି କହିଥିଲେ । ରିମୋଟ ୱାର୍କ ଆଜିର ଯୁଗର ବାସ୍ତବତା ଏବଂ ହାଇବ୍ରିଡ କାର୍ଯ୍ୟଶୈଳୀ ଦ୍ଵାରା ଉତ୍ପାଦକତା ବୃଦ୍ଧି ପାଉଛି ବୋଲି ସେ କହିଥିଲେ । ସମ୍ମାନିତ ଅତିଥି ଭାବେ ଏ.ଏସ୍.ବି.ଏମ୍ ବିଶ୍ୱବିଦ୍ୟାଳୟର ପ୍ରଫେସର ରଞ୍ଜନ କୁମର ବଳ ଯୋଗଦେଇ ନିଜ ବକ୍ତବ୍ୟରେ ଏକ ଅନିଶ୍ଚିତ ଭବିଷ୍ୟତରେ ପ୍ରତିଯୋଗିତାମୂଳକ ରହିବା ପାଇଁ ବ୍ୟବସାୟଗୁଡ଼ିକୁ ଡିଜିଟାଲ୍ ପରିବର୍ତ୍ତନର ଉପଯୋଗ କରିବାକୁ ପଡିବ ବୋଲି କହିଥିଲେ । ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁ ପୃଷ୍ଣପୋଷକ ଭାବେ ଯୋଗଦେଇ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ । ବିଭାଗୀୟ ସଂଯୋଜକ ପ୍ରଫେସର ସୁକାନ୍ତ କୁମାର ନାୟକ ମଞ୍ଚାସୀନ ଥିଲେ । ଆଲୋଚନାଚକ୍ରର ଆବାହକ ବିଭାଗୀୟ ସହକାରୀ ପ୍ରଫେସର ଡ. ସୀତାରାମ ଦାସ ଆଲୋଚନାଚକ୍ରର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ବିଷୟରେ ବିବରଣୀ ରଖିଥିଲେ ଓ କାର୍ଯ୍ୟକାରୀ ସମ୍ପାଦକ ଅଧ୍ୟାପକ ବିବେକ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଆଲୋଚନାଚକ୍ରରେ ୪୨ ଜଣ ଗବେଷକ/ ଗବେଷିକା ନିଜର ଗବେଷଣାତ୍ମକ ସନ୍ଦର୍ଭ ଉପସ୍ଥାପନ କରିଥିଲେ ଓ ୧୦୦ ରୁ ଉର୍ଦ୍ଧ୍ୱ ଅଂଶଗ୍ରହଣକାରୀ ଭାଗନେଇଥିଲେ । ଏହି ଆଲୋଚନାଚକ୍ରର ଉଦଘାଟନୀ ସମାରୋହରେ ବିଶ୍ଵବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ ।
One-Week Faculty Development Programme on “Understanding India: Indian Ethos and Knowledge Systems” @MSCBU
ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ "ଭାରତକୁ ବୁଝିବା: ଭାରତୀୟ ନୀତି ଏବଂ ଜ୍ଞାନ ପ୍ରଣାଳୀ" ଶୀର୍ଷକ ଏକ ଗୁଣାତ୍ମକ ଶିକ୍ଷକ ବିକାଶ କାର୍ଯ୍ୟକ୍ରମର ଉଦ୍ଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ପ୍ରାୟୋଜିତ ବିଶ୍ୱବିଦ୍ୟାଳୟ ମାନବ ସମ୍ବଳ ବିକାଶ କେନ୍ଦ୍ର ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମର ଉଦ୍ଘାଟନୀ ଉତ୍ସବରେ ପୃଷ୍ଠପୋଷକ ରୂପେ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଯୋଗଦେଇ ନିଜ ବକ୍ତବ୍ୟରେ କହିଥିଲେ ଯେ ଭାରତର ଜ୍ଞାନ ପରମ୍ପରା ଅତୁଳନୀୟ । ଏହାକୁ ସମ୍ମାନ ଦେଇ ମିଳିତ ଜାତିସଂଘ 'ମୋ ଜୀବନ ପଛେ ନର୍କେ ପଡ଼ିଥାଉ' ଭଳି ମହାମାନବିକ ମନ୍ତ୍ରଧ୍ୱନିକୁ ସ୍ୱୀକୃତି ଦେଇଛି । ସମସାମୟିକ ଶିକ୍ଷାଶାସ୍ତ୍ରରେ ସ୍ୱଦେଶୀ ଜ୍ଞାନ ପ୍ରଣାଳୀକୁ ସଂହତ କରିବାର ଗୁରୁତ୍ୱ ଉପରେ ସେ ଆଲୋକପାତ କରିବା ସହ ଭାରତୀୟ ବୌଦ୍ଧିକ ପରମ୍ପରାକୁ ପୁନର୍ଜୀବିତ କରିବାରେ ଏହି କାର୍ଯ୍ୟକ୍ରମ ସହାୟକ ହେବ ବୋଲି ମତପୋଷଣ କରିଥିଲେ । ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ପ୍ରଫୁଲ୍ଲ କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ତାଙ୍କ ଅଭିଭାଷଣରେ ଭାରତୀୟ ଦର୍ଶନର ସ୍ଥାୟୀ ପ୍ରାସଙ୍ଗିକତା ଏବଂ ନୈତିକ ଶାସନ ଏବଂ ଜ୍ଞାନ ସୃଷ୍ଟିରେ ଏହାର ଅବଦାନ ଭାରତକୁ ବିଶ୍ୱଗୁରୁରେ ପରିଣତ କରିଛି ବୋଲି କହିଥିଲେ । ଭାରତୀୟ ଜ୍ଞାନ କୌଣସି କାଗଜ ସାର୍ଟିଫିକେଟ୍ର ସ୍ୱୀକୃତିର ଅପେକ୍ଷା ରଖେନାହିଁ ବୋଲି ସେ କହିଥିଲେ । ରାଷ୍ଟ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ, ତିରୁପତିର ପୂର୍ବତନ କୁଳପତି ପ୍ରଫେସର ହରେକୃଷ୍ଣ ଶତପଥୀ ସମ୍ମାନିତ ଅତିଥି ଭାବେ ଭାରତକୁ ବିଶ୍ୱର ସମସ୍ତ ଜ୍ଞାନର ଏନ୍ତୁଡ଼ିଶାଳ ତଥା ପ୍ରାଣକେନ୍ଦ୍ର ବୋଲି ମତପୋଷଣ କରିଥିଲେ । ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁ ଏହି କାର୍ଯ୍ୟକ୍ରମରେ ପୃଷ୍ଠପୋଷକ ଭାବେ ଯୋଗଦେଇଥିବା ବେଳେ କାର୍ଯ୍ୟକ୍ରମର ଆବାହକ ତଥା ମାନବ ସମ୍ବଳ ବିକାଶ କେନ୍ଦ୍ରର ନିର୍ଦ୍ଦେଶକ ପ୍ରଫେସର ସୁକାନ୍ତ କୁମାର ନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମର ଅନ୍ୟତମ ଆବାହିକା ପ୍ରଫେସର ପୁଷ୍ପାଞ୍ଜଳି ପରିଡ଼ା ଅତିଥି ପରିଚୟ ଓ ଧନ୍ୟବାଦ ଅର୍ପଣ କରିଥିଲେ । ସପ୍ତାହବ୍ୟାପୀ ଆୟୋଜିତ ହେବାକୁ ଥିବା ଏହି ଶିକ୍ଷକ ବିକାଶ କାର୍ଯ୍ୟକ୍ରମରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପ୍ରଫେସର ଉଜ୍ଜ୍ୱଳ ଜାନା, ଜଗତ୍ଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟର ଡ. ଏସ୍. ରାମରତ୍ନମ୍, ଆଇଆଇଟି ମାଣ୍ଡିର ଡ. ବରୁଣ ଦତ୍ତ, ସତ୍ନା ଏକେଏସ୍ ବିଶ୍ୱବିଦ୍ୟାଳୟର ପ୍ରଫେସର ରାମଲଖନ ସିଂ ଶିକାରୱର, ସିନ୍ଧୁ ବିଶ୍ୱବିଦ୍ୟାଳୟର ଡ. ଅନୀଲ ସୁରି, କଲିକତା ବିଶ୍ୱବିଦ୍ୟାଳୟର ପ୍ରଫେସର ସୁବ୍ରତ ଶଙ୍କର ବାଗଚୀ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପଫେସର ସୁଧାକର ପାତ୍ର, ଆଇଆଇଟି ଖଡଗପୁରର ପ୍ରଫେସର ରିଚା ଚୋପ୍ରା, କଲିକତାର ସହକାରୀ ପେଟେଣ୍ଟ୍ ନିୟନ୍ତ୍ରକ ଡ. ଧୀରେନ୍ ପଟ୍ଟନାୟକ, ଧରଣୀଧର ବିଶ୍ୱବିଦ୍ୟାଳୟର ପ୍ରଫେସର ସତ୍ୟବ୍ରତ ମିଶ୍ର, କଲିକତା ଏନ୍ଆଇଟିଆର୍ର ନିର୍ଦ୍ଦେଶକ ପ୍ରଫେସର ଦେବୀ ପ୍ରସାଦ ମିଶ୍ର, କଲିକତା ଇଜେଡ୍ସିସିର ଡ. ତାପସ ସାମନ୍ତରାୟ, ସିଏସ୍ଆଇଆର୍ ନୂଆଦିଲ୍ଲୀର ଡ. ବିଜୟଲକ୍ଷ୍ମୀ ଅସ୍ଥାନା, ଓ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ପ୍ରଫେସର ଏମ୍. ହିମବିନ୍ଦୁ ପ୍ରମୁଖ ବକ୍ତବ୍ୟ ଦେବାର କାର୍ଯ୍ୟକ୍ରମ ରହିଛି । ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର ଅନୁବନ୍ଧିତ ମହାବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକାମାନେ ସମୁଦାୟ ୧୩୬ଜଣ ଯୋଗଦାନ କରିଥିଲେ । କାର୍ଯ୍ୟକ୍ରମକୁ ସହ-ଆବାହକ ତଥା ଅର୍ଥନୀତି ବିଭାଗର ସହକାରୀ ପ୍ରଫେସର ଡ. ପ୍ରତାପ କୁମାର ଜେନା ଓ ସହ-ଆବାହିକା ତଥା ଉଦ୍ଭିଦ ବିଜ୍ଞାନ ବିଭାଗର ସହକାରୀ ପ୍ରଫେସର ଡ. ବିଷ୍ଣୁପ୍ରିୟା ହାଁସଦା, ଡ. ସ୍ୱରୁପାନନ୍ଦ ବିଷୟୀ, ଡ. ଜନ୍ମେଞ୍ଜୟ ନାୟକ, ଡ. ସୀତାରାମ ଦାସ, ଡ. ଶାନ୍ତିସ୍ୱରୁପ ବସା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
Parakrama Sobha Yatra on the success of Operation Sindoor @MSCBU
ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟର ଜାତୀୟ ସେବା ଯୋଜନା ବ୍ୟୁରୋ ଏବଂ ସେବା ଯୋଜନାର ସ୍ନାତକୋତ୍ତର ଶାଖା ଆନୁକୁଲ୍ୟରେ ଅପରେସନ ସିନ୍ଦୂରର ସଫଳତା ଅବସରରେ ପରାକ୍ରମ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। ବାରିପଦା ବିଧାୟକ ଶ୍ରୀଯୁକ୍ତ ପ୍ରକାଶ ସୋରେନ ଏବଂ କୁଳପତି ପ୍ରଫେସର ତ୍ରିପାଠୀ ପତାକା ଦେଖାଇ ଶୋଭାଯାତ୍ରାକୁ ଉଦଘାଟନ କରିଥିଲେ। ଏହି ଶୋଭାଯାତ୍ରାରେ ପ୍ରାୟ ତିନିଶହ ମିଟର ଲମ୍ବର ଜାତୀୟ ପତାକାକୁ ପାଞ୍ଚଶହରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ, ଗବେଷକ, ଗବେଷିକା, ଶିକ୍ଷକ, କର୍ମଚାରୀମାନେ ଅଂଶଗ୍ରହଣ କରିଥିଲେ। ସକାଳ ଆଠଘଣ୍ଟା ସମୟରେ ବିଶ୍ବବିଦ୍ୟାଳୟ ପରିସରରୁ ଏହି ବିଶାଳ ଶୋଭାଯାତ୍ରା ବାହାରି ତକତପୁର ଛକ ପର୍ଯ୍ୟନ୍ତ ପରିକ୍ରମା କରିଥିଲା। ଦେଶଭକ୍ତିର ସ୍ଲୋଗାନ ସହ ପରାକ୍ରମଶାଳୀ ଭାରତୀୟ ଯୋଦ୍ଧା ମାନଙ୍କର ଅପରେସନ ସିନ୍ଦୂରର ଅପୂର୍ବ ସଫଳତା ଓ ବୀରତ୍ୱକୁ ସମବେତ ସ୍ବରରେ ଗାନ କରାଯାଇଥିଲା। ଶୋଭାଯାତ୍ରାରେ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ, ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁ, କୁଳସଚିବ ସୁମିତା ସିଂ, ପରୀକ୍ଷା ନିୟନ୍ତ୍ରକ ଡକ୍ଟର ସୁବ୍ରତ କୁମାର ରଣା, ବିତ୍ତ ନିୟନ୍ତ୍ରକ ଶୁକଦେବ ତରାଇ, ବିଶ୍ବବିଦ୍ୟାଳୟ ସେବା ଯୋଜନାର କାର୍ଯ୍ୟକ୍ରମ ସଂଯୋଜକ ଡକ୍ଟର ବସନ୍ତ କୁମାର ମହାନ୍ତ, ଜିଲ୍ଲା କାର୍ଯ୍ୟକ୍ରମ ସଂଯୋଜକ ଡକ୍ଟର ଅନାମ ଚରଣ ରାଉଳ, ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ଡକ୍ଟର ଶିଶିର ବେହେରା ଏବଂ ଡକ୍ଟର ବିଷ୍ଣୁପ୍ରିୟା ହାଁସଦା ପ୍ରମୁଖ ପଦଯାତ୍ରାରେ ସମ୍ମିଳିତ ହୋଇଥିଲେ। ଏଥିସହିତ ବାରିପଦା ଡିଗ୍ରୀ ମହାବିଦ୍ୟାଳୟ, ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ବୟଂଶାସିତ ମହାବିଦ୍ୟାଳୟ, ଶ୍ରୀମା ମହାବିଦ୍ୟାଳୟ, ଏମ୍ ସି ଏ ଏମ୍ ପ୍ରଭୃତି ମହାବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ, ଶିକ୍ଷକ ଏହି ପରାକ୍ରମ ଶୋଭାଯାତ୍ରାରେ ସାମିଲ ହୋଇଥିଲେ।
International Conference on Artificial Intelligence and Machine Learning for Data Analytics (AMLDA-2025) @MSCBU
ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟର ସ୍ନାତକୋତ୍ତର କମ୍ପ୍ୟୁଟର ବିଜ୍ଞାନ ବିଭାଗ ଦ୍ଵାରା ଆୟୋଜିତ ଏକ ଦୁଇ ଦିବସୀୟ ଜାତୀୟ ଆଲୋଚନାଚକ୍ର ଅନୁଷ୍ଠିତ ହେଇଯାଇଛି । "ଆଡ୍ଭାନ୍ସେସ୍ ଇନ୍ ମେସିନ୍ ଲର୍ଣ୍ଣିଙ୍ଗ ଫର୍ ଡାଟା ଆନାଲିଟିକ୍ସ" ଶୀର୍ଷକ ଏହି ଆଲୋଚନାଚକ୍ରକୁ ବିଶ୍ଵବିଦ୍ୟାଳୟର କୂଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ମୁଖ୍ୟ ପୃଷ୍ଣପୋଷକ ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ । ନିଜ ବକ୍ତବ୍ୟରେ ପ୍ରଫେସର ତ୍ରିପାଠୀ ଆଜିର ଯୁଗରେ କୁତ୍ରିମ ବୁଦ୍ଧିମତ୍ତା ଅପରିହାର୍ଯ୍ୟ ହୋଇପଡ଼ିଛି ଏବଂ ଆମ ଦୈନନ୍ଦିନ ଜୀବନର ସମସ୍ତ ଆୟାମରେ 'ଡାଟା' ମୁଖ୍ୟ ଭୂମିକା ଗ୍ରହଣ କରିଛି । ଆଗାମୀ ଦିନରେ କମ୍ପ୍ୟୁଟର ବିଜ୍ଞାନ, ଗଣିତ ଓ ପରିସଂଖ୍ୟାନକୁ ବାଦ୍ ଦେଇ ଅନ୍ୟାନ୍ୟ ବିଷୟରେ ଗବେଷଣା ହୋଇପାରିବ ନାହିଁ ବୋଲି ସେ ମତପ୍ରକାଶ କରିଥିଲେ । ଏହି ଆଲୋଚନାଚକ୍ରରେ ମୁଖ୍ୟ ଅତିଥି ଭାବେ ଜେଆଇଏସ୍ଆଇଏଏସ୍ଆର୍ କୋଲକାତାର ନିର୍ଦ୍ଦେଶକ ପଦ୍ମଶ୍ରୀ ପ୍ରଫେସର ଅଜୟ କୁମାର ରାୟ "ସ୍ଥାୟୀ ସମାଜ ୫.୦ ନିର୍ମାଣରେ ଏଆଇର ଭୂମିକା : ଆଜି ଓ କାଲି" ଶୀର୍ଷକ ବକ୍ତବ୍ୟ ରଖିଥିଲେ । ସମ୍ମାନିତ ଅତିଥି ଭାବେ ଯୋଗଦେଇ ଆଇଆଇଟି (ଆଇଏସ୍ଏମ୍) ଧାନବାଦର ଡ. ଗଜେନ୍ଦ୍ର ବିଶ୍ୱକର୍ମା ମେସିନ୍ ଲର୍ଣ୍ଣିଂରେ ପରିସଂଖ୍ୟାନ ମଡେଲ୍ ବ୍ୟବହାର ଉପରେ ବକ୍ତବ୍ୟ ରଖିଥିଲେ । ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁ ପୃଷ୍ଣପୋଷକ ଭାବେ ଯୋଗଦେଇ ଏଆଇ ଓ ମେସିନ ଲର୍ଣ୍ଣିଙ୍ଗ ସାମାଜିକ ପରିବର୍ତ୍ତନକୁ କିପରି ପ୍ରୋତ୍ସାହିତ କରୁଅଛି ସେ ବିଷୟରେ କହିଥିଲେ । ବିଭାଗୀୟ ସଂଯୋଜିକା ପ୍ରଫେସର ଏମ୍ ହିମବିନ୍ଦୁ ଆଲୋଚନାଚକ୍ରର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ବିଷୟରେ ବିବରଣୀ ରଖିଥିଲେ । ଆଲୋଚନାଚକ୍ରର ଆବାହକ ବିଭାଗୀୟ ସହକାରୀ ପ୍ରଫେସର ଡ. ଜନ୍ମେଞ୍ଜୟ ନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଓ ସହ-ଆବାହକ ଡ. ଶାନ୍ତିସ୍ୱରୁପ ବସା ଧନ୍ୟବାଦ ଅର୍ପଣ କରିଥିଲେ । ବିଭାଗୀୟ ସହକାରୀ ପ୍ରଫେସର ଡ. ଶର୍ମିଳା ସୁବୁଦ୍ଧି, ଡ. ପାର୍ଥସାରଥୀ ମିଶ୍ର ପ୍ରମୁଖ ଆଲୋଚନାଚକ୍ରକୁ ପରିଚାଳନା କରିଥିଲେ । ଏହି ଆଲୋଚନାଚକ୍ରରେ ଏନ୍ଆଇଟି ରାଉରକେଲାର ଡ. ଅନୁପ ନନ୍ଦୀ, ଆଇଆଇଟି (ଆଇଏସ୍ଏମ୍) ଧାନବାଦର ଡ. କୌଶିକ ମଣ୍ଡଳ, ନାଇଜର ଭୁବନେଶ୍ୱରର ଡ. ଶୁଭଙ୍କର ମିଶ୍ର, ଆଇଆଇଆଇଟି ଭୁବନେଶ୍ୱରର ଡ. ସଞ୍ଜୟ ସାକ୍ସେନା, ଆଇଆଇଏସ୍ସି ବେଙ୍ଗାଲୁରୁର ଡ. ରତିକାନ୍ତ ବେହେରା, ଆଇଜର ବ୍ରହ୍ମପୁରର ଡ. ଅନାବିକ ପାଲ୍, ଫକୀରମୋହନ ବିଶ୍ୱବିଦ୍ୟାଳୟର ଡ. ଅଶାନ୍ତ ରଞ୍ଜନ ରାଉତରାୟ ପ୍ରମୁଖ ଯୋଗଦେଇଥିଲେ । ଆଲୋଚନାଚକ୍ରରେ ୪୮ ଜଣ ଗବେଷକ/ ଗବେଷିକା ନିଜର ଗବେଷଣାତ୍ମକ ସନ୍ଦର୍ଭ ଉପସ୍ଥାପନ କରିଥିଲେ ଓ ୧୦୦ ରୁ ଉର୍ଦ୍ଧ୍ୱ ଅଂଶଗ୍ରହଣକାରୀ ଭାଗନେଇଥିଲେ । ଏହି ଆଲୋଚନାଚକ୍ରର ଉଦଘାଟନୀ ସମାରୋହରେ ବିଶ୍ଵବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ ।
Fit India 2025 @MSCBU
ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟରେ ଫିଟ୍ ଇଣ୍ଡିଆ ୨୦୨୫ ଅନୁଷ୍ଠିତ ହୋଇଯାଇଛି । ନାଗରିକମାନଙ୍କୁ ସେମାନଙ୍କର ଦୈନନ୍ଦିନ ଜୀବନରେ ଶାରୀରିକ କାର୍ଯ୍ୟକଳାପକୁ ସାମିଲ କରିବାକୁ ଉତ୍ସାହିତ କରିବା ପାଇଁ ଭାରତ ସରକାରଙ୍କ ଏକ ପଦକ୍ଷେପକୁ କାର୍ଯ୍ୟକାରୀ କରିବାପାଇଁ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ମାର୍ଗଦର୍ଶନରେ ଅନୁଷ୍ଠିତ ଏହି ଫିଟ୍ ଇଣ୍ଡିଆ କାର୍ଯ୍ୟକ୍ରମରେ ଏକ ସାଇକେଲ ର୍ୟାଲିର ଆୟୋଜନ କରାଯାଇଥିଲା । ଏଥିରେ ୬୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ, ଅଧ୍ୟାପକ ଅଧ୍ୟାପିକା ଏବଂ କର୍ମଚାରୀ ଅଂଶଗ୍ରହଣ କରିଥିଲେ । ଫ୍ଲାଗ୍-ଅଫ୍ ପୂର୍ବରୁ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁ ସମାବେଶକୁ ସମ୍ବୋଧନ କରି ନିଜ ବକ୍ତବ୍ୟରେ ନିୟମିତ ବ୍ୟାୟାମର ଗୁରୁତ୍ୱ ଉପରେ ଆଲୋକପାତ କରି ସାଇକେଲ୍ ଚାଳନା କେବଳ ଏକ ଶାରୀରିକ କାର୍ଯ୍ୟକଳାପ ନୁହେଁ ବରଂ ସ୍ୱାସ୍ଥ୍ୟ ଏବଂ ପରିବେଶ ପ୍ରତି ଆମର ଦାୟିତ୍ୱ ବୋଲି ସେ ମନ୍ତବ୍ୟ ଦେଇଥିଲେ । ଫିଟ୍ ଇଣ୍ଡିଆ କାର୍ଯ୍ୟକ୍ରମର ନୋଡାଲ ଅଧିକାରୀ ଡକ୍ଟର ପ୍ରିୟ ରଞ୍ଜନ ଦେବତା, ସହଯୋଗୀ ପ୍ରଫେସର ଡକ୍ଟର ଗୁଣନିଧି ଧାଙ୍ଗଡାମାଝୀ, ଡକ୍ଟର ଯତୀନ୍ଦ୍ରନାଥ ବେଶ୍ରା, ଡକ୍ଟର ଜନ୍ମେଞ୍ଜୟ ନାୟକ ଏବଂ ଡକ୍ଟର ପ୍ରିୟଙ୍କା ଦାସ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ ।
Two-Days National Seminar on "Man-Nature and Wildlife Relationship in Protected Areas: In the Context of Viksit Bharat" @MSCBU
ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟର ସ୍ଶିମିଳିପାଳ ଅଧ୍ୟୟନ କେନ୍ଦ୍ର ଓ ବନ୍ୟପ୍ରାଣୀ ଏବଂ ଜୈବ ବିବିଧତା ସଂରକ୍ଷଣ ବିଭାଗର ମିଳିତ ତତ୍ତ୍ୱାବଧାନରେ ଆୟୋଜିତ ଏକ ଦୁଇ ଦିବସୀୟ ଜାତୀୟ ଆଲୋଚନାଚକ୍ର ଉଦଘାଟିତ ହେଇଯାଇଛି । "ବିକଶିତ ଭାରତ ପରିପ୍ରେକ୍ଷୀରେ ସୁରକ୍ଷିତ ଅଞ୍ଚଳରେ ମଣିଷ-ପ୍ରକୃତି ଏବଂ ବନ୍ୟପ୍ରାଣୀ ସମ୍ପର୍କ" ଶୀର୍ଷକ ଏହି ଆଲୋଚନାଚକ୍ରରେ ବିଶ୍ଵବିଦ୍ୟାଳୟର କୂଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ମୁଖ୍ୟ ପୃଷ୍ଠପୋଷାକ ଭାବେ ଯୋଗ ଦେଇ ଅଧ୍ୟକ୍ଷତା କରିଥିଲେ । ନିଜ ବକ୍ତବ୍ୟରେ ପ୍ରଫେସର ତ୍ରିପାଠୀ ପରିବେଶଗତ ଗବେଷଣା ଏବଂ ସ୍ଥାୟୀ ସଂରକ୍ଷଣ ଅଭ୍ୟାସକୁ ପ୍ରୋତ୍ସାହିତ କରିବା ପାଇଁ ବିଶ୍ୱବିଦ୍ୟାଳୟର ପ୍ରତିବଦ୍ଧତାକୁ ଗୁରୁତ୍ୱାରୋପ କରିଥିଲେ । ପୂର୍ବତନ ବନ୍ୟପ୍ରାଣୀ ପିସିସିଏଫ୍ ତଥା ପୂର୍ବତନ ସଦସ୍ୟ, ଲୋକାୟୁକ୍ତ, ଭୁବନେଶ୍ୱର ଡକ୍ଟର ଦେବବ୍ରତ ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିକଶିତ ଭାରତର ଦୃଷ୍ଟିକୋଣ ସହିତ ସମନ୍ୱୟ ରଖିବା ପାଇଁ ବନ୍ୟପ୍ରାଣୀ ସଂରକ୍ଷଣ ଏବଂ ମାନବ ବିକାଶ ମଧ୍ୟରେ ନୀତିଗତ ସମନ୍ୱୟର ଜରୁରୀ ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ଓଡ଼ିଶା ବିଜ୍ଞାନ ଏକାଡେମୀର ସଚିବ ପ୍ରଫେସର ଆଶିଷ କୁମାର ମହାନ୍ତି ମୁଖ୍ୟ ବକ୍ତା ଭାବେ ଯୋଗଦେଇ ନିଜ ବକ୍ତବ୍ୟରେ ଜୈବ ବିବିଧତା ସଂରକ୍ଷଣରେ ବୈଜ୍ଞାନିକଙ୍କ ଭୁମିକା ଏବଂ ନାଗରିକଙ୍କ ଅଂଶଗ୍ରହଣର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ । ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ (ଦକ୍ଷିଣ)ର ଉପନିର୍ଦ୍ଦେଶକ ଡକ୍ଟର ସମ୍ରାଟ ଗୌଡା ସମ୍ମାନିତ ଅତିଥି ଭାବେ ଯୋଗଦେଇ ସଂରକ୍ଷିତ କ୍ଷେତ୍ର ପରିଚାଳନାର ଜଟିଳତା ଉପରେ ଆଲୋକପାତ କରିଥିଲେ । ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ (ଉତ୍ତର)ର ଉପନିର୍ଦ୍ଦେଶକ ସାଇ କିରଣ ଡି. ଏନ. ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ନିଜ ବକ୍ତବ୍ୟରେ ସମ୍ପ୍ରଦାୟ-ଆଧାରିତ ସଂରକ୍ଷଣ ପଦ୍ଧତି ସପକ୍ଷରେ ଯୁକ୍ତି ବାଢ଼ିଥିଲେ । ବିଶ୍ଵବିଦ୍ୟାଳୟ ଶିମିଳିପାଳ ଅଧ୍ୟୟନ କେନ୍ଦ୍ରର ନିର୍ଦ୍ଦେଶକ ତଥା ଆବାହକ ପ୍ରଫେସର ହେମନ୍ତ କୁମାର ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ସହ-ଆବାହକ ଜୈବପ୍ରଯୁକ୍ତି ବିଭାଗର ପ୍ରଫେସର ବିଶ୍ୱଜିତ ରଥ ଆଲୋଚନାଚକ୍ରର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ବିବରଣୀ ରଖିଥିଲେ । ଆଲୋଚନାଚକ୍ରର କାର୍ଯ୍ୟକାରୀ ସମ୍ପାଦକ ତଥା ଶିମିଳିପାଳ ଅଧ୍ୟୟନ କେନ୍ଦ୍ରର ଉପନିର୍ଦ୍ଦେଶକ ଡ. ବସନ୍ତ କୁମାର ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପଚିଚାଳନାରେ ଯୁଗ୍ମ କାର୍ଯ୍ୟକାରୀ ସମ୍ପାଦକଗଣ ବନ୍ୟପ୍ରାଣୀ ଏବଂ ଜୈବ ବିବିଧତା ସଂରକ୍ଷଣ ବିଭାଗର ଡ. ଶୁଭାନୀ ରଥ, ଡ. ଅଶୋକ କୁମାର ମଲ୍ଲିକ, ଡ. ରବୀନ୍ଦ୍ର କୁମାର ମିଶ୍ର, କୋଷାଧ୍ୟକ୍ଷ ଡ. ଦେବାଶିଷ ନାୟକ ପ୍ରମୁଖ ପରିଚାଳନା କରିଥିଲେ । ଆଲୋଚନାଚକ୍ରରେ ୧୩୦ ଜଣ ଗବେଷକ/ ଗବେଷିକା ଓ ବିଭିନ୍ନ ବେସରକାରୀ ସଂଗଠନର ପ୍ରତିନିଧି ଭାଗନେଉଛନ୍ତି । ଏହି ଆଲୋଚନାଚକ୍ରର ଉଦଘାଟନୀ ସମାରୋହରେ ବିଶ୍ଵବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ ।
Two-Days National Seminar on Role of Zoological Research in Achieving Sustainable Development Goals
ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟର ସ୍ନାତକୋତ୍ତର ପ୍ରାଣୀ ବିଜ୍ଞାନ ବିଭାଗ ଦ୍ଵାରା ଆୟୋଜିତ ଏକ ଦୁଇ ଦିବସୀୟ ଜାତୀୟ ଆଲୋଚନାଚକ୍ର ଉଦଘାଟିତ ହେଇଯାଇଛି । "ଧାରଣକ୍ଷମ ବିକାଶ ଲକ୍ଷ୍ୟ ହାସଲ କରିବାରେ ପ୍ରାଣୀ ବିଜ୍ଞାନ ଗବେଷଣାର ଭୂମିକା" ଶୀର୍ଷକ ଏହି ଆଲୋଚନାଚକ୍ରରେ ବିଶ୍ଵବିଦ୍ୟାଳୟର କୂଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ମୁଖ୍ୟ ପୃଷ୍ଠପୋଷାକ ଭାବେ ଯୋଗ ଦେଇ ଅଧ୍ୟକ୍ଷତା କରିଥିଲେ । ନିଜ ବକ୍ତବ୍ୟରେ ପ୍ରଫେସର ତ୍ରିପାଠୀ ଧାରଣକ୍ଷମ ବିକାଶ କେବଳ ଅଭିଧାନର ଏକ ଶବ୍ଦ ହୋଇରହିଯାଇଛି ବୋଲି କ୍ଷୋଭ ପ୍ରକାଶ କରିବା ସହ ଆଗାମୀ ଦିନର ନୂତନ ଶିକ୍ଷାନୀତିର ଅନୁସରଣରେ ଗବେଷଣାରେ ବିଭାଗୀକରଣ ଓ ବିଶେଷଜ୍ଞତା ନ ରହି ଆନ୍ତଃବିଷୟିକ ତଥା ବହୁବିଧ ବିଷୟ ଦିଗକୁ ଗତି କରିବ ବୋଲି ଦୃଢ଼ୋକ୍ତି କରିଥିଲେ । ମୁଖ୍ୟ ଅତିଥି ଭାବେ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫୁଲ୍ଲ କୁମାର ମହାନ୍ତି ଯୋଗଦେଇ ନିଜ ବକ୍ତବ୍ୟରେ ଧାରଣକ୍ଷମ ବିକାଶ ଲକ୍ଷ୍ୟ ଦିଗରେ ବିଭାଗର ପଦକ୍ଷେପକୁ ଭୂୟସୀ ପ୍ରଂଶସା କରିବା ସହ ସୃଜନଶୀଳତା ହିଁ ସକଳ ଜ୍ଞାନର ମୂଳ ଆଧାର ବୋଲି କହିଥିଲେ । ମୁଖ୍ୟ ବକ୍ତା ଭାବେ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ପୂର୍ବତନ ପ୍ରଫେସର ସୁଶୀଳ କୁମାର ଦତ୍ତ ଯୋଗଦେଇ ଓଡ଼ିଶାରେ ପ୍ରାଣୀ ବିଜ୍ଞାନ ଗବେଷଣାର ଇତିହାସ ସମ୍ପର୍କରେ ନିଜର ଅଭିଭାଷଣ ରଖିଥିଲେ ଓ ଆଜିକାଲି ପ୍ରାଣୀ ବିଜ୍ଞାନରେ ଉନ୍ନତମାନର ଗବେଷଣା ବିରଳ ହୋଇପଡ଼ିଛି ବୋଲି କହିଥିଲେ । ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ, ଆବାହକ ତଥା ବିଭାଗୀୟ ମୁଖ୍ୟ ପ୍ରଫେସର ହେମନ୍ତ କୁମାର ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ସହ-ଆବାହକ ବିଭାଗୀୟ ପ୍ରଫେସର ପୁଷ୍ପାଞ୍ଜଳି ପରିଡ଼ା ଆଲୋଚନାଚକ୍ରର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ବିବରଣୀ ରଖିଥିଲେ । ଆଲୋଚନାଚକ୍ରର କାର୍ଯ୍ୟକାରୀ ସମ୍ପାଦିକା ଡ. ଗାର୍ଗୀ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଯୁଗ୍ମ କାର୍ଯ୍ୟକାରୀ ସମ୍ପାଦକ ବିଭାଗୀୟ ସହକାରୀ ପ୍ରଫେସର ଡ. ପ୍ରିୟରଞ୍ଜନ ଦେବତା, ଡ. କୁକୁ ମହାପାତ୍ର, ଅଧ୍ୟାପିକା ଫୌଜିଆ ମୁନାୱର, ଲ୍ୟାବ୍ ଟେକନିସିଆନ୍ ଜ୍ୟୋତିପ୍ରଜ୍ଞା ମାଝୀ ପ୍ରମୁଖ ଆଲୋଚନାଚକ୍ରକୁ ପରିଚାଳନା କରିଥିଲେ । ଏହି ଅବସରରେ ବିଭାଗୀୟ ଅଧ୍ୟାପକ ଅଧ୍ୟାପିକାଙ୍କ ଦ୍ୱାରା ସମ୍ପାଦିତ ପୁସ୍ତକ "ଆଡ୍ଭାନ୍ସ୍ମେଣ୍ଟ୍ ଇନ୍ ଜୁଲୋଜିକାଲ୍ ରିସର୍ଚ୍ଚ"ର ଉନ୍ମୋଚନ ହୋଇଥିଲା । ଏହି ଆଲୋଚନାଚକ୍ରରେ ବକ୍ତା ରୂପେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ ପ୍ରଫେସର ସଞ୍ଜତ କୁମାର ସାହୁ, ବିଦ୍ୟାସାଗର ବିଶ୍ୱବିଦ୍ୟାଳୟର ସହଯୋଗୀ ପ୍ରଫେସର ଡ. ପ୍ରିୟଞ୍ଜା ହାଲଦାର ମଲ୍ଲିକ, କଲ୍ୟାଣୀ ବିଶ୍ୱବିଦ୍ୟାଳୟର ପୂର୍ବତନ ପ୍ରଫେସର ଡ. ସି. ଆର. ସାହୁ, ଆସାମ ବୋଡ଼ୋଲାଣ୍ଡ୍ ବିଶ୍ୱବିଦ୍ୟାଳୟର ପ୍ରଫେସର ହିଲ୍ଲୋଳଜ୍ୟୋତି ସିଂହା, ସହଯୋଗୀ ପ୍ରଫେସର ଡ. କୁଶଳ ଚୌଧୁରୀ, ଓୟୁଏଟିର ପୂର୍ବତନ ପ୍ରଫେସର ସଞ୍ଜୟ କୁମାର ସାମନ୍ତରାୟ, ତ୍ରିପୁରା ବିଶ୍ୱବିଦ୍ୟାଳୟର ଡ. ବ୍ରୋନ୍ସନ୍ କୁମାର, ଭାରତୀୟ ପ୍ରାଣୀ ସର୍ବେକ୍ଷଣର ବୈଜ୍ଞାନିକ ଡ. ପ୍ରତ୍ୟୁଷ ମହାପାତ୍ର, ଫକୀରମୋହନ ବିଶ୍ୱବିଦ୍ୟାଳୟର ପୂର୍ବତନ ପ୍ରଫେସର ବିଷ୍ଣୁପ୍ରସାଦ ଦାସ, ପ୍ରଫେସର ଭାସ୍କର ବେହେରା, ଡ. ମନୋଜିତ ଭଟ୍ଟାଚାର୍ଯ୍ୟ, ଡ. ଭାରତ ଭୂଷଣ ପଟ୍ଟନାୟକ, ଡ. ନୀଳାଦ୍ରିଭୂଷଣ କର ପ୍ରମୁଖ ଯୋଗଦେଉଛନ୍ତି । ଆଲୋଚନାଚକ୍ରରେ ୮୦ ଜଣ ଗବେଷକ/ ଗବେଷିକା ନିଜର ଗବେଷଣାତ୍ମକ ସନ୍ଦର୍ଭ ଉପସ୍ଥାପନ କରୁଛନ୍ତି ଓ ୧୬୮ ଜଣ ଅଂଶଗ୍ରହଣକାରୀ ଭାଗନେଉଛନ୍ତି । ଏହି ଆଲୋଚନାଚକ୍ରର ଉଦଘାଟନୀ ସମାରୋହରେ ବିଶ୍ଵବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ ।
Two Days National Seminar on Socio-Economic and Cultural profile of the Tribes of North Odisha, Changing through the Ages @MSCBU
ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟର ସ୍ନାତକୋତ୍ତର ଇତିହାସ ବିଭାଗ ଦ୍ଵାରା ଆୟୋଜିତ ଏକ ଦୁଇ ଦିବସୀୟ ଜାତୀୟ ଆଲୋଚନାଚକ୍ର ଉଦଘାଟିତ ହେଇଯାଇଛି । "ଉତ୍ତର ଓଡ଼ିଶା ଜନଜାତିଙ୍କ ସାମାଜିକ-ଅର୍ଥନୈତିକ ଏବଂ ସାଂସ୍କୃତିକ ରୂପରେଖ: ଯୁଗ ଯୁଗ ଧରି ପରିବର୍ତ୍ତନ" ଶୀର୍ଷକ ଏହି ଆଲୋଚନାଚକ୍ରରେ ବିଶ୍ଵବିଦ୍ୟାଳୟର କୂଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ମୁଖ୍ୟ ପୃଷ୍ଠପୋଷାକ ଭାବେ ଯୋଗ ଦେଇ ଅଧ୍ୟକ୍ଷତା କରିଥିଲେ । ନିଜ ବକ୍ତବ୍ୟରେ ପ୍ରଫେସର ତ୍ରିପାଠୀ ଉତ୍ତର ଓଡ଼ିଶାର ସ୍ଥାନୀୟ ଜନଜାତି ମାନଙ୍କର ସଂସ୍କୃତି କିପରି ଭାବରେ ବଜାୟ ରହିବ ସେ ଦିଗରେ ବିଶ୍ୱବିଦ୍ୟାଳୟ ପ୍ରତିବଦ୍ଧତା ଉପରେ ଆଲୋକପାତ କରିଥିଲେ । ଏହି ଆଲୋଚନାଚକ୍ରରେ ଉତ୍କଳ ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଫେସର ଅଶୋକ କୁମାର ପଟ୍ଟନାୟକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ନିଜ ବକ୍ତବ୍ୟରେ ଜନଜାତି ମାନେ ନିଜ ସଂସ୍କୃତିକୁ ବଜାୟ ରଖିବା ପାଇଁ ସମ୍ମୁଖୀନ ହେଉଥିବା ବିଭିନ୍ନ ଆନ୍ଦୋଳନ ବିଷୟରେ ନିଜର ବକ୍ତବ୍ୟ ରଖିଥିଲେ । ଶ୍ରୀମା ମହିଳା ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧକ୍ଷ ଡକ୍ଟର ଶ୍ୟାମସୁନ୍ଦର ଦାସ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ମୁଖ୍ୟ ସ୍ରୋତରେ ସାମିଲ ହେବାପାଇଁ ଜନଜାତି ମାନେ ସମାଜର ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ଉପରେ ନିଜର ଅଭିଭାଷଣ ରଖିଥିଲେ । ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗଦେଇ ନିଜ ବକ୍ତବ୍ୟରେ ଜନଜାତିଙ୍କ ବିକଶିତ ପରିଚୟକୁ ବୁଝିବା ଏବଂ ସମର୍ଥନ କରିବା ଦିଗରେ ଏହି ଆଲୋଚନାଚକ୍ର ଏକ ସମୋୟଚିତ ପଦକ୍ଷେପ ବୋଲି କହିଥିଲେ । ବି.ବି ମହାବିଦ୍ୟାଳୟ, ବାଇଗଣବାଡ଼ିଆର ଅବସରପ୍ରାପ୍ତ ଅଧ୍ୟାପକ ଡକ୍ଟର ଜେ.ଏସ.ଡି.ଏନ ସଚନ୍ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ସ୍ଥାନୀୟ ଜନଜାତି ମାନଙ୍କର ଉତ୍ପତ୍ତି ଓ ବିକାଶ ଧାରା ସମ୍ପର୍କରେ ନିଜର ଅଭିଭାଷଣ ରଖିଥିଲେ । ଏହି ଆଲୋଚନାଚକ୍ରର ଆବାହକ ତଥା ବିଭାଗୀୟ ସଂଯୋଜିକା ଡକ୍ଟର ମୋନାଲି ଗୋସ୍ୱାମୀ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଆଲୋଚନାଚକ୍ରର କାର୍ଯ୍ୟକାରୀ ସମ୍ପାଦିକା ଡକ୍ଟର ତୃପ୍ତିରେଖା ସାହୁ ଆଲୋଚନାଚକ୍ରର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ବିବରଣୀ ରଖିଥିଲେ ଓ ଅନ୍ୟତମ କାର୍ଯ୍ୟକାରୀ ସମ୍ପାଦକ ରଞ୍ଜନ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଆଲୋଚନାଚକ୍ରର ଅନ୍ୟତମ କାର୍ଯ୍ୟକାରୀ ସମ୍ପାଦିକା ଭାଲେଣ୍ଟିନା ହାଁସଦା ଆଲୋଚନାଚକ୍ରକୁ ପରିଚାଳନା କରିଥିଲେ । ଏହି ଆଲୋଚନାଚକ୍ରରେ ମୋଟ ୫ ଜଣ ନିମନ୍ତ୍ରିତ ବକ୍ତା ଓ ୬୯ ଜଣ ଗବେଷକ/ ଗବେଷିକା ନିଜର ଗବେଷଣାତ୍ମକ ସନ୍ଦର୍ଭ ଉପସ୍ଥାପନ କରିଥିଲେ । ଏହି ଆଲୋଚନାଚକ୍ରର ଉଦଘାଟନୀ ସମାରୋହରେ ବିଶ୍ଵବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ ।
Orientation cum Counselling programme on Anti-Ragging @MSCBU
ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଆଣ୍ଟି-ର୍ୟାଗିଂ ଉପରେ ସ୍ନାତକୋତ୍ତର ଛାତ୍ରଛାତ୍ରୀଙ୍କ ପାଇଁ ଅଭିମୁଖୀକରଣ ଓ ପରାମର୍ଶ କାର୍ଯ୍ୟକ୍ରମ ଏବଂ ଅଣଶିକ୍ଷକ କର୍ମଚାରୀଙ୍କ ପାଇଁ ସମ୍ବେଦୀକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଯୋଗ ଦେଇ ନିଜ ବକ୍ତବ୍ୟରେ ଏହି ବିଶ୍ୱବିଦ୍ୟାଳୟର ଇତିହାସରେ ର୍ୟାଗିଂ ଘଟଣା ନ ଘଟିଥିବା ଏକ ଆନନ୍ଦର ବିଷୟ ବୋଲି ମତଦେବା ସହ ଛାତ୍ରଛାତ୍ରୀମାନଙ୍କୁ ବିଶ୍ୱବିଦ୍ୟାଳୟକୁ ନିଜ ଘର ମନେ କରି ଶୃଙ୍ଖଳା ଆଚରଣ କରିବା ପାଇଁ ପରାମର୍ଶ ଦେଇଥିଲେ । ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ର୍ୟାଗିଂ-ବିରୋଧୀ କମିଟିର ସଦସ୍ୟଗଣ ଯଥା ହଷ୍ଟେଲର ୱାର୍ଡେନ ପ୍ରଫେସର ମିନତୀ ମଲ୍ଲିକ, ପଦାର୍ଥ ବିଜ୍ଞାନ ବିଭାଗର ପ୍ରଫେସର ଇନ୍ଦ୍ରଜିତ ନାୟକ, ଭାରପ୍ରାପ୍ତ କୁଳସଚିବ ତଥା ବିତ୍ତ ନିୟନ୍ତ୍ରକ ଶ୍ରୀ ଶୁକଦେବ ତରେଇ, ସହକାରୀ କୁଳସଚିବ ଶ୍ରୀ ସଂଜୀବ ତନ୍ତୀ, ମୟୂରଭଞ୍ଜର ସବ-କଲେକ୍ଟର ଶ୍ରୀ ଦୟାସିନ୍ଧୁ ପରିଡା, ବାରିପଦା ଭଞ୍ଜପୁରର ଆଇ.ଆଇ.ସି. ଶ୍ରୀ ଅଜୟ କୁମାର ଜେନା ଓ କଳିଙ୍ଗ ଟିଭି ମୟୂରଭଞ୍ଜର ବ୍ୟୁରୋ ମୁଖ୍ୟ ଶ୍ରୀ ସତ୍ୟଜିତ ସୋମ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ର୍ୟାଗିଂ ସମ୍ବନ୍ଧୀୟ ଚିନ୍ତା ଏବଂ ମାନସିକ ସ୍ୱାସ୍ଥ୍ୟ ସମସ୍ୟାର ମୁକାବିଲା କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ରଣନୀତି ଏବଂ ସହାୟତା ପ୍ରଣାଳୀ ବିଷୟରେ ପରାମର୍ଶ ଦେଇଥିଲେ । ଏହି ଆଲୋଚନାରେ ର୍ୟାଗିଂ ଏବଂ ର୍ୟାଗିଂ-ବିରୋଧୀ ଆଇନର ପରିଭାଷା ଉପରେ ଗୁରୁତ୍ୱ ଦିଆଯାଇଥିଲା, ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଏକ ସୁରକ୍ଷିତ ପରିବେଶର ଆବଶ୍ୟକତା ଉପରେ ଗୁରୁତ୍ୱ ଦିଆଯାଇଥିଲା । ସମସ୍ତ ସଦସ୍ୟ ସର୍ବସମ୍ମତିକ୍ରମେ ର୍ୟାଗିଂ ମୁକ୍ତ ପରିବେଶର ଗୁରୁତ୍ୱ ଏବଂ ଛାତ୍ରମାନଙ୍କ ମଧ୍ୟରେ ସହାନୁଭୂତି, ସମ୍ମାନ ଏବଂ ପାରସ୍ପରିକ ସମର୍ଥନର ଆବଶ୍ୟକତାକୁ ସ୍ୱୀକାର କରିଥିଲେ । ର୍ୟାଗିଂ ବିରୋଧୀ କମିଟିର ସଦସ୍ୟ ସଂଯୋଜକ ଡକ୍ଟର କୁକୁ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା, ସ୍ନାତକୋତ୍ତର ଛାତ୍ରଛାତ୍ରୀ ଓ ଅଣଶିକ୍ଷକ କର୍ମଚାରୀଗଣ ଯୋଗଦେଇଥିଲେ ।
International Conference on “India’s Pathway to Sustainable Development” @MSCBU
ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ସ୍ନାତକୋତ୍ତର ଅର୍ଥନୀତି ବିଭାଗ ଦ୍ୱାରା ଆୟୋଜିତ ଏକ ଦୁଇ ଦିବସୀୟ ଆନ୍ତର୍ଜାତୀୟ ସମ୍ମିଳନୀ ଉଦ୍ଘାଟିତ ହୋଇଯାଇଛି । "ଭାରତର ସ୍ଥାୟୀ ବିକାଶର ପଥ" ଶୀର୍ଷକ ଏହି ସମ୍ମିଳନୀରେ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ମୁଖ୍ୟ ପୃଷ୍ଠପୋଷକ ଭାବେ ଯୋଗ ଦେଇ ଅଧ୍ୟକ୍ଷତା କରିଥିଲେ । ନିଜ ବକ୍ତବ୍ୟରେ ପ୍ରଫେସର ତ୍ରିପାଠୀ ଭାରତର ସ୍ଥାୟୀ ବିକାଶ ପାଇଁ ବିଶ୍ୱବିଦ୍ୟାଳୟର ପ୍ରତିବଦ୍ଧତା ଉପରେ ଆଲୋକପାତ କରିବା ସହ ଧାରଣକ୍ଷମ ବିକାଶ ପାଇଁ ଉଚିତ୍ ମାର୍ଗରେ ସମ୍ବଳ ବିନିଯୋଗ ଏବଂ ଛାତ୍ରଛାତ୍ରୀମାନଙ୍କ ଗୋଷ୍ଠୀ ସହଭାଗିତା ଉପରେ ଗୁରୁତ୍ୱାରୋପ କରିଥିଲେ । କେବଳ ସ୍ଥାୟୀ ବିକାଶ ଉପରେ ଆଲୋଚନା ସମାଧାନ ନୁହେଁ ବରଂ ସ୍ଥାୟୀ ବିକାଶ ହାସଲ କରିବା ପାଇଁ କିଛି ନୀତିଗତ ପଦକ୍ଷେପ ଜରୁରୀ ବୋଲି ସେ ମତପୋଷଣ କରିଥିଲେ । ଏହି ସମ୍ମିଳନୀରେ ନେପାଳର ମଧ୍ୟ-ପଶ୍ଚିମ ବିଶ୍ୱବିଦ୍ୟାଳୟର ପ୍ରଫେସର ଦୀପ ବାହାଦୁର ରାୱଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନିଜ ବକ୍ତବ୍ୟରେ ପରିବେଶଗତ ସଂରକ୍ଷଣ ସହିତ ଆର୍ଥିକ ଅଭିବୃଦ୍ଧିକୁ ସନ୍ତୁଳିତ କରିବାରେ ଭାରତର ପ୍ରୟାସକୁ ପ୍ରଶଂସା କରିଥିଲେ ଏବଂ ବୈଶିକ ଆହ୍ୱାନର ମୁକାବିଲା ପାଇଁ ଆନ୍ତଃରାଷ୍ଟ୍ରୀୟ ସହଯୋଗର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । କ୍ୟାମ୍ବ୍ରିଜ୍ ୟୁକେର ଆଙ୍ଗଲିଆ ରସ୍କିନ୍ ବିଶ୍ୱବିଦ୍ୟାଳୟର ପ୍ରଫେସର ମନୋଜ ଦୋରା ମୁଖ୍ୟ ବକ୍ତା ଭାବେ ଯୋଗଦେଇ ବୃତ୍ତାକାର ଅର୍ଥନୀତି ଓ ବିଭିନ୍ନ ଅର୍ଥନୀତି ମଡେଲଗୁଡ଼ିକ ଉପରେ ଆଲୋଚନା କରିଥିଲେ ଏବଂ ଗ୍ଲୋବାଲ୍ ସାଉଥ୍ରେ ସ୍ଥାୟୀ ବିକାଶର ପ୍ରମୁଖ ବାହକ ଭାବରେ ଡିଜିଟାଲ୍ ନବସୃଜନ ଏବଂ ଯୋଗାଣ ଶୃଙ୍ଖଳା ସ୍ଥିରତା ପାଇଁ ସମର୍ଥନ କରିଥିଲେ । କ୍ୟାପିଟାଲ ହସ୍ପିଟାଲ, ଭୁବନେଶ୍ୱରର ପ୍ରଫେସର ବିଶ୍ୱଜିତ ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ନିଜ ବକ୍ତବ୍ୟରେ ଦୃଢ଼ ଶିଳ୍ପ-ଶିକ୍ଷା ସହଭାଗୀତା ପାଇଁ ଆହ୍ୱାନ କରିଥିଲେ । ସମ୍ମିଳନୀର ଆବାହକ ବିଭାଗୀୟ ମୁଖ୍ୟ ପ୍ରଫେସର କବିତା କୁମାରୀ ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ସହ-ଆବାହକ ପ୍ରଫେସର ମିନତୀ ମଲ୍ଲିକ ଅତିଥି ପରିଚୟ ପ୍ରଦାନ କରିଥିଲେ । ସମ୍ମିଳନୀର କାର୍ଯ୍ୟକାରୀ ସମ୍ପାଦକ ଡ. ପ୍ରତାପ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସମ୍ମିଳନୀରେ ବିଦେଶରୁ ୭ ଜଣ ଓ ଭାରତରୁ ୯ ଜଣ ନିମନ୍ତ୍ରିତ ବକ୍ତା ଓ ୨୧୦ ଜଣ ଗବେଷକ/ଗବେଷିକା ଯୋଗଦେଇ ବିଭିନ୍ନ ଅନ୍ତର୍ଦୃଷ୍ଟିପୂର୍ଣ୍ଣ ଆଲୋଚନା ଏବଂ ଗବେଷଣା ଉପସ୍ଥାପନା କରୁଛନ୍ତି । ଉଦ୍ଘାଟନୀ ସମାରୋହରେ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ ।
Two-day National Seminar on 'Role of Libraries in Promoting Reading Habits' @MSCBU
ସ୍ଥାନୀୟ ମହାରାଜା ଶୀ୍ରରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ପାଠାଗାର ଓ ସୂଚନା ବିଜ୍ଞାନ ବିଭାଗରେ ଏକ ଦୁଇ ଦିବସୀୟ ଜାତୀୟ ଆଲୋଚନାଚକ୍ର ଉଦ୍ଘାଟିତ ହୋଇଯାଇଛି । ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ମାର୍ଗଦର୍ଶନରେ ପରି·ଳିତ ଏହି ଆଲୋଚନା ଚକ୍ରରେ ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁ ପୌରୋହିତ୍ୟକରି ନିଜସ୍ୱ ବକ୍ତବ୍ୟରେ ପୁସ୍ତକ ଅଧ୍ୟୟନ ପାଇଁ ପାଠାଗାରର ଭୂମିକା ସମ୍ବଦ୍ଧରେ ଆଲୋଚନା କରିଥିଲେ । ଆଲୋଚନା ଚକ୍ରର ବିଷୟ ବସ୍ତୁ “ପଢିବାର ଉତ୍ସାହପାଇଁ ପାଠାଗାରର ଭୂମିକା” ଉପରେ ମୁଖ୍ୟ ଅତିଥି ପଶ୍ଚିମବଙ୍ଗସ୍ଥ ବିଦ୍ୟାସାଗର ବିଶ୍ୱବିଦ୍ୟାଳୟର ପ୍ରଫେସର ଦୁର୍ଗାଶଙ୍କର ରଥ ଏକ ସାରଗର୍ଭକ ଭାଷଣ ରଖିଥିଲେ । ଏହି ଆଲୋଚନା ଚକ୍ରର ମୁୁଖ୍ୟବକ୍ତା ରୂପେ ପଶ୍ଚିମବଙ୍ଗସ୍ଥ କଲ୍ୟାଣି ବିଶ୍ୱବିଦ୍ୟାଳୟର ପ୍ରଫେସର ପାର୍ଥସାରଥୀ ମୁଖୋପାଧ୍ୟୟ ଯୋଗଦାନକରି ସାଂପ୍ରତିକ ସ୍ଥିତିରେ ଅଧ୍ୟୟନ ପାଇଁ ପାଠାଗାର କିପରି ବିଭିନ୍ନ ଭାବରେ ସହଯୋଗ କରୁଛି ସେ ସମ୍ବଦ୍ଧରେ ଅଭିଭାଷଣ ପ୍ରଦାନ କରିଥିଲେ । ବିଭାଗର ସଂଯୋଜକ ତଥା ଆଲୋଚନା ଚକ୍ରର ଆବାହକ ପ୍ରଫେସର ପ୍ରଭଞ୍ଜନ ମଲ୍ଲିକ ସ୍ୱାଗତ ଭାଷଣ ଦେବା ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ । ଆଲୋଚନା ଚକ୍ରର କାର୍ଯ୍ୟକାରୀ ସଂପାଦକ ବିଭାଗର ସହକାରୀ ପ୍ରଫେସର ଡକ୍ଟର ନବୀନ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରାରମ୍ଭରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ବିଶ୍ୱବିଦ୍ୟାଳୟ ସଂଗୀତ ଗାନ କରାଗଲାବେଳେ ଶେଷରେ ‘ବନେ୍ଦ ଉକôଳଜନନୀ’ ସଂଗୀତ ଗାନ କରାଯାଇଥିଲା । ଏହି ଦୁଇ ଦିବସୀୟଆଲୋଚନା ଚକ୍ରରେ ଜାମ୍ସେଦ୍ପୁର ମହିଳା ବିଶ୍ୱବିଦ୍ୟାଳୟ ସହକାରୀ ପ୍ରଫେସର ଡକ୍ଟର ଅନିତା ମିଶ୍ର, ଆଇ.ଆଇ.ଟି ଖଡଗପୁର ସହକାରୀ ଲାଇବ୍ରେରିଆନ୍ ହେମନ୍ତ କୁମାର ବିଶ୍ୱାଳ, ଟାଟାଷ୍ଟିଲ ଜାମସେଦପୁରର ସୂଚନା ଅଧିକାରୀ ପ୍ରେମରାଜ ମିଶ୍ର, ଭୁବନେଶ୍ୱରର ଇନ୍ଷ୍ଟଚୁ୍ୟଟ ଅଫ୍ ହୋଟେଲ ମ୍ୟାନେଜମେଣ୍ଟର ଲାଇବ୍ରେରିଆନ ତଥା ରାଜଭାଷା ଅଧିକାରୀ ଅଭିନାଶ ଦାସ ପ୍ରବକ୍ତା ଭାବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହି କାର୍ଯ୍ୟକ୍ରମକୁ ବିଭାଗର ସହକାରୀ ପ୍ରଫେସର ସସ୍ମିତା ନାୟକ ଓ ବିଭାଗୀୟ ଗବେଷଣା ଛାତ୍ରଛାତ୍ରୀମାନେ ପରି·ଳନା କରିବାରେ ବିଶେ ଷ ସହେଯାଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀମାନେ ବହୁଭାବରେ ଯୋଗଦାନ କରିଥିଲେ ।
Odia Pakhya Celebration @MSCBU
ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଓଡ଼ିଆ ପକ୍ଷ ପାଳନ ଅବସରରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଓ 'ଆସ, ବହିଟିଏ କିଣିବା' କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପୂର୍ବାହ୍ନରେ ସ୍ନାତକୋତ୍ତର ଜାତୀୟ ସେବା ଯୋଜନା, ବିଶ୍ୱବିଦ୍ୟାଳୟ ଜାତୀୟ ସେବା ଯୋଜନା ବ୍ୟୁରୋ ଓ ଜିଲ୍ଲା ହସପିଟାଲ୍ ବାରିପଦା ରକ୍ତ ଭଣ୍ଡାରର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା । ଏହି ଶିବିରରେ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଓ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁ ଯୋଗଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ସମୁଦାୟ ୫୨ ୟୁନିଟ ରକ୍ତସଂଗ୍ରହ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ପରିଚାଳନାରେ ଜାତୀୟ ସେବା ଯୋଜନା ସଂଯୋଜକ ଡ. ଶିଶିର ବେହେରା, ସଂଯୋଜିକା ଡ. ବିଷ୍ଣୁପ୍ରିୟା ହାଁସଦା, ଜିଲ୍ଲା ହସପିଟାଲ୍ ବାରିପଦା ରକ୍ତ ଭଣ୍ଡାରର ଡ. ହରେକୃଷ୍ଣ, ଛବି ମହାନ୍ତ, କଳ୍ପନା ସିଂ, ସବିତାରାଣୀ ଶେଜପଡ଼ା ପ୍ରମୁଖ ସହଯୋଗ କରିଥିଲେ ।
ଅପରାହ୍ନରେ ବିଶ୍ୱବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ଦ୍ୱାରା କେନ୍ଦ୍ରୀୟ ଗ୍ରନ୍ଥାଗାର ପ୍ରାଙ୍ଗଣରେ 'ଆସ, ବହିଟିଏ କିଣିବା' କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁ ଉଦ୍ଘାଟନ କରିଥିଲେ । କୁଳସଚିବ ସୁମିତା ସିଂ, ବିତ୍ତ ନିୟନ୍ତ୍ରକ ଶୁକଦେବ ତରେଇ, ପରୀକ୍ଷା ନିୟନ୍ତ୍ରକ ଡ. ସୁବ୍ରତ କୁମାର ରଣା ପ୍ରମୁଖ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଏଥିରେ ମୟୂରଭଞ୍ଜର ଲେଖକ ଲେଖିକା ଗଣ ଯଥା ବାସନ୍ତୀଲତା ମହାପାତ୍ର, ଶଙ୍କର ଜେନା, ବୃନ୍ଦାବନ ଦାସ, ରାଜେନ୍ଦ୍ର ସାମଲ, ଧନେଶ୍ୱର ପଣ୍ଡା, ରାଜଲକ୍ଷ୍ମୀ ତ୍ରିପାଠୀ, ସିବୁଲାଲ୍ ମହାନ୍ତ, ପ୍ରଫେସର ବବ୍ରୁବାହନ ମହାପାତ୍ର ଆଦିଙ୍କର ସ୍ୱରଚିତ ପୁସ୍ତକ ଓ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରକାଶିତ ପୁସ୍ତକ ଗୁଡ଼ିକ ଜନସାଧାରଣଙ୍କର କ୍ରୟାର୍ଥେ ପ୍ରଦର୍ଶନୀ ହୋଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ବିଭାଗୀୟ ମୁଖ୍ୟ ପ୍ରଫେସର ବବ୍ରୁବାହନ ମହାପାତ୍ର, ବିଭାଗୀୟ ସହକାରୀ ପ୍ରଫେସର ଡକ୍ଟର ବିଚିତ୍ରନାଥ ସାହୁ, ଡ. ଶିଶିର ବେହେରା, କେନ୍ଦ୍ରୀୟ ଗ୍ରନ୍ଥାଗାରର ମୁଖ୍ୟ ପ୍ରଫେସର ହିରାଲାଲ ଦାଶ, ସହକାରୀ ଗ୍ରାନ୍ଥଗାରିକ ସୁଜାତା ଚକ୍ର ପ୍ରମୁଖ ସହଯୋଗ କରିଥିଲେ । ଏହି ସମାରୋହରେ ବିଶ୍ୱବିଦ୍ୟାଳୟର ବହୁସଂଖ୍ୟାରେ ଅଧ୍ୟାପକ, ଅଧ୍ୟାପିକା, ଅଣଶିକ୍ଷକ କର୍ମଚାରୀ, ଛାତ୍ରଛାତ୍ରୀ ଯୋଗଦାନ କରି ପୁସ୍ତକ କ୍ରୟ କରିଥିଲେ ।
Second Wi-Fi Service inaugurated @MSCBU
ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ୫୦୦ଏମ୍.ବି.ପି.ଏସ୍ . କ୍ଷମତା ବିଶିଷ୍ଟ ୱାଇ-ଫାଇ ସେବା ଲୋକାର୍ପିତ ହୋଇଯାଇଛି । ବି.ଏସ୍.ଏନ୍.ଏଲ୍ ଦ୍ୱାରା ଏହି ଉପଲବ୍ଧ ଏହି ସେବାକୁ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଲୋକାର୍ପଣ କରିଥିଲେ । ଏହି ଅବସରରେ ବିଶ୍ୱବିଦ୍ୟାଳୟ କୁଳସଚିବ ସୁମିତା ସିଂ ଓ ବି.ଏସ୍.ଏନ୍.ଏଲ୍ ବାରିପଦାର ଡି .ଜି. ଏମ୍ ଶ୍ରୀ ମନୋରଞ୍ଜନ ସିଂ ଉପସ୍ଥିତ ଥିଲେ । ଏହି ୱାଇ-ଫାଇ ସେବା ଦ୍ୱାରା ବିଶ୍ୱବିଦ୍ୟାଳୟର ସମସ୍ତ ଶିକ୍ଷା ସୌଧ, କାର୍ଯ୍ୟାଳୟ ଓ ଛାତ୍ରଛାତ୍ରୀ ନିବାସର ବ୍ୟବହାରକାରୀଗଣ ଅହୋରାତ୍ର ଇଣ୍ଟରନେଟ ସେବା ପାଇପାରିବେ । ଏହି ଲୋକାର୍ପଣ କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ପରିଷଦର ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରଫେସର ସୁକାନ୍ତ କୁମାର ନାୟକ, ଜାତୀୟ ଶିକ୍ଷା ନୀତି ସଂଯୋଜକ ପ୍ରଫେସର ବିଶ୍ୱଜିତ ରଥ, ବିତ୍ତ ନିୟନ୍ତ୍ରକ ଶ୍ରୀ ଶୁକଦେବ ତରେଇ, ପରୀକ୍ଷା ନିୟନ୍ତ୍ରକ ଡ. ସୁବ୍ରତ କୁମାର ରଣା, ବିଶ୍ୱବିଦ୍ୟାଳୟ ୱାଇ ଫାଇ ଓ ଇଣ୍ଟରନେଟ ସଂଯୋଜକ ଡ. ସ୍ୱରୁପାନନ୍ଦ ବିଷୟୀ ପ୍ରମୁଖ ଉପସ୍ଥିତ ଥିଲେ ।
Two-Day National Seminar on "Women Empowerment for Viksit Bharat: The Way Forward" @MSCBU
ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ସାମାଜିକ କାର୍ଯ୍ୟ ବିଭାଗ ଦ୍ୱାରା ଏକ ଦୁଇ ଦିବସୀୟ ଜାତୀୟ ଆଲୋଚନାଚକ୍ର ସଫଳତାର ସହିତ ଆୟୋଜିତ ହୋଇଯାଇଛି । "ବିକଶିତ ଭାରତ ପାଇଁ ନାରୀ ସଶକ୍ତୀକରଣ: ଆଗକୁ ବଢ଼ିବାର ପଥ" ଶୀର୍ଷକ ଏହି ଦୁଇ ଦିନିଆ ଜାତୀୟ ଆଲୋଚନାଚକ୍ରରେ ଉଦଘାଟନୀ ସମାରୋହରେ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ମୁଖ୍ୟ ପୃଷ୍ଠପୋଷକ ଭାବେ ଯୋଗ ଦେଇ ନିଜ ବକ୍ତବ୍ୟରେ ଭାରତର ବିକାଶ ଯାତ୍ରାରେ ଲିଙ୍ଗଗତ ସମାନତା ସୁନିଶ୍ଚିତ କରିବାରେ ଶିକ୍ଷା ଏବଂ ନୀତିଗତ ସଂସ୍କାରର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ । ସ୍ନାତକୋତ୍ତର ପରିଷଦର ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରଫେସର ସୁକାନ୍ତ କୁମାର ନାୟକ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସେଣ୍ଟର ଫର୍ ୟୁଥ୍ ଆଣ୍ଡ୍ ସୋସିଆଲ୍ ଡେଭେଲପ୍ମେଣ୍ଟ୍ର ସହ-ପ୍ରତିଷ୍ଠାତା ଶ୍ରୀ ଜଗଦାନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନିଜ ବକ୍ତବ୍ୟରେ ନାରୀ ସଶକ୍ତୀକରଣ ପାଇଁ ତୃଣମୂଳ ସ୍ତରରେ ନେତୃତ୍ୱ ଏବଂ ସମ୍ପ୍ରଦାୟର ଅଂଶଗ୍ରହଣର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ହିମାଚଳ ପ୍ରଦେଶ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ପ୍ରଫେସର ଆଶୁତୋଷ ପ୍ରଧାନ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ନିଜ ବକ୍ତବ୍ୟରେ ଲିଙ୍ଗଗତ ବୈଷମ୍ୟ ଦୂର କରିବା ଏବଂ ଅନ୍ତର୍ଭୁକ୍ତିକୁ ପ୍ରୋତ୍ସାହିତ କରିବା ପାଇଁ ସାମାଜିକ କାର୍ଯ୍ୟ ହସ୍ତକ୍ଷେପର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ । ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟର ପ୍ରଫେସର ଅଶୋକ କୁମାର ସରକାର ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ନିଜ ବକ୍ତବ୍ୟରେ ମହିଳା ସଶକ୍ତୀକରଣର ସାମାଜିକ-ରାଜନୈତିକ ଏବଂ ଅର୍ଥନୈତିକ ଦିଗ ଉପରେ ଆଲୋକପାତ କରିଥିଲେ । ନିସ୍ୱାସ ଭୁବନେଶ୍ୱରର ଡ. ବି.ଆର. ଆମ୍ବେଦକର ଚେୟାର ପ୍ରଫେସର ସଶ୍ମି ନାୟକ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗଦେଇ ନାରୀ ସଶକ୍ତୀକରଣ ଦିଗରେ ଶିକ୍ଷାବିତ୍, ନୀତି ନିର୍ଦ୍ଧାରକ ଏବଂ ନାଗରିକ ସମାଜକୁ ସାମୂହିକ ପଦକ୍ଷେପ ନେବାକୁ ଆହ୍ୱାନ କରିଥିଲେ । ବିଶ୍ୱବିଦ୍ୟାଳୟ ସାମାଜିକ କାର୍ଯ୍ୟ ବିଭାଗର ସଂଯୋଜକ ତଥା ଆବାହକ ପ୍ରଫେସର ପ୍ରଭଞ୍ଜନ ମଲ୍ଲିକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଆଲୋଚନାଚକ୍ରର କାର୍ଯ୍ୟକାରୀ ସମ୍ପାଦକ ଡ. ଶୁଭେନ୍ଦୁ କୁମାର ଶତପଥି ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ବିଭିନ୍ନ ସଙ୍ଗଠକ ଯଥା ଅନ୍ତୋଦୟ ଚେତନା ମଣ୍ଡଳୀର ଅଧ୍ୟକ୍ଷ ଡ. ଆଦିତ୍ୟ ପଟ୍ଟନାୟକ, ମୟୂରଭଞ୍ଜ ବାୟୋଲୋଜିକାଲ୍ ରିସର୍ଚ୍ଚ୍ର ମୁଖ୍ୟ ସମୀର କୁମାର ସାହୁ, ସାଧନାର ସମ୍ପାଦକ ରଣଜିତ ମହାପାତ୍ର ଏବଂ ଆମେରିକାନ୍ ଇଣ୍ଡିଆନ୍ ଫାଉଣ୍ଡେସନର ଓଡ଼ିଶା ଇନ୍ଚାର୍ଜ୍ ରାଜକମଲ ଶର୍ମାଙ୍କୁ ସମ୍ମାନିତ କରାଯାଇଥିଲା । ସାମାଜିକ କାର୍ଯ୍ୟ ବିଭାଗର ଅଧ୍ୟାପକ ସୁଜୟ କୁମାର କୁଣ୍ଡୁ, ଅଧ୍ୟାପିକା ପାୟେଲ୍ ପ୍ରଧାନ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ଏହି ଆଲୋଚନାଚକ୍ରରେ ରାଜ୍ୟ ତଥା ରାଜ୍ୟ ବାହାରର ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର ଗବେଷକ/ଗବେଷିକା ଯୋଗଦାନ କରିଛନ୍ତି । ଉଦ୍ଘାଟନୀ ସମାରୋହରେ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରଛାତ୍ରୀ ମାନେ ଯୋଗଦେଇଥିଲେ ।
Odisha Divas celebration @MSCBU
ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ୯୦ତମ ଓଡ଼ିଶା ଦିବସ ପାଳନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଶ୍ୱବିଦ୍ୟାଳୟ ସାହିତ୍ୟ ଓ ସାଂସ୍କୃତିକ ପରିଷଦ ଦ୍ୱାରା ଆୟୋଜିତ ‘ସ୍ୱତନ୍ତ୍ର ଓଡ଼ିଶା ଦିବସର ଅନୁଚିନ୍ତା’ ଶୀର୍ଷକ ଏକ ଆଲୋଚନାଚକ୍ରରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ଗାରିମାମୟ ଉତ୍କଳର ସ୍ମୃତି ଚାରଣ କରିବା ସହିତ ଆମର ପୂର୍ବପୁରୁଷମାନଙ୍କ ଅବଦାନକୁ ମନେପକାଇଥିଲେ । ନିଜର ନୈତିକ ଦାୟିତ୍ୱ ସୂଚାରୁ ରୂପେ ସଂପାଦନ କରିବାଦ୍ୱାରା ଆମେ ଉତ୍କଳମାତାର ଯଥାର୍ଥ ସେବା କରିପାରିବା ବୋଲି ସେ ବ୍ୟକ୍ତବ୍ୟ ରଖିଥିଲେ । ଏହି ସମାରୋହରେ ମୁଖ୍ୟ ବକ୍ତାରୂପେ ଭାରତୀୟ ସନ୍ଥ ସମାଜର ସଦସ୍ୟ ବନୋଷଧି ଚିକିତ୍ସକ ସମାଜସେବୀ ବାବାଜୀ ଡାକ୍ତର ସନତ ସୁଜାତାନନ୍ଦ ଦାସମହାରାଜ ଯୋଗଦାନକରି ନିଜର ବକ୍ତବ୍ୟରେ ଅତୀତ ଓଡ଼ିଶାର ରୂପରେଖା ବର୍ଣ୍ଣନା କରିବାସହିତ କବି ଲେଖକମାନଙ୍କର ଅବଦାନ ସମ୍ବନ୍ଧରେ ଏକ ସାରଗର୍ଭକ ଅଭିଭାଷଣ ରଖିଥିଲେ । ବଳାଙ୍ଗୀ ମହୋତ୍ସବର ପ୍ରତିଷ୍ଠାତା ସଂପାଦକ ତଥା ମୟୂରଭଞ୍ଜ ଜିଲ୍ଲା ଓଡ଼ିଆ ଜାଗରଣ ମଞ୍ଚର ପ୍ରତିଷ୍ଠାତା ସଂପାଦକ ସମାଜସେବୀ ଶରତଚନ୍ଦ୍ର ନାୟକ ସମ୍ମାନିତ ଅତିଥି ରୂପେ ଯୋଗଦାନ କରି ସ୍ୱତନ୍ତ୍ର ଓଡ଼ିଶା ଗଠନରେ ମୟୂରଭଞ୍ଜର ଅବଦାନ ଉପରେ ବିଶେଷ ବକ୍ତବ୍ୟ ରଖିଥିଲେ । ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁ ଅନ୍ୟତମ ସମ୍ମାନିତ ଅତିଥିଭାବରେ ଯୋଗଦାନ କରି ଏହି ସ୍ମରଣୀୟ ଦିବସରେ ଆମର ନୈତିକ ଦାୟିତ୍ୱ ସମ୍ବନ୍ଧରେ ଅଭିଭାଷଣ ରଖିଥିଲେ । ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ମୁଖ୍ୟ ତଥା ବିଶ୍ୱବିଦ୍ୟାଳୟ ସାହିତ୍ୟ ଓ ସାଂସ୍କୃତିକ ପରିଷଦର ସଭାପତି ପ୍ରଫେସର ବବ୍ରୁବାହନ ମହାପାତ୍ର ଏହି ସମାରୋହରେ ସଭାପତିତ୍ୱ କରି ସମସ୍ତଙ୍କୁ ସ୍ୱାଗତ କରିବା ସହିତ ଏ ସଭାର ସାର୍ଥକତା ପାଇଁ ସମସ୍ତଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଥିଲେ । ବିଶ୍ୱବିଦ୍ୟାଳୟ ସାହିତ୍ୟ ଓ ସାଂସ୍କୃତିକ ପରିଷଦର ସଂପାଦକ ଓଡ଼ିଆ ବିଭାଗ ସହକାରୀ ପ୍ରଫେସର ଡକ୍ଟର ବିଚିତ୍ରନାଥ ସାହୁ କାର୍ଯ୍ୟକ୍ରମ ବିବରଣୀ ପାଠ କରିବା ସହିତ ନିଜସ୍ୱ ବକ୍ତବ୍ୟରେ ଇତିହାସ ପୃଷ୍ଠାରେ ଅତୀତ ଓଡ଼ିଶାର ଏକ ଚିତ୍ର ତୋଳିଧରିଥିଲେ । ଏହି ଅବସରରେ ବିଶ୍ୱବିଦ୍ୟାଳୟ ଓଡ଼ିଆ ବିଭାଗ ଗବେଷକ ଓ ଗବେଷିକାଙ୍କ ଦ୍ୱାରା ଲିଖିତ ତଥା ବିଭାଗୀୟ ସହକାରୀ ପ୍ରଫେସର ଡକ୍ଟର ଶିଶିର ବେହେରାଙ୍କ ଦ୍ୱାରା ସଂକଳିତ ‘ମୁଁ ଯିବି ତୁମରି ପରି’ ପୁସ୍ତକକୁ ମୁଖ୍ୟଅତିଥି କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଲୋକାର୍ପଣ କରିଥିଲେ । ସଭାର ଶେଷରେ ସହକାରୀ ପ୍ରଫେସର ଡକ୍ଟର ଶିଶିର ବେହେରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଦିବସ ଉପଲକ୍ଷେ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଓଡ଼ିଆ ପ୍ରବନ୍ଧ ଲିଖନ, ଓଡ଼ିଆ ତର୍କ, ଓଡ଼ିଆ ଶାସ୍ତ୍ରୀୟ ସଂଗୀତ ଗାନ ଓ ଓଡ଼ିଶୀ ନୃତ୍ୟ ପ୍ରତିଯୋଗିତାକୁ ସାହିତ୍ୟ ଓ ସାଂସ୍କୃତିକ ପରିଷଦର ଉପ-ସଭାପତି ପ୍ରାଣୀ ବିଜ୍ଞାନ ବିଭାଗ ପ୍ରଫେସର ପୁଷ୍ପାଞ୍ଜଳି ପରିଡ଼ା ଓ ଓଡ଼ିଆ ବିଭାଗ ସହକାରୀ ପ୍ରଫେସର ଡକ୍ଟର ବିନ୍ଧେଶ୍ୱରୀ କଲିଆ, ହୃଷୀକେଶ ମହାନ୍ତ ଓ ରାଜ କୁମାର ପାତ୍ର ପରିଚାଳନା କରିଥିଲେ । କୃତୀପ୍ରତିଯୋଗୀ ଛାତ୍ରଛାତ୍ରୀ ଦେବଜ୍ୟୋତି ଧୀର, ଜ୍ୟୋତିର୍ମୟୀ ସାହୁ, ମୌସୁମୀ ମଣ୍ଡଳ, ମାନଗୋବିନ୍ଦ ଦାସ, ସିମ୍ରନ୍ ପଣ୍ଡା, ବୈଶାଖୀ ମହାନ୍ତି, ସୁନିତା ଦାସ, ନମିତା ସୋରେନ୍, ସୌମ୍ୟ ସୁବର ସାହୁ, ସୁନିଲ କୁମାର ସାହୁ, ମୋହିନୀ ଲକ୍ଷ୍ମୀମୁଦ୍ରା ଶତପଥୀ, ବର୍ଷାରାଣୀ ଜେନାଙ୍କୁ ପ୍ରମାଣପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା । ପ୍ରାରମ୍ଭରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ‘ବନ୍ଦେ ଉତ୍କଳ ଜନନୀ’ ସଂଗୀତ ଗାନ ଓ ଶେଷରେ ‘ତୁହି ମାଆ ଜନମ ଭୁମି’ ସଂଗୀତ ଗାନ କରାଯାଇଥିଲା । ତା’ପରେ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଦ୍ୱାରା ଓଡ଼ିଶା ସଂସ୍କୃତି ଆଧାରିତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏହି ସମାରୋହରେ ବିଶ୍ୱବିଦ୍ୟାଳୟର ବହୁସଂଖ୍ୟାରେ ଅଧ୍ୟାପକ, ଅଧ୍ୟାପିକା, ଅଣଶିକ୍ଷକ କର୍ମଚାରୀ, ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ ।
National Seminar on 'Frontiers in Chemical Science' @MSCBU
ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ରସାୟନ ବିଜ୍ଞାନ ବିଭାଗରେ ଏକ ଦୁଇ ଦିବସୀୟ ଜାତୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । 'ଫ୍ରଣ୍ଟିୟରସ୍ ଇନ୍ କେମିକାଲ୍ ସାଇନ୍ସ' ଶୀର୍ଷକ ଏହି ଆଲୋଚନାଚକ୍ରକୁ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଉଦ୍ଘାଟନ କରିବା ଅବସରରେ ନିଜ ବକ୍ତବ୍ୟରେ ଶିକ୍ଷକ ଓ ଗବେଷକ ମାନଙ୍କର ମାନସିକ ପରିବର୍ତ୍ତନ ଦ୍ୱାରା ନୂତନ ଗବେଷଣାକୁ ଆଗକୁ ନେବା ଉପରେ ପ୍ରାଧାନ୍ୟ ଦେଇଥିଲେ । ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆଇଜର ବ୍ରହ୍ମପୁରର ନିର୍ଦ୍ଦେଶକ ପ୍ରଫେସର ଅଶୋକ କୁମାର ଗାଙ୍ଗୁଲି ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ଛାତ୍ରଛାତ୍ରୀମାନଙ୍କ ସହିତ ମତ ବିନିମୟ କରି ନିଜକୁ ବିକଶିତ କରିବା ପାଇଁ ଆହ୍ୱାନ ଦେଇଥିଲେ । ମୁଖ୍ୟ ବକ୍ତା ଭାବେ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର ସେଣ୍ଟର ଫର୍ ନାନୋ ସାଇନ୍ସ ଆଣ୍ଡ୍ ନାନୋ ଟେକ୍ନୋଲଜିର ନିର୍ଦ୍ଦେଶକ ପ୍ରଫେସର କୁଳମଣି ପରିଡ଼ା ଯୋଗଦାନ କରି ଗବେଷଣାତ୍ମକ ରଚନାରେ ନିଜକୁ ବ୍ରତୀ କରିବାଦ୍ୱାରା ବୈଜ୍ଞାନିକ ଓ ଶିକ୍ଷକ ମାନେ ଜୀବନରେ ଶେଷ ସମୟ ପର୍ଯ୍ୟନ୍ତ ସୁସ୍ଥ ଓ ନିରାମୟ ରହିପାରିବେ ବୋଲି ମତବ୍ୟକ୍ତ କରିଥିଲେ । ଏହି ଆଲୋଚନାଚକ୍ରରେ ଓଡ଼ିଶାର ବୟୋଜ୍ୟେଷ୍ଠ ରସାୟନବିତ୍ ତଥା ମହାରାଜା ପୂର୍ଣ୍ଣଚନ୍ଦ୍ର ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟାପକ ତଥା ଆଇଆଇଟି ଖଡଗପୁରର ଅବସରପ୍ରାପ୍ତ ପ୍ରଫେସର ବଳରାମ ସାହୁଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହାର ଉତ୍ତରରେ ପ୍ରଫେସର ସାହୁ ଛାତ୍ର ଓ ଶିକ୍ଷକ ସମ୍ପର୍କ ଉପରେ ଗୁରୁତ୍ୱାରୋପ କରିବା ସଙ୍ଗେ ସଙ୍ଗେ ସମାଜରେ ଶୈକ୍ଷିକ ବାତାବରଣ ସୃଷ୍ଟି କରିବା ପାଇଁ ଆହ୍ୱାନ କରିଥିଲେ । ଆଲୋଚନାଚକ୍ରର ଆବାହକ ବିଭାଗୀୟ ପ୍ରଫେସର ପ୍ରମୋଦ କୁମାର ଶତପଥି ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ସହ-ଆବାହକ ବିଭାଗୀୟ ପ୍ରଫେସର ରାଜେଶ କୁମାର ସିଂହ ଆଲୋଚନାଚକ୍ରର ବିଷୟବସ୍ତୁ ଉପରେ ଆଲୋକପାତ କରିଥିଲେ । କାର୍ଯ୍ୟକାରୀ ସମ୍ପାଦକ ଡ. ଲିଙ୍ଗରାଜ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଉଦ୍ଯାପନୀ ସମାରୋହରେ ଉତ୍କଳ ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଫେସର ନିଗମାନନ୍ଦ ଦାସ ମୁଖ୍ୟ ଅତିଥି ଭାବେ ଏବଂ ଭିଏସ୍ଏସ୍ୟୁଟି ବୁର୍ଲାର ପ୍ରଫେସର ଏସ୍.କେ. ସ୍ୱାଇଁ, ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରଫେସର ଏସ୍.କେ. ବଡ଼ମାଳୀ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଏହି ଆଲୋଚନାଚକ୍ରରେ ଏଆଇସିଏସ୍ କୋଲକାତାର ପ୍ରଫେସର ଏନ୍. ପ୍ରଧାନ, ଏନ୍ଆଇଟି ରାଉରକେଲାର ପ୍ରଫେସର ଏନ୍. ପଣ୍ଡା, ଆଇଆଇଟି ହାଇଦରାବାଦର ପ୍ରଫେସର ଏସ୍. କେ. ମାର୍ଥା, ନାଇଜର ଭୁବନେଶ୍ୱରର ପ୍ରଫେସର ଜେ. ଏନ୍. ବେହେରା, ଆଇଆଇଟି ଭୁବନେଶ୍ୱରର ପ୍ରଫେସର ୟୁ. ପି. ଓଝା, ଆଇଆଇଟି ଖଡଗପୁରର ପ୍ରଫେସର ଏ. ରାଜାକୁମାର, ପ୍ରଫେସର ଏନ୍.ଡି. ପ୍ରଦୀପ ସିଂହ, ସିଏସ୍ଆଇଆର ଏନ୍ଏମ୍ଏଲ୍ ଜାମସେଦପୁରର ଡ. ତ୍ରିଲୋଚନ ମିଶ୍ର, କେଇସି ଭୁବନେଶ୍ୱରର ଡ. ପି. ମହାପାତ୍ର, ଆଇଜର ବ୍ରହ୍ମପୁରର ଡ. ପ୍ରସେନଜିତ ଦା, ଡ. ଏ.ଏନ୍. ଦୋଡ୍ଡି, ସିଭି ରମଣ ଗ୍ଲୋବାଲ୍ ବିଶ୍ୱବିଦ୍ୟାଳୟର ଡ. ପି.କେ ମହାପାତ୍ର, ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ୱୟଂଶାସିତ ମହାବିଦ୍ୟାଳୟର ଡ. ସ୍ୱାଗତିକା ସାହୁ, ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଡ. ବି. ମହାନ୍ତି ପ୍ରମୁଖ ବତ୍କୃତା ପ୍ରଦାନ କରିଥିଲେ । ଆଲୋଚନାଚକ୍ରକୁ ସଫଳତା ସହ ପରିଚାଳନାରେ ଡ. ଅମର କୁମାର ଦୋରା, ଡ. ଆଶିଷ କୁମାର ଜେନା, ଡ. ଭବାନୀ ଶଙ୍କର ମହାନ୍ତ, ନୀଳିମା ତ୍ରିପାଥୀ, ରିକା ପଣ୍ଡା, ଗଣେଶ୍ୱର ମୁଖି, ସନ୍ଧ୍ୟାରାଣୀ ମିଶ୍ର, ଦେବାଶିଷ ଦାସ, ଚିନ୍ମୟ ଚିରସୁନ୍ଦର ବେହେରା, ସଂହିତା ସ୍ୱାଇଁ ଓ ଅନ୍ୟ ଛାତ୍ରଛାତ୍ରୀ ସହଯୋଗ କରିଥିଲେ । ପ୍ରଥମ ଦିବସର ସନ୍ଧ୍ୟାରେ ବିଭାଗୀୟ ଛାତ୍ରଛାତ୍ରୀଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।
National Conference on Recent Trends in Computing, Communication and Applications (RTCCA – 2025) @MSCBU
ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ସ୍ନାତକୋତ୍ତର କମ୍ପ୍ୟୁଟର ପ୍ରୟୋଗ ବିଭାଗ ଦ୍ୱାରା ଆୟୋଜିତ ଏକ ଦୁଇ ଦିବସୀୟ ଜାତୀୟ ସମ୍ମିଳନୀ ଉଦ୍ଘାଟିତ ହୋଇଯାଇଛି । "ରିସେଣ୍ଟ୍ ଟ୍ରେଣ୍ଡ୍ସ୍ ଇନ୍ କମ୍ପ୍ୟୁଟିଙ୍ଗ୍, କମ୍ପ୍ୟୁନିକେସନ ଆଣ୍ଡ୍ ଆପ୍ଲିକେସନ୍ସ୍" ଶୀର୍ଷକ ଏହି ସମ୍ମିଳନୀକୁ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନିଜ ବକ୍ତବ୍ୟରେ କମ୍ପ୍ୟୁଟର ଗବେଷଣାକୁ ଶିଳ୍ପ, ସ୍ୱାସ୍ଥ୍ୟ, ଶିକ୍ଷା, ବ୍ୟବସାୟ ବ୍ୟତୀତ ସାମାଜିକ କ୍ଷେତ୍ରରେ ପ୍ରୟୋଗ କରିବାକୁ ଗବେଷକ ଓ ଛାତ୍ରଛାତ୍ରୀ ମାନଙ୍କୁ ଆହ୍ୱାନ କରିଥିଲେ ଏବଂ ବିଶ୍ୱବିଦ୍ୟାଳୟ ଦ୍ୱାରା ମହାବିଦ୍ୟାଳୟ ଓ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ କମ୍ପ୍ୟୁଟର ସଚେତନତା ପାଇଁ କାର୍ଯ୍ୟକ୍ରମ ମାନ ହାତକୁ ନେବାକୁ ପରାମର୍ଶ ଦେଇଥିଲେ । ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁଙ୍କ ପୌରୋହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟର କମ୍ପ୍ୟୁଟର ବିଭାଗ ମୁଖ୍ୟ ପ୍ରଫେସର ଉତ୍ପଳ ରାୟ 'କ୍ୱାଣ୍ଟମ୍ ଇନ୍ଫର୍ମେଟିକ୍ସ' ଶୀର୍ଷକ ବକ୍ତବ୍ୟରେ କ୍ୱାଣ୍ଟମ୍ କମ୍ପ୍ୟୁଟିଙ୍ଗ୍ ଉପରେ ନିଜର ଗବେଷଣା ସମ୍ପର୍କରେ ତଥ୍ୟ ରଖିଥିଲେ ଓ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଭାବ ବିନିମୟ କରିଥିଲେ । ଏନ୍ଭିଡ଼ିଆ ହାଇଦରାବାଦର ପ୍ରିନ୍ସ୍ପାଲ୍ ସଫ୍ଟୱେର୍ ଇଞ୍ଜିନିୟର ଅରୁଣ କୁମାର ତ୍ରିପାଠୀ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ 'କମ୍ପ୍ୟୁଟର ଆର୍କିଟେକ୍ଚର ଫର୍ ଅନ୍ ଡିଭାଇସ୍ ଏମ୍ଏଲ୍' ଶୀର୍ଷକ ବକ୍ତବ୍ୟରେ ଆଜିକାଲିର ସ୍ମାର୍ଟଫୋନ୍ରେ କିପରି ମେସିନ୍ ଲର୍ଣ୍ଣିଁ ହୋଇପାରୁଛି ସେହି ଧାରା ଉପରେ ନିଜର ଅଭିମତ ରଖିଥିଲେ । ସମ୍ମିଳନୀର ଆବାହକ ବିଭାଗୀୟ ମୁଖ୍ୟ ପ୍ରଫେସର ଏମ୍ ହିମବିନ୍ଦୁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ସହ-ଆବାହକ ସହକାରୀ ପ୍ରଫେସର ଡ. ପ୍ରଶାନ୍ତ କୁମାର ସ୍ୱାଇଁ ଅତିଥି ପରିଚୟ ପ୍ରଦାନ କରିଥିଲେ । ସମ୍ମିଳନୀର କାର୍ଯ୍ୟକାରୀ ସମ୍ପାଦକ ସହକାରୀ ପ୍ରଫେସର ଡ. ସ୍ୱରୂପାନନ୍ଦ ବିଷୟୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସମ୍ମିଳନୀରେ ନାଗାଲାଣ୍ଡ ବିଶ୍ୱବିଦ୍ୟାଳୟର ପ୍ରଫେସର ସୁଜାତା ଦାଶ, ଆଇଆଇଆଇଟି ଭୁବନେଶ୍ୱରର ଡ. ରାକେଶ ଚନ୍ଦ୍ର ବଳବନ୍ତରାୟ ଓ ଆଇଆଇଟି ଖଡଗପୁରର ମାଇଣ୍ଡ୍ଲ୍ୟାବ୍ ରିସର୍ଚ୍ଚ୍ର ପରାମର୍ଶଦାତା ଡ. ଆର୍ଚ୍ଚି ବାନାର୍ଜୀ ନିମନ୍ତ୍ରିତ ବକ୍ତା ରୂପେ ଓ ୧୦୦ ଜଣ ଗବେଷକ/ଗବେଷିକା ଓ ଛାତ୍ରଛାତ୍ରୀ ଯୋଗଦେଇ ନିଜର ଗବେଷଣା ଉପସ୍ଥାପନା କରୁଛନ୍ତି । କାର୍ଯ୍ୟକ୍ରମ ପରିଚାଳନାରେ ବିଭାଗର ଭାଗ୍ୟଶ୍ରୀ ପାତ୍ର, ଜ୍ୟୋତିକିଶୋର ମହାନ୍ତ, ମନୋଜ ମୁଖୀ ପ୍ରମୁଖ ସହଯୋଗ କରିଥିଲେ । ଉଦ୍ଘାଟନୀ ସମାରୋହରେ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ ।
International Conference on "Recent Trends in Biotechnology for a Better Tomorrow" @MSCBU
Nabonmesh - a unique talent competition for UG/PG Students @MSCBU
ପ୍ରତିଯୋଗିତାର ବିଚାରକ ମଣ୍ଡଳୀରେ ପୋଷ୍ଟର ପ୍ରତିଯୋଗିତାରେ ଫକୀରମୋହନ ବିଶ୍ୱବିଦ୍ୟାଳୟର ଚିତ୍ରକଳା ଶିକ୍ଷକ ନିତ୍ୟାନନ୍ଦ ସାହୁ, ମହାରାଜା ପୂର୍ଣ୍ଣଚନ୍ଦ୍ର ମହାବିଦ୍ୟାଳୟର ପ୍ରାଣୀବିଜ୍ଞାନ ବିଭାଗର ଅବସରପ୍ରାପ୍ତ ଫଟୋଗ୍ରାଫର ଚାରୁଚନ୍ଦ୍ର ଦାସ, ବାରିପଦାର ସୁନାମଧନ୍ୟ ଚିତ୍ରକାର ମାନସ ରଞ୍ଜନ ପତି ପ୍ରମୁଖ ରହି ଥିଲେ । ସେହିପରି ରିଲ୍ସ୍ ପ୍ରତିଯୋଗିତାରେ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରାଚୀନ ଭାରତୀୟ ଇତିହାସ, ସଂସ୍କୃତି ଏବଂ ପ୍ରତ୍ନତତ୍ତ୍ୱ ବିଭାଗର ଅବସରପ୍ରାପ୍ତ ପ୍ରଫେସର ସଞ୍ଜୟ ଆଚାର୍ଯ୍ୟ, ବାରିପଦାର ସୁନାମଧନ୍ୟ ୟୁଟ୍ୟୁବର୍ ସୋନିଆ ସାଉ, ମୟୂରଭଞ୍ଜ କ୍ରିଏଟର୍ସ୍ କନ୍ସୋର୍ଟିୟମ୍ର ପ୍ରତିଷ୍ଠାତା ଶ୍ରୀୟାଂଶୁ ପ୍ରଧାନ ପ୍ରମୁଖ ବିଚାରକ ଭାବେ ରହି ଥିଲେ । ମଡେଲ/ପ୍ରୋଟୋଟାଇପ୍ ପ୍ରତିଯୋଗିତାରେ ଫକୀରମୋହନ ବିଶ୍ୱବିଦ୍ୟାଳୟର ପ୍ରଫେସର ବିଷ୍ଣୁ ପ୍ରସାଦ ଦାସ, ପ୍ରଫେସର ସୂର୍ଯ୍ୟେନ୍ଦୁ କୁମାର ଦେ, ପ୍ରଫେସର ପଙ୍କଜ ପାଢ଼ି, ଡ. ସନ୍ତୋଷ କୁମାର ଅଗ୍ରୱାଲ୍, ଡ. ପବିତ୍ରମୋହନ ନାୟକ, ଡ. ଗୀତାଞ୍ଜଳି ପଣ୍ଡା, ଡ. ଅଶାନ୍ତ ରଞ୍ଜନ ରାଉତରାୟ ପ୍ରମୁଖ ବିଚାରକ ମଣ୍ଡଳୀରେ ରହି ଥିଲେ ।
ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟ ସିଡିସିର ନିର୍ଦ୍ଦେଶିକା ପ୍ରଫେସର ସୁସ୍ମିତା କର, କୁଳସଚିବ ସୁମିତା ସିଂ, ବିତ୍ତ ନିୟନ୍ତ୍ରକ ଶୁକଦେବ ତରେଇ, ପରୀକ୍ଷା ନିୟନ୍ତ୍ରକ ଡ. ସୁବ୍ରତ କୁମାର ରଣା, ବିଶ୍ୱବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ଶେଷରେ ବିଶ୍ୱବିଦ୍ୟାଳୟରେ ଫଗୁ ଉତ୍ସବ ଅନୁଷ୍ଠିତ ହୋଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ ଉଲ୍ଲାସମୟ ବାତାବରଣ ସୃଷ୍ଟି କରିଥିଲା ।
National Conference on "Timeless Voices: Indian Indigenous Culture and Literature" @MSCBU
Shastriya Odia Bhasa Divas celebration @MSCBU
ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ସାହିତ୍ୟ ଓ ସାଂସ୍କୃତିକ ପରିଷଦ ଦ୍ୱାରା ଦ୍ୱାଦଶ ଓଡ଼ିଆ ଶାସ୍ତ୍ରୀୟ ଭାଷା ଦିବସ ପାଳନ ସହିତ ପରିଷଦର ବାର୍ଷିକ ଉତ୍ସବ ବିଶ୍ୱବିଦ୍ୟାଳୟ ପରୀକ୍ଷା ସୌଧ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ଉତ୍ସବରେ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ଓଡ଼ିଆ ହିସାବରେ ଆମର ସ୍ୱାଭିମାନ ବୋଧ ଉପରେ ମନ୍ତବ୍ୟ ରଖିଥିଲେ । ଓଡ଼ିଆଙ୍କ ବାର ମାସରେ ତେର ପର୍ବ ଭଳି ବର୍ଷବ୍ୟାପୀ ସାହିତ୍ୟ ପରିଷଦ କିପରି ବିଭିନ୍ନ କାର୍ଯ୍ୟକ୍ରମ କରି ବିଶ୍ୱବିଦ୍ୟାଳୟରେ ଏକ ନିଆରା ସାହିତ୍ୟ ପରିବେଶ ସୃଷ୍ଟି କରିପାରିବ ସେ ସମ୍ବନ୍ଧରେ ଏକ ରୂପରେଖ ପ୍ରଦାନ କରିଥିଲେ । ମୁଖ୍ୟବକ୍ତା ଭାବେ ମୟୂରଭଞ୍ଜର ଉପଜିଲ୍ଲାପାଳ କବି ଡ. ଦୟାସିନ୍ଧୁ ପରିଡ଼ା କବିତାର ଭଙ୍ଗୀରେ ନିଜର ଓଜସ୍ୱିନୀ ବକ୍ତବ୍ୟ ରଖିଥିଲେ । ମା'ର ମମତା ଜଗତରେ କିପରି ମଣିଷକୁ ବଡ଼ କରିପାରେ ସେହି ପରିପ୍ରେକ୍ଷୀରେ ଓଡ଼ିଆ ଭାଷାର ମହତ୍ୱ ଉପରେ ଆଲୋକପାତ କରିଥିଲେ । ପରିଷଦର ସଭାପତି ପ୍ରଫେସର ବବ୍ରୁବାହନ ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିବା ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ପରିଷଦର ସଂପାଦକ ଡ. ବିଚିତ୍ରନାଥ ସାହୁ ବାର୍ଷିକ ବିବରଣୀ ପାଠ କରିଥିଲେ । ସହ-ସମ୍ପାଦକ ଡ. ଶିଶିର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ବିଶିଷ୍ଟ ସାହିତ୍ୟ ପ୍ରତିଭା ଗବେଷକ ଅନୁବାଦକ ଡ. ପ୍ରଣବ ରଞ୍ଜନ ଭୁୟାଁଙ୍କୁ ମାନପତ୍ର, ଉପଢୌକନ ଦେଇ କୁଳପତି ପ୍ରଫେସର ତ୍ରିପାଠୀ ପରିଷଦ ତରଫରୁ ସମ୍ବର୍ଦ୍ଧନା କରିଥିଲେ । ଡ. ଭୁୟାଁ ରାଧାନାଥଙ୍କ ଚିଲିକା, ଗଙ୍ଗାଧର ମେହେରଙ୍କ ତପସ୍ୱିନୀ ପରି କାବ୍ୟ ମାନଙ୍କୁ ଇଂରାଜୀରେ ଅନୁବାଦ କରି ବିଶ୍ୱ ଦରବାରେ ଓଡ଼ିଆ ଭାଷା ଓ ସାହିତ୍ୟରେ ମହତ୍ତ୍ୱକୁ ପହଞ୍ଚାଇ ପାରିଛନ୍ତି ବୋଲି ବକ୍ତାମାନେ ପ୍ରଶଂସା କରିଥିଲେ । ତାଙ୍କର ଅନୁବାଦିତ ପୁସ୍ତକ ମାନ ଆମେରିକା, ଇଂଲଣ୍ଡ, ରୁଷ୍ ଆଦି ୟୁରୋପୀୟ ଦେଶମାନଙ୍କରେ ଅତି ଆଦର ଲାଭ କରିଅଛି । ଏହି ବାର୍ଷିକ ଉତ୍ସବ ଉଦ୍ଦେଶ୍ୟରେ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଅନୁଷ୍ଠିତ ଓଡ଼ିଆ, ଇଂରାଜୀ, ସଂସ୍କୃତ, ସାନ୍ତାଳୀ ଭାଷାରେ ପ୍ରବନ୍ଧ ରଚନା, ଓଡ଼ିଆ ଓ ଇଂରାଜୀରେ ତର୍କ, ଓଡ଼ିଆ କବିତା, ଆଧୁନିକ ସଙ୍ଗୀତଗାନ ଓ ଅନୁବାଦ ଆଦି ପ୍ରତିଯୋଗିତାରେ ଏକତିରିଶ ଜଣ କୃତୀ ଛାତ୍ରଛାତ୍ରୀଙ୍କୁ ପରିଷଦ ଦ୍ୱାରା ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ପରିଷଦର ଉପ-ସଭାପତି ପ୍ରଫେସର ପୁଷ୍ପାଞ୍ଜଳି ପରିଡ଼ା, ସହ-ସଂପାଦକ ଡ. ସ୍ୱରୂପାନନ୍ଦ ବିଷୟୀ, ସ୍ନାତକୋତ୍ତର ଓଡ଼ିଆ ବିଭାଗର ଅଧ୍ୟାପକ ଶ୍ରୀ ରାଜକୁମାର ପାତ୍ର, ହୃଶୀକେଶ ମହାନ୍ତ, ଅଧ୍ୟାପିକା ଡ. ବିନ୍ଧେଶ୍ୱରୀ କଲିଆ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା । ଉତ୍ସବର ଦ୍ୱିତୀୟ ପର୍ଯ୍ୟାୟରେ ଛାତ୍ରଛାତ୍ରୀ ଓ ବିଭିନ୍ନ ସାହିତ୍ୟ ଅନୁଷ୍ଠାନର କବି ଓ ଲେଖକମାନଙ୍କ ଦ୍ୱାରା ଏକ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା ଏବଂ ଅଂଶଗ୍ରହଣକାରୀ ମାନଙ୍କୁ ପ୍ରଶଂସାପତ୍ର ପ୍ରଦାନ କରାଯାଇଥିଲା । କବିତା ପାଠୋତ୍ସବକୁ ସଂଯୁକ୍ତ ସ୍ନାତକ ଓ ସ୍ନାତକୋତ୍ତର ଶିକ୍ଷକ ଶିକ୍ଷା ପାଠ୍ୟକ୍ରମର ଅଧ୍ୟାପକ ଶ୍ରୀ ସ୍ନେହାଶିଷ ମହାନ୍ତି ସଂଯୋଜନା କରିଥିଲେ ଓ ଅତିଥି ଭାବରେ କବୟତ୍ରୀ ବିରଜା ଦେବୀ, କବି ଶଙ୍କର ଜେନା, ଓ ଅଶୋକ ପଲେଇ ପ୍ରମୁଖ ଯୋଗ ଦେଇଥିଲେ । ଶେଷରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୟୂରଭଞ୍ଜର ଅନେକ ସାହିତ୍ୟିକ, ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ ।
National Seminar on “Fostering Plant Science for Sustainable Development” @MSCBU
International Womens' Day Celebration @MSCBU
ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟର ମହିଳା ସହାୟତା ସେଲ୍ ଓ ଜାତୀୟ ସେବା ଯୋଜନା ଆନୁକୁଲ୍ୟରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇ ଯାଇଛି। ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ମାଗଦର୍ଶନରେ ଏବଂ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଏହି ସଭାରେ ପୂର୍ବତନ ରାଜ୍ୟ ସୂଚନା କମିଶନର ଶ୍ରୀମତୀ ଶଶିପ୍ରଭା ବିନ୍ଧାଣୀ, ଉଚ୍ଚ ନ୍ୟାୟାଳୟର ଆଡଭୋକେଟ୍ ସୁଜାତା ଜେନା ଏବଂ ସମଦୃଷ୍ଟି ର କାର୍ଯ୍ୟ ନିର୍ବାହୀ ସଂପାଦକ ଶ୍ରୀ ବିଘ୍ନେଶ୍ୱର ସାହୁ ଅତିଥି ଭାବେ ଯୋଗଦେଇ ସାଂପ୍ରତିକ ପରିସ୍ଥିତିରେ ନାରୀ ମାନଙ୍କ ସ୍ଥିତି, ପ୍ରଗତି,ଗଣ ମାଧ୍ୟମରେ ସେମାନଙ୍କର ଯୋଗଦାନ ଓ ସେମାନଙ୍କର ଆଇନଗତ ଅଧିକାର ସଂପର୍କରେ ବିଶଦ ଆଲୋଚନା କରିଥିଲେ। ଅତିଥି ମାନେ ଛାତ୍ରଛାତ୍ରୀମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ।
ପ୍ରାରମ୍ଭରେ ଆବାହିକା ପ୍ରଫେସର ମିନତୀ ମଲ୍ଲିକ ଏପରି ସଭାର ଆବଶ୍ୟକତା ଓ ଚଳିତ ମହିଳା ଦିବସର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ସଭାପତି ପ୍ରଫେସର ହେମନ୍ତ କୁମାର ସାହୁ ତାଙ୍କ ବକ୍ତବ୍ୟରେ ଆମ ସମାଜରେ ନିଜର ଅନ୍ତର୍ନିହିତ ଗୁଣକୁ ଚିହ୍ନଟ କରି ନାରୀ କିପରି ସଫଳତା ହାସଲ କରିବ ଓ ସ୍ଵାଭିମାନ ଜୀବନ ଜୀଇଁବ ତା ଉପରେ ଗୁରୁତ୍ବ ଦେଇଥିଲେ।
ଏ ଅବସରରେ ଆୟୋଜିତ ଚିତ୍ରକଳା ପ୍ରତିଯୋଗୀତାରେ ଅଂଶଗ୍ରହଣ କରିଥିବା କୃତୀ ଛାତ୍ରୀ ସୁଶ୍ରୀ ପଲ୍ଲବୀ ଦତ୍ତ, ବିଶ୍ଵରୂପା ରାଉତ ଓ ବିଦ୍ୟୁତ୍ ପ୍ରଭା ମହାନ୍ତଙ୍କୁ ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ସ୍ଥାନ ପାଇଁ ମାନପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା। ଉତ୍ସବରେ ଡ଼ ପ୍ରିୟଙ୍କା ଦାସ ଅତିଥି ମାନଙ୍କୁ ମଞ୍ଚ କୁ ଆବାହନ କରିଥିବା ସମୟରେ ପ୍ରଫେସର ଏମ୍ ହିମାବିନ୍ଦୁ ପରିଚୟ ପ୍ରଦାନ କରିଥିଲେ। ସଭାରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ବିଶ୍ଵବିଦ୍ୟାଳୟ ସଂଗୀତ ଗାନ କରାଯାଇଥିଲା।ଶେଷରେ ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରିଣୀ ଡ଼ ବିଷ୍ଣୁପ୍ରିୟା ହାଁସଦା ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
Science Academies' Lecture Workshop on "Biotechnology: Impact on Biodiversity for Sustainable Development" @MSCBU
ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ "ଜୈବପ୍ରଯୁକ୍ତିବିଦ୍ୟା: ଧାରଣକ୍ଷମ ବିକାଶ ପାଇଁ ଜୈବ ବିବିଧତା ଉପରେ ପ୍ରଭାବ" ବିଷୟ ଉପରେ ବିଜ୍ଞାନ ଏକାଡେମୀର ବକ୍ତୃତା କର୍ମଶାଳାର ଉଦଘାଟନୀ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଜୈବପ୍ରଯୁକ୍ତି ବିଭାଗ ଦ୍ୱାରା ଆୟୋଜିତ ଏହି କର୍ମଶାଳା ବାଙ୍ଗାଲୋରସ୍ଥିତ ଭାରତୀୟ ବିଜ୍ଞାନ ଏକାଡେମୀ, ନୂଆଦିଲ୍ଲୀସ୍ଥିତ ଭାରତୀୟ ଜାତୀୟ ବିଜ୍ଞାନ ଏକାଡେମୀ ଏବଂ ଆଲ୍ଲାହାବାଦସ୍ଥିତ ଜାତୀୟ ବିଜ୍ଞାନ ଏକାଡେମୀ ଦ୍ୱାରା ପ୍ରାୟୋଜିତ ହୋଇଥିଲା । ଉଦ୍ଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବିଶ୍ୱବିଦ୍ୟାଳୟ କୁଳପତି ସନ୍ତୋଷ କୁମାର ତ୍ରିପାଠୀ ତାଙ୍କ ଭାଷଣରେ ଜୈବବିବିଧତା ସଂରକ୍ଷଣରେ ଜୈବପ୍ରଯୁକ୍ତିର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଥିଲେ । ପ୍ରଫେସର ତ୍ରିପାଠୀ ପ୍ରଥମ ଥର ପାଇଁ ଏଭଳି ଏକ କର୍ମଶାଳା ଆୟୋଜନ ହୋଇଥିବାରୁ କରିବାକୁ ଖୁସି ପ୍ରକାଶ କରିଥିଲେ ଏବଂ ଭବିଷ୍ୟତରେ ବିଶ୍ୱବିଦ୍ୟାଳୟକୁ ଶିଖରରେ ପହଞ୍ଚାଇବା ପାଇଁ ଏଭଳି କର୍ମଶାଳା ଆୟୋଜନ ଉପରେ ଗୁରୁତ୍ୱାରୋପ କରିଥିଲେ । ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁ ଏହି କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରିଥିଲେ । ଆଇଆଇଟି ଖଡ଼ଗପୁରର ପ୍ରଫେସର ତଥା କର୍ମଶାଳାର ଆବାହକ ପ୍ର. ନିରୁପମା ମଲ୍ଲିକ ବକ୍ତୃତା କର୍ମଶାଳାର ବିଷୟବସ୍ତୁ ଉପରେ ଆଲୋଚନା କରିଥିଲେ ଏବଂ ଯୁବ ପିଢ଼ି ପାଇଁ ଏପରି କର୍ମଶାଳାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ଜୈବପ୍ରଯୁକ୍ତି ବିଭାଗର ମୁଖ୍ୟ ତଥା କାର୍ଯ୍ୟକ୍ରମର ସଂଯୋଜକ ପ୍ରଫେସର ବିଶ୍ୱଜିତ ରଥ ଅତିଥି ପରିଚୟ ତଥା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ କର୍ମଶାଳାର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ଭାରତୀୟ ଜାତୀୟ ବିଜ୍ଞାନ ଏକାଡେମୀର ସମ୍ମାନଜନକ ବୈଜ୍ଞାନିକ ପ୍ରଫେସର ଏମ୍. ସଞ୍ଜପ୍ପା, ଫକୀରମୋହନ ବିଶ୍ୱବିଦ୍ୟାଳୟର ପୂର୍ବତନ-କୁଳପତି ପ୍ରଫେସର ଶିବପ୍ରସାଦ ଅଧିକାରୀ, ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ ପ୍ରଫେସର ଜୈବପ୍ରଯୁକ୍ତି ଏବଂ ପ୍ରାଣୀ ବିଜ୍ଞାନ ବିଭାଗ ପ୍ରଫେସର ଜି.ବି.ଏନ୍. ଚୈନି ଏବଂ ନେହୁ ଶିଲଂର ଉଦ୍ଭିଦ ବିଜ୍ଞାନ ବିଭାଗର ପ୍ରଫେସର ଏସ୍.କେ. ବାରିକଙ୍କ ସମେତ ବିଶିଷ୍ଟ ବକ୍ତାମାନେ ବତ୍କୃତା ପ୍ରଦାନ କରିଥିଲେ । ବିଭାଗୀୟ ପ୍ରଫେସର ସୁକାନ୍ତ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କର୍ମଶାଳା ଅତ୍ୟାଧୁନିକ ଗବେଷଣା ଉପରେ ଜ୍ଞାନ ଆଦାନପ୍ରଦାନ ଏବଂ ଆଲୋଚନା ପାଇଁ ଏକ ଆକର୍ଷଣୀୟ କ୍ଷେତ୍ର ପ୍ରଦାନ କରିଥିଲା, ଯାହା କ୍ଷେତ୍ରର ଉନ୍ନତି ଉପରେ ବିଚାର ବିମର୍ଶ କରିବା ପାଇଁ ବିଶେଷଜ୍ଞ ଏବଂ ବିଦ୍ୱାନମାନଙ୍କୁ ଏକତ୍ର କରିଥିଲା । ଏହି କାର୍ଯ୍ୟକ୍ରମକୁ ଡକ୍ଟର ସନ୍ତୋଷ କୁମାର ସାହୁ, ଡକ୍ଟର ଗୁଣନିଧି ଧାଙ୍ଗଡ଼ାମାଝୀ, ଗୁରୁପ୍ରସାଦ ଦୋରା, ରଶ୍ମି ପ୍ରଧାନ ପ୍ରମୁଖ ସଂଯୋଜନା କରିଥିଲେ । ଏହି ଦୁଇ ଦିନିଆ କର୍ମଶାଳାରେ ପ୍ରାୟ ୨୦୦ ଜଣ ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ଛାତ୍ରଛାତ୍ରୀ, ଗବେଷକଗଣ ଓ ୮ଟି ଅନୁବନ୍ଧିତ କଲେଜର ସ୍ନାତକ ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ । ଉଦଘାଟନୀ ଅଧିବେଶନରେ ବିଶ୍ୱବିଦ୍ୟାଳୟର ଅଧ୍ୟାପକ, ଗବେଷଣା ବିଦ୍ୱାନ ଏବଂ ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ
Closing ceremony of Five-Day National Workshop on Educational Research Methodology
ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟର ଶିକ୍ଷା ବିଭାଗ ଓ ସମନ୍ବିତ ସ୍ନାତକୋତ୍ତର ଶିକ୍ଷକ ଶିକ୍ଷା ବିଭାଗର ମିଳିତ ଆନୁକୂଲ୍ୟର ଅନୁଷ୍ଠିତ 'ଶୈକ୍ଷିକ ଗବେଷଣା ବ୍ୟବସ୍ଥା ଶାସ୍ତ୍ର' ଶୀର୍ଷକ ପଞ୍ଚ ଦିବସୀୟ ଜାତୀୟ କର୍ମଶାଳା ଉଦଯାପିତ ହୋଇଯାଇଛି । ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ମାର୍ଗଦର୍ଶନରେ ଆୟୋଜିତ ଏବଂ କର୍ମଶାଳାର ଆବାହିକା ପ୍ରଫେସର ମିନତି ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନୀ ସମାରୋହରେ ମୁଖ୍ୟଅତିଥି ଭାବେ ଫକୀରମୋହନ ବିଶ୍ଵବିଦ୍ୟାଳୟର ଶିକ୍ଷା ବିଭାଗର ମୁଖ୍ୟ ପ୍ରଫେସର ଅମୂଲ୍ୟ କୁମାର ଆଚାର୍ଯ୍ୟ ଯୋଗଦେଇ ଉତ୍ତମ ଗବେଷଣାର ଗୁଣାବଳୀ ଓ ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । କର୍ମଶାଳାର ସହ-ଆବାହକ ଡ଼ ଚକ୍ରଧର ନାୟକ କର୍ମଶାଳାର ସୁଦୂର ପ୍ରସାରୀ ପ୍ରବାହକୁ ନେଇ ଆଶାବାଦୀ ମତପୋଷଣ କରିଥିଲେ । କାର୍ଯ୍ୟକ୍ରମ ଶେଷରେ କର୍ମଶାଳାର କାର୍ଯ୍ୟକାରୀ ସମ୍ପାଦିକା ନିଶିବିଜିତା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଦୀର୍ଘ ପାଞ୍ଚ ଦିନ ଧରି ଅନୁଷ୍ଠିତ ହୋଇଥିବା ଏହି ଜାତୀୟ କର୍ମଶାଳାରେ ଭାରତର ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରୁ ତିନିଶହରୁ ଅଧିକ ଛାତ୍ରଛାତ୍ରୀ,ଅଧ୍ୟାପକ ଅଧ୍ୟାପିକା ଓ ଗବେଷଣା ବିଦ୍ୟାର୍ଥୀ ଯୋଗଦେଇ କର୍ମଶାଳାର ପ୍ରତିଟି ସତ୍ରରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ । ଏହି ପଞ୍ଚଦିବାସୀୟ ଜାତୀୟ କର୍ମଶାଳାରେ ପ୍ରଫେସର କାହ୍ନୁ ଚରଣ ସାହୁ, ପ୍ରଫେସର ସମ୍ବିତ ପାଢ଼ୀ, ପ୍ରଫେସର ସୁଦର୍ଶନ ମିଶ୍ର, ପ୍ରଫେସର ସଞ୍ଜୟ ଦେ, ପ୍ରଫେସର ଲଳିତ ମହାକୁଡ଼, ଡ଼. ଧନେଶ୍ୱର ବେହେରା, ଡ଼. ନିକୁଞ୍ଜ ସା, ଡ଼ ପ୍ରିୟରଞ୍ଜନ ଦାଶ, ଡ଼ ସରିଫ ଖାଁ ଭଳି ଭାରତର ବିଭିନ୍ନ ବିଶ୍ବବିଦ୍ୟାଳୟରୁ ୧୩ଜଣ ଦକ୍ଷ ଗବେଷଣା ବିଶେଷଜ୍ଞ ଯୋଗ ଦେଇ ଗବେଷଣା ସମ୍ବନ୍ଧୀୟ ପ୍ରତିଟି ଦିଗ ଓ ଗୁରୁତ୍ବ ଆଧାରରେ ନିଜର ଜ୍ଞାନ ଉପସ୍ଥାପନ କରିଥିଲେ, ଯାହାକି ଏହି ଜାତୀୟ କର୍ମଶାଳାର ଉଦ୍ଦେଶ୍ୟ ସାଧନ କରିବାରେ ସହାୟକ ହୋଇଥିଲା ।
National Science Day celebration @MSCBU
ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଜାତୀୟ ବିଜ୍ଞାନ ଦିବସ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଶ୍ୱବିଦ୍ୟାଳୟ ଗବେଷଣା ଓ ବିକାଶ ସେଲ୍ ଦ୍ୱାରା ଅପରାହ୍ନରେ ବିଶ୍ୱବିଦ୍ୟାଳୟ ପ୍ରେକ୍ଷାଳୟରେ ଆୟୋଜିକ ଏକ କାର୍ଯ୍ୟକ୍ରମକୁ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ମୁଖ୍ୟ ଅତିଥିଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ । ନିଜ ବକ୍ତବ୍ୟରେ ପ୍ରଫେସର ତ୍ରିପାଠୀ ଏହି ବର୍ଷର ଜାତୀୟ ବିଜ୍ଞାନ ଦିବସର ଥିମ୍ "ବିକଶିତ ଭାରତ ପାଇଁ ବିଜ୍ଞାନ ଏବଂ ନବସୃଜନରେ ବିଶ୍ୱ ନେତୃତ୍ୱ ପାଇଁ ଭାରତୀୟ ଯୁବଶକ୍ତିଙ୍କ ସଶକ୍ତୀକରଣ" ଉପରେ ଗୁରୁତ୍ୱାରୋପ କରି ଅଧ୍ୟାପକ ଅଧ୍ୟାପିକା ତଥା ଛାତ୍ରଛାତ୍ରୀଙ୍କୁ ମୌଳିକ ଗବେଷଣାରେ ବ୍ରତୀ ହେବାକୁ ଅନୁରୋଧ କରିଥିଲେ ଓ ଭାରତକୁ ଏକ ବିକଶିତ ରାଷ୍ଟ୍ର ଦିଗରେ ଅଗ୍ରସର ନିମନ୍ତେ ସକ୍ଷମ ପରବର୍ତ୍ତୀ ପିଢ଼ିର ବୈଜ୍ଞାନିକ ମନକୁ ପୋଷଣ କରିବା ପାଇଁ ବିଶ୍ୱବିଦ୍ୟାଳୟର ପ୍ରତିବଦ୍ଧତାକୁ ଗୁରୁତ୍ୱ ଦେଇଥିଲେ । ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଶିକ୍ଷା 'ଓ' ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର ନାନୋ ବିଜ୍ଞାନ ଏବଂ ନାନୋ ପ୍ରଯୁକ୍ତିବିଦ୍ୟା କେନ୍ଦ୍ରର ନିର୍ଦ୍ଦେଶକ ପ୍ରଫେସର କୁଳମଣି ପରିଡ଼ା ନିଜର "ଟୁ ଲିଭ୍ ଇନ୍ ଦ ଲାଇନ୍ ଅଫ୍ ରିସର୍ଚ୍ଚ୍" ଶୀର୍ଷକ ବକ୍ତବ୍ୟରେ ସାର୍ ସି.ଭି.ରମନଙ୍କ ସ୍ମୃତିଚାରଣ କରିବା ସହ ଯେକୌଣସି ଏକ ଉଦ୍ଭାବନ ପଛରେ ଥିବା କାହାଣୀରେ ବିଫଳତା ଏବଂ ସମାଲୋଚନା, କଠିନ ପରିଶ୍ରମ, ଧୈର୍ଯ୍ୟ, ଦୃଢ଼ତା, ଆଗ୍ରହ, ତ୍ୟାଗ, କୌତୁହଳକୁ ଗ୍ରହଣ କରିବା, ନମ୍ରତା ଏବଂ ବିଜ୍ଞାନ ପ୍ରତି ପ୍ରେମ ନିଶ୍ଚିତ ଭାବେ ରହିଥାଏ ବୋଲି କହିଥିଲେ । ଏହି ଅବସରରେ ଅତିଥିମାନଙ୍କ ଦ୍ୱାରା ବିଶ୍ୱବିଦ୍ୟାଳୟର ସମସ୍ତ ବିଭାଗ ଦ୍ୱାରା ପ୍ରସ୍ତୁତ ବିଭାଗୀୟ ଗବେଷଣା କାର୍ଯକଳାପର ଏକ ସଂକଳନ, ବିଶ୍ୱବିଦ୍ୟାଳୟର କ୍ଲବ୍ ଗୁଡ଼ିକର ରିପୋର୍ଟ ଉନ୍ମୋଚିତ ହୋଇଥିଲା । ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିବା ବେଳେ ବିଶ୍ୱବିଦ୍ୟାଳୟ ଗବେଷଣା ଓ ବିକାଶ ସେଲ୍ର ନିର୍ଦ୍ଦେଶକ ପ୍ରଫେସର ପ୍ରମୋଦ କୁମାର ଶତପଥି ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଗବେଷଣା ଏବଂ ବିକାଶ ସେଲର ସଦସ୍ୟ ପ୍ରଫେସର ରାଜେଶ କୁମାର ସିଂହ ଧନ୍ୟବାଦ ଅର୍ପଣ କରିଥିଲେ । ସହକାରୀ ପ୍ରଫେସର ଡ. କୁକୁ ମହାପାତ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଏହି ଅବସରରେ ସର୍ବୋକୃଷ୍ଟ ଗବେଷଣା ପାଇଁ ଭୌତିକ ବିଜ୍ଞାନ ଶ୍ରେଣୀରେ ପଦାର୍ଥ ବିଜ୍ଞାନ ବିଭାଗର ପ୍ରଫେସର ପ୍ରଭଞ୍ଜନ ମଲ୍ଲିକଙ୍କୁ, ଜୈବ ବିଜ୍ଞାନ ଶ୍ରେଣୀରେ ବନ୍ୟପ୍ରାଣୀ ଓ ଜୈବବିବିଧତା ସଂରକ୍ଷଣ ବିଭାଗର ସହକାରୀ ପ୍ରଫେସର ଡ. ଦେବାଶିଷ ନାୟକଙ୍କୁ, କମ୍ପ୍ୟୁଟର ବିଜ୍ଞାନ ଶ୍ରେଣୀରେ କମ୍ପ୍ୟୁଟର ବିଜ୍ଞାନ ବିଭାଗର ସହକାରୀ ପ୍ରଫେସର ଡ. ଜନ୍ମେଞ୍ଜୟ ନାୟକଙ୍କୁ, ସାମାଜିକ ବିଜ୍ଞାନ ଶ୍ରେଣୀରେ ନୃତତ୍ତ୍ୱ ଓ ଜନଜାତି ଅଧ୍ୟୟନ ବିଭାଗର ସହଯୋଗୀ ପ୍ରଫେସର ଡ. ମୋନାଲି ଗୋସ୍ୱାମୀଙ୍କୁ, ଭାଷା ଓ ସାହିତ୍ୟ ଶ୍ରେଣୀରେ ଓଡ଼ିଆ ବିଭାଗର ସହକାରୀ ପ୍ରଫେସର ଡା. ଶିଶିର ବେହେରାଙ୍କୁ ପୁରସ୍କୃତ କରାଯାଇଥିଲା । ପୁଣି ଷ୍ଟାନ୍ଫୋର୍ଡ଼ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରସ୍ତୁତ ଶ୍ରେଷ୍ଟ ୨ ଶତକଡ଼ା ବୈଜ୍ଞାନିକ ତାଲିକାରେ ଥିବାରୁ ଜୈବପ୍ରଯୁକ୍ତି ବିଭାଗର ପ୍ରଫ୍ରେସର ସୁକାନ୍ତ କୁମାର ନାୟକ ଓ କମ୍ପ୍ୟୁଟର ବିଜ୍ଞାନ ବିଭାଗର ସହକାରୀ ପ୍ରଫେସର ଡ. ଜନ୍ମେଞ୍ଜୟ ନାୟକଙ୍କୁ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ପରେ ଅଧ୍ୟାପକ ଅଧ୍ୟାପିକା ମାନଙ୍କ ଦ୍ୱାରା ପ୍ରଦର୍ଶିତ ଗବେଷଣା ଭିତ୍ତିକ ପୋଷ୍ଟର ପ୍ରଦର୍ଶନୀକୁ କୁଳପତି ପ୍ରଫେସର ତ୍ରିପାଠୀ ଉଦ୍ଘାଟନୀ କରିଥିଲେ ଏବଂ ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରଛାତ୍ରୀ ମାନଙ୍କ ସହ ଭାବ ବିନିମୟ କରିଥିଲେ । ଏହି ପ୍ରଦର୍ଶନୀରେ ବିଶ୍ୱବିଦ୍ୟାଳୟର ସମସ୍ତ ବିଭାଗୀୟ ଅଧ୍ୟାପକ ଅଧ୍ୟାପିକା ଓ ଗବେଷଣାରତ ଛାତ୍ରଛାତ୍ରୀ ମାନେ ନିଜର ଗବେଷଣା ଭିତ୍ତିକ ପ୍ରକଳ୍ପର ପ୍ରଦର୍ଶନ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଗବେଷଣା ଓ ବିକାଶ ସେଲ୍ର ଅନ୍ୟ ସଦସ୍ୟଗଣ ପ୍ରଫେସର ଏମ୍ ହିମବିନ୍ଦୁ, ପ୍ରଫେସର ବବ୍ରୁବାହନ ମହାପାତ୍ର, ପ୍ରଫେସର କବିତା କୁମାରୀ ସାହୁ, ପ୍ରଫେସର ଇନ୍ଦ୍ରଜିତ ନାଏକ, ଡ. ବସନ୍ତ କୁମାର ମହାନ୍ତ ଓ ଡ. ସ୍ୱରୁପାନନ୍ଦ ବିଷୟୀ ପ୍ରମୁଖ ସହଯୋଗ କରିଥିଲେ । ଏହି ସମାବେଶରେ ବିଶ୍ୱବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା, ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ ।
ପୂର୍ବାହ୍ନରେ ବିଶ୍ୱବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ଭୁବନେଶ୍ୱରସ୍ଥିତ ଜୀବ ବିଜ୍ଞାନ ସଂସ୍ଥାନ ଜାତୀୟ ବିଜ୍ଞାନ ଦିବସ ଉପଲକ୍ଷେ ଏକ ଆଉଟ୍ରିଚ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜୀବ ବିଜ୍ଞାନ ସଂସ୍ଥାନର ବୈଜ୍ଞାନିକ ଡ. ଅମରେଶ ଚନ୍ଦ୍ର ପଣ୍ଡା ଓ ଡ. ସୌରଭ ଦାସ ଜୀବ ବିଜ୍ଞାନରେ କ୍ୟାରିଅର ଉପରେ ଆଲୋକପାତ କରିଥିଲେ ଏବଂ ସାରା ଭାରତବର୍ଷରେ ଜୀବ ବିଜ୍ଞାନ ସଂସ୍ଥାନର ବିଭିନ୍ନ କାର୍ଯ୍ୟକ୍ରମ ଓ ଗବେଷଣା ଉପରେ ନିଜର ବକ୍ତବ୍ୟ ରଖିଥିଲେ । ଜୀବ ବିଜ୍ଞାନ ସଂସ୍ଥାନରେ ନିଜର ଷ୍ଟାର୍ଟ୍ଅପ୍ ତିଆରି କରିଥିବା ଶ୍ରୀ ଅଭିଷେକ ମହାପାତ୍ର ନିଜର ଷ୍ଟାର୍ଟ୍ଅପ୍ କ୍ୟାରିଅର ଉପରେ ଆଲୋକପାତ କରିଥିଲେ । ବିଶ୍ୱବିଦ୍ୟାଳୟ ଗବେଷଣା ଓ ବିକାଶ ସେଲ୍ର ନିର୍ଦ୍ଦେଶକ ପ୍ରଫେସର ପ୍ରମୋଦ କୁମାର ଶତପଥି ଅତିଥି ପରିଚୟ ପ୍ରଦାନ କରିଥିଲେ ଓ ପ୍ରାଣୀ ବିଜ୍ଞାନ ବିଭାଗର ସହକାରୀ ପ୍ରଫେସର ଡ. ପ୍ରିୟରଞ୍ଜନ ଦେବତା କାର୍ଯ୍ୟକ୍ରମକୁ ସଂଯୋଜନ କରିଥିଲେ ଓ ସହକାରୀ ପ୍ରଫେସର ଡ. ଗାର୍ଗୀ ମହାନ୍ତି ମଞ୍ଚ ପରିଚାଳନା କରିଥିଲେ ।
National Conference on Emerging Aspects of Physics: New Directions and Societal Applications @MSCBU
ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ପଦାର୍ଥ ବିଜ୍ଞାନ ବିଭାଗ ଦ୍ୱାରା ଏକ ଜାତୀୟ ସମ୍ମିଳନୀ ସଫଳତାର ସହିତ ଆୟୋଜିତ ହୋଇଯାଇଛି । ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ମାର୍ଗଦର୍ଶନରେ ଅନୁଷ୍ଠିତ "ପଦାର୍ଥ ବିଜ୍ଞାନର ଉଦୀୟମାନ ଦିଗ: ନୂତନ ଦିଗ ଏବଂ ସାମାଜିକ ପ୍ରୟୋଗ" ଶୀର୍ଷକ ଏହି ଦୁଇ ଦିନିଆ ଜାତୀୟ ସମ୍ମିଳନୀର ଉଦଘାଟନୀ ସମାରୋହରେ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁ ଅଧ୍ୟକ୍ଷତା କରିଥିଲେ । ଭୁବନେଶ୍ୱରସ୍ଥିତ ପଦାର୍ଥ ବିଜ୍ଞାନ ପ୍ରତିଷ୍ଠାନର ନିର୍ଦ୍ଦେଶକ ପ୍ରଫେସର କରୁଣାକର ନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନିଜ ବକ୍ତବ୍ୟରେ ସ୍ଥାୟୀ ଶକ୍ତି ସମାଧାନ ଏବଂ ସ୍ୱାସ୍ଥ୍ୟସେବା ନବସୃଜନ ସମେତ ସମସାମୟିକ ସାମାଜିକ ଆହ୍ୱାନ ଗୁଡ଼ିକର ମୁକାବିଲା କରିବାରେ ନାନୋ ଟେକ୍ନୋଲୋଜିର ଗୁରୁତ୍ୱପୂର୍ଣ୍ଣ ଭୂମିକା ବିଷୟରେ କହିଥିଲେ । ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ ପ୍ରଫେସର ପ୍ର. ଲମ୍ବୋଦର ପ୍ରସାଦ ସିଂହ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ କ୍ୱାଣ୍ଟମ୍ ଫିଜିକ୍ସରେ ସାମ୍ପ୍ରତିକ ପ୍ରଗତି, କ୍ୱାଣ୍ଟମ୍ କମ୍ପ୍ୟୁଟିଂ ଏବଂ ସୁରକ୍ଷିତ ଯୋଗାଯୋଗ ଭଳି ଉଦୀୟମାନ ପ୍ରଯୁକ୍ତିବିଦ୍ୟାରେ ସେମାନଙ୍କର ସମ୍ଭାବ୍ୟ ପ୍ରୟୋଗ ବିଷୟରେ ଆଲୋଚନା କରିଥିଲେ । ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ ପ୍ରଫେସର ପ୍ର. ନରେଶ ଚନ୍ଦ୍ର ମିଶ୍ର ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ପଦାର୍ଥ ବିଜ୍ଞାନରେ ଆନ୍ତଃବିଷୟିକ ଗବେଷଣାର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରି ଅନ୍ୟ ବୈଜ୍ଞାନିକ କ୍ଷେତ୍ରଗୁଡ଼ିକ ସହିତ ସହଯୋଗ କିପରି ଯୁଗାନ୍ତକାରୀ ଆବିଷ୍କାରର କାରଣ ହୋଇପାରେ ତାହା ଉପରେ ଆଲୋକପାତ କରିଥିଲେ । ସମ୍ମିଳନୀର ଆବାହକ ତଥା ବିଭାଗୀୟ ମୁଖ୍ୟ ପ୍ରଫେସର ପ୍ରଭଞ୍ଜନ ମଲ୍ଲିକ ସ୍ୱାଗତ ଭାଷଣ ତଥା ଅତିଥି ପରିଚୟ ପ୍ରଦାନ କରିଥିଲେ । ବିଭାଗୀୟ ପ୍ରଫେସର ପ୍ର. ସୁସ୍ମିତା କର ଏହି ସମ୍ମିଳନୀର ଆଭିମୁଖ୍ୟ ତଥା ଉଦ୍ଦେଶ୍ୟ ସମ୍ପର୍କରେ ବିବରଣୀ ଦେଇଥିଲେ । ସମ୍ମିଳନୀର କାର୍ଯ୍ୟକାରୀ ସମ୍ପାଦକ ବିଭାଗୀୟ ସହକାରୀ ପ୍ରଫେସର ଡ. ଜ୍ୟୋତିରଞ୍ଜନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ବିଭାଗୀୟ ପ୍ରଫେସର ଇନ୍ଦ୍ରଜିତ ନାଏକ, ସହଯୋଗୀ ପ୍ରଫେସର ଡ. ପ୍ରିୟଦର୍ଶିନୀ ସଂଘମିତ୍ରା ସାହୁ, ଲ୍ୟାବ୍ ଆସିଷ୍ଟାଣ୍ଟ୍ ଡ. ଶ୍ରୀକୃଷ୍ଣ ମହାନ୍ତ ପ୍ରମୁଖ ଏହି କାର୍ଯକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏହି ସମ୍ମିଳନୀରେ ରାଜ୍ୟ ତଥା ରାଜ୍ୟ ବାହାରର ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର ୧୦ ଜଣ ନିମନ୍ତ୍ରିତ ବକ୍ତା ଓ ୪୮ ଜଣ ଗବେଷକ/ଗବେଷିକା ଯୋଗଦାନ କରିଛନ୍ତି । ଉଦ୍ଘାଟନୀ ସମାରୋହରେ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରଛାତ୍ରୀ ମାନେ ଯୋଗଦେଇଥିଲେ ।
Two-days National Seminar on Exploring the Wonders of Geology @MSCBU
The P.G. Department of Geology at Maharaja Sriram Chandra Bhanja Deo University successfully organized a two-day national seminar on 14-15 February, 2025. The seminar on the topic "Exploring the Wonders of Geology", brought together experts, researchers, and students discussing recent advancements and discoveries in the field of geology. Prof. Santosh Kumar Tripathy, Hon’ble Vice-Chancellor, attended as the Chief Guest, while Prof. Hemanta Kumar Sahu, Chairman of the P.G. Council, presided over the inaugural session. In his address, Prof. Tripathy highlighted that Geology is the basics of all science subjects as it deals with starting from the origin of the universe to the occurrence of minerals in the earth.The Chief Speaker, Prof. Mruganka Kumar Panigrahi from the Department of Geology & Geophysics, IIT Kharagpur, delivered an insightful talk on contemporary geological research, highlighting emerging trends in mineral exploration, geohazards, and sustainable resource management. Dr. Subhransu Bhusan Ray, Former Deputy Director General of the Geological Survey of India (GSI), Kolkata, attended as the Guest of Honour, sharing his vast experience in geological surveys and exploration. Convenor of the Seminar Dr. P. S. Sahoo, the Convenor, extended a warm welcome to all attendees. Dr. Debasis Singh, organizing secretary of the seminar spoke on the theme of the Seminar while the joint organizing secretary Dr. Sushree Sagarika Behera offered vote of thanks. Among the other dignitaries, Sri Manoranjan Mahapatra, Former Director Geology, Department of Steel and Mines, Government of Odisha, Sri Ramakanta Mahanta, Retired Joint Director Geology, Department of Steel and Mines, Government of Odisha, and Dr. Asim Amitabh Pradhan, Assistant Professor, Department of Geology, Fakir Mohan University and many other distinguished scholars of Geology delivered their lecture. The seminar provided a valuable platform for knowledge exchange and academic collaboration, fostering discussions on significant geological topics and inspiring future research in the field. The attendees of the seminar had a field visit to Sitakund and Baldiha dam.
Bidu Chandan Puja @MSCBU
Special lecture on "Cancer Awareness" @MSCBU
A special lecture on the topic "Cancer: Awareness to Empowerment" was held on 11.02.2025. The Speaker on the occasion was Dr. Chira Ranjan Khadanga, Consultant and HOD, Department of Radiation Oncology, SUM Ultimate Medicare.
Special lecture on the Governments flagship scheme "SUBHADRA" @MSCBU
Winter Session of NSS @MSCBU
Odia and English Debate Competition on Women's Reservation in India
Odia and English Debate Competition on Women's Reservation in India held on 13-04-2026 at 200-seated Convention Hall at Maharaja Sriram ...
-
The 25th founding day of Maharaja Sri Ramchandra Bhanjadeo University was celebrated on July 13, 2022 in a grand ceremony at the Universit...
-
ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ବିଶ୍ୱବିଦ୍ୟାଳୟ ଗବେଷଣା ଓ ବିକାଶ ସେଲ ଓ ରିସର୍ଚ୍ଚ୍ କ୍ଲବ୍ର ମିଳିତ ଆନୁକୁଲ୍ୟରେ ଆୟୋଜିତ ଗବେଷଣାରତ ଛାତ୍ର...
-
ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ମହାବିଦ୍ୟାଳୟରେ ଗୁରୁ ଦିବସ ଉପଲକ୍ଷେ ଏକ ଶିକ୍ଷକ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି । ସଂଯୁକ୍ତ ସ୍ନା...















